Subramanian Swamy - The Sakala
ନୂଆଦିଲ୍ଲୀ : ଗତକାଲି ଅରୁଣାଚଳ ପ୍ରଦେଶ ଗସ୍ତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ବୟାନକୁ ନେଇ ଟାର୍ଗେଟ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ଅମିତ ଶାହା ସୋମବାର ଅରୁଣାଚଳ ପ୍ରଦେଶ ଗସ୍ତରେ କହିଥିଲେ। ଏହି ସମୟରେ ସେ ଏକ ଜନସଭାରେ କହିଥିଲେ ଯେ ଭାରତର ଜମି ଉପରେ କେହି ଆଖି ଉଠାଇ ଦେଖିପାରିବ ନାହିଁ । ସୈନିକଙ୍କ ପରାକ୍ରମ ଯୋଗୁଁ ସୀମା ସୁରକ୍ଷିତ ରହିଛି। ଏବେ ଭାରତର ଜମି ଉପରେ କେହି କବ୍ଜା କରିବାର ସମୟ ଚାଲିଯାଇଛି। କୌଣସି ଶକ୍ତି ଏବେ ସୀମାରେ ଅନୁପ୍ରବେଶ କରିପାରିବେ ନାହିଁ। ଛୁଞ୍ଚି ମୁନ ସମାନ ଜମି ବି କେହି ନେଇପାରିବେ ନାହିଁ। ଆଜି ସମସ୍ତ ଦେଶବାସୀ ଅଚିନ୍ତା ନିଦରେ ଘରେ ଶୋଇପାରୁଛନ୍ତି। କାରଣ ଆମ ଆଇଟିବିପି ଯବାନ ଏବଂ ସେନା ସୀମାରେ ଦିନରାତି ପହରା ଦେଉଛନ୍ତି। ଏବେ ଭାରତ ଉପରେ ଖରାପ ଦୃଷ୍ଟି ପକାଇପାରିବେ ଶକ୍ତି କାହା ପାଖରେ ନାହିଁ।
ଯାହାକୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗଟ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଟ୍ବିଟ୍ କରି କହିଛନ୍ତି, “ଆଜିର ଖବରକାଗଜର ମୁଖ୍ୟ ଖବର ହେଉଛି ଅମିତ ଶାହାଙ୍କ ବୟାନ – ‘ଭାରତୀୟ ସୀମା ସୁରକ୍ଷିତ ଏବଂ ଏହାକୁ କେହି ଅତିକ୍ରମଣ କରିପାରିବେ ନାହିଁ।’ ଏହା ଏକ ଡାହାମିଛ କିମ୍ବା ତାଙ୍କ ଅଜ୍ଞତା । ସେ ଗୃହମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ”
Today’s The Hindu headlines Amit Shah stating “Indian Borders are safe; can’t be violated”. This is a blatant lie or his Himalayan ignorance. Either way he does not deserve to be Home Minister. Or better he work on the illegal dual citizenship of Bambino
— Subramanian Swamy (@Swamy39) April 11, 2023
ଗତକାଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ୨୦୧୪ ପୂର୍ବରୁ ପୂର୍ବୋତ୍ତର କ୍ଷେତ୍ରକୁ ଅଶାନ୍ତ ଅଞ୍ଚଳ ଭାବେ ଧରା ଯାଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନ କାଳର ‘ଲୁକ୍‌ ଇଷ୍ଟ’ ନୀତି ଯୋଗୁଁ ଦେଶର ବିକାଶରେ ଏହି ସବୁ ରାଜ୍ୟ ଯୋଗଦାନ ଦେଉଛନ୍ତି। ୧୯୬୨ ଅକ୍ଟୋବର ୨୧ରେ ପୂର୍ବତନ କୁମାଓଁ ରେଜିମେଣ୍ଟର ୬ ଅଧିକାରୀ ଯେଉଁ ସାହସିକତା ପ୍ରଦର୍ଶନ କରି ଲଢେଇ ଲଢ଼ିଥିଲେ ସେଥିପାଇଁ ଭାରତୀୟ ଭୂମି ସୁରକ୍ଷିତ ରହିପାରିଥିଲା। ଶାହା ଏହି ଅଧିକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୧୯୬୨ରେ କିବିଥୁ ଲଢେଇ ସମୟରେ ଭାରତୀୟ ସେନା ପାଖରେ ଅସ୍ତ୍ରଶସ୍ତ୍ର କମ୍‌ ଥିବା ନେଇ ଟାଇମ ମାଗାଜିନରେ ଖବର ବାହାରି ଥିଲା। ଏହା ସତ୍ତ୍ବେ ସେନାର ପରାକ୍ରମ ବିଶ୍ବରେ ସବୁଠାରୁ ଶ୍ରେଷ୍ଠ ଥିଲା। ଭାରତରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଏହି ଭୂମି ଉପରେ ପଡୁଛି। ଭଗବାନ ପର୍ଶୁରାମ ଏହାର ନାମ ଅରୁଣାଚଳ ପ୍ରଦେଶ ରଖିଥିଲେ। ଏହା ଭାରତ ମାତାଙ୍କ ମୁକୁଟର ଏକ ଉଜ୍ଜ୍ବଳ ଗହଣା।
ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ଉନ୍ମୋଚନ କରି ଶାହା କହିଥିଲେ ଯେ ସୀମବର୍ତ୍ତୀ ଅଞ୍ଚଳରେ ରୋଜଗାର ଏବଂ ବିକାଶ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସୀମାକୁ ଲାଗି ରହିଥିବା ପ୍ରତ୍ୟେକ ଘରକୁ ପାଣି, ବିଜୁଳି, ଗ୍ୟାସ ସିଲିଣ୍ଡର ଏବଂ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଏହି ଗ୍ରାମଗୁଡିକୁ ଦେଶର ଅନ୍ୟ ଅଞ୍ଚଳ ଏବଂ ଅରୁଣାଚଳ ପ୍ରଦେଶର ଅନ୍ୟ ଅଞ୍ଚଳ ସହ ଯୋଡାଯିବ। ଅନ୍ୟପକ୍ଷରେ ଶାହାଙ୍କ ଏହି ଗସ୍ତକୁ ଚୀନ୍‌ ବିରୋଧ କରିଛି। ଏହି ବିସ୍ତାରବାଦୀ ରାଷ୍ଟ୍ର ଏହାକୁ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ କହିଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ୱାଙ୍ଗ କହିଛନ୍ତି ଯେ ଶାହାଙ୍କ ଗସ୍ତକୁ ଆମେ ବିରୋଧ କରୁଛୁ। ଏହା ବେଜିଂର କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ। ଚୀନ୍‌ ଦୀର୍ଘଦିନ ହେଲା ଅରୁଣାଚଳକୁ ନିଜର ଦାବି କରିଆସୁଛି। ଏହି ଦେଶ ଗତ ସପ୍ତାହରେ ୧୧ ଅଞ୍ଚଳର ନାମ ମଧ୍ୟ ବଦଳାଇ ଦେଇଥିଲା। ଏହାକୁ ଭାରତ ତୀବ୍ର ବିରୋଧ କରିଥିଲା। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଥିଲେ ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ଆଗକୁ ରହିବ ମଧ୍ୟ। ନାମ ବଦଳାଇ ଦେଲେ ସତ ବଦଳି ଯାଏନାହିଁ। ଚୀନ୍‌ ଗତ ୫ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ନାମ ବଦଳାଇ ଥିଲା। ଏହା ପୂର୍ବରୁ ୨୦୨୧ରେ ୧୫ ସ୍ଥାନ ଏବଂ ୨୦୧୭ରେ ୬ ସ୍ଥାନର ନାମ ବଦଳାଇ ଥିଲା।