CJI Chandrachud - The Sakala

ଅଗଷ୍ଟ ୩ ଯାଏଁ ସୁପ୍ରିମକୋର୍ଟରେ ପ୍ରତିଦିନ ଚାଲିବ ଲୋକ ଅଦାଲତ
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରାଯାଉଛି। ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏ ନେଇ ନିଜର ଅନୁଭୂତି ବାଣ୍ଟିଛନ୍ତି । ଆଜି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏ ନେଇ ସୂଚନା ଦେଇ କହିଛନ୍ତି ଯେ,  ଲୋକ ଅଦାଲତକୁ ବାର, ସୁପ୍ରିମ୍ କୋର୍ଟ ବିଚାରପତିଙ୍କ ସମର୍ଥନ ରହିଛି ଏବଂ ହାଇକୋର୍ଟ, ରାଜ୍ୟ ସରକାର ଏବଂ ବୀମା କମ୍ପାନୀମାନେ ବ୍ୟାପକ ଭିତ୍ତିଭୂମି କାର୍ଯ୍ୟକରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଛୋଟ ଛୋଟ ମାମଲାର ସମାଧାନ କରିବା । ସୁପ୍ରିମ୍ କୋର୍ଟରେ କେତେ ଛୋଟ ଛୋଟ ମାମଲା ଆସେ ତାହା ଲୋକେ ବୁଝିପାରୁନାହାନ୍ତି, ତେଣୁ ଆମେ ସେବା ବିବାଦ, ଶ୍ରମ ବିବାଦ, ଜମି ଅଧିଗ୍ରହଣ ମାମଲା, ମୋଟର ଦୁର୍ଘଟଣା ଦାବି ମାମଲା, ଚେକ୍ ଅସମ୍ମାନ ମାମଲା ଭଳି ମାମଲା ଉଠାଇଛୁ।

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ସ୍ୱୀକୃତି? କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଭାରତରେ ଅନୁମତି ଦିଆଯିବ କି ନାହିଁ ସେ ନେଇ ସାରାଦେଶରେ ନ୍ୟାୟିକ, ରାଜନୈତିକ ଓ ସାମାଜିକ ବିତର୍କ ତୀବ୍ରତର ହୋଇଥିବା ବେଳେ କାଲି ଆସିବ ‘ସୁପ୍ରିମ’ ରାୟ। ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା କାଲି ସୁପ୍ରିମକୋର୍ଟଙ୍କ ରାୟ ଆସିବ ବୋଲି ଜଣାପଡିଛି। ଗତ ମେ’ ମାସରେ ଏନେଇ ହୋଇଥିବା ଏକାଧିକ ଆବେଦନର ମାରଥନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ସିଜେଆଇଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ଏସ୍‌ଆର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସୀମା ରହିଛନ୍ତି।

୧୦ ଦିନ ମାରାଥନ୍ ଶୁଣାଣି ପରେ ନିଷ୍ପତ୍ତି ସଂରକ୍ଷିତ

ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇବା ପାଇଁ ଆବେଦନଗୁଡ଼ିକର ଶୁଣାଣି ଶେଷ କରିସାରିଥିବା ଏହି ବେଞ୍ଚ ମେ ୧୧ରେ ଏହାର ରାୟ ସଂରକ୍ଷିତ ରଖିଥିଲେ।  ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୧୦ ଦିନ ଧରି ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ। ୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଦାବି ଅନୁରୋଧ କରିଛନ୍ତି। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଛନ୍ତି।

ସରକାରଙ୍କ ଯୁକ୍ତି – ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ଉପରେ ସାମ୍ବିଧାନିକ ଘୋଷଣାକୁ ଏଡ଼ାଇବା ଉଚିତ୍

ପାଞ୍ଚ ସଦସ୍ୟ ବିଶିଷ୍ଟ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିବା ବେଳେ ଏହି ମାମଲାକୁ କେନ୍ଦ୍ର ସରକାର କିନ୍ତୁ ବିରୋଧ କରିଥିଲେ।। କେନ୍ଦ୍ର ସରକାରଙ୍କ କହିବା କଥା, ଏହି ମାମଲାରେ ଆବେଦନକାରୀଙ୍କ ଆବେଦନ ସଠିକ୍ କି ନୁହେଁ, ଆଗ ସେ ନେଇ ବିଚାର କରାଯାଉ । ଏହାପରେ ଯାଇ ସମଲିଙ୍ଗୀ ବିବାହ ସମ୍ପର୍କରେ ବିଚାର କରାଯିବ । କେନ୍ଦ୍ର ସରକାରଙ୍କ କହିବା କଥା, ଆବେଦନକାରୀଙ୍କ ଆବେଦନ କେବଳ କିଛି ସହରୀ ଆଭିଜାତ୍ୟପୂର୍ଣ୍ଣ ବିଚାରକୁ ଦର୍ଶାଉଛି । ଏହି ଆବେଦନରେ ସମଲିଙ୍ଗୀ ବିବାହକୁ ଆଇନଗତ କରିବା ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଉପରେ କେନ୍ଦ୍ର ସରକାର ପ୍ରଶ୍ନ କରିଛନ୍ତି। କେନ୍ଦ୍ର କହିଛି ଯେ ବିବାହ ଏକ ସାମାଜିକ ସ୍ୱୀକୃତି ଏବଂ  ଏହା ନ୍ୟାୟପାଳିକାର ଅଧୀନରେ ନାହିଁ।

ସୁପ୍ରିମକୋର୍ଟକୁ ସତ୍ୟପାଠ ମାଧ୍ୟମରେ କେନ୍ଦ୍ର ସରକାର ଜଣାଇଥିଲେ ଯେ ସମଲିଙ୍ଗୀ ବିବାହ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ବିରୋଧୀ ହୋଇଥିବା ବେଳେ ଭାରତୀୟ ପାରିବାରିକ ପରିକଳ୍ପନାର ମଧ୍ୟ ପରିପନ୍ଥୀ ନୁହେଁ। ଭାରତର ସମାଜିକ ଏବଂ ବୈବାହିକ ଜୀବନ ଅର୍ଥ ଏକ ପରିବାର। ଗୋଟିଏ ପରିବାରର କଥା ଉଠିଲେ ସେଥିରେ ସ୍ବାମୀ, ପତ୍ନୀ ଏବଂ ସନ୍ତାନ ସନ୍ତତିଙ୍କ ବିଷୟ ଆସେ। କିନ୍ତୁ ଏହି ବ୍ୟବସ୍ଥା ସହିତ ବିବାହ ନ କରି ଦୁଇ ଜଣ ସାଥୀଭାବେ ଏକାଠି ରହିବା କିମ୍ବା ସମଲିଙ୍ଗୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ କରିବା ଆଦୌ ତୁଳନୀୟ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ।

ସମଲିଙ୍ଗୀ ଯୌନ ସମ୍ପର୍କକୁ ମିଳିସାରିଛି ନ୍ୟାୟିକ ସ୍ବୀକୃତି

ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ ଏବେ ବିବାଦ ଚାଲିଥିବା ବେଳେ ପୂର୍ବରୁ ସମଲିଙ୍ଗୀ ଯୌନ ସମ୍ପର୍କକୁ ନ୍ୟାୟିକ ସ୍ବୀକୃତି ମିଳିସାରିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଦାଏର କରାଯାଇଥିବା ଏକ ଆବେଦନର ବିଚାର କରି ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୮ରେ ଏହାକୁ ଆଇନସମ୍ମତ ବୋଲି କହିସାରିଛନ୍ତି। ବ୍ରିଟିଶ ଶାସନକାଳରେ ୧୮୬୦ ମସିହାରେ ଯେତେବେଳେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି)ପ୍ରସ୍ତୁତ ହୋଇଥିଲା ସେତେବେଳେ ଏହାର ଧାରା ୩୭୭ରେ ସମଲିଙ୍ଗୀ ଯୌନ ସମ୍ପର୍କକୁ ପ୍ରକୃତି ବିରୋଧୀ କୁହାଯାଇ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ଅଧିକାଂଶ ସମୟରେ ସମଲିଙ୍ଗୀ ଏବଂ କିନ୍ନରମାନଙ୍କୁ ସମାଜରେ ନ୍ୟାୟ ମିଳୁ ନଥିବା ଏବଂ ସେମାନେ ବିଭିନ୍ନ କ୍ଷେତ୍ରରେ ଅନ୍ୟାୟ ଓ ପକ୍ଷପାତିତାର ଶିକାର ହେଉଥିବା ଦର୍ଶାଇ ଜଷ୍ଟିସ୍‌ ମିଶ୍ର ଆଇପିସି ଧାରା ୩୭୭କୁ କୋହଳ କରିବା ସହିତ ସମଲିଙ୍ଗୀ ଯୌନ ସମ୍ପର୍କକୁ ସ୍ବୀକୃତି ଦେଇଥିଲେ।

ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ: ସିଜେଆଇ
ମୁମ୍ବାଇ: ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ। ଆଇନ ପେଶା ବଢ଼ିବ କି ଛିଡ଼ିବ ତାହା ନିଜର ସଚ୍ଚୋଟତା ଉପରେ ନିର୍ଭର କରୁଛି। ସଚ୍ଚୋଟତା ଆଇନ ପେସାର ମୁଖ୍ୟ ସ୍ତମ୍ଭ। ଏହା ଝଡ଼ ତୋଫାନରେ ଲୋପ ପାଇଯାଏ ନାହିଁ। ବିଚାରପତି ଏବଂ ଓକିଲଙ୍କ ଦ୍ବାରା ହେଉଥିବା ଛୋଟ ମୋଟ ସାଲିସ୍‌ ଏବଂ ଚୁକ୍ତି ଯୋଗୁଁ ସଚ୍ଚୋଟତା ଲୋପ ପାଇଥାଏ। ଆମେ ସମସ୍ତେ ବିବେକର ସହ ଶୟନ କରୁଛେ। ରବିବାର ନାଗପୁର ସ୍ଥିତ ମହାତ୍ମା ଗାନ୍ଧୀ ମିଶନ ବିଶ୍ବବିଦ୍ୟାଳୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ, ଆମେ ସମସ୍ତେ ବିବେକର ସହ ଶୋଉଛେ। ଏହା ପ୍ରତି ରାତିରେ ନିଜକୁ ପ୍ରଶ୍ନ ପଚାରି ଥାଏ। ସଚ୍ଚୋଟତାର ସହ ଜୀବିତ ରହିବା, ନଚେତ୍‌ ନିଜେ ନିଜକୁ ଧ୍ବଂସ କରିଦେବା। ବିଚାରପତିଙ୍କୁ ସମ୍ମାନ ଦେଲେ ଓକିଲଙ୍କୁ ସମ୍ମାନ ମିଳେ ଏବଂ ଓକିଲଙ୍କୁ ସମ୍ମାନ ଦେଲେ ବିଚାରପତିଙ୍କୁ ସମ୍ମାନ ମିଳିଥାଏ। ଏହା ସେତେବେଳ ହୋଇଥାଏ ଯେତେବେଳେ ଉଭୟେ ନିଜକୁ ନ୍ୟାୟ ଚକର ଗୋଟିଏ ଅଂଶ ବୋଲି ଭାବିଥାନ୍ତି।

ନ୍ୟାୟପାଳିକାରେ ମହିଳାଙ୍କ ବିଷୟରେ ଆଲୋଚନା କରି ସିଜେଆଇ କହିଛନ୍ତି ଯେ ଏହା କେବଳ ମହିଳା ନୁହେଁ, ବରଂ ପୁରୁଷଙ୍କ ପ୍ରସଙ୍ଗ ମଧ୍ୟ। ଭାରତୀୟ ଆଇନ ପେସାକୁ ସମାନ ସୁଯୋଗ ଥିବା ପେସା ବନାଇବା ସବୁଠାରୁ ଆହ୍ବାନର ବିଷୟ। କାରଣ ଏବେକାର ଆଇନ ବ୍ୟବସ୍ଥାର ସରଞ୍ଚନା ୩୦ରୁ ୪୦ ବର୍ଷ ପରେ ପ୍ରତିଫଳିତ ହେବ।

ମୋ ଅଧିକାର ସହ ଖେଳ ନାହିଁ, କାହିଁକି ରାଗିକରି ଏପରି କହିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ମଙ୍ଗଳବାର ସକାଳେ ସୁପ୍ରିମକୋର୍ଟରେ ଏପରି କିଛି ଘଟିଥିଲା ଯେଉଁଥିରେ ରାଗିଯାଇଥିଲେ। ରାଗି ଯିବା ପରେ ଜଣେ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ଓକିଲଙ୍କୁ କହିଥିଲେ ଯେ ‘ମୋର ଅଧିକାର ସହ ଖେଳ ନାହିଁ’। ତେବେ କଣ ପାଇଁ ରାଗିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ? କାହିଁକି ଓକିଲଙ୍କୁ ଭର୍ତ୍ସନା କଲେ?

ତେମେ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୁପ୍ରିମକୋର୍ଟରେ ପାଖାପାଖି ୧୦୦ ମାମଲାର ଣୁଣାଣି କରନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ବେଞ୍ଚ ଏହି କାମ କରୁଥିବା ବେଳେ ଜଣେ ଓକିଲ ନିଜ ମାମଲାର ଶୀଘ୍ର ଶୁଣାଣି ପାଇଁ କହିଥିଲେ। ଏହାପରେ ପ୍ରଧାନ ବିଚାରପତିଙ୍କ କହିଥିଲେ କି ତାଙ୍କ ମାମଲାଟି ଏପ୍ରିଲ ୧୭ ତାରିଖର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇସାରିଛି। ଥରେ ମନା କରିବା ପରେ ମଧ୍ୟ ଯେତେବେଳେ ସେହି ଓକିଲ ଜଣଙ୍କ ରାଜି ହୋଇନଥିଲେ, ଏହାକୁ ନେଇ ପ୍ରଧାନ ବିଚାରପତି ରାଗିଯାଇଥିଲେ।

The counsel had asked CJI DY Chandrachud if he could mention the matter before a different bench.

CJI DY Chandrachud: Do not play these tricks with me. You can’t mention it here and then elsewhere for an earlier date.#SupremeCourt #SupremeCourtOfIndia

— Live Law (@LiveLawIndia) April 11, 2023

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଅନ୍ତର୍ଭୁକ୍ତ ଥିଲେ। ଏହି ବେଞ୍ଚ ମାମଲା ଶୁଣାଣି କରିବା ସମୟରେ ଉକ୍ତ ଓକିଲ ନିଜ ମାମଲାର ତ୍ବରିତ ଶୁଣାଣି ପାଇଁ କହିଥିଲେ।ତେବେ ପ୍ରଧାନ ବିଚାରପତି ଏହି ମାମଲା ଏପ୍ରିଲ୍ ୧୭ରେ ଶୁଣାଣି କରିବାକୁ ପୂର୍ବରୁ ହିଁ ତାଲିକାଭୁକ୍ତ କରିସାରିଥିଲେ । ତଥାପି ଓକିଲ ଶୀଘ୍ର ତାରିଖ ଦେବାକୁ ଦାବି କରିଥିଲେ । ପ୍ରଧାନ ବିଚାରପତି ତାଙ୍କୁ ମନା କରିଥିଲେ ମଧ୍ୟ ଓକିଲ ଜଣକ ରାଜି ହୋଇନଥିଲେ ।ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ, ଆମେ ୧୭ ଏପ୍ରିଲ୍ ତାରିଖ ଦେଉଛୁ । ୧୭ ତାରିଖ ଦିନ ଏହାର ଶୁଣାଣି ହେବ  ଆଗୁଆ ଡେଟ୍ ପାଇଁ ଏହାକୁ ଅନ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରନ୍ତୁ ନାହିଁ ।

ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ତାଙ୍କୁ ବୁଝାଇବା ପରେ ମଧ୍ୟ ସେ ରାଜି ହୋଇ ନଥିଲେ। ଓକିଲ ଜଣଙ୍କ କହିଥିଲେ ମୋତେ କ୍ଷମା କରନ୍ତୁ, ଆପଣ ଯଦି ଆଜି ଶୁଣାଣି କରିବେ ନାହିଁ ତେବେ ମତେ ଅନୁମତି ଦିଅନ୍ତି। ମୁଁ ଏହି ମାମଲାକୁ ଅନ୍ୟ କୌଣସି ବେଞ୍ଚ ଆଗରେ ଉପସ୍ଥାପନ କରିବି। ଯାହା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ ରାଗିଯାଇଥିଲେ।

ଓକିଲଙ୍କୁ ଭର୍ତ୍ସନା କରି ପ୍ରଧାନ ବିଚାରପତି କହିଥିଲେ ଯେ ତୁମେ ମଧ୍ୟ ମୋତେ କ୍ଷମା କର, କିନ୍ତୁ ମୋର ଅଧିକାର ସହ ଖେଳ ନାହିଁ। ମୋ ସହିତ କୌଣସି ଖେଳ ଖେଳନ୍ତୁ ନାହିଁ । ଆପଣଙ୍କୁ ଏକ ନିଦ୍ଧିଷ୍ଟ ତାରିଖ ଦିଆଯାଇ ସାରିଛି। ଏହି ମାମଲକୁ ଆଉ କୌଣସି ବେଞ୍ଚକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ।