IEA - The Sakala

ଆଇଇଏର ଚେତାବନୀ, ଆହୁରି ମହଙ୍ଗା ହେବ ତେଲ
ୱାଶିଂଟନ୍‌: ଖାଉଟିଙକ ପାଇଁ ଖରାପ କବର। ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ତେଲ ଦର ଆଗାମୀ ଦିନରେ ଆହୁରି ମହଙ୍ଗା ହେବ। ଏହାଫଳରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିବ। ମୁଦ୍ରାସ୍ଫୀତି ଉପରମୁହାଁ ହୋଇ ବଜାର ମହଙ୍ଗା ହେବ। ତେଲ ଦର ବଢ଼ିଲେ ଭାରତୀୟ ଅର୍ଥନୀତି ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ନେଇ ଚେତାଇ ଦେଇଛି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ)। ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହକୁ ନେଇ ଗଠିତ ସଂଗଠନ ଓପେକ୍‌ ପ୍ଲସ୍‌ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଓପେକ୍‌ ପ୍ଲସ୍‌ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି।

ବର୍ତ୍ତମାନ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି କହିଛି ଯେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବା ପାଇଁ ଓପେକ୍‌ ପ୍ଲସ୍‌ ନେଇଥିବା ଏହି ନିଷ୍ପତ୍ତି ବିଶ୍ୱ ଅର୍ଥନୀତି ପାଇଁ ବିପଦଜନକ ହୋଇପାରେ। ଏଜେନ୍ସି କହିଛି ଯେ ଏହି କାରଣରୁ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା କରାଯାଉଛି ଏବଂ ଭାରତ ଭଳି ଦେଶର ଆମଦାନୀ ବିଲ୍‌ରେ ତୀବ୍ର ବୃଦ୍ଧି ଘଟିପାରେ। ପ୍ୟାରିସ ସ୍ଥିତ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମୁଖ୍ୟ ଫାତିହ ବିରୋଲ୍‌ କହିଛନ୍ତି ଯେ ୨୦୨୩ର ଦ୍ୱିତୀୟାର୍ଦ୍ଧରେ ବିଶ୍ବ ତୈଳ ବଜାରରେ ମାନ୍ଦାବସ୍ଥା ଭଳି ସଙ୍କେତ ରହିଥିଲା, ଯାହାର ପ୍ରଭାବ ସ୍ବରୂପ ଯୋଗାଣ ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏ ସମ୍ପର୍କରେ ଦ୍ୱିପାକ୍ଷିକ ବୈଠକ ପରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଉତ୍ପାଦନରେ ଅତିରିକ୍ତ ହ୍ରାସ ହେତୁ ମୂଲ୍ୟ ଉପରେ ଚାପ ବଢ଼ିପାରେ।

ସେ କହିଛନ୍ତି ଯେ ବର୍ତ୍ତମାନ ଯେତେବେଳେ ବିଶ୍ବ ଅର୍ଥନୀତି ଅତ୍ୟନ୍ତ ଜଟିଳ ପର୍ଯ୍ୟାୟରେ ରହିଛି ଏବଂ ଅନେକ ଉଦୀୟମାନ ଅର୍ଥନୀତି ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ଓପେକ୍‌ ପ୍ଲସ୍‌ ଦେଶଗୁଡିକ ନେଇଥିବା ଏହି ନିଷ୍ପତ୍ତି ବିଶ୍ବ ଅର୍ଥନୀତି ପାଇଁ ବିପଦପୂର୍ଣ୍ଣ ହୋଇପାରେ। ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ଉପରକୁ ଯିବାର ସମ୍ଭାବନା ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫ ଡଲାରରେ ରହିଛି। ଚଳିତବର୍ଷର ଦ୍ୱିତୀୟାର୍ଦ୍ଧକୁ ବିଚାରକୁ ନେଲେ ମୂଲ୍ୟ ବର୍ତ୍ତମାନର ସ୍ତରଠାରୁ ଅଧିକ ହୋଇପାରେ। ସେ କହିଛନ୍ତି ଯେ ଭାରତ ଏକ ପ୍ରମୁଖ ଶକ୍ତି ଆମଦାନୀକାରୀ ଦେଶ। ଓପେକ୍‌ ଦେଶଗୁଡିକର ନିଷ୍ପତ୍ତି ହେତୁ ଭାରତର ଆମଦାନୀ ମହଙ୍ଗା ହୋଇପାରେ।

ଯାହାର ଭାର ଅର୍ଥନୀତି ଏବଂ ଉପଭୋକ୍ତାଙ୍କୁ ବହନ କରିବାକୁ ପଡିପାରେ। ଅଶୋଧିତ ତୈଳର ଅଧିକ ମୂଲ୍ୟ କେବଳ ମୁଦ୍ରାସ୍ଫୀତି ବୃଦ୍ଧି କରିବନାହିଁ, ଏହା ଅନ୍ୟ ଦ୍ରବ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। କାରଣ ଭାରତ ଆମଦାନୀ ଉପରେ ନିର୍ଭର କରେ। ଭାରତ ଏହାର ଅଶୋଧିତ ତୈଳ ବ୍ୟବହାରର ପ୍ରାୟ ୮୫ ପ୍ରତିଶତ ଆମଦାନୀ କରିଥାଏ। ବିଶ୍ବର ତୃତୀୟ ବୃହତ ଆମଦାନୀକାରୀ ଦେଶ ହୋଇଥିବାରୁ ବ୍ୟବହାର କ୍ଷେତ୍ରରେ ଭାରତ ମଧ୍ୟ ତୃତୀୟ ସ୍ଥାନରେ ରହିଛି। ୨୦୨୨-୨୩ରେ ଭାରତ ଅଶୋଧିତ ତୈଳ ଆମଦାନୀ ପାଇଁ ୧୧୮ ବିଲିୟନ ଡଲାର ଖର୍ଚ୍ଚ କରିଥିଲା।