Utkal Divas - The Sakala

କୃଷ୍ଣପ୍ରସାଦରେ ପଞ୍ଚୁଦୋଳ ପୁସ୍ତକ ମେଳା ବୈଠକ ଅନୁଷ୍ଠିତ: ମେଳାର ପଞ୍ଜୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଏକମାତ୍ର ପୁସ୍ତକ ମେଳା ପଞ୍ଚୁଦୋଳ ପୁସ୍ତକ ମେଳାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାଲୁଦ ପଞ୍ଚୁଦୋଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ଥାୟୀ ସଭାପତି ଉଲ୍ଲାସ ଚନ୍ଦ୍ର ଜେନା ସଭାପତିତ୍ୱ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସାହିତ୍ୟ ଏବଂ ସଂସ୍କୃତିର ପ୍ରସାର ଦିଗରେ ଏହି ମେଳାର ଏକ ସ୍ୱତନ୍ତ୍ର ପରିଚୟ ରହିଛି।

ଉକ୍ତ ବୈଠକରେ ସମ୍ପାଦକ ବିଷ୍ଣୁ ପ୍ରସାଦ ଦଳେଇ ବିଗତ ପୁସ୍ତକ ମେଳାର ଆୟ-ବ୍ୟୟର ହିସାବ ଉପସ୍ଥାପିତ କରିଥିଲେ। ଏହି ଆଲୋଚନାରେ ସର୍ବସମ୍ମତି କ୍ରମେ ପୁସ୍ତକ ମେଳାକୁ ସରକାରୀ ଭାବେ ରେଜିଷ୍ଟ୍ରେସନ ବା ପଞ୍ଜୀକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ଆଗାମୀ ଦିନରେ ଏହି ପୁସ୍ତକ ମେଳା କିପରି ଅଧିକ ସୁଚାରୁ ରୂପେ ପରିଚାଳିତ ହେବ ଏବଂ ବ୍ୟାପକ ସଫଳତା ହାସଲ କରିବ, ସେହି ବିଭିନ୍ନ ଦିଗ ଉପରେ ସଦସ୍ୟମାନଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଉତ୍କଳ ଦିବସ ପାଳନ ଓ କବିତା ପାଠ

ଏହି ବୈଠକ ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିରେ ଉତ୍କଳ ଦିବସ ମଧ୍ୟ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଉପସ୍ଥିତ କବି ଓ ଲେଖକମାନଙ୍କ ଦ୍ୱାରା ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ କବିତା ପାଠ କରିଥିବା ସ୍ରଷ୍ଟାମାନଙ୍କ ମଧ୍ୟରେ ପ୍ରଦୀପ କୁମାର ଦାସ, କାଶୀନାଥ ଜେନା, ଦେବରାଜ ଜେନା, ଅଶୋକ କୁମାର ଜେନା, ବିଦ୍ୟାଧର ପ୍ରଧାନ, ବାବୁଲା ନାୟକ, ରୁପାଲୀ ପଲେଇ, ପ୍ରବୀଣା ଦାସ, ମଧୁସୂଦନ ସାହୁ, ମହେନ୍ଦ୍ର ବେହେରା, ସଦାନନ୍ଦ ଗୌଡ଼, ସୁରେନ୍ଦ୍ର ପ୍ରଧାନ, ଲଳିତ କୁମାର ସ୍ୱାଇଁ, ପ୍ରେମଚାନ୍ଦ ପତ୍ର, ପ୍ରଭାଞ୍ଜନ ଦାଶ ଏବଂ ମନୋଜ କୁମାର ବାରିକ ପ୍ରମୁଖ ସାମିଲ ଥିଲେ।

ଓଡ଼ିଶା ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ନବୀନ କହିଛନ୍ତି ଯେ ଓଡ଼ିଶା ଦିବସ କେବଳ ଏକ ଉତ୍ସବ ନୁହେଁ; ଏହା ହେଉଛି ଆବେଗ। ଏହା ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର ପରିଚୟ। ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କ ପ୍ରତି ନବୀନ ସମ୍ମାନ ଜଣାଇଛନ୍ତି। ଏହାସହ ମାତୃଭାଷାର ଗୌରବକୁ ବଜାୟ ରଖି, ସଭିଙ୍କୁ ସାଥିରେ ନେଇ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନବୀନ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ଆଜି ଉତ୍କଳ ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ
ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ୧୯୩୬ ମସିହା ଆଜିର ଦିନରେ ମାନ୍ୟତା ମିଳିଥିଲା। ସମୟକ୍ରମେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା। ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ସାରା ରାଜ୍ୟରେ ଆଜିର ଦିନକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଏ।

ଉତ୍କଳ ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଓଡ଼ିଆ ଭାଷା ଏବଂ ସଂସ୍କୃତିର ପ୍ରତିଷ୍ଠାକୁ ମନେ ପକେଇବା। ୧୯୩୬ ପୂର୍ବର ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ସୀମାହୀନ ଅବସ୍ଥାରେ ଥିଲା। ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଥିଲା। ପଶ୍ଚିମରେ ସମ୍ବଲପୁରରେ ହିନ୍ଦୀ ଭାଷାର ପ୍ରଭାବ ଦେଖିବାକୁ ମିଳିଥିଲା। ଉତ୍ତରରେ ବାଲେଶ୍ୱରରେ ଥିଲା ବଙ୍ଗଳାର ପ୍ରଭାବ। ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା । ଦକ୍ଷିଣ ଓଡ଼ିଶାରେ ତେଲୁଗୁର ବିସ୍ତାର ପାଇଁ ହେଉଥିଲା ଉଦ୍ୟମ । ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରାଗଲା। ଏହାପରେ ଆରମ୍ଭ ହୋଇଥିଲା ଓଡ଼ିଆଙ୍କ ସ୍ୱାଭିମାନର ଲଢ଼େଇ । ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆରମ୍ଭ ହେଲା ଆନ୍ଦୋଳନ। ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ।

ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା। ସାର୍ ଅଷ୍ଟିନ୍‌ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା।

ଆଜି ଉତ୍କଳ ଦିବସ: କାହିଁକି ପାଳନ ହୁଏ ଏହି ମହାନ ଦିନ? ଏମିତି ଗଠନ ହୋଇଥିଲା ଆମ ଓଡ଼ିଶା
ଆପଣମାନେ ସମସ୍ତେ ଜାଣିଛନ୍ତି ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ଆଜିର ଏହି ବିଶାଳ ଓଡ଼ିଶା ପ୍ରଦେଶ କିପରି ଗଠନ ହୋଇଥିଲା? କେତେ ସଂଗ୍ରାମ ଓ ତ୍ୟାଗ ପରେ ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ହୋଇଥିଲା ଆମ ଓଡ଼ିଶା। ଆସନ୍ତୁ ଜାଣିବା ଆମ ମାଟିର ଏହି ଗର୍ବ ଆଉ ଗୌରବର ପ୍ରେରଣାଦାୟକ କାହାଣୀ।

ପ୍ରିୟ ଓଡ଼ିଶାବାସୀ ଆଜି ହେଉଛି ଏପ୍ରିଲ ଏକ ତାରିଖ ଅର୍ଥାତ ଆମର ପ୍ରିୟ ଉତ୍କଳ ଦିବସ। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି କାହିଁକି ଏହି ଦିନଟି ଏତେ ଗୁରୁତ୍ୱପୂର୍ଣ୍ଣ? ଥରେ ଭାବି ଦେଖନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଆମର ନିଜର କୌଣସି ସ୍ୱତନ୍ତ୍ର ପରିଚୟ ନଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ବଙ୍ଗ ମାନ୍ଦ୍ରାଜ ଏବଂ ମଧ୍ୟପ୍ରଦେଶ ସହିତ ଯୋଡି ହୋଇ ରହିଥିଲା। ଆମ ଭାଷା ଓ ସଂସ୍କୃତି ନିଜ ମାଟିରେ ହିଁ ଅବହେଳିତ ହେଉଥିଲା।

ସେହି ଅନ୍ଧକାର ସମୟରେ ଆଲୋକର ବର୍ତ୍ତିକା ସାଜି ଆଗକୁ ଆସିଥିଲେ କିଛି ମହାନ ସଂଗ୍ରାମୀ। ମଧୁସୂଦନ ଦାସ ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ବରପୁତ୍ରମାନେ ଅନୁଭବ କଲେ ଯେ ଯେପର୍ଯ୍ୟନ୍ତ ଆମର ନିଜର ଏକ ସ୍ୱତନ୍ତ୍ର ରାଜ୍ୟ ନାହିଁ ସେପର୍ଯ୍ୟନ୍ତ ଆମ ଜାତିର ଉନ୍ନତି ଅସମ୍ଭବ। ସେମାନେ ଉତ୍କଳ ସମ୍ମିଳନୀ ଗଠନ କଲେ ଏବଂ ଓଡ଼ିଆ ଜାତିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡିଲେ। ସେମାନଙ୍କର ଏହି ସ୍ୱପ୍ନ କେବଳ ଏକ ରାଜନୈତିକ ଦାବି ନଥିଲା ବରଂ ଥିଲା ଏକ ମହାନ ଜାତୀୟ ଆନ୍ଦୋଳନ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଲା। ସେ ବ୍ରିଟିଶ ସରକାରଙ୍କ ସହ ଲଢ଼େଇ କଲେ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯୁକ୍ତି ବାଢିଲେ। ଗାଁ ଗାଁ ବୁଲି ଉତ୍କଳମଣି ଗୋପବନ୍ଧୁ ଦାସ ଲୋକଙ୍କ ମନରେ ଜାତୀୟତାର ନିଆଁ ଜଳାଇଲେ। ଏହି ସଂଗ୍ରାମ କାହାଣୀ କେବଳ ନେତାମାନଙ୍କର ନଥିଲା ଏଥିରେ ସାମିଲ ଥିଲେ ଆମର ଅଗଣିତ ପୂର୍ବପୁରୁଷ ଯେଉଁମାନେ ନିଜ ମାତୃଭାଷା ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। ଏହା ଥିଲା ଆମର ମାତୃଭୂମିର ଅସ୍ମିତାର ଏକ ନିରବଚ୍ଛିନ୍ନ ଲଢ଼େଇ।

ଶେଷରେ ଦୀର୍ଘ ତିନି ଦଶନ୍ଧିର କଠୋର ସଂଗ୍ରାମ ପରେ ବ୍ରିଟିଶ ସରକାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତ ଇତିହାସରେ ଏକ ନୂଆ ଏବଂ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହେଲା। ଭାଷା ଭିତ୍ତିରେ ଗଠିତ ହେଲା ଦେଶର ପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଆମ ଓଡ଼ିଶା। ହଁ ଆଜ୍ଞା କେବଳ ଭାଷାକୁ ନେଇ ଗୋଟିଏ ନୂଆ ପ୍ରଦେଶ ଗଠନ ହେବା ଏକ ସାଧାରଣ କଥା ନଥିଲା। ଏହା ଥିଲା ଆମ ଓଡ଼ିଆ ଜାତିର ଦୃଢ଼ ଇଚ୍ଛାଶକ୍ତି ଏବଂ ଅଦମ୍ୟ ସାହସର ବିଜୟ। ସେହି ଐତିହାସିକ ବିଜୟକୁ ମନେ ରଖିବା ପାଇଁ ଆମେ ଉତ୍କଳ ଦିବସ ପାଳନ କରୁ।

ଆଜି ଯେତେବେଳେ ଆମେ ବନ୍ଦେ ଉତ୍କଳ ଜନନୀ ଗାନ କରୁ ଆମ ଦେହର ଲୋମ ଟାଙ୍କୁରି ଉଠେ। ଉତ୍କଳ ଦିବସ କେବଳ ଏକ ସାଧାରଣ ଛୁଟି ଦିନ ନୁହେଁ। ଏହା ହେଉଛି ଆମର ପରିଚୟ ଆମ ଗର୍ବ ଏବଂ ଆମ ପୂର୍ବଜମାନଙ୍କ ବଳିଦାନର ଏକ ପବିତ୍ର ସ୍ମାରକୀ। ଯେଉଁ ଓଡ଼ିଆ ଭାଷା ପାଇଁ ସେମାନେ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କଲେ ଆଜି ଆମର ଦାୟିତ୍ୱ ହେଉଛି ସେହି ଭାଷା ଓ ସଂସ୍କୃତିକୁ ଆହୁରି ଆଗକୁ ନେବା। ଆମ କଳା ସାହିତ୍ୟ ଏବଂ ସଂସ୍କୃତି ବିଶ୍ୱ ଦରବାରରେ ଆଜି ନିଜର ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଛି।

ତେଣୁ ଆସନ୍ତୁ ଆଜିର ଏହି ପବିତ୍ର ଉତ୍କଳ ଦିବସରେ ଆମେ ସମସ୍ତେ ମିଶି ଏହି ଶପଥ ନେବା ଯେ ଆମେ ଆମର ମାତୃଭାଷା ଓଡ଼ିଆକୁ ସବୁବେଳେ ସମ୍ମାନ କରିବା ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜର ପୂର୍ଣ୍ଣ ଯୋଗଦାନ ଦେବା। ଆମର ଆଗାମୀ ପିଢ଼ିକୁ ଆମର ଏହି ଗୌରବମୟ ଇତିହାସ ବିଷୟରେ ଜଣାଇବା। କାରଣ ଯେଉଁ ଜାତି ନିଜର ଇତିହାସକୁ ଭୁଲିଯାଏ ସେ କେବେବି ନିଜର ଭବିଷ୍ୟତ ଗଢିପାରେ ନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ବନ୍ଦେ ଉତ୍କଳ ଜନନୀ।

ସାଉଦି ଆରବର ରିୟାଧରେ ଉତ୍କଳ ଦିବସ ମହାସମାରୋହରେ ପାଳିତ
ଭୁବନେଶ୍ବର: ସୁଦୂର ମଧ୍ୟ ପ୍ରାଚ୍ୟର ବୃହତ୍ତମ ଦେଶ ସାଉଦି ଆରବର ରାଜଧାନୀ ରିୟାଧରେ ଏପ୍ରିଲ ୨୬ରେ ଦେଶରେ ଅବସ୍ଥିତ ପ୍ରଥମ ଓଡ଼ିଆ ସଂଗଠନ ରୋଜା ( ରିୟାଧ ସାମାଜିକ ତଥା ସାଂସ୍କୃତିକ ସଂଗଠନ) ତରଫରୁ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏହି ଊତ୍ସବରେ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ଶ୍ରୀ ଅଶୋକ ସାହୁ ବିଶେଷ ଅତିଥି ଭାବେ ଯୋଗଦାନ କରି ଏହି ଉତ୍ସବ ର ମହତ୍ୱ ବିଷୟରେ ଆଲୋକପାତ କରାଇଥିଲେ। ରୋଜା ସଂଗଠନର ପ୍ରଥମ ସଭାପତି ତଥା ବର୍ତମାନର ପରାମର୍ଶଦାତା ଡ଼କ୍ଟର ଫଂଜ଼ଲ ହକ ୧୫୦ ରୁ ଅଧିକ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମାତୃଭୂମି ଓଡ଼ିଶାର ସଂସ୍କୃତି , ଏତିହ୍ୟ , ପରମ୍ପରା ଓ ସହନଶୀଳତା ସମ୍ପର୍କରେ ଅତୀତର ଘଟଣାବଳୀ ର ବିଶେଷ ବର୍ଣନା କରିଥିଲେ।

ରୋଜା ସଂଗଠନର ବର୍ତମାନର ଅଧ୍ୟକ୍ଷ  ଆଜିମୁଦୀନ ଖାଁନ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଉତ୍କଳ ଦିବସ ପାଳନ ଉପଲକ୍ଷରେ ବିଶେଷ ଧନ୍ୟବାଦ ଦେଇଥିଲେ। ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ରାଉତ ବିଦେଶ ଭୂମିରେ କିପରି ରୋଜର ବିଶେଷ ଅଭିବୃଦ୍ଧି ହେଉ ତାହାଉପରେ ଆଲୋଚନା କରିଥିଲେ ତଥା ବିଶେଷ ଭାବେ ସୁଦୂର ଓଡିଶାରୁ ଆସୁଥିବା ପ୍ରବାସୀ ଭାଇ ଓ ଭଉଁଣି ମାନେ କିପରି ରୋଜା ସଙ୍ଗଠନରେ ଯୋଗଦାନ କରି ଦେଶ ତଥା ପ୍ରଦେଶ ପାଇଁ ଏହି ବିଦେଶ ଭୂମିରେ କଳା ଓ ସଂସ୍କୃତି ଅଭିବୃଦ୍ଧି ପାଇଁ ଯଥା ସମ୍ଭବ ଅବଦାନ ଦେଇପାରିବା ଉପରେ ଗୁରୁତ୍ୱ ଦେଇଥିଲେ। ରୋଜା ସଂଗଠନର ପ୍ରଥମ ମହିଳା ସଦସ୍ୟ ଶ୍ରୀମତୀ ଦୀପିକା ସୁବୁଧି ଚଳିତ ବର୍ଷ ବାର୍ଷିକ ସାଂସ୍କୃତିକ ଉତ୍ସବରେ ସମସ୍ତଙ୍କର ବିଶେଷ ଅନୁଦାନ ପାଇଁ ଅନୁରୋଧ କରିଥିଲେ। ଉତ୍ସବରେ ମାତୃଭୂମି ଓଡ଼ିଶାର ଅତୀତ ତଥା ବର୍ତମାନ ର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଉପରେ ବିଶେଷ କୁଇଜ଼ ସମସ୍ତଙ୍କୁ ଆନନ୍ଦ ତଥା ଜ୍ଞାନର ଅଭିବୃଦ୍ଧି କରାଇଥିଲା । ରୋଜା ସଂଗଠନର ଯୁବ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀଙ୍କ ଉତ୍ସବ ର ସଫଳତା ପାଇଁ ଉପସ୍ଥିତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ବିଶେଷ ପ୍ରଶଂସା କରିଥିଲେ । ରୋଜା ସଂଗଠନର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସରୋଜ ପାଣିଗ୍ରାହୀ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ନୂତନ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀକୁ ବିଶେଷ ଅଭିନନ୍ଦନ କରିଥିଲେ। ସର୍ବଶେଷରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ରୋଜା ସଂଗଠନ ତରଫରୁ ରକ୍ତଦାନ ଶିବିରର ଦିନ ଘୋଷଣା କରାଯାଇଥିଲା ତଥା ପୂର୍ବ ବର୍ଷ ପରି ବିଶେଷ ସଫଳତା ପାଇଁ ସମସ୍ତଙ୍କୁ ରକ୍ତଦାନ ପାଇଁ ବିଶେଷ ଅନୁରୋଧ କରାଯାଇଥିଲା ।

ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ,’ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା’।

ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। #OdishaDibasa pic.twitter.com/bFEZpXdjwk

— Naveen Patnaik (@Naveen_Odisha) April 1, 2023

ସେହିପରି ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମଧ୍ୟ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି।

ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବିଧାନସଭା ଠାରୁ ଆରମ୍ଭ କରି ରାଜ୍ୟର ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅଫିସ୍ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି । ସେହିପରି ଲୋକସେବା ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, କମିସନରେଟ୍ ପୁଲିସ ମୁଖ୍ୟାଳୟ , କୃଷି ଭବନ, ରିଜର୍ଭ ବ୍ୟାଙ୍କ ଓ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଛି ।

ଆଜି ଉତ୍କଳ ଦିବସ, ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ୧୯୩୬ରେ ଗଢାହୋଇଥିଲା ଓଡ଼ିଶା
ଭୁବନେଶ୍ବର : ୧୯୩୬ ମସିହା ଏପ୍ରିଲ ୧ ତାରିଖ ଥିଲା ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଭାଷାଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ୱପ୍ନ ସହିତ ଜଡିତ ଓଡିଆ ଜାତିର ସ୍ୱାଭିମାନର ଏକ ସ୍ମାରକ ଜନ୍ମ ନିଏ ସେଦିନ, ଯେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମନିଏ। ବିଚ୍ଛିନ୍ନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକକ ଅଞ୍ଚଳରେ ଗଢି ତୋଳିବାର ସଂକଳ୍ପକୁ ନେଇ ଚାଲିରହିଥିବା ଦୀର୍ଘ ଦିନର ସଂଗ୍ରାମର ଅନ୍ତ ହୁଏ ସେହି ଦିନ।

ଉତ୍କଳ ଇତିହାସର ସ୍ୱର୍ଣ୍ଣିମ ଦିନ ୧୯୩୬ ଅପ୍ରେଲ ୧। ବ୍ରିଟିଶ୍ ଶାସନ କାଳରେ ସ୍ୱତନ୍ତ୍ର ରାଜ୍ୟ ଭାବେ ରାଜ୍ୟ ଭାବେ ଏପ୍ରିଲ୍ ୧ରେ ନବଗଠିତ ହୋଇଥିଲା ଓଡ଼ିଷା । ଏହି ସ୍ମୃତିକୁ ଉଜ୍ଜୀବତ କରିବା ଲାଗି ପ୍ରତିବର୍ଷ ଏପ୍ରିଲ୍ ୧ରେ ପାଳନ ହେଉଛି ଉତ୍କଳ ଦିବସ । ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା । ସାଲ୍ ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।

ପ୍ରଥମେ ଛଅଟି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ଓଡ଼ିଶା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଜିଲ୍ଲାକୁ ଗଠିତ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଥିଲେ ସାର ଅଷ୍ଟିନ ହବାକ୍‌ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ପରିଣତ କରାଗଲା । ପ୍ରତି ବର୍ଷ ଏପ୍ରିଲ୍ ପହିଲାକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । ଭାଷାଭିତ୍ତିରେ ପ୍ରଥମ ରାଜ୍ୟ ଓଡ଼ିଶା । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି ।

ପୂର୍ବରୁ ଉତ୍କଳ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ଥିଲା, କେତେକ ଅଞ୍ଚଳ ବିହାରରେ ଥିବା ବେଳେ, ଦକ୍ଷିଣରେ ଗଂଜାମ, ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପରି କେତେକ ବୀରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ । ଏହା ପରେ ଜୋରଦାର ହୋଇଥିଲା ସଂଗ୍ରାମ । ଶେଷରେ ସାକାର ହେଲା ସ୍ୱପ୍ନ । ଓଡ଼ିଆଙ୍କୁ ମିଳିଥିଲା ନିଜ ପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ୧୯୩୬ ମସିହାରେ ଏପ୍ରିଲ ୧ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା।

ଚଳିତ ବର୍ଷ ଆଡ଼ମ୍ବରରେ ପାଳନ ହେବ ଉତ୍କଳ ଦିବସ
ଭୁବନେଶ୍ୱର: ଆସନ୍ତା ୧ ତାରିଖ ଓଡ଼ିଶା ଦିବସକୁ ରାଜ୍ୟରେ ଆକର୍ଷଣୀୟ ଭାବରେ ପାଳନ ନିମନ୍ତେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଦିନ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସାଧାରଣ ସଭା ତଥା ମୁଖ୍ୟ ଉତ୍ସବ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟ ଅତିଥ୍‌ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆଭାସୀ ପ୍ଲାଟଫର୍ମରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ବାଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ସମ୍ମାନିତ ଅତିଥ୍‌ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେବେ।

କାର୍ଯ୍ୟକ୍ରମରେ ଚିକିତ୍ସା ସେବା କ୍ଷେତ୍ରରେ ୧୦ଜଣ କୋଭିଡ଼ ଯୋଦ୍ଧାଙ୍କୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ସ୍ଥପତି ପଦ୍ମଶ୍ରୀ ସୁଦର୍ଶନପଟ୍ଟନାୟକଙ୍କ ଦ୍ବାରା ପ୍ରଦର୍ଶିତ ବାଲୁକା କଳାକୃତିକୁ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦ୍‌ଘାଟନ କରିବେ।

ଜିଲ୍ଲାସ୍ତରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିମାନେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଦିବସ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେବାକୁ ଥିବାବେଳେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପ୍ରମୁଖ ଆବାସିକ ଆୟୁକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ଉପଖଣ୍ଡସ୍ତରୀୟ ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟ ଉତ୍ସବକୁ ସମ୍ବନ୍ଧିତ କରି ସନ୍ଧ୍ୟାରେ ସାଧାରଣ ସଭା ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ଓ ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ନେଇ ସମସ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଆଜି ଉତ୍କଳ ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି।  ଏହି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଜ୍ୟବାସୀଙ୍କୁ #ଓଡ଼ିଶାଦିବସ ର ଆନ୍ତରିକ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା pic.twitter.com/SUmog0leo7

— Naveen Patnaik (@Naveen_Odisha) April 1, 2021

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ସେ ସମ୍ମାନ ଜଣାଇଛନ୍ତି। ମହାପୁରୁଷମାନେ ଭାଷା, ସାହିତ୍ୟ, ସଂସ୍କୃତିର ଗୌରବ ବୃଦ୍ଧି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବଜାୟ ରଖିବା ସହ ଏହାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୩୬ରେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବା। ସେତେବେଳେ ଓଡ଼ିଶାକୁ ସବୁ କ୍ଷେତ୍ରରେ ସାରା ଦେଶ ତଥା ବିଦେଶର ଏକ ବିକଶିତ ଓ ଆଦର୍ଶ ରାଜ୍ୟ ଭାବେ ଗଠନ କରିବା ଆମ ଲକ୍ଷ୍ୟ ହେବା ଉଚିତ। ଏଥିପାଇଁ ଆସନ୍ତୁ ଆମେ ସମସ୍ତେ ସଂକଳ୍ପବଦ୍ଧ ଭାବେ ଏକ ହୋଇ ଆଗକୁ ବଢ଼ିବା। #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ

— Naveen Patnaik (@Naveen_Odisha) April 1, 2021

ଆଜି ଓଡ଼ିଶା ମାଟି ମା’ର ଜନ୍ମ ଦିବସ
ଏପ୍ରିଲ ୧କୁ ‘ଉତ୍କଳ ଦିବସ’ ରୂପେ ପାଳନ କରିବା ହେଉଛି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା।

ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରମାନଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହେଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ପ୍ରଥମେ ଓଡ଼ିଶା ରାଜ୍ୟ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା। ସାର୍ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗ ହୋଇ ମୋଟ ୧୩ଟି ଜିଲ୍ଲା ହେଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁର୍ନବିଭାଜନ କରି ୩୦ଟି ଜିଲ୍ଲାରେ ବିଭକ୍ତ କରାଗଲା। ପ୍ରତିବର୍ଷ ଏପ୍ରିଲ୍ ପହିଲା ଦିନଟିକୁ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ।

କରୋନା କଟକଣା ମଧ୍ଯରେ ପାଳନ ହେବ ଉତ୍କଳ ଦିବସ
ଭୁବନେଶ୍ବର: ରାଜ୍ଯରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ଦିବସ ପାଳନ ଉପରେ କଟକଣା  ଲଗାଯାଇଛି। କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି। କରୋନା ନିୟମ ପାଳନ କରି ଯଦି ଅନ୍ୟ କୌଣସି ସଂଗଠନ ଉତ୍କଳ ଦିବସ ପାଳନ କରିବାକୁ ଚାହିଁବେ ତାହାଲେ ଜିଲ୍ଲାପାଳ, ମୁନିସିପାଲ ଚେୟାରମ୍ୟାନଙ୍କ ଠାରୁ ଅନୁମତି ନେଇପାରିବେ।

Orders on observance of 'UTKAL DIVAS' and related activities on April 1st, 2021 pic.twitter.com/aP36xKzaHu

— SRC, Govt of Odisha (@SRC_Odisha) March 26, 2021

ଉତ୍କଳ ଦିବସ ପାଳନ ଅବସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି। ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ବାରଣ କରାଯାଇଛି। ଏଥିସହ ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ଯକ୍ରମ ଉପରେ କଟକଣା ଜାରି କରାଯାଇଛି। ନିୟମ ଉଲଂଘନ କଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।