Loan - The Sakala
ରାଜ୍ୟ ବଜେଟ୍ ୨୦୨୬-୨୭ରେ ୪୭,୮୦୦ କୋଟି ଟଙ୍କା ଋଣ କରିବେ ସରକାର
ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି ଉପସ୍ଥାପନ କରିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ ଅନେକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ରଖିଛନ୍ତି । ମାତ୍ର ଏହି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପାଖରେ ଧନ ନାହିଁ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ସରକାର ୧.୯୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି । ବିଡ଼ମ୍ବନା ହେଉଛି ଏତିକି ବ୍ୟୟ ପାଇଁ ସରକାରଙ୍କ ପାଖରେ ବି ଧନ ନାହିଁ । ନିଜସ୍ୱ ରାଜସ୍ୱ ଓ ଅଣରାଜସ୍ୱ ଆୟରୁ ମାତ୍ର ୧.୪୧ ଲକ୍ଷ କୋଟି ଆୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଦାନ ବାବଦରେ ସରକାର ୪୦୦୩୯ କୋଟି ଟଙ୍କା ଓ ଟିକସ ଅଂଶ ଭାବରେ ୬୭୪୬୦ କୋଟି ଟଙ୍କା ମିଳିିବ । ତେଣୁ ସବୁ ମିଶାଣ ଫେଡ଼ାଣ ପରେ ବଜେଟ ନିଅଣ୍ଟ ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ଏବଂ ଏହି ଅର୍ଥକୁ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଆସନ୍ତା ଆର୍ଥିକ ବର୍ଷରେ ସରକାର ଖୋଲାବଜାର ଓ ଅନ୍ୟାନ୍ୟ ସୂତ୍ରରୁ ୪୭୮୦୦ କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ ପୁସ୍ତିକାରେ ସୂଚନା ଦିଆଯାଇଛି । ସେହିପରି ପ୍ରୋଭିଡେ଼ଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୦୦୦ କୋଟି ଟଙ୍କା ସରକାର ଆହରଣ କରିବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଗାମୀ ବର୍ଷ ନିଜସ୍ୱ ସୂତ୍ରରୁ ୭୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ । ସେହିପରି ଅଣରାଜସ୍ୱ ସୂତ୍ରରୁ ୭୧ ହଜାର କୋଟି ଟଙ୍କା, କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟଅନୁଦାନ ବାବଦରେ୧ଲକ୍ଷ ୭ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି । ଏହାବ୍ୟତୀତ ଅଗ୍ରୀମ ସୂତ୍ରରୁ ୭୦୦ କୋଟି ଟଙ୍କା ପାଇବେ ବୋଲି ହିସାବ ରଖିଛନ୍ତି ।
୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା । ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ଭାର ଥିଲା ୯୪ ହଜାର କୋଟି।  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ବ୍ୟବସ୍ଥା କରିଥିଲେ। ଆଗାମୀ ଆର୍ଥିକ ବର୍ଷ ପାଇଁ ୪୮୭୦୦ କୋଟି ଟଙ୍କା ଋଣ କରିବାକୁ ବଜେଟରେ ସରକାର ଯୋଜନା କରିଛନ୍ତି ।  ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି।
ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି  । ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ପୁଣି ୨୦୦୦ ମସିହା ପୂର୍ବକୁ ଫେରିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ହାତରେ ଧନ ନ ଥାଇ ପୁଅ ବାହାଘରକୁ ମନ କରିବା ପରି ଆବଶ୍ୟକ ଆୟ ସାଧନ ନ ଥିବା ସତ୍ତେ୍ୱ ସରକାର ମାଳମାଳ ଯୋଜନା କରି ଚାଲିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ; ଏହିସବୁ ସୁବିଧା ପାଇବେ ସାଧାରଣ ଲୋକ...
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି । କମିଲା ରେପୋ ରେଟ୍ । ରେପୋ ରେଟ୍ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ ।  ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଆଗରୁ ଏହା ୫.୫ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ରହିଛି ୫.୨୫ ପ୍ରତିଶତ। ମନିଟାରୀ ପଲିସ କମିଟି ବୈଠକ ପରେ ରେପୋ ରେଟ୍ ହ୍ରାସ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ସଂଜୟ ମାଲହୋତ୍ରା । ରେପୋ ରେଟ୍ କମିବା ପରେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଲୋନ୍ ଏବଂ EMI ଉପରେ ପଡିବ ।  EMI ଶସ୍ତା ହେବା ସହ ବ୍ୟାଙ୍କଗୁଡିକ ଗୃହ ଋଣ ଏବଂ ଗାଡ଼ି ଋଣ ଉପରେ ସୁଧ ହାର କମାଇବେ ।
ରେପୋ ରେଟ୍ କମିବା ଦ୍ୱାରା ଆପଣଙ୍କ ମାସିକ କିସ୍ତି ବା EMI କମିଯିବ। ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ୨୦ ବର୍ଷ ପାଇଁ ନେଇଛନ୍ତି, ତେବେ ଆପଣଙ୍କର ବାର୍ଷିକ ପ୍ରାୟ ୪,୨୦୦ ଟଙ୍କା ସଞ୍ଚୟ ହେବ। ମୋଟ ସୁଧ ଉପରେ ଆପଣ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କା ବଞ୍ଚାଇ ପାରିବେ। ୧୦ ଲକ୍ଷ ଟଙ୍କାର ଗାଡ଼ି ଋଣ ଉପରେ ମାସକୁ ପ୍ରାୟ ୫୦୦ ଟଙ୍କା କମିପାରେ ।  ଯେଉଁ ଗ୍ରାହକମାନଙ୍କର ଲୋନ୍ ରେପୋ ରେଟ୍ ସହିତ ଯୋଡ଼ା ହୋଇଛି, ସେମାନେ ତୁରନ୍ତ ଏହାର ଲାଭ ପାଇବେ ।  ସେହିପରି ଋଣ ଶସ୍ତା ହେବା ସହିତ ଫିକ୍ସ ଡିପୋଜିଟ୍ ବା FD ଉପରେ ମିଳୁଥିବା ସୁଧ ହାର ମଧ୍ୟ ସାମାନ୍ୟ କମିପାରେ ।
ଆର୍‌ବିଆଇର ନୂଆ ନିର୍ଦ୍ଦେଶାବଳୀ, ରୁପା ବଦଳରେ ଏଣିକି ମିଳିବ ଋଣ..
ନୂଆଦିଲ୍ଲୀ: ଆପଣ ‘ସୁନା ବଦଳରେ ଋଣ’ କଥା ଶୁଣିଥିବେ। ହେଲେ ଆପଣ କେବେ ରୁପା ବଦଳ ରଖି ଋଣ ନେଇଛନ୍ତି କି? ହୁଏତ ନୁହେଁ, କାରଣ ପୂର୍ବରୁ ଏପରି କିଛି ବ୍ୟବସ୍ଥା ନ ଥିଲା। କିନ୍ତୁ ଆଜିକାଲି, ‘ରୁପା ବଦଳରେ ଋଣ’ ବିଷୟ ବେଶ ଚର୍ଚ୍ଚାର ବିଷୟ।  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁନା ଏବଂ ରୁପା ବଦଳରେ ଋଣ ସମ୍ପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ। ଏଥିରେ ରୂପା ବଦଳରେ ଋଣ ଅନ୍ତର୍ଭୁକ୍ତ ହେବ। ଆର୍‌ବିଆଇ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ପରେ, ସୁନା ଏବଂ ରୂପା ବଦଳରେ ଋଣ ନେବା ନିୟମରେ ପରିବର୍ତ୍ତନ ହେବ।
ଭାରତୀୟ ବଜାରରେ ସୁନା ଦର ଅମୂଲ ମୂଲ ରହିଆସିଥିବାବେଳେ, ଏଥିରେ ଏବେ ଯୋଡି ହୋଇଯାଇଛି ଚାନ୍ଦି ବା ରୁପା। ନିକଟରେ ରୁପା କିଲୋ ପିଛା ୨ ଲକ୍ଷ ଟଙ୍କା ଟପିଯାଇଥିଲା। ଫଳରେ ଏହି ଅତି ମହଙ୍ଗା ଧାତୁକୁ ଲୋକେ ବ୍ୟାଙ୍କରେ ବନ୍ଧକ ରଖି ଋଣ ଦେବାକୁ ଆଶା ବାନ୍ଧିଲେଣି। ତେବେ ଏଥିରେ ରୁପା ବଦଳରେ ଆକଣଙ୍କୁ ଋଣ କିଏ ପ୍ରଦାନ କରିପାରିବ, ତାହା ବଡ଼ କଥା।  ପ୍ରଥମେ, ଯଦି ଆପଣଙ୍କ ସୁନା ଏବଂ ରୁପା ବଦଳରେ ଋଣ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଏକ ବାଣିଜ୍ୟିକ ବ୍ୟାଙ୍କ ସହ  ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ହିଁ ରୁପା ବଦଳ ରଖି ଋଣ ଦେଇପାରିବେ। ଏହା ସହିତ, ଆପଣ ସହରାଞ୍ଚଳ ଏବଂ ଗ୍ରାମ୍ୟ ସମବାୟ ବ୍ୟାଙ୍କରୁ ବି ରୁା ବଦଳରେ ଋଣ ଉଠାଇପାରିବେ।  କେତେକ ଏନ୍‌ବିଏଫ୍‌ସି ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡ଼ିକ ମଧ୍ୟ ସୁନା ଭଳି ରୁପା ବନ୍ଧକ ରଖି ଋଣ ପ୍ରଦାନ କରୁଛନ୍ତି।
ସୁନା ଏବଂ ରୂପା ବଦଳରେ ଋଣ ପାଇବା ପାଇଁ, ଆପଣଙ୍କୁ ଏହାର ରୂପରେଖ ବୁଝିବାକୁ ପଡିବ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାଥମିକ ରୁପା ଏବଂ ସୁନା ବଦଳରେ ଋଣ ପ୍ରଦାନ ଉପରେ କଟକଣା ଲଗାଇଛି। ଆପଣ ରୁପା ବାର୍ କିମ୍ବା ବ୍ଲକ୍ ଉପରେ ମଧ୍ୟ ଋଣ ପାଇପାରିବେ ନାହିଁ। ତଥାପି, ବ୍ୟାଙ୍କଗୁଡ଼ିକ ଋଣଗ୍ରହୀତାଙ୍କୁ ସେମାନଙ୍କର କ୍ଷଣସ୍ଥାୟୀ ଆବଶ୍ୟକତା ପୂରଣ କରିବା ପାଇଁ ରୁପା ଅଳଙ୍କାର ଏବଂ ମୁଦ୍ରା ଉପରେ ଋଣ ପ୍ରଦାନ କରିପାରିବେ। ଆର୍‌ବିଆଇ ଦ୍ୱାରା ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ଅଳଙ୍କାରର ମୋଟ ଓଜନ ସୁନା ଅଳଙ୍କାର ପାଇଁ ୧ କିଲୋଗ୍ରାମ ଏବଂ ରୁପା ଅଳଙ୍କାର ପାଇଁ ୧୦ କିଲୋଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ଋଣଗ୍ରହୀତାକୁ ଦିଆଯାଇଥିବା ସମସ୍ତ ଋଣ ପାଇଁ ବନ୍ଧକ ମୁଦ୍ରାର ମୋଟ ଓଜନ ସ୍ବର୍ଣ୍ଣ ମୁଦ୍ରା ପାଇଁ ଯେପରି ୫୦ ଗ୍ରାମ ଏବଂ ରୁପା ମୁଦ୍ରା ପାଇଁ ଏହା ୫୦୦ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କ କେବଳ ସୁନା/ରୁପାର ଆଭ୍ୟନ୍ତରୀଣ ମୂଲ୍ୟ ବିଚାର କରିବ, ଏଥିରେ ହୀରା, ପଥର, ଡିଜାଇନ୍, ମୂଲ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ହେବନାହିଁ।
ମହିଳା କିଣିବେ କାର୍‌, ସୁଧ ସୁଝିବେ ରାଜ୍ୟ ସରକାର !
ଭୁବନେଶ୍ବର: ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆତ୍ମନିର୍ଭର ମହିଳା ଆମ ସୁବାହକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ୪ବର୍ଷରେ ୧୧୦୦ଜଣ ମହିଳାଙ୍କୁ କାର୍ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ବ୍ୟାଙ୍କରୁ ଜଣଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଋଣ ଯୋଗାଇ ଦିଆଯିବ। ଏହି ଋଣର କିସ୍ତି ମହିଳାମାନେ ୫ବର୍ଷରେ ସୁଝିବେ। ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ। ବାଣିଜ୍ୟ ଓ ପରିବହନ ବିଭାଗର ଏହି ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୪ଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନଗୁଡ଼ିକରେ ଏବେ ସୁଦ୍ଧା ୬୨୧୬ଜଣ ମହିଳା ଡ୍ରାଇଭିଂ ଟ୍ରେନିଂ ନେଇ ସାରିଥିବାବେଳେ ସେମାନଙ୍କୁ ଆତ୍ମନିର୍ଭର କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।
ବ୍ୟାଙ୍କ ଋଣ ନ ଶୁଝିଲେ ଲକ୍‌ ହେବ ଫୋନ୍‌
ମୁମ୍ବଇ: ଋଣଦାତାଙ୍କ ପୁନରୁଦ୍ଧାର କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏକ ନୂତନ ନିୟମ ଆଣିବାକୁ ବିଚାର କରୁଛି। ଏହି ନିୟମ ଅନୁଯାୟୀ, ଋଣଦାତାମାନେ ବହୁ ଦୂରରେ ଥାଇ ମଧ୍ୟ ଖିଲାପକାରୀଙ୍କ ଫୋନ୍ ଲକ୍ କରିପାରିବେ। ଗତ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କ ଋଣଦାତାମାନଙ୍କୁ ଋଣ ଖିଲାପକାରୀଙ୍କ ଫୋନ୍ ଲକ୍ କରିବାକୁ କହିଥିଲା। ଡିଭାଇସ୍ ଲକ୍ ବା ବନ୍ଦ କରିବା ପାଇଁ ଋଣ ପ୍ରଦାନ ସମୟରେ ଋଣଗ୍ରହୀତାଙ୍କ ଫୋନ୍‌ରେ ଏକ ଆପ୍ ସଂସ୍ଥାପିତ ହେବ। ଋଣଦାତାଙ୍କ ସହ ଆଲୋଚନା ପରେ ଆର୍‌ବିଆଇ ଆଗାମୀ କିଛି ମାସ ମଧ୍ୟରେ ଫେୟାର ପ୍ରାକ୍ଟିସ୍ କୋଡ୍ ଅପଡେଟ୍ କରିବା ସହିତ ଫୋନ୍-ଲକ୍ କରିବା ପଦ୍ଧତି ଉପରେ ନିର୍ଦ୍ଦେଶାବଳୀ ଜାରି କରିପାରେ।
ଏଥିରେ ଆର୍‌ବିଆଇ ଦୁଇଟି ଜିନିଷ ସୁନିଶ୍ଚିତ କରିବାକୁ ଚାହୁଁଛି, ପ୍ରଥମତଃ ଋଣଦାତାମାନେ ଫୋନ୍ ଲକ୍ କରି ଋଣ ରାଶି ଆଦାୟ କରିପାରିବେ। ଦ୍ୱିତୀୟତଃ ଗ୍ରାହକଙ୍କ ତଥ୍ୟ ମଧ୍ୟ ସୁରକ୍ଷିତ ରଖାଯିବ। ଯଦି ଆର୍‌ବିଆଇର ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ଏହା ବଜାଜ୍‌ ଫାଇନାନ୍ସ, ଡିଏମ୍‌ଆଇ ଫାଇନାନ୍ସ ଏବଂ ଚୋଲାମଣ୍ଡଳମ୍ ଫାଇନାନ୍ସ ଭଳି ଗ୍ରାହକ ଉତ୍ପାଦ ପାଇଁ ଋଣ ଦେଉଥିବା କମ୍ପାନୀଗୁଡ଼ିକୁ ଲାଭ ଦେଇପାରେ, ଯାହା ଅସୁଲି ସମ୍ଭାବନାକୁ ବୃଦ୍ଧି କରିପାରିବ। ଏହି ନିୟମ ଲାଗୁ ହେବା ପରେ କରଜଦାତାଙ୍କ କ୍ଷମତା ବଢ଼ିଯିବ। ୨୦୨୪ରେ ହୋମ୍ କ୍ରେଡିଟ୍ ଫାଇନାନ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦେଶର ଏକ ତୃତୀୟାଂଶରୁ ଅଧିକ ଉପଭୋକ୍ତା ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଋଣ ନେଇ କିଣିଥାନ୍ତି। କ୍ରେଡିଟ୍ ବ୍ୟୁରୋ ସିଆର୍‌ଆଇଏଫ୍‌ ହାଇମାର୍କ ଅନୁଯାୟୀ, ୧ ଲକ୍ଷ ଟଙ୍କାରୁ କମ୍ ଋଣ ଖିଲାପକାରୀ ଅଧିକ ବିପଦପୂର୍ଣ୍ଣ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ
ଭୁବନେଶ୍ୱର: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ ୠଣ ମୁକ୍ତ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଆଜି ଏହାକୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ପରବର୍ତ୍ତୀ ବର୍ଷ ଗୁଡିକ ପାଇଁ ଜାରିରଖିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ମହିଳା ଭାଗିଦାରୀ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଛନ୍ତି
ଗଞ୍ଜାମ: ଗଞ୍ଜାମା ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁରରେ ଅଭାବନୀୟ ଘଟଣା । ଋଣ ବୋଝ ସହିନପାରି ଦମ୍ପତିଙ୍କ ଆତ୍ମହତ୍ୟା। ମୃତ ଦମ୍ପତ୍ତି ହେଲେ ଲଡୁକିଶୋର ମହାରଣା ଓ ସଜନୀ ମହାରଣା । ଘରେ କେହି ନ ଥିବା ସମୟରେ କିଛି ବିଷାକ୍ତ ଦ୍ରବ୍ୟ ପାନ କରିଥିବା ସୂଚନା ।
ଖବର ଅନୁଯାୟୀ, ମୃତ ଦମ୍ପତ୍ତି ଗାଁରୁ ଗ୍ରୁପ ଲୋନ ନେଇଥିବା ବେଳେ ଏହାକୁ ପରିଶୋଧ କରିବାକୁ ନେଇ ଚିନ୍ତାରେ ଥିଲେ । ଗତ କିଛିଦିନ ପୂର୍ବରୁ ଲୋନ ପରିଶୋଧ କରିବା ନିମନ୍ତେ କିଛି ବ୍ୟକ୍ତି ମୃତକଙ୍କ ଘରୁ ଆସି ଟଙ୍କା ମାଗିଥିଲେ । ଘର କବାଟ ନ ଖୋଲିବାରୁ ସ୍ଥାନୀୟ ଲୋକେ ଘରେ ପଶି ଦେଖିଲା ବେଳକୁ ଉଭୟେ ବିଷ ପାନ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗ୍ରାହକଙ୍କ ଅଜାଣତରେ ଉଠୁଛି ଋଣ, ଶୁଝିବା ପରେ ବି ଗଡୁଛି ବକେୟା
ଭୁବନେଶ୍ୱର: ରାଜ୍ୟରେ ଅସାଧୁ ଫାଇନାନ୍ସ କମ୍ପାନୀଗୁଡ଼ିକ ସକ୍ରିୟ ରହିଛନ୍ତି। ଛୋଟ ବ୍ୟବସାୟୀମାନଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କୁ କମ୍ପାନୀଗୁଡ଼ିକ ଋଣ ପ୍ରଦାନ କରୁଛନ୍ତି। ତେବେ ଋଣ ପ୍ରଦାନକୁ ନେଇ ଏକ ବଡ଼ ଅନିୟମିତତା ତଥା ବେଆଇନ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। କିଛି ବ୍ୟକ୍ତି ଋଣ ନେଇ ଶୁଝିସାରିବା ପରେ ମଧ୍ୟ ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ଋଣ ଅନୁମୋଦନ ହୋଇଥିବା ଓ କିସ୍ତି ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ରାଜଧାନୀରେ ସକ୍ରିୟ ଥିବା ଫାଇନାନ୍ସ କମ୍ପାନୀଗୁଡ଼ିକର ସେଲ୍ସ କର୍ମଚାରୀମାନେ ଗ୍ରାହକଙ୍କୁ ନ ଜଣାଇ ସେମାନଙ୍କ ନାମରେ ଋଣ କରିନେଉଥିବା ଅଭିଯୋଗ ବଢ଼଼ିବାରେ ଲାଗିଛି। ତେବେ ଏଭଳି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବେଆଇନ ହୋଇଥିଲେ ମଧ୍ୟ ମାମଲାକୁ ପୁଲିସ ନିକଟକୁ ନ ନେଇ କମ୍ପାନୀ କର୍ତ୍ତୃପକ୍ଷ ନିଜ ସ୍ତରରେ ଚାପି ରଖୁଛନ୍ତି।
ରାଜଧାନୀରେ ଜଣେ ବ୍ୟକ୍ତି ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରେ ଋଣ କରିବାକୁ ଆବେଦନ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର ଆବେଦନ ଖାରଜ ହେବା ପରେ ସେ ବ୍ୟାଙ୍କକୁ ଋଣ ଖାରଜର କାରଣ ପଚାରିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ଫାଇନାନ୍ସ କମ୍ପାନୀ ଦ୍ୱାରା ସେମାନଙ୍କ ବିନାନୁମତିରେ ଋଣ ଅନୁମୋଦନ ହୋଇଛି। ଘଟଣା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ୨୦୨୦ ମସିହାରେ ଏକ ଫାଇନାନ୍ସ କମ୍ପାନୀଠାରୁ ୭୦ ହଜାର ଟଙ୍କାର ଋଣ ନେଇଥିଲେ। ତେବେ ଉକ୍ତ ଋଣକୁ ସେ ନିର୍ଦ୍ଧାରିତ ସମୟରେ ପଇଠ କରିସାରିଛନ୍ତି। ମାତ୍ର ଏବେ ବି ତାଙ୍କ ନାମରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଋଣ ଅନୁମୋଦିତ ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ତେବେ ଗତ ଏକମାସ ମଧ୍ୟରେ ଭୁବନେଶ୍ୱରରେ ଏଭଳି ୧୦ଟି ଅଭିଯୋଗ ଫାଇନାନ୍ସ କମ୍ପାନୀସ୍ତରରେ ପହଞ୍ଚିଥିବା ଦେଖିବାକୁ ମିଳିଲାନି। ଫାଇନାନ୍ସ କମ୍ପାନୀର ଜନୈକ ଶାଖା ପରିଚାଳକ ଏସମ୍ପର୍କରେ କହିଛନ୍ତି ଯେ ସେଲ୍ସ କର୍ମଚାରୀମାନେ ଫିଲ୍ଡକୁ ସାପ୍ତାହିକ ତଥା ମାସିକ କିସ୍ତି ଆଦାୟ କରିବାକୁ ଯାଉଛନ୍ତି। ଉକ୍ତ କର୍ମଚାରୀମାନେ ଋଣ ନେଉଥିବା ଗ୍ରାହକମାନଙ୍କର ତଥ୍ୟ ନିଜ ପାଖରେ ରଖୁଛନ୍ତି। ବାୟୋମେଟ୍ରିକ୍‌‌ଠାରୁ ଆରମ୍ଭ କରି ବ୍ୟକ୍ତିଗତ ତଥ୍ୟ ସେଲ୍ସ କର୍ମଚାରୀମାନଙ୍କ ପାଖରେ ରହୁଛି। ଏଣୁ ଅନେକ ସ୍ଥଳେ ଗ୍ରାହକମାନେ ଋଣ ଶୁଝିସାରିବା ପରେ ମଧ୍ୟ କର୍ମଚାରୀମାନେ ଗ୍ରାହକଙ୍କ ତଥ୍ୟକୁ ବ୍ୟବହାର କରି ପୁଣି ଥରେ ଋଣ ପାଇଁ ଆବେଦନ କରିନିଅନ୍ତି। ଋଣର କିସ୍ତି କର୍ମଚାରୀମାନେ ନିଜେ ପଇଠ କରନ୍ତି। ମାତ୍ର ଋଣ ସମ୍ପୃକ୍ତ ଗ୍ରାହକଙ୍କ ନାମରେ ରହିଥାଏ। ଏହା ଆଇନତଃ ଅପରାଧ ଅଟେ।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଅଫ୍‌‌ ଇଣ୍ଡିଆର ଅଧିକାରୀ ରମାକାନ୍ତ ଦାଶ କହିଛନ୍ତି ଯେ, ସମସ୍ତେ ନିଜ ସିବିଲ୍‌‌ ଓ ଲୋନ୍‌‌ ଷ୍ଟାଟସ୍‌‌କୁ ସମୟ ସମୟରେ ଯାଞ୍ଚ କରିବା ଦରକାର। ସାମାଜିକ ଗଣମାଧ୍ୟମ ମାତ୍ରାଧିକ ଭାବେ ସକ୍ରିୟ ହେବା ପରେ ବ୍ୟକ୍ତିଗତ ତଥ୍ୟ ଏବେ ସାର୍ବଜନୀନ ହୋଇଯାଇଛି। କିଛି ଉପହାର, ରିଆତି କିମ୍ବା ଆର୍ଥିକ ସୁବିଧା ସୁଯୋଗ ପାଇଁ ବ୍ୟକ୍ତିବିଶେଷ ନିଜ ତଥ୍ୟ ଦାଖଲ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି। ଫଳରେ ତଥ୍ୟ ସବୁ କମ୍ପାନୀଗୁଡ଼ିକ ପାଖରେ ସହଜରେ ଉପଲବ୍ଧ ହୋଇଯାଉଛି। ଏଣୁ ଏଦିଗରେ ଗ୍ରାହକ ନିଜେ ସତର୍କ ରହିବା ଦରକାର। ସେହିଭଳି ଏଭଳି ଋଣ ଠକେଇ କାରଣରୁ ସମ୍ପୃକ୍ତ ଗ୍ରାହକମାନେ ନିଜ ଆବଶ୍ୟକ ସମୟରେ ଋଣ ପାଉନାହାନ୍ତି।
ଏଣିକି ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା
ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଋଣକାରୀଙ୍କ ପାଇଁ ଆଶ୍ବସ୍ତିକର ଖବର। କାରଣ ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ପାଇଁ ଆଉ ଋଣକାରୀଙ୍କ ଉପରେ ଲାଗିବନି ଭାରି ଜୋରିମାନା। ଏଥିରୁ ଋଣକାରୀଙ୍କୁ ସୁରକ୍ଷା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଋଣକାରୀଙ୍କ ଉପରେ ଲାଗୁ କରାଯାଇଥିବା ଜୋରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ସୁଧ ଅସୁଲ କରିବା ବେଆଇନ। ଜୋରିମାନା ଆଦାୟ ବ୍ୟାଙ୍କ ପାଇଁ  ଆୟର ଉତ୍ସ ନୁହେଁ ବୋଲି ଆର୍‌ବିଆଇର ଏହି ଚିଠା ନିୟମରେ କହିଛି। ଜୋରିମାନାକୁ  ସୁଧ ନୁହେଁ ବରଂ ଏକ ଫି’ ଭାବରେ ଆଦାୟ କରାଯାଉ।
ଆର୍‌ବିଆଇ କହିଛି ଯେ ଏହା ବ୍ୟାଙ୍କଗୁଡିକ ଋଣକାରୀଙ୍କ ଉପରେ ଦଣ୍ଡବିଧାନ କରିବାର ଅଧିକାର ଦେଇଛି, କିନ୍ତୁ ଏହାର ଅପବ୍ୟବହାର କରାଯାଉଛି। ବ୍ୟାଙ୍କଗୁଡିକ ଏହାକୁ ଏକ ରାଜସ୍ୱ ଅଭିବୃଦ୍ଧିର ଉପକରଣ ଭାବରେ ବ୍ୟବହାର କରୁଛନ୍ତି। ଆର୍‌ବିଆଇର ଚିଠା ନିୟମ ଅନୁଯାୟୀ  ଅନେକ ନିୟନ୍ତ୍ରିତ ସଂସ୍ଥା ଜୋରିମାନା ସୁଧ ହାର ଆଦାୟ କରିଥାନ୍ତି। ଚିଠା ନିୟମରେ କୁହାଯାଇଛି ଯେ, ମୂଳ ସୁଧ ହାର ବ୍ୟତୀତ ଜରିମାନା ସୁଧ ହାରକୁ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥାଗୁଡିକ ରାଜସ୍ୱ ଅଭିବୃଦ୍ଧି ଉପକରଣ ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ। ତଥାପି, ସମୀକ୍ଷାରୁ ଜଣାପଡିଛି ଯେ ଦଣ୍ଡିତ ସୁଧ ଆଦାୟକୁ ନେଇ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ ନିୟମ ରହିଛି। ଏହାକୁ ନେଇ ଗ୍ରାହକଙ୍କ ଆଡୁ ବହୁତ ଅଭିଯୋଗ ଆସୁଛି ଯାହା ବିବାଦ ସୃଷ୍ଟି କରୁଛି। ଚିଠା ନିୟମରେ ଆରବିଆଇ ପ୍ରସ୍ତାବ ଦେଇଛି ଯେ ଏଣିକି ଋଣ ପରିଶୋଧ କ୍ଷେତ୍ରରେ ବିଳମ୍ବିତ ଇଏମ୍‌ଆଇ ପଇଠ ପାଇଁ ବ୍ୟାଙ୍କ ଜୋରିମାନା ସୁଧ ହାର ଆକାରରେ ଆଦାୟ କରାଯିବନାହିଁ। ଋଣ ଉପରେ ସୁଧ ହାର ପୁନର୍ବାର ନିର୍ଦ୍ଧାରଣ କରିବାର ସର୍ତ୍ତ ସହିତ ସୁଧ ହାର ନିର୍ଣ୍ଣୟ ଉପରେ ନିୟାମକ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରାଯିବା ଉଚିତ ବୋଲି ସର୍କୁଲାରରେ କୁହାଯାଇଛି।
ଏଥିସହ ପ୍ରତିଷ୍ଠାନଗୁଡ଼ିକ ସୁଧ ହାର ପାଇଁ କୌଣସି ଅତିରିକ୍ତ ଉପାଦାନ ପ୍ରବର୍ତ୍ତନ କରିବେ ନାହିଁ। ସର୍କୁଲାରରେ କୁହାଯାଇଛି ଯେ, ଜୋରିମାନା ଲାଗୁ ଜରିଆରେ କୌଣସି ପୁଞ୍ଜି ସୃଷ୍ଟି କରାଯିବନାହିଁ ଯେପରିକି ଏହିପରି ଚାର୍ଜ ଉପରେ ଆଉ କୌଣସି ସୁଧ ମଧ୍ୟ ଆଦାୟ କରାଯିବ ନାହିଁ। ପ୍ରଚଳିତ ବ୍ୟବସ୍ଥାରେ ଋଣକାରୀଙ୍କୁ ଜୋରିମାନା ଅର୍ଥ ଉପରେ ସୁଧ ଦେବାକୁ ପଡୁଛି।