world-theatre-day - The Sakala

ଆଜି ବିଶ୍ବ ନାଟ୍ୟ ଦିବସ
ସାଧକର ସାଧନାରେ ନିଷ୍ଠା ରହିଲେ ଲକ୍ଷ୍ୟ ସିଦ୍ଧି ନିଶ୍ଚିତ। ଅଭାବ, ଅନଟନ ଏହି ରାସ୍ତାରେ ପ୍ରତିବନ୍ଧକ ହୋଇ ଦେଖା ଦେଲେ ବି ସାଧକର ମନୋବଳ ଦୃଢ ଥିଲେ ଫଳପ୍ରାପ୍ତି ହୋଇଥାଏ। ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଥିଲେ ସ୍ୱର୍ଗତଃ ନାଟ୍ୟଶ୍ରୀ ରଘୁନାଥ ମିଶ୍ର। ଦକ୍ଷିଣ ଓଡ଼ିଶାରେ କଳା, ସଂସ୍କୃତି, ସାହିତ୍ୟ ଓ ମଞ୍ଚର ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ସେ ଅନେକ ସାଧାରଣ ଲୋକଙ୍କୁ ମଞ୍ଚରେ କଳାକାର ଭାବେ ଉଭା କରି ଜୀବନ୍ୟାସ ଦେଇଛନ୍ତି। ପେସାରେ ଜଣେ ହୋମିଓ ଚିକିତ୍ସକ ହେଲେ ହେଁ ମଞ୍ଚ ଓ ସାହିତ୍ୟ ଥିଲା ତାଙ୍କ ନିଶା। ତାଙ୍କ ଲିଖିତ ୧୦୬ ଖଣ୍ଡ ବହି ମଞ୍ଚସ୍ଥ ହୋଇଛି। କେବଳ ବ୍ରହ୍ମପୁର ନୁହେଁ ରାଜ୍ୟ କଳା ଜଗତରେ ସେ ଜଣେ ଚର୍ଚ୍ଚିତ ଚେହେରା । ରାଜ୍ୟର କୋଣ ଅନୁକୋଣରେ ତାଙ୍କ ରଚିତ ନାଟକ ପରିବେଷଣ ହୋଇଛି। ୧୯୨୭ ମସିହା ଡିସେମ୍ବର ୨୧ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁରରେ ଜନ୍ମ ଗ୍ରହଣ କରିଥିଲେ ହେଁ ତାଙ୍କ ଜୀବନକାଳ ବ୍ରହ୍ମପୁରରେ ବିତିଥିଲା। କଳାର ବିକାଶ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ। ସେ ‘ନାଟ୍ୟଶ୍ରୀ କଳା ଆରଧନା ସମିତି’ ତିଆରି କରିବା ସହ ୧୯୯୦ ମସିହାରେ ‘ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ’ ତିଆରି କରିଥିଲେ। ଏହି ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ହୋଇଆସୁଛି। ତାଙ୍କ ରଚିତ ନାଟକଗୁଡ଼ିକ ମଧ୍ୟରୁ ନଷ୍ଟରାଗିଣୀ, ଗାନ୍ଧୀପାର୍କ, ବଗୁଲୀ ଝରାଏ ଲୁହ, ଭିନ୍ନ ଏକ ସିଦ୍ଧାର୍ଥ ଅନ୍ୟତମ ଥିଲା। ତାଙ୍କର ଅନନ୍ୟ ସୃଷ୍ଟି ‘ସ୍ମୃତି ଏକ ହଜିଲା ଦିନର ନାଟକ’ ତାଙ୍କୁ ନାଟ୍ୟକାରରୁ ନାଟ୍ୟଶ୍ରୀ ଉପାଧିରେ ଭୂଷିତ କରିଥିଲା। ସାହିତ୍ୟ ଏକାଡେମୀ ସହିତ ସଂଗୀତ ଏକାଡ଼ମୀ ପୁରସ୍କାର ମଧ୍ୟ ସେ ପାଇଛନ୍ତି। ସାହିତ୍ୟ, ନାଟ୍ୟ ଓ କଳା ପାଇଁ ସେ ରାଜ୍ୟ ସମେତ ରାଜ୍ୟବାହାରେ ମଧ୍ୟ ବହୁବାର ସମ୍ମାନିତ ହୋଇଥିଲେ। ତାଙ୍କ ଉଦ୍ୟମରେ ବ୍ରହ୍ମପୁରରେ ମହମୋହନ ନାମକ ଏକ ଥିଏଟର ଗ୍ରୁପ୍ ମଧ୍ୟ ଗଢିଉଠିବା ସହ ନାଟକ ପରିବେଷଣ କରିବାକୁ କଳାକାରଙ୍କୁ ସୁଯୋଗ ଦେଇଥିଲା। ସେହିଭଳି ପ୍ରତ୍ୟେକ ବର୍ଷ ଚାରି ପାଞ୍ଚ ଦିନ ଲେଖାଏଁ ନାଟ୍ୟଶ୍ରୀ ମେଳା ଆୟୋଜନ କରି କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରୁଥିଲେ। ଏଭଳି ଜଣେ ବଦାନ୍ୟ ବ୍ୟକ୍ତିଙ୍କୁ ଆଜି ମଞ୍ଚ ଓ କଳାକାର ଝୁରୁଛି। କଳା ସହିତ ସଂଘର୍ଷ କରି ୨୦୧୧ରେ ତାଙ୍କ ତିରୋଧାନ ଘଟିଥିଲା। ତାଙ୍କ ଶେଷ ସମୟରେ ସେ ଲେଖିଥିବା ନାଟ୍ୟଶ୍ରୀ ରଘୁନାଥ ଗ୍ରନ୍ଥାବଳୀ ତାଙ୍କର ଜୀବନର ପ୍ରତ୍ୟେକଟି କଥା ଓ ନାଟକକୁ ଆଜି ବି ଜୀବନ୍ତ କରି ରଖିଛି। କଳା ସହିତ ରାଜନୀତି ପ୍ରତି ମଧ୍ୟ ତାଙ୍କର ରୁଚି ରହିଥିଲା। ଆଜି ବିଶ୍ୱ ନାଟ୍ୟ ଦିବସ ଅବସରରେ କଳାପ୍ରେମୀ ତାଙ୍କୁ ମନେପକାଇବା ସହ ତାଙ୍କ ନାଟକକୁ ଜୀବନ୍ତ କରିବାରେ ସକ୍ଷମ ହେଉଛନ୍ତି। ରଘୁନାଥ ‘ସଉତୁଣୀ’ ଓ ‘ସମୟ’ ଚଳଚିତ୍ର ନିର୍ମାଣ କରିବା ସହ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସିନେମାର ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ବ ନେଇ ଓଡ଼ିଶାରେ ଚଳଚିତ୍ର ଜଗତରେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ। ‘ପ୍ରୀତିର ଇତି’ ତାଙ୍କର ଶେଷ ସିନେମା ଥିଲା। ଏହାପରେ ସେ ତାଙ୍କର ଶେଷ ସମୟରେ ନାଟକ ଓ ରଙ୍ଗମଞ୍ଚରେ ବିତାଇଥିଲେ। ତାଙ୍କୁ ଆଜି ମନେପକାଉଛନ୍ତି ସହସ୍ରାଧିକ କଳାକାର।