rudra pratap maharathy - The Sakala

ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ
ପିପିଲି : ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଇ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ଅପରାହ୍ନ ୧ଟା ୩୦ ସମୟରେ ବଳଙ୍ଗା-ସାତଶଙ୍ଖ ରାସ୍ତାରେ ଥିବା ନାଲିହଣା ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିଥିଲେ । ତେବେ ପିଲାମାନେ ଖାଉଥିବା ଖାଦ୍ୟର ମାନ ପରୀକ୍ଷା କରିବାକୁ ସେହି ଖାଦ୍ୟ ଖାଇବାକୁ ମାଗିଥିଲେ ବିଧାୟକ । ସୋମବାର ମେନ୍ୟୁରେ ଭାତ ଓ ଡାଲମା ବିଧାୟକଙ୍କୁ ଖାଇବାକୁ ଦିଆଯାଇଥିଲା ।

କୁନି କୁନି ପିଲାଙ୍କ ମେଳରେ ତଳେ ବସି ମଧ୍ୟାହ୍ନ ଭୋଜନରେ ମିଳିଥିବା ଭାତ-ଡାଲମା ଖାଇଥିଲେ ବିଧାୟକ । ତେବେ ଖାଦ୍ୟର ମାନ ଉତ୍କୃଷ୍ଟ ଥିବାରୁ ରୋଷେୟାଙ୍କୁ ତାରିଫ କରିଥିଲେ । ଖାଇଥିବା ଅଇଁଣ୍ଠା ଷ୍ଟିଲ ଥାଳିକୁ ନିଜେ ଉଠାଇ ଧୋଇଥିଲେ । ପରେ ସ୍କୁଲର ସମସ୍ୟା କଣ ରହିଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲକୁ ଖୁବଶୀଘ୍ର ବିଶୁଦ୍ଧ ପାଇପ ପାଣି ଯୋଗାଇବା ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହ ବିଧାୟକ ଆଲୋଚନା କରିଥିବା ବେଳେ ପାଚେରୀ ନିର୍ମାଣ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିଭଳି ଯଶୁଆପୁର ପଞ୍ଚାୟତ ଉତ୍ତରାୟଣୀ ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଥିଲେ ବିଧାୟକ । ଅଧାପନ୍ତରିଆ କାର୍ଯ୍ୟ ତୁରନ୍ତ ସାରିବାକୁ ବିଧାୟକ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀ ଯେଭଳି ହଇରାଣ ନହେବେ ସେନେଇ ଧ୍ୟାନ ଦେବାକୁ କର୍ତ୍ତୁପକ୍ଷଙ୍କୁ କଡା ତାଗିଦ କରିଛନ୍ତି । ପିପିଲି ଡେଲାଙ୍ଗର ବିଭିନ୍ନ ସ୍କୁଲକୁ ଯାଇ ରୂପାନ୍ତରୀକରଣ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ଜାରୀ ରହିବ ବୋଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

ଚାନ୍ଦୁଆ ସହରରେ ମହା ଲଢ଼େଇ: ‘ନବୀନ’ ନିର୍ଣ୍ଣାୟକ, ଆଜି ୬ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ସମାବେଶ
ଭୁବନେଶ୍ୱର: ଚାନ୍ଦୁଆ ସହର ପିପିଲିରେ ଏବେ ମହାସମର। ୪ଦଶନ୍ଧି ମଧ୍ୟରେ ପ୍ରଥମଥର ଲାଗି ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ବିଜେଡି ଏଠାରେ ଲଢ଼େଇକୁ ବାହାରିଛି। ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ସେନାପତି କରି ପିପିଲି ଦୁର୍ଗରେ ନିଜର ବିଜୟ ପତାକା ଉଡ଼ାଇବାକୁ ବିଜେଡି ରୀତିମତ ରଣନୀତି ପ୍ରସ୍ତୁତ କରିଛି। ଅନ୍ୟପକ୍ଷରେ ପ୍ରଦୀପଙ୍କ ଅବର୍ତ୍ତମାନକୁ ସୁଯୋଗ ମନେକରି ପ୍ରତିପକ୍ଷ ବିଜେପି ପିପିଲିରେ ପ୍ରଥମଥର ପାଇଁ ପଦ୍ମ ଫୁଟାଇବାକୁ ଦିନରାତି ଏକ କରି ଦେଇଛି। ଦଳର ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ଜାତୀୟ ନେତା ପର୍ଯ୍ୟନ୍ତ ପିପିଲିରେ ଡ଼େରା ପକାଇଛନ୍ତି। ସେହିପରି କଂଗ୍ରେସ ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ପିପିଲିରେ ନିଜ ପତିଆରା ବାହାଲ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ସ୍ଥିତିରେ ପିପିଲି ଉପନିର୍ବାଚନ ନେତାଙ୍କ ପାଇଁ ଲଢ଼େଇ ପାଲଟିଛି ଆଉ ଭୋଟରଙ୍କ ପାଇଁ ଉତ୍ସବ। ଏହି ସ୍ଥିତିରେ ‘ନବୀନ’ ଶକ୍ତିରେ ବଳିଆର ହୋଇଛନ୍ତି ରୁଦ୍ର। ନବୀନଙ୍କ ପ୍ରତି ତଳସ୍ତରରେ ରହିଥିବା ଶ୍ରଦ୍ଧା ଓ ସମ୍ମାନ ରୁଦ୍ରଙ୍କ ସପକ୍ଷରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ସାରା ନିର୍ବାଚନମଣ୍ଡଳୀରେ ଏହା ପ୍ରତିଫଳିତ ହୋଇଛି। ଏହି ସ୍ଥିତିରେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ପିପିଲି ଓ ଡ଼େଲାଙ୍ଗ ବ୍ଲକର ୬ଟି ସ୍ଥାନରେ ଭରଚ୍ୟୁଆଲ ସମାବେଶରେ ଯୋଗ ଦେବେ।

ପିପିଲି ଓ ଡ଼େଲାଙ୍ଗ ବ୍ଲକ୍‍ର ୬ଟି ଜୋନ ଓ ପିପିଲି ପୌରାଞ୍ଚଳକୁ ନେଇ ଗଠିତ ପିପିଲି ନିର୍ବାଚନମଣ୍ଡଳୀରେ କେବଳ ପୌରାଞ୍ଚଳକୁ ଛାଡ଼ିଦେଲେ ସବୁଆଡ଼େ ଦେଖାଦେଇଛି ଉତ୍ସବର ଋତୁ। ଡ଼େଲାଙ୍ଗ ବ୍ଲକର ସମସ୍ତ ୩ଟି ଜୋନ୍‍ ଓ ପିପିଲି ବ୍ଲକର ଦୁଇ ଓ ୩ ନମ୍ବର ଜୋନରେ ବିଜେଡିର ସ୍ଥିତି ଅନ୍ୟମାନଙ୍କଠାରୁ ଆଗରେ ରହିଛି। ତେବେ ଏହି ବ୍ୟବଧାନ କେଉଁଠି କେତେ ହେବ ତାହା ପୂର୍ବାନୁମାନ କରିବା ଏବେଠାରୁ ଅପରିପକ୍ୱତା ହେବ। ତେବେ ପିପିଲି ଜୋନ୍‍ ନମ୍ବର ୧ ଓ ପିପିଲି ପୌରାଞ୍ଚଳରେ ବିଜେଡି-ବିଜେପି ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ୬ଟି ଜୋନ୍‍ ଓ ପୌରାଞ୍ଚଳରେ ଚାଲିଥିବା ଲଢ଼େଇରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ମନେ ହେଉଛି। ଡ଼େଲାଙ୍ଗ ବ୍ଲକର ଜୋନ ୧ ଓ ୨ରେ କଂଗ୍ରେସର ପାରମ୍ପରିକ ଭୋଟର ଏକ ସିଂହଭାଗ ଗତ ନିର୍ବାଚନଠାରୁ ବିଜେପି ସପକ୍ଷରେ ପରିବର୍ତ୍ତିତ ହୋଇ ସାରିଥିଲା। ମାତ୍ର ଏବେ ସେଥିରୁ କିଛି କଂଗ୍ରେସକୁ ଫେରିଥିବା ଲକ୍ଷ୍ୟ କରାଯାଉଛି, ଆଉ କିଛି ଭୋଟର ବିଜେଡି ଆଡ଼କୁ ମୁହାଁଇଛନ୍ତି। ସେହିପରି ଜୋନ ୩ରେ କଂଗ୍ରେସର ସ୍ଥିତି ୨୦୧୨ ଜିଲା ପରିଷଦ ନିର୍ବାଚନ ପରଠାରୁ କ୍ରମାଗତ ଭାବରେ ନିମ୍ନାଭିମୁଖୀ ହୋଇଛି ଏବଂ ଏଠାରେ ସିିପିଏମ୍‍-ଏଲ୍‍ ବରଂ କଂଗ୍ରେସ ଠାରୁ ବେଶ୍‍ ଭଲ ସ୍ଥିତିରେ ଥିବା କୁହାଯାଉଛି। ପିପିଲି ବ୍ଲକ୍‍ର ୨ ଓ ୩ ନମ୍ବର ଜୋନରେ ମଧ୍ୟ ଡ଼େଲାଙ୍ଗ ବ୍ଲକର ୧ ଓ ୨ ନମ୍ବର ଜୋନ ପରି ସ୍ଥିତି। ମାତ୍ର ଏହି ନିର୍ଣ୍ଣାୟକ ଭୋଟର ଗୋଷ୍ଠୀ କେଉଁ ଆଡ଼କୁ କେତେ ପରିମାଣରେ ଯିବେ ତାହା ଏବେ ବି ଆକଳନ କରିବା କଷ୍ଟକର ବ୍ୟାପାର। ପିପିଲି ବ୍ଲକ୍‍ର ଏକ ନମ୍ବର ଜୋନରେ କଂଗ୍ରେସ ଏକପ୍ରକାର ଉଭାନ। ଏଠାରେ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ଚାଲିଛି। କେଉଁ ଅଞ୍ଚଳରେ ବିଜେପି ଆଗରେ ଅଛି ତ କେଉଁଠି ବିଜେଡି। ତେବେ ଦୁଇ ଦଳ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ‘ନବୀନ’ ଶକ୍ତି ରୁଦ୍ରଙ୍କୁ ଅଧିକ ବଳଶାଳୀ କରିଛି।

ବିଜେଡି ପ୍ରତି ସବୁସ୍ତରରେ ଗ୍ରହଣୀୟତା ରହିଛି। ସଂଖ୍ୟାଧିକ ପିପିଲି ଓ ଡ଼େଲାଙ୍ଗବାସୀଙ୍କ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ହେଉଛନ୍ତି ଆଦର୍ଶ। ନବୀନଙ୍କୁ ଭୁରିଭୁରି ପ୍ରଶଂସା କରିବାରେ କେହି ଥକୁ ନାହାନ୍ତି। ମାତ୍ର ବିଜେଡିର ତଳସ୍ତରରେ ରହିଥିବା କର୍ମୀମାନଙ୍କ ପାଇଁ ଅନେକସ୍ଥାନରେ ରୁଦ୍ରଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। କିଏ ବାରମ୍ବାର ଆବେଦନ କରି ଭତ୍ତାଟିଏ ପାଇ ନାହିଁ ତ କିଏ ବ୍ଲକ୍‍ କାର୍ଯ୍ୟାଳୟ ୧୦ ଚକ୍କର ମାରିବା ପରେ ମଧ୍ୟ ଘର ଖଣ୍ଡେ ପାଇନାହିଁ। ଏହାକୁ ନେଇ ତଳସ୍ତରରେ ଯେଉଁ କିଛି ଅସନ୍ତୋଷ ରହିଛି ତାହାକୁ ପୁଞ୍ଜି କରିବାକୁ ବିଜେପି ଲାଗିପଡ଼ିଛି ଓ ଅନ୍ୟପକ୍ଷରେ ପଞ୍ଚାୟତ ବା ଜୋନ ଦାୟିତ୍ୱରେ ଥିବା ବିଜେଡି ନେତାମାନେ ଏହାକୁ ସମାଧାନ କରିବାକୁ ଲାଗି ପଡ଼ିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ କେବଳ ଦଳର ସଭାପତି ବା ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ନୁହନ୍ତି; ସେ ଏକ ‘ବ୍ରାଣ୍ଡ’ରେ ପରିଣତ ହୋଇଛନ୍ତି। ନବୀନ ଛାପ ହିଁ ରୁଦ୍ରଙ୍କ ପାଇଁ ସବୁଠୁ ବଡ଼ ଆଶୀର୍ବାଦ ହୋଇଛି। ରୁଦ୍ରଙ୍କ ପଛରେ ଠିଆ ହୋଇଛି ନବୀନଙ୍କ ବିଶାଳ ନିରବ ସେନା ତଥା ମହିଳା ଶକ୍ତି। ଗାଁ ଗାଁରେ ଏହି ମହିଳାମାନେ ବିଜେଡିକୁ ବିଜୟୀ କରିବାକୁ ଶପଥ ନେଇଛନ୍ତି। ନିଜ ପକ୍ଷରୁ ମହିଳାମାନେ ଗାଁ ଗାଁରେ ସମାବେଶ ଓ ସଭା ଆୟୋଜନ କରୁଛନ୍ତି। ଗାଁ ଗହଳିରେ ରାସ୍ତାର ଏପଟରୁ ସେପଟ ଝୁଲୁଛି ବିଭିନ୍ନ ଦଳର ପତାକା।

ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ଓ କଂଗ୍ରେସର ଅଜିତ୍
ପୁରୀ: ପିପିଲି ଉପନିର୍ବାଚାନ ବିଧାନସଭା ଆସନ ଲାଗି ଆଜି ନାମାଙ୍କନ ଭରିବେ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ ନାମାଙ୍କନ ପତ୍ର । ସକାଳ ସାଢେ ୯ଟାରେ ପିପିଲି ବିଜେଡି ଅଫିସରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିବେ । ପିପିଲି ପାଇଁ ବିଜେଡିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ପଞ୍ଚାୟତ, ବ୍ଲକ୍‌ ଏବଂ ଏନ୍‌ଏସି ଦାୟିତ୍ବ ମନ୍ତ୍ରୀ ଓ ବିଧାୟକଙ୍କୁ ଦିଆସରିଛି । ଦଳର ମହିଳା, ଛାତ୍ର ଓ ଯୁବକଙ୍କୁ ଅଧିକ ଗୁରୁତ୍ବ  ଦିଆଯାଇଛି।

ପିପିଲି ଉପ-ନିର୍ବାଚନ ନେଇ ବିଜେଡି ପକ୍ଷରୁ ରୁଦ୍ରଙ୍କ ନାମ ଘୋଷଣା ପରେ ଗତ ୨୮ ତାରିଖରେ ନବୀନ ନିବାସ ଯାଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ଟିକେଟ୍ ଗ୍ରହଣ କରିଥିଲେ । ତାଙ୍କ ସହ ଭଉଣୀ ଓ ଭିଣୋଇ ମଧ୍ୟ ନବୀନ ନିବାସ ଯାଇଥିଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଥିଲେ ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର ।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ଭରିବେ । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ ଅଜିତ୍। ତେବେ ଅଜିତ ମଙ୍ଗରାଜଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିବା ପରେ ପୁଣି ମୁଣ୍ଡ ଟେକିଛି ଦଳୀୟ କନ୍ଦଳ । ଅନ୍ୟତମ ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ତାଙ୍କୁ ଟିକେଟ ନମିଳିବା ପଛରେ ପିସିସି ସଭାପତିଙ୍କ ଷଡ଼ଯନ୍ତ୍ର ବାରିଛନ୍ତି ପୂର୍ଣ୍ଣ । ଗତ ନିର୍ବାଚନରେ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ଅଜିତଙ୍କ ଉପରେ ଦଳ ପୁଣି ବିଶ୍ବାସ କରିବା, ପିପିଲି କଂଗ୍ରେସକୁ ଆଚମ୍ବିତ କରିଛି ।

ପିପିଲି ଉପନିର୍ବାଚନ; ନାଁ ଘୋଷଣା ପରେ ଭାବବିହୋଳ ହେଲେ ରୁଦ୍ର ମହାରଥୀ, କହିଲେ ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ
ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା ପରେ ରୁଦ୍ରପ୍ରତାପ ମହରଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟା ଦେବା ବେ ଭାବ ବିହୋଳ ହୋଇଥିବା ଦେଖିବାକୁ ମିଳିଛି।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,  ମାଆ’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି। ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ବ ରହିବ। ମା ଆ’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପିପିଲି ଆସନ । ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ପୂର୍ବରୁ ନିର୍ବାଚନ କମିସନ ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପିପିଲିରେ ଉପନିର୍ବାଚନ ହେବା ନେଇ ସବିଶେଷ ତର୍ଜମା କରିଛନ୍ତି । କୋଭିଡ ଗାଇଡଲାଇନକୁ କିପରି ପାଳନ କରି ଭୋଟର ମତଦାନ କରିପାରିବେ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି ।

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
ପିପିଲି: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ।

ସଭାପତି ଶ୍ରୀ @Naveen_Odisha ଆଗାମୀ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ଓ ସେବା ପାଇଁ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ। #Odisha #BJD pic.twitter.com/ilFwETN9YW

— Biju Janata Dal (@bjd_odisha) March 26, 2021

ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯାବଦା ଜଣାଇଛନ୍ତି। ଏହା ସହ ନିଜେ ପ୍ରତିକ୍ରିୟା ଦେବା ବେଳେ ଭାବ ବିହୋଳ ହୋଇ ଯାଇଥିଲେ। ମୋ ଉପରେ ବାପା ଓ ମାଆଙ୍କ ଆଶୀର୍ବାଦ ରହିଛି। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି।

ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ ଲାଗି ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଟିକେଟ ଦେଇଛି। ସେ ଆଜି ତାଙ୍କ ପାର୍ଥୀପତ୍ର ଦାଖଲ କରି ସାରିଛନ୍ତି।

୨୦୧୯ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆଶ୍ରିତ ପଟ୍ଟନାୟକ। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୨୦ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି।