2nd odi - The Sakala

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ; ସିରିଜ୍ କବ୍‌ଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ରାୟପୁର: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ଵିତୀୟ ମୁକାବିଲା ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଜିତିବା ସହ ସିରିଜ୍ ବିଜୟ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ । ଏହା ପୂର୍ବରୁ ରାଞ୍ଜିରେ ଖେଳାଯାଇଥିବା ରୋମାଞ୍ଚକ ପ୍ରଥମ ଦିନିକିଆ ମୁକାବିଲାରେ ଭାରତ ମାତ୍ର ୧୨ ରନ୍‌ରେ ଭ୍ରମଣକାର ଦଳକୁ ପରାସ୍ତ କରିଛି । ଏହା ଫଳରେ ଭାରତ ୧-୦ରେ ଆଗୁଆ ରହିଛି। ଆଜି ଖେଳାଯିବାକୁ ଥିବା ଏହି ମୁକାବିଲାରେ ବିଜୟ ହାସଲ କରି ଭାରତ ଗୋଟିଏ ମ୍ୟାଚ୍ ବାକିଥାଲ ଆଗୁଆ ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିଛି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତର ଏହି ଲକ୍ଷ୍ୟକୁ ପରାହତ କରି ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବା ଲାଗି ଜୋରବାର ଉଦ୍ୟମ କରିବ ବୋଲି ଅଭ୍ୟାସରୁ ସ୍ପଷ୍ଟ ହୋଇଛି।

ସେପଟେ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମୁକାବିଲାରେ ଭାରତ ବିଜୟ ସହ ସିରିଜ୍ କବଜା ଲକ୍ଷ୍ୟରେ ରହିବ । ତେବେ ରାୟପୁରରେ ବିରାଟ କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍ । ସମ୍ଭାବ୍ୟ ଏକାଦଶରେ ଜୟସୱାଲ, ରୋହିତ, କୋହଲି, ଗାଏକ୍ୱାଡ୍, ରାହୁଲ, ସୁନ୍ଦର, ଜାଡେଜା, ରାଣା, କୁଲଦୀପ, ଅର୍ଶଦୀପ ଏବଂ ପ୍ରସିଦ୍ଧ କ୍ରିଷ୍ଣା ସାମିଲ ହୋଇପାରନ୍ତି ।

ଆଜି ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଭାରତ
ପୋର୍ଟ ଏଲିଜାବେଥ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ସେଣ୍ଟ ଜର୍ଜସ ପାର୍କରେ ମଙ୍ଗଳବାର ଖେଳାଯିବ। ଜୋହାନ୍ସବର୍ଗରେ ଗୋଲାପି ଜର୍ସି ପିନ୍ଧି ଖେଳିଥିବା ଦକ୍ଷିଣ ଆଫ୍ରିକାର ଦଳର ଶୋଚନୀୟ ପରାଜୟ ପରେ ନୂଆ ପିଢ଼ିର ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ ଉତ୍ସାହିତ। ଦକ୍ଷିଣ ଆଫ୍ରିକାକୁ ସେମାନଙ୍କ ଘରୋଇ ପଡ଼ିଆରେ ଭାରତ ଏପରି ଭାବେ ହରାଇବ ବୋଲି କେହି ଆଶା କରି ନଥିଲେ। ଏବେ ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି। କିନ୍ତୁ ଭାରତ ଲାଗି ଏହି ମ୍ୟାଚ୍‌ ଜିତିବା ଏତେଟା ସହଜ ହେବ ନାହିଁ। ମାତ୍ର ସପ୍ତାହକ ତଳେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ପ୍ରଥମ ଦିନିକିଆରେ ଶୋଚନୀୟ ପରାଜୟ ପରେ ଦକ୍ଷିଣ ଆଫ୍ରିକା ନିଶ୍ଚିତଭାବେ ଏହି ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ। ଏହା ଫଳରେ ମ୍ୟାଚ୍‌ଟି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଇପାରେ।

ଦ୍ୱନ୍ଦ୍ୱ; ରଜତ ନା ରିଙ୍କୁ

ପ୍ରଥମ ଦିନିକିଆରେ ଖେଳିଥିବା ଶ୍ରେୟସ ଆୟର ଏବେ ଟେଷ୍ଟ କ୍ୟାମ୍ପ୍‌ରେ ସାମିଲ ହୋଇଛନ୍ତି। ଫଳରେ ଭାରତୀୟ ଏକାଦଶରେ ଗୋଟିଏ ବ୍ୟାଟିଂ ସ୍ଥାନ ଖାଲି ହୋଇଛି। ଏହି ସ୍ଥାନରେ ଦଳ କାହାକୁ ଖେଳାଇବ ସେଥିଲାଗି ଦ୍ୱନ୍ଦ୍ୱରେ ରହିଛି। ଯଦି ଆୟରଙ୍କ ବରାବର ଖେଳାଳି ବଛାଯିବ, ତେବେ ପ୍ରତିଭାଧାରୀ ରଜତଙ୍କ ନାମ ପ୍ରଥମେ ଆସିବ। ରଜତ ନଂ-୪ରେ ଖେଳି ସଫଳ ହୋଇଛନ୍ତି। କିନ୍ତୁ ଘରୋଇ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରିଙ୍କୁ ସିଂ ଜଣେ ମ୍ୟାଚ୍‌ ଫିନିସର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ଏମାନଙ୍କ ସପକ୍ଷରେ ଅନ୍ୟମାନେ ରହିଛନ୍ତି। କିନ୍ତୁ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କାହାକୁ ଦ୍ୱିତୀୟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ କିମ୍ବା ଉଭୟ ଖେଳାଳି ଦଳରେ ସ୍ଥାନ ପାଇବେ ତାହା ମ୍ୟାଚ୍‌ ପୂର୍ବରୁ ଜଣାପଡ଼ିବ। ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ୍‌ରେ ଅନ୍ୟ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ପ୍ରଥମ ଦିନିକିଆରେ ପଦାର୍ପଣ କରି ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନଙ୍କୁ ନେଇ ଭାରତୀୟ ଦଳ ବେଶ ଆତ୍ମବିଶ୍ୱାସୀ ରହିଛି।

ମୁକେଶଙ୍କ ସ୍ଥାନରେ ଆକାଶଦୀପ

ଜୋହାନ୍ସବର୍ଗରେ ଭାରତର ଦୁଇ ଯୁବ ଫାଷ୍ଟ ବୋଲର ଅର୍ଶଦୀପ ସିଂ ଓ ଆଭେଷ ଖାନ୍‌ଙ୍କ ବୋଲିଂରେ ଦକ୍ଷିଣ ଆଫ୍ରିକା ହାରିଯାଇଥିଲା। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତ ୩ଟି ଯାକ ଫର୍ମାଟରେ ଖେଳିଥିବା ବେଙ୍ଗଲର ଫାଷ୍ଟ ବୋଲର ମୁକେଶ କୁମାର ଏହି ମ୍ୟାଚ୍‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏହି କାରଣରୁ ତାଙ୍କୁ ଯଦି ଦ୍ୱିତୀୟ ଦିନିକିଆରୁ ବାଦ୍‌ ଦିଆଯାଏ, ତେବେ ତାଙ୍କ ସ୍ଥାନରେ ଆକାଶଦୀପଙ୍କ ନାମ ବିଚାରକୁ ନିଆଯିବ। ସ୍ପିନ୍‌ ବିଭାଗରେ କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଆହତ ନହେଲେ ବାଦ୍‌ ଦେବାର ଆଦୌ ସମ୍ଭାବନା ନାହିଁ। ସ୍ଥିତିକୁ ଦେଖିଲେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତୀୟ ବୋଲିଂ ବାହିନୀରେ ପରିବର୍ତ୍ତନ ହେବାର ସମ୍ଭାବନା କମ୍‌।

ଦକ୍ଷିଣ ଆଫ୍ରିକା ଅପରିବର୍ତ୍ତିତ

ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିବା ପରେ ଘରୋଇ ଦଳରେ ପରିବର୍ତ୍ତନ ହେବା ସ୍ୱାଭାବିକ୍‌। କିନ୍ତୁ ଦକ୍ଷିଣ ଆଫ୍ରିକା ମଧ୍ୟ କିଛି ନୂଆ ଖେଳାଳିଙ୍କୁ ନେଇ ଖେଳୁଛି। ଜୋହାନ୍ସବର୍ଗର ସୁଇଂ ଓ ସିମ୍‌ରେ ପ୍ରତିଷ୍ଠିତ ବ୍ୟାଟର ମଧ୍ୟ ଫେଲ ମାରିଛନ୍ତି। ଏଣୁ ଏହି ବ୍ୟାଟରଙ୍କୁ ଗୋଟିଏ ବିଫଳତା ପରେ ବାଦ୍‌ ଦେବା ଆଶା କରଯାଏ ନାହିଁ। ସେଣ୍ଟ ଜର୍ଜସ ପାର୍କ ପିଚ୍‌ ମଧ୍ୟ ମନ୍ଥର। ଏଠାରେ କେଶବ ମହାରାଜ ଓ ତାବ୍ରେଜ ସାମସିଙ୍କ ପ୍ରଦର୍ଶନ ଭଲ ରହିଛି। ଏଣୁ ଦଳରେ କିଛି ପରିବର୍ତ୍ତନ ହେବାର ଆଶା ନାହିଁ।

ପିଚ୍‌ ମନ୍ଥର, ବର୍ଷା ଆଶଙ୍କା

ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ସେଣ୍ଟ ଜର୍ଜସ ପାର୍କ ପିଚ ଏବେ ମନ୍ଥର ବୋଲିଂକୁ ସୁହାଉଛି। ଏଠାରେ ଦକ୍ଷିଣ ଆଫ୍ରିକା ଖେଳିଥିବା ଶେଷ ୩ଟି ଦିନିକିଆ ମଧ୍ୟରୁ ଦୁଇଟିରେ ଏସିଆ ମହାଦେଶ ଦଳ ନିକଟରୁ ପରାଜିତ ହୋଇଛି। ଏହା ଭାରତୀୟ ଦଳ ଲାଗି ସୁଯୋଗ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ରେ ସାମାନ୍ୟ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି। ଡିସେମ୍ବର ୧୨ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଫଳରେ ପଛରେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ସହଜରେ ଜିତିନେଇଥିଲ। ଏଠାରେ ଯେଉଁ ଦଳ ଟସ୍‌ ଜିତିବ ସେହି ଦଳ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବାର ସମ୍ଭାବନା ଅଧିକ। ଏଣୁ ପଛରେ ବ୍ୟାଟିଂ କରିଥିବା ଦଳ ଏଠାରେ ଫାଇଦାରେ ରହିବ ବୋଲି ଆଶା କରାଯାଉଛି।

ଭାରତ

ଲୋକେଶ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ୱାଡ଼, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆଭେଷ ଖାନ୍‌, ଅର୍ଶଦୀପ ସିଂ ଓ ଆକାଶଦୀପ।

ଦକ୍ଷିଣ ଆଫ୍ରିକା

ଆଇଡେନ୍‌ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋଜି, ରାସି ଭାନ ଡର ଡୁସେନ, ଡେଭିଡ ମିଲର, ହେନ୍‌ରିକ୍‌ କ୍ଲାସେନ, କାଏଲ ଭେରିନ୍‌, ୱିଆନ ମୁଲ୍ଡର, ଆନ୍ଦିଲ ଫେଲୁକୱାଅ, ଓଟ୍ଟନିଏଲ ବାର୍ଟମ୍ୟାନ୍‌, ନାନ୍ଦ୍ରେ ବର୍ଗର, ଲିଜାର୍ଡ ୱିଲିୟମ୍ସ, ମିହଲାଲି ପୋଙ୍ଗୱାନା, କେଶବ ମହାରାଜ, ତାବ୍ରେଜ୍‌ ସାମ୍‌ସି।

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ: ଅଷ୍ଟ୍ରେଲିଆକୁ ହରାଇ ୯୯ ରନରେ ଜିତିଲା ଭାରତ
ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଇଥିଲା। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଥିଲା । ପରେ ଅଷ୍ଟ୍ରେଲିଆ ଦଳ ପଡଆକୁ ଓହ୍ଲାଇଥିଲା। କିଛି ଓଭର ଖେଳପରେ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ରହିଥିଲା। ପରେ  DLS ମେଥଡରେ ୩୩ ଓଭରରେ ୩୧୭ ରନ ଟାର୍ଗେଟ ଦିଆଯାଇଥିଲା। ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୨୮.୨ ଓଭରରେ ୨୧୭ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୯୯ ରନରେ ଜିତି ନେଇଛି ଭାରତ। ଏଥିସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ ରେ କବଜା କରିଛି ଭାରତ ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ସର୍ଟ ୮ ବଲରେ ୯ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର ୩୯ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ଦର୍ଶକଙ୍କୁ ନିରାଶ କରିଥିଲେ । କୌଣସି ରନ କରି ଆଉଟ ହୋଇଥିଲେ। ମାର୍ନସ ଲାବୁସାନ ୩୧ ବଲରେ ୨୭ ରନ ଓ ଜୋସ ଇଂଲିଶ ୯ ବଲରେ ୬ ରନ କରି ଆଉଟ ହୋଇଥିଲେ। ଆଲେକ୍ସ କ୍ୟାରୀ ୧୨ ବଲରେ ୧୪ ରନ ଓ  କାମେରନ ଗ୍ରୀନ ୧୩ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଆଡାମ ଜାମ୍ପା ୫ ବଲରେ ୫ ରନ କରି ଆଉଟ ହୋଇଥିଲେ। ପାରିକୁ ସିନ ଆବୋଟ ସମ୍ଭାଳି ରଖିଥିଲେ। ସିନ ଆବୋଟ ୩୬ ବଲରେ ୫୪ ରନ କରି ଆଉଟ ହୋଇଥିଲେ। ଜୋସ ହାଜେଲଉଡ୍‌ ୧୬ ବଲରେ ୨୩ ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ଆର ଅଶ୍ୱିନ ଓ  ବିନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୨ଟି ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମେ ଭାରତ ବ୍ୟାଟିଂ କରି ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ଶୁଭମନ ଗିଲ୍‌ ଓ ଶ୍ରେୟାସ ଆୟର ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ।  ଅଧିନାୟକ କେଏଲ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ।   ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

ଦ୍ବିତୀୟ ଦିନିକିଆ: ଗିଲ୍‌ -ଆୟରଙ୍କ ଶତକୀୟ ଓ ରାହୁଲ -ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକୀୟ ପାରି, ଅଷ୍ଟ୍ରେଲିଆକୁ ୪୦୦ ରନର ଟାର୍ଗେଟ ଦେଲା ଭାରତ
ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଆଜି ଖେଳାଯାଉଛି। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ଋତୁରାଜ ଗାଏକୱାଡ୍‌ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶୁଭମନ ଗିଲ୍‌ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍‌ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶନ କିଶନ ଓ କେଏଲ ରାହୁଲ ସମ୍ଭାଳିଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପରେ କେଏଲ ରାହୁଲଙ୍କ ସାଥ ଦେଇଥିଲେ ସୂର୍ଯ୍ୟକୁମାର ଯାଦବ । ଅଧିନାୟକ କେଏଲ ରାହୁଲ  ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ।   ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ୨ଟି ୱିକେଟ ନେଇଥିବା ବେଳେ ଜୋସ ହାଜେଲଉଡ୍‌, ସିନ ଆବୋଟ, ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ- ଓ୍ଵେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ୱେଷ୍ଟଇଣ୍ଡିଜର ସହଜ ବିଜୟ
ବ୍ରିଜ୍‌‌ଟାଉନ୍‌‌: ସ୍ଥାନୀୟ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଲୋ ସ୍କୋରିଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌‌ ୮୦ ବଲ୍‌‌ ବାକି ରଖି ୬ ୱିକେଟରେ ସହଜରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୦.୫ ଓଭରରେ ୧୮୧ ରନ କରି ଅଲଆଉଟ ହୋଇଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୩୬.୪ ଓଭରରେ ୪ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରି ବିଜୟୀ ହୋଇଛି। ଅତ୍ୟଧିକ ପରୀକ୍ଷା ନିରୀକ୍ଷା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ତାରୋଉବାରେ ମଙ୍ଗଳବାର ଖେଳାଯିବ। ଅଧିନାୟକ ସାଇ ହୋପ୍‌‌ ୬୩* ରନର ଅର୍ଦ୍ଧଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। କାଏଲ ମାୟର୍ସ ୩୬, ବ୍ରାଣ୍ଡନ କିଙ୍ଗ୍‌‌ ୧୫ ଓ କିସି କାର୍ଟି ଅପରାଜିତ ୪୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ପାଇଁ ଶର୍ଦ୍ଦୁଳ ଠାକୁର ୩ ଓ କୁଲଦୀପ ଯାଦବ ଗୋଟିଏ ୱିକେଟ ନେଇଥିଲେ। ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ପହଞ୍ଚିଛି।

ଇଶାନଙ୍କ ପଞ୍ଚମ ଅର୍ଦ୍ଧଶତକ: ଟସ୍‌‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନର ଇସାନ କିସାନ ଓ ଶୁବମାନ ଗିଲ୍‌‌ ପ୍ରଥମ ୱିକେଟରେ ୯୦ ରନ ସଂଗ୍ରହ କରିଥିଲେ। କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଭାରତୀୟ ଇନିଂସ ତାସ୍‌‌ ଘର ପରି ଭୁସୁଡି ପଡ଼ିଥିଲା। ଗିଲଙ୍କୁ ଆଉଟ କରି ସ୍ପିନର ଗୁଦାକେଶ ମୋତି ବ୍ରେକ୍‌‌ ଥ୍ରୁ ଦେଇଥିଲେ। ଗିଲ୍‌‌ ୩୪ ରନ କରି ଆଉଟ ହେବା ପରେ କିସାନ ଦଳ ତରଫରୁ ସର୍ବାଧିକ ୫୫ ରନକରି ପ୍ୟାଭିଲିୟନ ଫେରିଥିଲେ। କିସାନ କ୍ୟାରିୟରର ୫ମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ଗିଲ୍‌‌ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦ ରନ ପୂରଣ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୭ ଶତକ ଓ ୯ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ବାକି ବ୍ୟାଟରମାନେ କିଛି ଖାସ୍‌‌ କରିପାରି ନଥିଲେ। ସୂର୍ଯ୍ୟକୁମାର ଯାଦବ ୨୪ ରନ କରି ଆଉଟ ହୋଇଥିôବା ବେଳେ ଶାର୍ଦ୍ଦୁଳ ଠାକୁର ୧୬, ରବୀନ୍ଦ୍ର ଜାଡେଜା ୧୦ ରନ ସଂଗ୍ରହ କରିଥିଲେ ଓ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନଥିଲେ। ଏହି କ୍ରମରେ ସଞ୍ଜୁ ସାମସନ ୯, ଅକ୍ଷର ପଟେଲ ୧, କାମଚଳା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୭, ମୁକେଶ କୁମାର ୬ ରନ କରି ଆଉଟ ହେବା ସହ ନିରାଶ କରିଥିଲେ। କୁଲଦୀପ ଯାଦବ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ୱେଷ୍ଟଇଣ୍ଡିଜ ପାଇଁ ବାମହାତୀ ସ୍ପିନର ଗୁଦକେଶ ମୋତି ଓ ଦ୍ରୁତ ବୋଲର ରୋମାରିଓ ଶେଫେର୍ଡ ୩ଟି ଲେଖାଏ, ଅଲଜାରି ଜୋଶେଫ ୨, ଜେଡେନ ସିଲ୍ସ ଓ ୟାନିକ କାରିଆ ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଥିଲେ।

ଏଠାରେ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌‌ ଖେଳିଥିବା ଉଭୟ ଦଳରୁ ୨ ଜଣ ଲେଖାଏଁ ୪ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ ରୋହିତ ଓ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଅକ୍ଷର ପଟେଲ ଓ ସଞ୍ଜୁ ସାମସନଙ୍କୁ ଏହି ମ୍ୟାଚ୍‌‌ ଖେଳିବାର ସୁଯୋଗ ଦିଆଯାଇଛି। ସେହିପରି ୱେଷ୍ଟଇଣ୍ଡିଜ୍‌‌ ଦଳରୁ ରୋଭମାନ ପାୱେଲ ଓ ଡୋମିନିକ୍‌‌ ଡ୍ରେକ୍ସଙ୍କୁ ବାଦ୍‌‌ ଦିଆଯାଇଛି। ଏମାନଙ୍କ ସ୍ଥାନରେ କିସି କାର୍ଟି ଓ ଫାଷ୍ଟ ବୋଲରଙ୍କୁ ଆଲଜରି ଯୋଶେଫ୍‌‌ଙ୍କୁ ଖେଳିବାକୁ ସୁଯୋଗ ମିଳିଛି।

ସଂକ୍ଷିପ୍ତ ସ୍କୋର

ଭାରତ: ୧୮୧/୧୦, ୪୦.୫ ଓଭର (କିଶାନ- ୫୫, ଗିଲ୍‌‌- ୩୪, ସୂର୍ଯ୍ୟକୁମାର- ୨୪, ଠାକୁର- ୧୬, ଜାଡେଜା- ୧୦, ମୋତି- ୩/୩୬, ରୋମାରିଓ- ୩/ ୩୭)।

ୱେଷ୍ଟଇଣ୍ଡିଜ: ୧୮୨/୪, ୩୬.୪ ଓଭର (ହୋପ୍‌‌- ୬୩*, କାର୍ଟି- ୪୮* , ମାୟର୍ସ- ୩୬, କିଙ୍ଗ୍‌‌- ୧୫, ଠାକୁର- ୩/ ୪୨, କୁଲଦୀପ- ୧/୩୦)।

ଆଜି ୱେଷ୍ଟଇଣ୍ଡିଜ୍‌‌ ବିପକ୍ଷ ଦ୍ୱିତୀୟ ଦିନିକିଆ: ସିରିଜ୍‌‌ କବ୍‌‌ଜା ଲକ୍ଷ୍ୟରେ ଭାରତ
ବ୍ରିଜ୍‌‌ଟାଉନ୍‌‌: ଦିନିକିଆ କ୍ରିକେଟରେ ଦୁଇଥରର ବିଶ୍ୱ ଚାମ୍ପିଅନ୍‌‌ ୱେଷ୍ଟଇଣ୍ଡିଜର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। ଜିମ୍ବାୱେରେ ଅନୁଷ୍ଠିତ ବିଶ୍ୱକପ୍‌‌ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ପରାଜିତ ହୋଇ ବାଦ୍‌‌ ପଡ଼ିବା ପରେ ଗୁରୁବାର ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଦୟନୀୟ ପ୍ରଦର୍ଶନ କରି ହାରିଯାଇଥିଲା। ଘରୋଇ ମାଟିରେ ଦିନିକିଆ ବିଶ୍ୱକପ୍‌‌ ଲାଗି ପ୍ରସ୍ତୁତି ଚଳାଇଥିବା ଭାରତ ସମସ୍ତ ବିଭାଗରେ ୱେଷ୍ଟଇଣ୍ଡିଜ୍‌‌କୁ ମାତ୍‌‌ ଦେଇ ସହଜ ବିଜୟ ହାସଲ କରିଥିଲା। ଏପରିକି ବିଜୟ ଲକ୍ଷ୍ୟ ମାତ୍ର ୧୧୫ ଥିବାରୁ ଦଳ ସମସ୍ତ ଯୁବ ତଥା ନୂଆ ଖେଳାଳିଙ୍କୁ ବ୍ୟାଟିଂ ଅର୍ଡରରେ ଆଗୁଆ ପଠାଇଥିଲା। ଶାର୍ଦ୍ଦୁଳ ଠାକୁର ନଂ-୬ରେ ବ୍ୟାଟିଂ କରିଥିଲାବେଳେ ବ୍ୟାଟିଂ କରିବାକୁ ସୁଯୋଗ ପାଇ ନଥିବା ବିରାଟ କୋହଲି ନଂ-୮ରେ ବ୍ୟାଟିଂ କରିଥାନ୍ତେ। ଆବଶ୍ୟକ ହେବାରୁ ଓପନର ରୋହିତ ଶର୍ମା ନଂ-୭ରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଭଳି ସ୍ଥିତିରେ ଏଠାରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌‌ ଭ୍ରମଣକାରୀ ଦଳ ଭାରତ ଲାଗି କିଛି ବଡ଼ ଧରଣର ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉ ନାହିଁ। କିନ୍ତୁ ଏହି ମ୍ୟାଚ୍‌‌ ଲାଗି ୱେଷ୍ଟଇଣ୍ଡିଜ୍‌‌ ଚୂଡାନ୍ତ ଦଳରେ ଏବଂ ଭାରତୀୟ ବ୍ୟାଟିଂ ଅର୍ଡରରେ ନିଶ୍ଚିତ ପରିବର୍ତ୍ତନ ହେବ।

ଏହି ସିରିଜ୍‌‌ ଲାଗି ଭାରତୀୟ ଦଳରେ କୌଣସି ବରିଷ୍ଠ କିମ୍ବା ଅଭିଜ୍ଞ ପେସ୍‌‌ ବୋଲର ନାହାନ୍ତି। ଏହା ସତ୍ତ୍ବେ ଦଳ ପେସ୍‌‌ ବୋଲିଂ ଲାଗି ଖ୍ୟାତି ଅର୍ଜନ କରିଥିବା ୱେଷ୍ଟଇଣ୍ଡିଜ୍‌‌ ପିଚ୍‌‌ରେ ଏହି ଦଳକୁ ୧୧୪ ରନ୍‌‌ରେ ସୀମିତ ରଖିଥିଲା। ଏହାର ଶ୍ରେୟ ନେଇଥିଲେ ଦଳର ଦୁଇ ଅଭିଜ୍ଞ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ। ବ୍ରିଜ୍‌‌ଟାଉନ୍‌‌ ପିଚ୍‌‌ ଉଭୟ ବୋଲରଙ୍କୁ ସହାୟତା କରିଥିଲା। ଯାହା ଫଳରେ ଏହି ମ୍ୟାଚଟି ମାତ୍ର ୪୫.୫ ଓଭରରେ ଶେଷ ହୋଇଯାଇଥିଲା। ଏଥିଲାଗି ୱେଷ୍ଟଇଣ୍ଡିଜ୍‌‌ ଦଳ ସ୍ପିନରଙ୍କୁ ଉଚିତ ମୁକାବିଲା କରିବା ଭଳି ଖେଳାଳିଙ୍କୁ ଏହି ମ୍ୟାଚ୍‌‌ରେ ଖେଳାଇବାର ସମ୍ଭାବନା ରହିଛି। ବିଜୟ ଲକ୍ଷ୍ୟ ୧୧୫ ରନ୍‌‌ ଥିବାରୁ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଟପ୍‌‌ ଅର୍ଡରରେ ଖେଳିବାକୁ ଦେଇ ନଥିଲେ। ପିଚ୍‌‌ ବୋଲରଙ୍କୁ ସୁହାଇଥିଲା ଓ ଘରୋଇ ଦଳର ସ୍ପିନର ଗୁଡକେଶ ମୋତି ଏଥିରୁ ଫାଇଦା ନେଇଥିଲେ। ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବା ମ୍ୟାଚ୍‌‌ର ପିଚ୍‌‌ ଏତେ ଟର୍ଣ୍ଣ ନେବ ନାହିଁ। କିନ୍ତୁ ଏଠାରେ ଗତ ୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ରେ ବୋଲରଙ୍କ ପ୍ରାଧାନ୍ୟ ରହିଛି। ଭାରତ ଏଥିରୁ ଫାଇଦା ଉଠାଇ ଆଗୁଆ ସିରିଜ୍‌‌ କବ୍‌‌ଜା କରିବ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ବ୍ୟାଟିଂ ଅର୍ଡରକୁ ଛାଡିଦେଲେ ଆଉ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌‌। କିନ୍ତୁ ପ୍ରଥମ ମ୍ୟାଚ୍‌‌ରେ ସଞ୍ଜୁ ସାମସନଙ୍କୁ ଖେଳିବା ସୁଯୋଗ ମିଳି ନଥିବାରୁ ସମର୍ଥକ ମାନେ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ପେସ୍‌‌ ବୋଲର ଜୟଦେବ ଉନାଦକତ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳି ନଥିବାରୁ ଏହାକୁ ନେଇ ଦଳ ସମାଲୋଚିତ ହୋଇଛି। ଏହି ସିରିଜ୍‌‌ରେ ବାକିଥିବା ଦୁଇଟି ମ୍ୟାଚ୍‌‌ରେ ଏମାନଙ୍କୁ କିପରି ସୁଯୋଗ ମିଳିବ ତାହାକୁ ନେଇ ଟିମ୍‌‌ ମ୍ୟାନେଜମେଣ୍ଟ ଆଶାୟୀ ରହିଛି। ଭାରତ ଯଦି ଟସ୍‌‌ ଜିତେ ତେବେ ନିଶ୍ଚିତ ବ୍ୟାଟିଂ କରିବାକୁ ପସନ୍ଦ କରିବ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି

ଜିମ୍ବାୱେରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌‌ରେ ହାରିଯିବା ପରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ଆଉ କିଛି ଖେଳାଳି ଆମେରିକାରେ ମେଜର ଲିଗ୍‌‌ କ୍ରିକେଟ ଖେଳିବାକୁ ଯାଇଥିଲେ। ସେଠାରେ ନିକୋଲସ ପୂରନ ଏମ୍‌‌ଆଇ ନ୍ୟୁୟର୍କର ନେତୃତ୍ୱ ନେଉଥିଲାବେଳେ ୱାଶିଂଟନ ଫ୍ରିଡମ ପକ୍ଷରୁ ଆକିଲ ହୋସେନ୍‌‌ ଖେଳୁଛନ୍ତି। ଜେସନ ହୋଲ୍ଡରଙ୍କୁ ବିଶ୍ରାମ ଦିଆଯାଇଛି। ଆଲଜରୀ ଯୋଶେଫଙ୍କୁ ମଧ୍ୟ ବିଶ୍ରାମ ମିଳିଛି। ସେ ପ୍ରଥମ ଦିନିକିଆ ଖେଳି ନଥିଲେ। ଏଠାରେ ସେ ଦ୍ୱିତୀୟ ଦିନିକିଆ ଖେଳିବାର ସମ୍ଭାବନା ରହିଛି। ବ୍ୟାଟିଂରେ ରୋଭମାନ ପାୱେଲ ସଂଘର୍ଷ କରିଥିଲେ। ତାଙ୍କ ସ୍ଥାନରେ କିସି କାର୍ଟିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଦୁଇ ସ୍ପିନର ଗୁଡକେଶ ମୋତି ଓ ୟାନିକ୍‌‌ କାରିଆଙ୍କ ସ୍ଥାନ ଅପରିବର୍ତ୍ତିତ ରହିପାରେ।

ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ୧୦ ଓ୍ଵିକେଟରେ ଜିତି ସିରିଜ୍ ୧-୧ରେ ବରାବର କଲା ଅଷ୍ଟ୍ରେଲିଆ
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ୨ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬ ଓଭରରେ ସମସ୍ତ ୱିକେଟ ହରାଇ ୧୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆର ଗୋଟିଏ ବି ୱିକେଟ ନ ହରାଇ ସହଜରେ ଆଜିର ମ୍ୟାଚକୁ ଜିତି ନେଇଛି। ଅଷ୍ଟ୍ରେଲିଆ ୧୧ ଓଭରରେ ୧୨୧ ରନ କରି ଏହି ମ୍ୟାଚକୁ ଜିତି ନେଇଛି। ଫଳରେ ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୧-୧ ବରାବର ସ୍ଥିତିକୁ ଆଣିଛି ଅଷ୍ଟ୍ରେଲିଆ। ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ନିର୍ଣ୍ଣାୟକ ଶେଷ ଦିନିକିଆ।

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍‌ ହେଡ୍‌ ୩୦ ବଲରେ ୫୧ ରନ କରି ଅପରାଜିତ ଥିବା ବେଳେ ମିଚେଲ୍‌ ମାର୍ସ ୩୬ ବଲରେ ୬୬ ରନ କରି ଅପରାଜିତ ରହିଥିଲେ।

୨ୟ ଦିନିକିଆରେ ଶ୍ରୀଲଙ୍କାକୁ ୪ ୱିକେଟରେ ହରାଇ ସିରିଜ କବଜା କଲା ଭାରତ
କୋଲକାତା: ଶ୍ରୀଲଙ୍କା ବିପକ୍ଷରେ ୨ୟ ଦିନିକିଆ ମ୍ୟାଚ୍‌ ଜିତି ସିରିଜ କବଜା କଲା ଭାରତ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଖେଲାଯାଇଥିଲା। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଥିଲା। ତେବେ ଏହି  ମ୍ୟାଚକୁ ଭାରତ ୪୩.୨ ଓଭରରେ ୬ ୱିକେଟ ହରାଇ ୨୧୯ ରନ କରି ଜିତି ନେଇଛି। ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜରେ କ୍ରମାଗତ ଭାବେ ୨ୟ ଦିନିକିଆ ମ୍ୟାଚ୍‌ ଜିତି ସିରିଜ କବଜା କରିିଛି ଭାରତ ।

ଭାରତ ପକ୍ଷରୁ ରୋହିତ ଶର୍ମା ଓ  ଶୁଭମନ ଗିଲ୍‌ ପଡିଆକୁ ଓହ୍ଲାଇଥିଲେ।  ରୋହିତ ଶର୍ମା ୨୧ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ୍‌ ୧୨ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୯ ବଲରେ ୪ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶ୍ରେୟାସ ଆୟର ଓ କେ ଏଲ ରାହୁଲ ସମ୍ଭାଳିଥିଲେ। ଶ୍ରେୟାସ ଆୟର ୩୩ ବଲରେ ୨୮ ରନ କରି ଆଉଟ ହୋଇଲେ। ପରେ କେ ଏଲ ରାହୁଲଙ୍କ ସାଥ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ହେଲ ୫୩ ବଲରେ ୩୬ ରନ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ରାହୁଲଙ୍କ ସାଥ ଦେଇଥିଲେ। ଅକ୍ଷର ପଟେଲ ୨୧ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ କୁଲଦୀପ ଯାଦବ କେ ଏଲ ରାହୁଲଙ୍କ ସାଥ ଦେଇଥିଲେ। କୁଲଦୀପ ଯାଦବ ୧୦ ବଲରେ ୧୦ ରନ କରି ଅପରାଜିତ ରହିଥିବା ବେଳଏ ପାରିକୁ ସମ୍ଭାଳିଥିବା କେ ଏଲ ରାହୁଲ  ୧୦୩ ବଲରେ ୬୪ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ  ଲାହିରୁ କୁମାରା ଓ ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କାସୁନ ରଜିଥା ଓ ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ: ଭାରତକୁ ୨୧୬ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା
କୋଲକାତା: ଭାରତ-ଶ୍ରୀଲଙ୍କା ମଧ୍ଯରେ ୨ୟ ଦିନିକିଆ ମ୍ୟାଚ୍‌ ଇଡେନ ଗାର୍ଡ଼େନ୍ସ ଗ୍ରାଉଣ୍ଡରେ ଖେଲାଯାଉଛି। ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୫ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭରତକୁ ୨୧୬ ରନର ଆବଶ୍ୟକତା ରହିଛି।

ଶ୍ରୀଲଙ୍କା ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ୧୭ ବଲରେ ୨୦ ରନ କରି ଆଉଟ ହୋଇଥିବା ବେଳ ନୂୱାନିଦୁ ଫର୍ଣ୍ଣାଣ୍ଡୋ ୬୩ ବଲରେ ୫୦ ରନ କରି ଆଉଟ  ହୋଇଥିଲେ। ପରେ କୁଶଲ ମେଣ୍ଡିସ୍‌ ୩୪ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଧନଞ୍ଜୟ ଡି ସିଲଭା କୌଣସି ରନ ନ କରି ଆଉଟ ହୋଇଥିଲେ। ପେର ପାରିକୁ ଚରିଥ ଆଶାଲଙ୍କା ଓ ଫର୍ମରେ ଥିହା ଶ୍ରୀଲଙ୍କାର ଅଧିନାୟକ ଡାସୁନ ଶଣକା ସମ୍ଭାଳିବାକୁ ଆସିଥିଲେ। ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନ ଥିଲେ। ଚରିଥ ଆଶାଲଙ୍କା ୨୧ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଡାସୁନ ଶଣକା ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା ୧୭ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଚାମିକା କରୁଣାରତ୍ନେ ୨୫ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୁନିଥ ୱେଲାଲେଜ ୩୪ ବଲରେ ୩୨ ରନ କରି ଆଉଟ ହୋଇଥିବା ବେଳ କାସୁନ ରଜିଥା ୨୧ ବଲରେ ୧୭ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଛନ୍ତି। ସେହିପରି ଉମ୍ରାନ ମଲିକ ୨ଟି  ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଛନ୍ତି।

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ
କୋଲକାତା: ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ 1-0ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ଯାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି ।

ଲଗାତାର ମ୍ୟାଚ୍ ଜିତି ଦଳର ମନୋବଳ ଦୃଢ ଥିବାରୁ ଆଜି ମଧ୍ୟ ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବ ଟିମ୍ ଇଣ୍ଡିଆ । ସେପଟେ ଟି-ଟ୍ବେଣ୍ଟି ସିରିଜ ହାରିବା ପରେ ଦିନିକିଆରେ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିବ ଶ୍ରୀଲଙ୍କା । ଆଜି ଭାରତକୁ ଚେକ୍ ଦେଇ ସିରିଜକୁ ଫେରିବାକୁ ଉଦ୍ୟମ କରିବ ଦଳ । ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ରନରେ ହରାଇଥିଲା ମେନ ଇନ୍ ବ୍ଲୁ ।

ଭାରତ ଓ ଦକ୍ଷିଣ ଆଫ୍ରିକା ୨ୟ ଦିନିକିଆ: ଭାରତର ଦମଦାର ବିଜୟ, ୭ ୱିକେଟରେ ଦ.ଆଫ୍ରିକାକୁ ହରାଇଲା ଭାରତ
ରାଞ୍ଚି: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ମ୍ୟାଚରେ ଟସ ଜିତି ଭ୍ରମଣକାରୀ ଦଳ ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦ.ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୭୮ ରନ କରିଥିଲା। ଭାରତକୁ ଏହି ମ୍ଯାଚକୁ ଜତିବାକୁ ହେଲେ ୨୭୯ ରନର ଆବଶ୍ୟକତା ରହିଥିଲା। ଭାରତ ୩ ୱିକେଟ ହରାଇ ୪୫ ଓଭର ୫ଟି ବଲରେ ୨୮୨ ରନ କରି ସହଜରେ ଜିତି ନେଇଛି।  ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ସ୍ଥିତିରେ ରହିଥିଲା।

ଫଳରେ ଭାରତ ପକ୍ଷରୁ ଶିଖର ଧାୱନ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୨୬ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଇଶାନ କିଷନ ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଇଶାନ କିଷନ  ୮୪ ବଲରେ ୯୩ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଶ୍ରେୟାସ ଆୟର ଲଢୁଆ ବ୍ଯାଟିଂ ଜାରି ରଖି ଶତକୀୟ ଇଂନିସ ଖେଳିଥିଲେ। ଇଶାନ କିଷନ ଆଉଟ ହେବା ପରେ ଶ୍ରେୟାସ ଆୟରଙ୍କ ସଞ୍ଜୁ ସାମସନ ପାରିକୁ ଆଗେଇ ନେଇଥିଲେ। ଶ୍ରେୟାସ ଆୟର ୧୧୧ ବଲରେ ୧୧୩ ରନ କରି ଅପରାଜିତ ରହିଥିବା ବେଳେ ସଞ୍ଜୁ ସାମସନ ୩୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା, ବିଜୋନ ଫୋରଟ୍ୟୁନ ଓ ୱେନେ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ: ଭାରତକୁ ୨୪୭ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ
ଲର୍ଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯାଉଛି। କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଆଜିର ଦ୍ବିତୀୟ ଦିନିକିଆରେ ଟସ୍‌ ଜିିତ ଭାରତର ବୋଲିଂ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟାରଙ୍କ ସ୍ଥାନରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ବ୍ଯାଟିଂ କରି ୪୯ ଓଭରରେ ୨୪୬ରନ କରି ଅଲଆଉଟ ହୋଇଛନ୍ତି। ଏହି ମ୍ଯାଚକୁ ଜିତିବାକୁ ହେଲେ ଭାରତକୁ ୨୪୭ରନର ଆବଶ୍ଯକତା ରହିଛି।

ଇଂଲଣ୍ଡ ପକ୍ଷରୁ ଜେସନ ରୟ ୩୩ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ଜୋନାଥନ ବେୟାରଷ୍ଟୋ ୩୮ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଜୋ ରୁ୍‍ଟ୍‍ ୨୧ ବଲରୋ ୧୧ ରନ କରି ଆଉଟ ହୋଇଥିବା ବେଳେ ବେନ୍‍ ଷ୍ଟୋକ୍ସ ୨୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ଜୋଶ ବଟ୍ଟଲର ମଧ୍ଯ ତାଙ୍କ ଦଳକୁ ନିରାଶ କରିଥିଲେ ୫ ବଲରେ ୪ ରନ କରି ମହମ୍ମଦ୍‍ ସାମିଙ୍କ ବଲରେ ଆଉଟ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍‍ ୩୩ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  ମୋଇନ୍‍ ଅଲ୍ଲୀ ଓ ଡେଭିଡ୍‍ ୱିଲୀ ସମ୍ଭାଳିଥିଲେ। ମୋଇନ୍‍ ଅଲ୍ଲୀ ୬୪ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳେ ଡେଭିଡ୍‍ ୱିଲୀ ୪୯ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ବ୍ରାଇଡନ କାର୍ସେ ୪ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ରିସି ଟୋପ୍‍ଲେ ୭ ବଲରେ ୩ରନ କରି ଆଉଟ ହୋଇଥିଲେ। କ୍ରେଗ୍‍ ଓଭରଟନ ୧୮ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍‍ ବୁମ୍‍ରା ୨ଟି ୱିକେଟ ନେଇଥିବା ବେଳେ  ମହମ୍ମଦ୍‍ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।