Prayagraj - The Sakala

ପ୍ରୟାଗରାଜର ଫାଫାମଉରେ କୋଲ୍ଡ ଷ୍ଟୋରେଜ୍ କାନ୍ଥ ଭୁଶୁଡ଼ି ୯ ମୃତ, ଏକାଧିକ ଆହତ
ଉତ୍ତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଫାଫାମଉ ଅଞ୍ଚଳରେ ସୋମବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଏକ କୋଲ୍ଡ ଷ୍ଟୋରେଜର କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଟି ଅତଡ଼ା ତଳେ ଚାପି ହୋଇ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ କୋଲ୍ଡ ଷ୍ଟୋରେଜ୍‌ ଭିତରେ ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିଲେ। ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଭିବା ସହ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଯିବା ଯୋଗୁଁ କାନ୍ଥଟି ଭାଙ୍ଗିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗ୍ୟାସ୍ ଲିକ୍ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ଧାଁଦଉଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଦ୍ଧାର କାର୍ଯ୍ୟ ଜାରି

ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ୍ (SDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୭ଟି ବୁଲଡୋଜର ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ

ଏହି କୋଲ୍ଡ ଷ୍ଟୋରେଜ୍‌ଟି ଚାନ୍ଦପୁରର ଜଣେ ପୂର୍ବତନ ବିଧାୟକଙ୍କର ବୋଲି ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଏବଂ ରକ୍ଷଣାବେକ୍ଷଣରେ ତ୍ରୁଟି ଅଭିଯୋଗରେ ପୋଲିସ କୋଲ୍ଡ ଷ୍ଟୋରେଜର ମ୍ୟାନେଜର ଏବଂ ଅନ୍ୟ କିଛି ବରିଷ୍ଠ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ବାଧା ନଆସେ, ସେଥିପାଇଁ ପୋଲିସ ପକ୍ଷରୁ ଉକ୍ତ ରାସ୍ତାରେ ଯାତାୟାତକୁ ଡାଇଭର୍ସନ୍ କରାଯାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପ୍ରୟାଗରାଜରେ ଧରାପଡିଲା ନକଲି ଆରପିଏଫ୍ ଦାରୋଗା: ଚାକିରି ପାଇଁ ପରିବାରର ଚାପ ଯୋଗୁଁ ପିନ୍ଧିଥିଲା ବର୍ଦ୍ଦି
ଉତ୍ତରପ୍ରଦେଶର ପ୍ରୟାଗରାଜ ରେଳ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନକଲି ଆରପିଏଫ୍ (RPF) ସବ୍-ଇନ୍ସପେକ୍ଟର ବା ଦାରୋଗା ସାଜି ଲୋକଙ୍କୁ ଠକୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। ଜିଆରପି (GRP) ଏବଂ ଆରପିଏଫ୍ର ମିଳିତ ଟିମ୍ ଉକ୍ତ ଯୁବକଙ୍କୁ ପ୍ରୟାଗରାଜ ଜଙ୍କସନର ପ୍ଲାଟଫର୍ମ ନମ୍ବର ୧ରୁ ଗିରଫ କରିଛି।

ପରିବାର ଲୋକଙ୍କୁ ଖୁସି କରିବାକୁ ସାଜିଥିଲା ନକଲି ଏସଆଇ

ପୋଲିସର ପଚରାଉଚରା ବେଳେ ଗିରଫ ଯୁବକ ନିଜର ପରିଚୟ ଗାଜିପୁର ଜିଲ୍ଲା ବରେସର ଥାନା ଅନ୍ତର୍ଗତ ରେଙ୍ଗା ଗ୍ରାମର ଦିବ୍ୟାଂଶୁ କୁମାର (୨୨) ବୋଲି ଦେଇଛି। ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା। ଦିବ୍ୟାଂଶୁ ପୋଲିସକୁ କହିଛି ଯେ, ତାଙ୍କ ପରିବାର ଲୋକେ ବାରମ୍ବାର ଚାକିରି ବିଷୟରେ ପଚାରି ତାଙ୍କ ଉପରେ ଚାପ ପକାଉଥିଲେ। ଚାକିରି ନ ମିଳିବାରୁ ପରିବାର ଲୋକଙ୍କୁ ସନ୍ତୁଷ୍ଟ କରିବା ଏବଂ ଟ୍ରେନରେ ମାଗଣାରେ ଯାତ୍ରା କରିବା ଉଦ୍ଦେଶ୍ୟରେ ସେ ଆରପିଏଫ୍ ଦାରୋଗାର ବର୍ଦ୍ଦି ସିଲାଇ କରିଥିଲା। ବଜାରରୁ ସେ ଦାରୋଗାଙ୍କ ବର୍ଦ୍ଦି, ଷ୍ଟାର୍, ବ୍ୟାଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣି ପିନ୍ଧିବା ଆରମ୍ଭ କରିଦେଇଥିଲା।

ପରିବାରକୁ କରାଇଥିଲା ସଙ୍ଗମ ସ୍ନାନ

ଦିବ୍ୟାଂଶୁ ଗତ ତିନି ମାସ ଧରି ନକଲି ଦାରୋଗା ସାଜି ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିଲା। ଏପରିକି, ସେ ମାଘ ମେଳା ସମୟରେ ନିଜ ପରିବାର ଲୋକଙ୍କୁ ପ୍ରୟାଗରାଜ ଆଣି ସଙ୍ଗମରେ ସ୍ନାନ ମଧ୍ୟ କରାଇଥିଲା। ରବିବାର ଦିନ ଷ୍ଟେସନରେ ଯାତ୍ରୀମାନଙ୍କୁ ଚେକିଂ କରିବା ବାହାନାରେ ସେ ନିଜର ଦବଦବା ଦେଖାଉଥିବା ସମୟରେ ଆରପିଏଫ୍ ଇନ୍ସପେକ୍ଟର ଅକଲେଶ କୁମାର ସିଂହ ଏବଂ ତାଙ୍କ ଟିମର ସନ୍ଦେହ ଘେରକୁ ଆସିଯାଇଥିଲା।

ପ୍ଲାଟଫର୍ମ ନମ୍ବର ୧ରୁ ଗିରଫ ଓ ଜବତ ସାମଗ୍ରୀ

ପୋଲିସ ଦିବ୍ୟାଂଶୁକୁ ଷ୍ଟେସନରୁ ଧରି ତଲାସୀ ନେବା ପରେ ତା' ନିକଟରୁ ନଗଦ ୬୫୦ ଟଙ୍କା, ଆଧାର କାର୍ଡ ଏବଂ ଏଟିଏମ୍ (ATM) କାର୍ଡ ଜବତ କରିଛି। ଏହା ସହିତ ତା' ଦେହରେ ଥିବା ନକଲି ବର୍ଦ୍ଦି, ମୋନୋଗ୍ରାମ, ବେଲ୍ଟ ଏବଂ ଲାଲ୍ ରଙ୍ଗର ଜୋତାକୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି। ଜିଆରପି ଥାନାରେ ଅଭିଯୁକ୍ତ ବିରୋଧରେ ସମ୍ପୃକ୍ତ ଦଫା ଅନୁଯାୟୀ ମାମଲା ରୁଜୁ କରାଯାଇ ତାକୁ ଜେଲ୍ ପଠାଇ ଦିଆଯାଇଛି।

ପ୍ରୟାଗରାଜରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ବୁଧବାର ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନାର (IAF) ଏକ ଟ୍ରେନିଂ ବିମାନ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ନିୟନ୍ତ୍ରଣ ହରାଇ ଏକ ପୋଖରୀରେ ଖସିପଡିଥିଲା। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ଏହି ଦୁର୍ଘଟଣାରେ ବିମାନରେ ଥିବା ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ବିମାନଟି ପ୍ରୟାଗରାଜ ବିମାନବନ୍ଦର ନିକଟସ୍ଥ ଏକ ଗାଁର ପୋଖରୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ମାଇକ୍ରୋଲାଇଟ୍ ବିମାନ ଥିଲା। ଉଡ଼ାଣ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ପାଇଲଟମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଛୋଟ ପ୍ରୋପେଲର୍ ବିମାନଟି ହଠାତ୍ ନିୟନ୍ତ୍ରଣ ହରାଇଥିବା ପରି ମନେହେଉଥିଲା ଏବଂ ପରେ ପାଣି ଭିତରକୁ ଖସିପଡିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କଳା ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ NDRF ର ବୁଡ଼ାଳି ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।

ଘଟଣାସ୍ଥଳରୁ ମିଳିଥିବା ଚିତ୍ରରେ ବିମାନର ଧ୍ୱଂସାବଶେଷ ପାଣିରେ ଏବଂ ଆଖପାଖରେ ପଡ଼ିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ବିମାନଟିକୁ ପାଣିରୁ ବାହାର କରାଯାଇନାହିଁ ଏବଂ ଅପରେସନ୍ ଜାରି ରହିଛି। ବାୟୁସେନା ଅଧିକାରୀମାନେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରୟାଗରାଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ୍-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୦ଶ୍ରଦ୍ଧାଳୁ ମୃତ
ପ୍ରୟାଗରାଜ: ମହାକୁମ୍ଭ ଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ପ୍ରୟାଗରାଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାକୁମ୍ଭ ଯିବା ବାଟରେ ଦୁର୍ଘଟଣା ନେଇଛି ୧୦ ଜୀବନ। ବସ୍ ଓ କାର୍ ମଧ୍ୟରେ ଧକ୍କା ଯୋଗୁଁ ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପ୍ରୟାଗରାଜ-ମିର୍ଜାପୁର NHରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୯ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଘବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ ପହଞ୍ଚାଇବା ସହ ମୃତଦେହକୁ ଶବ ଗୃହରେ ରଖାଯାଇଛି ।

ସୂଚନା ଅନୁସାରେ, ଛତିଶଗଡ଼ କୋରବା ଜିଲ୍ଲାର କିଛି ଶ୍ରଦ୍ଧାଳୁ ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଯାଉଥିଲେ। ଶୁକ୍ରବାର ବିଳମ୍ଵିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ଜାତୀୟ ରାଜପଥରେ ବୋଲେରୋଟି ଏକ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସଡକ ଦୁର୍ଘଟଣାରେ ବୋଲେରୋରେ ଥିବା ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବସ୍‌ରେ ଥିବା ୧୯ ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି। ସମସ୍ତ ଆହତଙ୍କୁ ରାମନଗର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ରେ ଥିବା ଶ୍ରଦ୍ଧାଳୁମାନେ ମଧ୍ୟପ୍ରଦେଶ ରାଜଗଡ଼ ଅଞ୍ଚଳର। ଏମାନେ କୁମ୍ଭରେ ବୁଡ଼ ପକାଇ ବାରାଣସୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା; ୟୁପିରେ ହାଇ ଆଲର୍ଟ, ୧୪୪ ଧାରା ଲାଗୁ
ପ୍ରୟାଗରାଜ: ପୋଲିସ ଓ ମିଡିଆ ଉପସ୍ଥିତିରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର। ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି । ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳଙ୍କ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଦୁଇରୁ ତିନି ଜଣ ଲୋକ ଅତିକ୍ ଓ ଆଶ୍ରାଫଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି। ଅତିକ୍ ଓ ତାଙ୍କ ଭାଇଙ୍କୁ ଗୁଳି ଚଳାଇବା ପରେ ସେମାନେ ସରେଣ୍ଡର କରିଥିଲେ। ତେବେ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ । ଉମେଶ ପାଲ ହତ୍ୟା ମାମଲାରେ ଅତିକ୍ ଏବଂ ଆଶ୍ରାଫ୍ ପୋଲିସ୍ ହେପାଜତରେ ଥିଲେ।

ତେବେ ଏହି ହତ୍ୟାକାଣ୍ଡ ପରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା  । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।