National Panchayat Award - The Sakala

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଓଡିଶାକୁ ସଫଳତା: ଗଞ୍ଜାମ ଦେଶର ଶ୍ରେଷ୍ଠ ଜିଲ୍ଲା, ହିଞ୍ଜିଳିକାଟୁ ଦେଶର ଶ୍ରେଷ୍ଠ ବ୍ଲକ୍
ଭୁବନେଶ୍ୱର: ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର ମିଳିଛି। ତୃଣମୂଳ ସ୍ତରରେ ନିରନ୍ତର ବିକାଶ ଲାଗି ଶ୍ରେଷ୍ଠ ସ୍ଥାନ ହାସଲ କରିଛି ଗଞ୍ଜାମ ଜିଲ୍ଲା। ସେହିପରି ଦେଶର ସମସ୍ତ ୬୬୧୨ ବ୍ଲକ୍ ମଧ୍ୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ୍ ଶୀର୍ଷ ସ୍ଥାନ ପ୍ରାପ୍ତ କରିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ଏହି ତାଲିକା ଆମ ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାର ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳତା ଦର୍ଶାଉଛି। ଆସନ୍ତା ଏପ୍ରିଲ ୧୭ରେ ସମ୍ମାନିତ କରିବେ ମାନ୍ୟବର ରାଷ୍ଟ୍ରପତି ।

ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ ପୁରସ୍କାରର ୯ଟି ବିଭାଗରେ ବିଜେତା ଘୋଷଣା କରାଯାଇଛି। ହିଞ୍ଜିଳି ବ୍ଲକର କଞ୍ଚୁରୁ ପଞ୍ଚାୟତ ଦେଶର ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଘୋଷିତ ହୋଇଛି। ସେହିପରି ଶାସନ ଆମ୍ବଗାଁ ହୋଇଛି ଦ୍ବିତୀୟ ଶ୍ରେଷ୍ଠ ସ୍ବଚ୍ଛ ଓ ସବୁଜ ପଞ୍ଚାୟତ। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ କୁଲାଡ଼ ଦେଶର ଦ୍ବିତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। ସ୍ବତନ୍ତ୍ର ବର୍ଗର ପୁରସ୍କାର ତାଲିକାରେ ପାତ୍ରପୁର ବ୍ଲକ୍ ଆଙ୍କୁଲି ଗ୍ରାମ ପଞ୍ଚାୟତ ଦ୍ଵିତୀୟ ଶ୍ରେଷ୍ଠ ଉର୍ଜା ସ୍ବରାଜ ବିକାଶ ପଞ୍ଚାୟତ ଭାବେ ବିବେଚିତ ହୋଇଛି। ଅଞ୍ଚଳବାସୀ ଏହାର ଶ୍ରେୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ, ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଧାରିତ ଦୂରଦୃଷ୍ଟି, ନିରନ୍ତର ଉନ୍ନୟନମୂଳକ ଯୋଜନା, ତୃଣମୂଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପ୍ରଗତିର ଧାରା ପହଞ୍ଚାଇବାର ଆଭିମୁଖ୍ୟ ଫଳରେ ଗଞ୍ଜାମ ଜିଲ୍ଲା ଏଭଳି ଜାତୀୟ ସଫଳତା ହାସଲ କରିପାରିଛି।