BSKY Renewal - The Sakala
ଭୁବନେଶ୍ଵର: ନିଜ ପୁଅର ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ସିନାପାଲୀ ବ୍ଲକ ଅନ୍ତର୍ଗତ ମଖାପଦର ଗ୍ରାମର ବୟସ୍କ ବିଧବା ମହିଳା କପୁର ବନଛୋରଙ୍କ ନିବେଦନ ବିଷୟ ଗଣମାଧ୍ୟମରୁ ଜାଣିବା ମାତ୍ରେ, ବିଏସକେୱାଇ ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ରଙ୍କ ନିର୍ଦ୍ଦେଶ ମତେ ସିନାପାଲୀ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତଥା ଭାରପ୍ରାପ୍ତ ମେଡିକାଲ ଅଫିସର କପୁରଙ୍କ ଘରକୁ ଯାଇ ତାଙ୍କ ଦୁଇ ପୁଅଙ୍କର ସ୍ୱାସ୍ଥ୍ୟ ଅବସ୍ଥା ତନଖି କରିଥିଲେ, ପରୀକ୍ଷାରୁ ଜଣାପଡିଥିଲା ଯେ, ଭୀମସେନ ବନଛୋର (କପୁରଙ୍କ ୨ୟ ପୁତ୍ର) ୨୦୨୨ ମସିହାରେ ବାତଜ୍ଵରରେ ଆକ୍ରାନ୍ତ ହୋଇ କଷ୍ଟ ପାଇଥିଲେ।
ତାଙ୍କୁ ସ୍ଥାନୀୟ ଖଡିଆଳ ମିଶନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରଯାଇଥିଲା । ତେବେ ଉଚ୍ଚତର ଚିକିତ୍ସା ନିମନ୍ତେ କୌଣସି ସୁପର ସ୍ପେସାଲିଟି ହସ୍ପିଟାଲକୁ ନେବାପାଇଁ ମଧ୍ୟ ସ୍ଥାନୀୟ ଡାକ୍ତର ପରାମର୍ଶ ଦେଇଥିଲେ । ଗ୍ରାମବାସୀଙ୍କ ସାହାଯ୍ୟରେ ଭୀମସେନ ରାୟପୁର ସ୍ଥିତ ବାଲାଜୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କର ଚିକିତ୍ସା ବାବଦରେ ୪୧ହଜାର ଟଙ୍କାର ଖର୍ଚ୍ଚ ବି.ଏସ୍.କେ.ୱାଇ. ମାଧ୍ୟମରେ ଓଡିଶା ସରକାର ପଇଠ କରିଥିଲେ । ପରେ, ପୁନଶ୍ଚ ଅସୁସ୍ଥ ଅନୁଭବ କରିବାରୁ ଭୀମସେନ ଭୁବନେଶ୍ଵର ଏମ୍ସ୍ ହସପିଟାଲକୁ ଯାଇ ଡାକ୍ତର ପରାମର୍ଶ କରିଥିଲେ ।
ଡାକ୍ତର ଔଷଧ ଖାଇବା ନିମନ୍ତେ ତାଙ୍କୁ ପ୍ରେସକ୍ରିପସନ୍ ଲେଖିଛନ୍ତି ଏବଂ ଔଷଧ ଖାଇବା ସହ ବ୍ରେନ ଏମ୍.ଆର.ଆଇ. କରିବା ପାଇଁ କହିଛନ୍ତି । ଏମ୍ସ୍ ର ଡାକ୍ତର ଲେଖିଥିବା ଆଣ୍ଟିଏପିଲେପଟିକ ଔଷଧ ସବୁ ନିରାମୟ ଯୋଜନା ମାଧ୍ୟମରେ ଭିମସେନଙ୍କୁ ମାଗଣାରେ ସିନାପାଲୀ ଡାକ୍ତରଖାନାରୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହାଛଡା ପରବର୍ତ୍ତୀ ସମୟରେ ଏମ୍ସ୍ ରେ ଚିକିତ୍ସା ପାଇଁ ଯାତାୟାତ ନିମନ୍ତେ ତାଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । କପୁରଙ୍କ ୧ମ ପୁତ୍ର ରୂପଧର ବନଛୋର (୩୧ ବର୍ଷ) ଜଣେ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ରୋଗୀ ବୋଲି ତନଖିରୁ ଜଣାପଡିଥିଲା।
ତାଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ପରାମର୍ଶ ଦିଆଯାଇଛି ଏବଂ ମାସିକ ୭୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ମଞ୍ଜୁର କରାଯାଇଛି । କପୁର ବନଛୋରଙ୍କୁ ବିଧବା ଭତ୍ତା ଦିଆଯିବା ସହ ତାଙ୍କ ପରିବାରକୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ କରାଯାଇଛି । ଗରିବ ମା’ର ପିଲାଙ୍କ ଚିକିତ୍ସା ନିମନ୍ତେ ବି.ଏସ୍.କେ.ୱାଇ. ଟିମ୍ ର ଏତାଦୃଶ ପ୍ରଚେଷ୍ଟା କୁ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗରିବ ପରିବାରଙ୍କ ଦୁଃଖ କଥା ଦୃଷ୍ଠିକୁ ଆଣିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବି.ଏସ୍.କେ.ୱାଇ. ଟିମ୍ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।
ବିଏସ୍‌କେୱାଇ କାର୍ଡ ନବୀକରଣ ନାଁରେ ଠକୁଛନ୍ତି ଦଲାଲ୍‌, ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଗରିବ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ରାଜ୍ୟ। ତେବେ କିଛି ଅସାଧୁ ତଥା ଖଳ ପ୍ରବୃତିର ଲୋକ ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ଅନୈତିକ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି ।  ଏପରିସ୍ଥଳେ ଜନସଚେତନତା ସୃଷ୍ଟି କରି ବିଏସ୍‌କେୱାଇକୁ ଦୁର୍ନୀତି ମୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଆରକ୍ଷୀ ଅଧିକ୍ଷକ, ସିଡିଏମ୍‌ଓ/ପିଏଚ୍‌ଓଙ୍କୁ ପତ୍ର ଲେଖି କହିଛନ୍ତି, ବିଏସ୍‌କେୱାଇ ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ତଥା ମହିଳାମାନଙ୍କ ପାଇଁ ଏହା କୌଣସି ବରଦାନ ଠାରୁ କମ୍‌ ନୁହେଁ । ଘରୋଇ ଡାକ୍ତରଖାନାରେ ୯୬.୫ ଲକ୍ଷ ହିତାଧିକାରୀ ପରିବାରର ପୁରୁଷ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରାଯାଇଛି । ତେବେ ଗତ କିଛି ଦିନ ହେଲା ବିଏସ୍‌କେୱାଇରେ ଜାଲିଆତି ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଏଥିପ୍ରତି ଆମ ସମସ୍ତଙ୍କୁ ସଜାଗ ରହିବା ଆବଶ୍ୟକ । ବିଏସ୍‌କେୱାଇ କାର୍ଡ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ଏପରି ଠକେଇ କାରବାରକୁ ରୋକାଯାଇ ପାରିବ।
ବିଏସ୍‌କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ
ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ
ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି କାର୍ଯ୍ୟାଳୟକୁ ଧାଇଁବା ଆବଶ୍ୟକ ନାହିଁ କିମ୍ବା ଟଙ୍କା ଦେବା ଜରୁରୀ ନୁହେଁ
ସମସ୍ତ ରାସନକାର୍ଡଧାରୀମାନଙ୍କର ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ସେମାନେ ବିଏସକେୱାଇ ଯୋଜନାରେ ପଞ୍ଜିକୃତ ଘରୋଇ ହସ୍ପିଟାଲଗୁଡ଼ିକରେ ସମସ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଯୋଗ୍ୟ
ସମସ୍ତ ହିତାଧିକାରୀମାନଙ୍କଠାରୁ ଫୋନ୍ ମାଧ୍ୟମରେ ମତାମତ ନିଆଯାଉଥିବାରୁ ହସ୍ପିଟାଲରେ ପଞ୍ଜିକରଣ ସମୟରେ ନିଜର ସଠିକ୍ ଫୋନ୍ ନମ୍ବର ଦେବାକୁ ପରାମର୍ଶ ଦିଆଯାଇଛି
ବିଏସକେୱାଇ ଆଇଟି ପ୍ଲାଟଫର୍ମ ମାଧ୍ୟମରେ ପ୍ରତିବର୍ଷ ସେପ୍ଟେମ୍ବର ୧ ତାରିଖରେ ବିଏସକେୱାଇ କାର୍ଡ ସ୍ୱତଃ ରିଚାର୍ଜ ହୋଇଥାଏ ।
ତେଣୁ ଏ ସମ୍ପର୍କରେ ସମସ୍ତ ବିଏସ୍‌କେୱାର କ୍ଷେତ୍ର କର୍ମଚାରୀ ତଥା ହିତାଧିକାରୀଙ୍କୁ ଅବଗତ କରାଇବା ପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଅସାମାଜିକ ବ୍ୟକ୍ତି କାର୍ଡ ନବୀକରଣ ନାମରେ ହିତାଧିକାରୀଙ୍କୁ ଶୋଷଣ କରିବା ପାଇଁ ସୁଯୋଗ ପାଇବେ ନାହିଁ । ଏଥିପାଇଁ ପ୍ରଚାର ପତ୍ର ତଥା ଜନସୂଚନା ବ୍ୟବସ୍ଥା ବ୍ୟହାର କରି ଲୋକଙ୍କୁ କାର୍ଡ ନବୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଶ୍ରୀମତି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।