Jharsuguda by-election - The Sakala

ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା
ଝାରସୁଗୁଡ଼ା: ଝାରୁସୁଗୁଡ଼ା ଉପନିର୍ବାଚନ ଲାଗି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଉଚ୍ଚସ୍ତରୀୟ ସମୀକ୍ଷା । ଗୁଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ଡିଜି ଆଇନ ଓ ଶଙ୍ଖଳା ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ଝାରସୁଗୁଡ଼ା ଏସପିଙ୍କ ସହ ବି ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ, ଆଦର୍ଶ ଆଚରଣବିଧି ପାଳନ, ନିର୍ବାଚନ କମିଶନଙ୍କ ଗାଇଡଲାଇନ ପାଳନ, ଉପଯୁକ୍ତ ପୋଲିସ ଓ ନିରାପତ୍ତା ବ୍ୟବସ୍ଥା ଉପରେ ସେ ଆଲୋଚନା କରିଥିଲେ ।

ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ଜାବତ, ବେଆଇନ ମଦ କାରବାର ରୋକିବା, ଏନବିଡବ୍ଲୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଏଡିଜିପି ଆଇନ ଓ ଶୃଙ୍ଖଳା ଆର.କେ. ଶର୍ମା ମୋବାଇଲ ସ୍କ୍ବାଡ ଓ ଫ୍ଲାଇଂ ସ୍କ୍କାଡ ସମ୍ପର୍କରେ ସୂଚନା ଦେଇଥିଲେ । ନିର୍ବାଚନ ସୁପରିଚାଳନା ଲାଗି ସିଏପିଏଫ, ୧୬ ପ୍ଲାଟୁନ ଓଏସଏପି ଓ ଏପିଆର, ୨୫ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୮ଟି ଫ୍ଲାଇଂ ସ୍କ୍ବାଡ, ୮ଟି ଏସଏସଟି ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି । ଷ୍ଟ୍ରଙ୍ଗ ରୁମଗୁଡିକୁ କଡ଼ା ନିରାପତ୍ତାରେ ରଖାଯାଇଥିବାବେଳେ ସିସିଟିଭି ବଳୟରେ ସେଗୁଡିକୁ ରଖାଯାଇଥିବା କୁହାଯାଇଛି ।

ଝାରସୁଗୁଡ଼ା କିଷାନ ସମାଜ ସମ୍ମିଳନୀ: ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହୋଇ ଦୀପାଳି ଦାସଙ୍କୁ କଲେ ସମର୍ଥନ ଘୋଷଣା
ଝାରସୁଗୁଡ଼ା: ବେହେରାମାଲ ସ୍ଥିତ ଏକ ହଟେଲରେ କିସାନ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ମଙ୍ଗଳା କିସାନ,ସାରଦା ନାୟକ, କୁନା ତ୍ରିପାଠୀ, ରାଜେନ୍ଦ୍ର କୁଜୁର, ସନ୍ତୋଷ ମାଝୀ, ରାମତୁଲା ବୁଦୁଲା, ସନ୍ତୋଷ କୁମାର ମାଝୀ ସମେତ ଶତାଧିକ କିସାନସମାଜର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ଝାରସୁଗୁଡ଼ା ଓ ଭାତଲଇଡ଼ା ମହାଗୁଡ଼ିରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ଏହି ଦୁଇ ମହାଗୁଡ଼ି ଅଧିନରେଥିବା ଗୁଡି ମାନଙ୍କରେ କମ୍ପୁନିଟି ସେଣ୍ଟର ନିର୍ମାଣ, ଝାରସୁଗୁଡ଼ା ଠାରେ କିସାନ ସମାଜ କିସାନ ଭବନ ପାଇଁ ଦଖଲ କରିଥିବା ୪୦ ଡିସମିଲ ଜମିକୁ କିସାନ ସମାଜକୁ ହସ୍ତାନ୍ତର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ନେତୃବୃନ୍ଦଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

ସେହିପରି ବଢେଇମୁଣ୍ଡା ଠାରେ ଥିବା ଶ୍ନଶାନକୁ ଭଲରାସ୍ତା ନଥିବାରୁ ଏହି ରାସ୍ତାକୁ ନିର୍ମାଣ କରିବା, ପୁରୁଣାବସ୍ତି ଜୟଦେବ ବିହାର ରାସ୍ତା ନିର୍ମାଣ, ଝାଡ଼େଶ୍ଵର ମନ୍ଦିର ମୁକ୍ତି ଧାମ ରାସ୍ତାରେ ନବ ଦାସ ଓ କିଶୋର ମହାନ୍ତିଙ୍କ ପ୍ରତିମୂର୍ତି ସ୍ଥାପନ କରିବାକୁ କିସାନ ସମାଜ ଯୁବ ନେତା ଲିଙ୍ଗରାଜ କିସାନ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବିକାଶପୁରୁଷ, କିସାନ ସମାଜର ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ମାତ୍ରେ ଏହି ଦାବି ନିଶ୍ଚିତ ପୁରଣ ହେବ।

ଦେଶର ବିକାଶ ଦିଗରେ କିସାନ ସମାଜର ଭୂମିକା ରହିଛି। ସେହିପରି ଓଡ଼ିଶାକୁ ସମଗ୍ର ବିଶ୍ୱରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ଏଣୁ ଆସନ୍ତା ଉପନିର୍ବାଚନରେ ଦୀପାଳି ଦାସଙ୍କୁ ଭୋଟ ଦେବାକୁ ବିଜେଡିର ନେତାମାନେ ଅନୁରୋଧ କରିଛନ୍ତି। କିସାନ ସମାଜ ସମ୍ମଳନୀକୁ ବିନୋଦ ଅଶୋକ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଲିଙ୍ଗରାଜ ପ୍ରଧାନ, ବିନୋଦବିହାରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଝାରସୁଗୁଡା: ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଉପ ନିର୍ବାଚନ ପାଇଁ ଆଜି ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଡିଷ୍ଟ୍ରିକ୍ଟ ଲେଭେଲ EVM ଏଣ୍ଡ VVPAT ୱେର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ EVM ମସିନ ଗୁଡିକୁ ଇଂଜିନିଅରିଙ୍ଗ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମକୁ ନିଆଯିବାର ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଝାରସୁଗୁଡା ଉପନିର୍ବାଚନ ପାଇଁ ବ୍ଲକସ୍ତରରେ ପ୍ରଚାର ଆରମ୍ଭ କଲା ବିଜେଡି
ଝାରସୁଗୁଡ଼ା  : ଝାରସୁଗୁଡାରେ ଦେଖା ଦେଲାଣି ଉପନିର୍ବାଚନର ତାତି। ବିଜୁ ଜନତା ଦଳ ଆରମ୍ଭ କଲାଣି ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଏବଂ ପ୍ରଚାର ପ୍ରସାର। ମଙ୍ଗଳବାର ଏଠାରେ ଆୟୋଜିତ ସଭାରେ ବିଜେଡି ବରିଷ୍ଠ ନେତାମାନେ ଯୋଗଦେଇ ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିକାଶ ଦଳର ଏକମାତ୍ର ପ୍ରସଙ୍ଗ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ, କୋଲାବିରା ବ୍ଲକ ଦାୟିତ୍ୱରେ ଥିବା ନିରଞ୍ଜନ ପୂଜାରୀ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ପ୍ରାର୍ଥୀନି ଦୀପାଳି ଦାସ, ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳକୁ ବିପୁଳ ଭୋଟରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ଯେପରି ବିଜୁ ଜନତା ଦଳ ବିପୁଳ ଭୋଟରେ ବିଜୟୀ ହୋଇଛି।

ସେହିପରି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ମହିଳାଙ୍କ ସହାୟତାରେ ବିଜୁଜନତା ଦଳ ବିପୁଳ ଭୋଟ ନେବ ବୋଲି ବରିଷ୍ଠ ନେତୃମଣ୍ଡଳୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶକାର୍ଯ୍ୟ ଏବଂ ସ୍ୱର୍ଗତ ନବ ଦାସଙ୍କ ନୂତନ ଝାରସୁଗୁଡା ନିର୍ମାଣର ସ୍ୱପ୍ନ ବିଜୁ ଜନତା ଦଳକୁ ବିଜୟୀ କରିବ ବୋଲି ବିଜେଡି ପ୍ରାର୍ଥନୀ ଦୀପାଳି ଦାସ କହିଛନ୍ତି। ଏହି ଅଞ୍ଚଳରେ ସ୍ୱର୍ଗତ ନବ ଦାସ କରିଥିବା ବିକାଶ କାର୍ଯ୍ୟର ଧାରାକୁ ଦୀପାଳି ବଜାୟ ରଖିବେ ବୋଲି କହିଛନ୍ତି। ବିଜୁ ଜନତା ଦଳ ସବୁ ପରିସ୍ଥିତି ସମ୍ମୁଖିନ ହେବାକୁ ପ୍ରସ୍ତୁତ ରହିଛି। ଆମର ସାଂଗଠନିକ ପ୍ରସ୍ତୁତି ସବୁବେଳେ ରହିଥାଏ। ଏହି ଉପ ନିର୍ବାଚନରେ ଅନ୍ୟଦଳ ମାନେ ତାଙ୍କର ପ୍ରାର୍ଥ ଚୟନ କରିପାରୁନାହାନ୍ତି, ହେଲେ ବିଜୁ ଜନତା ଦଳର କର୍ମୀମାନେ ତାଙ୍କର ପ୍ରଚାର ଆରମ୍ଭ କଲେଣି। ଏଇଥିରୁ କ’ଣ ଫଳାଫଳ ହେବ ସମସ୍ତେ ଜାଣି ପାରୁଥିବେ। ବିଜୁଜନତା ଦଳ ପ୍ରତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓ ପ୍ରାର୍ଥୀ ପ୍ରତି ବିପୁଳ ସମର୍ଥନ ଏଠି ଲକ୍ଷ୍ୟ କରୁଛୁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି ଝାରସୁଗୁଡ଼ାରେ ସ୍ୱର୍ଗତ ନବ ଦାସ ଯେଉଁ ବିକାଶର ପରିକଳ୍ପନା କରିଥିଲେ। ତା ପୂର୍ବରୁ ମଧ୍ୟ ବିଜେଡ଼ି ଏହି ଅଞ୍ଚଳରେ ଯେଉଁ ବିକାଶ କାର୍ଯ୍ୟ କରିଆସୁଛି ସେଥିରେ ତିଳେ ମାତ୍ର ପୂର୍ଣ୍ଣଛେଦ କିମ୍ବା କମା ନ ପଡୁ ଏଥିପାଇଁ ଜନସାଧାରଣଙ୍କ ବିପୁଳ ଜନ ସମର୍ଥନ ରହିଛି। ଏଥର ଆମର ଏକମାତ୍ର ପ୍ରସଙ୍ଗ ବା ମାଷ୍ଟର ଷ୍ଟ୍ରୋକ ରହିବ ବିକାଶ। ଲୋକମାନଙ୍କ ସୁଅ ବିଜୁ ଜନତା ଦଳ ସପକ୍ଷରେ ରହିଛି ଏ ବିଜୟ ବିଶାଳ ବିଜୟ ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।