mobile addiction - The Sakala

ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...
କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୧୬ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଯାଇଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଧାନସୌଧରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମୋବାଇଲ୍ ନିଶା ଏବଂ ଏହାର କୁପ୍ରଭାବକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସରକାରଙ୍କ କହିବା ଅନୁଯାୟୀ, ଅତ୍ୟଧିକ ମୋବାଇଲ୍ ଏବଂ ସୋସିଆଲ ମିଡିଆ ବ୍ୟବହାର ଯୋଗୁଁ ଛାତ୍ରଛାତ୍ରୀଙ୍କ ଏକାଗ୍ରତା କମୁଛି। ଏହା ସେମାନଙ୍କ ଶୋଇବା ଅଭ୍ୟାସ, ମାନସିକ ସ୍ୱାସ୍ଥ୍ୟ ଏବଂ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଉଛି। କେବଳ ସେତିକି ନୁହେଁ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା ଏବଂ ଖେଳକୁଦରେ ଭାଗ ନେବା ବଦଳରେ ଡିଜିଟାଲ ଦୁନିଆରେ ହଜି ଯାଉଛନ୍ତି। ଏହି 'ଡିଜିଟାଲ ବିଭ୍ରାଟ'କୁ କମାଇବା ଏବଂ ପିଲାଙ୍କୁ ସୁସ୍ଥ ଅଭ୍ୟାସ ଆଡ଼କୁ ମୁହାଁଇବା ଏହି ନୀତିର ମୂଳ ଲକ୍ଷ୍ୟ।

ଏହା ପୂର୍ବରୁ ଫେବୃଆରୀ ୨୬ରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ମଧୁ ବାଙ୍ଗାରାପ୍ପା ସୂଚନା ଦେଇଥିଲେ ଯେ ସରକାର ଦୀର୍ଘ ଦିନ ଧରି ଏହି କଟକଣା ବିଷୟରେ ବିଚାର କରୁଥିଲେ। ଛାତ୍ରଛାତ୍ରୀ, ଅଭିଭାବକ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ବାଙ୍ଗାରାପ୍ପା କହିଛନ୍ତି ଯେ ଅନେକ ସମୟରେ ଅଭିଭାବକମାନେ ପିଲାଙ୍କୁ ଶାନ୍ତ ରଖିବା ପାଇଁ ହାତରେ ମୋବାଇଲ୍ ଧରାଇ ଦିଅନ୍ତି, ଯାହା ଫଳରେ ସେମାନେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହୁଅନ୍ତି।

ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ସହ ସଚେତନତା ସୃଷ୍ଟି ପାଇଁ ସରକାର ଏକ ଅଭିଯାନ ଆରମ୍ଭ କରିବେ। ଏହାର ନାମ ରହିଛି "ମୋବାଇଲ୍ ଫୋନ୍ ଦୂରେଇ ରଖନ୍ତୁ, ବହି ହାତକୁ ନିଅନ୍ତୁ"। ଏହି ଅଭିଯାନ ମାଧ୍ୟମରେ ପିଲାମାନଙ୍କୁ ପଢ଼ାପଢ଼ି, ଶାରୀରିକ ବ୍ୟାୟାମ ଏବଂ ଅଫଲାଇନ୍ କାର୍ଯ୍ୟକଳାପରେ ଅଧିକ ସମୟ ବିତାଇବାକୁ ଉତ୍ସାହିତ କରାଯିବ।

ଗାଜିଆବାଦ୍ ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲା: ମୋବାଇଲରୁ ଖୋଲିଲା ‘କୋରିଆନ୍ ଗେମ୍’ର ରହସ୍ୟ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଗାଜିଆବାଦର ତିନି ନାବାଳିକା ଭଉଣୀଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସର ଫୋରେନସିକ ଯାଞ୍ଚରୁ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତରୁ ଜଣାପଡିଛି ଯେ ତିନି ଭଉଣୀ ଏକ 'କୋରିଆନ୍ ଗେମ୍' ଏବଂ କୋରିଆନ୍ ସଂସ୍କୃତି ପ୍ରତି ଅତ୍ୟଧିକ ଆକର୍ଷିତ ଥିଲେ। ସେମାନେ ଦିନକୁ ପ୍ରାୟ ୨୦ ଘଣ୍ଟା ମୋବାଇଲ୍ ସ୍କ୍ରିନରେ ବିତାଉଥିଲେ।

ଫୋରେନସିକ ରିପୋର୍ଟରେ ବଡ଼ ଖୁଲାସା

ପୋଲିସ ସୂଚନା ଅନୁଯାୟୀ, ତିନି ଭଉଣୀଙ୍କ ମୋବାଇଲ୍ ଫୋନରୁ ଡିଲିଟ୍ ହୋଇଯାଇଥିବା ଡାଟା ରିକଭର କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ସେମାନେ ନିୟମିତ ଭାବରେ କୋରିଆନ୍, ଚାଇନିଜ୍ ଏବଂ ଜାପାନିଜ୍ ସୋ’ ଦେଖୁଥିଲେ। ଏହା ସହିତ ସେମାନେ କିଛି ଭୟଙ୍କର (Horror) ଗେମ୍ ମଧ୍ୟ ଖେଳୁଥିଲେ, ଯାହାର ଉଲ୍ଲେଖ ସେମାନଙ୍କ ସୁଇସାଇଡ୍ ନୋଟରେ ମଧ୍ୟ ରହିଛି। ପିଲାଙ୍କ ବାପା ଘଟଣାର କିଛି ଦିନ ପୂର୍ବରୁ ଏହି ଫୋନ୍ ଗୁଡ଼ିକୁ ବିକ୍ରି କରିଦେଇଥିଲେ ମଧ୍ୟ ପୋଲିସ ସେଗୁଡିକୁ ଜବତ କରି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛି।

‘କୋରିଆନ୍ ଲଭ୍ ଗେମ୍’ ଏବଂ ୫୦ଟି ଟାସ୍କ

ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅମାନେ ଏକ ‘କୋରିଆନ୍ ଲଭ୍ ଗେମ୍’ ଜାଲରେ ଫସି ଯାଇଥିଲେ। ଏହି ଗେମରେ ପ୍ରାୟ ୫୦ଟି ଟାସ୍କ ବା କାର୍ଯ୍ୟ ରହିଥିଲା ଏବଂ ଶେଷ ଟାସ୍କଟି ଆତ୍ମହତ୍ୟା ଥିଲା ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ମିଳିଥିବା ଏକ ୯ ପୃଷ୍ଠାର ଡାଏରୀରେ ପିଲାମାନେ କୋରିଆନ୍ ସଂସ୍କୃତିକୁ ନିଜର ‘ପ୍ରକୃତ ଜୀବନ’ ବୋଲି ବର୍ଣ୍ଣନା କରିଛନ୍ତି। ସେମାନେ ଲେଖିଛନ୍ତି ଯେ, "ଆମେ କୋରିଆନ୍‌କୁ ବହୁତ ଭଲପାଉ"।

ମୋବାଇଲ୍ ନିଶା ସାଜିଲା କାଳ

ଗତ ଦୁଇ ବର୍ଷ ଧରି ତିନି ଭଉଣୀ ସ୍କୁଲ ଯାଉନଥିଲେ ଏବଂ ଘର ଭିତରେ ଆବଦ୍ଧ ରହି କେବଳ ମୋବାଇଲରେ ବ୍ୟସ୍ତ ରହୁଥିଲେ। ଯେତେବେଳେ ପରିବାର ଲୋକେ ସେମାନଙ୍କ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଲେ ଏବଂ ଫୋନ୍ ଛଡ଼ାଇ ନେଲେ, ସେତେବେଳେ ସେମାନେ ମାନସିକ ଭାବେ ଭାଙ୍ଗି ପଡିଥିଲେ। ଏହି ମାନସିକ ଚାପ ଏବଂ ଗେମ୍‌ର ପ୍ରଭାବ ଯୋଗୁଁ ସେମାନେ ନବମ ମହଲାରୁ ଡେଇଁ ଜୀବନ ହାରିଦେଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

୩ ଭଉଣୀଙ୍କ ଆତ୍ମହତ୍ୟା ପରେ ବାପାଙ୍କ ବଡ଼ ଖୁଲାସା: ‘ପ୍ରାଚୀ ଥିଲା ବସ୍’, କାନ୍ଥରେ ଲେଖାଥିଲା ‘ବ୍ରୋକନ୍ ହାର୍ଟ’
ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନିଜଣ ନାବାଳିକା ଭଉଣୀ ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍, ଡାଏରୀ ଏବଂ କାନ୍ଥରେ ଲେଖାଯାଇଥିବା କିଛି ଅଜବ କଥା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ମୃତକଙ୍କ ବାପା ଚେତନ ଏହି ଘଟଣା ପଛରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟାଇଛନ୍ତି।

ଅନ୍‌ଲାଇନ୍ ଗେମ୍ ଓ କୋରିଆନ୍ କଲଚର୍‌ର ନିଶା

ଫେବୃଆରୀ ୪, ୨୦୨୬ ରାତି ପ୍ରାୟ ୨ଟା ସମୟରେ ଗାଜିଆବାଦର ଭାରତ ସିଟି ସୋସାଇଟିରେ ଏହି ଘଟଣା ଘଟିଥିଲା। ମୃତ ତିନି ଭଉଣୀ ହେଲେ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖୀ (୧୨)। ବାପା ଚେତନଙ୍କ କହିବା ଅନୁଯାୟୀ, ତିନି ଭଉଣୀଙ୍କୁ ମୋବାଇଲ୍‌ରେ ଅନ୍‌ଲାଇନ୍ ଗେମ୍ ଖେଳିବାର ଭୟଙ୍କର ନିଶା ଥିଲା। ସେମାନେ କୋରିଆନ୍ ସଂସ୍କୃତି ଦ୍ୱାରା ଅତ୍ୟଧିକ ପ୍ରଭାବିତ ଥିଲେ ଏବଂ ସବୁବେଳେ କୋରିଆ ଯିବା କଥା କହୁଥିଲେ। ଗତ ଦୁଇ ବର୍ଷ ହେଲା ସେମାନେ ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଥିଲେ। ପରୀକ୍ଷାରେ ଫେଲ୍ ହେବା ପରେ ସେମାନେ ଘରେ ରହି କେବଳ ମୋବାଇଲ୍‌ରେ ସମୟ ବିତାଉଥିଲେ।

‘ପ୍ରାଚୀ ଥିଲା ବସ୍, ଅନ୍ୟମାନେ ମାନୁଥିଲେ କଥା’

ବାପା ଚେତନ ଆହୁରି ମଧ୍ୟ କହିଛନ୍ତି ଯେ, ତିନି ଭଉଣୀଙ୍କ ମଧ୍ୟରେ ଏକ ଅଦ୍ଭୁତ ବୁଝାମଣା ଥିଲା। ମଝିଆ ଝିଅ ପ୍ରାଚୀ ନିଜକୁ ‘ବସ୍’ ବୋଲି ଭାବୁଥିଲା ଏବଂ ଅନ୍ୟ ଦୁଇ ଭଉଣୀ ତା’ କଥା ମାନୁଥିଲେ। ସେମାନେ ଏକାଠି ଖାଉଥିଲେ, ଏକାଠି ଶୋଉଥିଲେ ଏବଂ ଏପରିକି ଟଏଲେଟ୍ ମଧ୍ୟ ଏକାଠି ଯାଉଥିଲେ। ଘଟଣା ଦିନ ବାପା-ମା’ ଶୋଇବା ପରେ ସେମାନେ ବାହାରୁ କବାଟ ବନ୍ଦ କରି ୯ମ ମହଲାରୁ ଡେଇଁ ପଡିଥିଲେ।

କାନ୍ଥ ଓ ଡାଏରୀରେ ଲେଖାଥିଲା ରହସ୍ୟମୟ କଥା

ପୋଲିସ ତଦନ୍ତ ବେଳେ ଝିଅମାନଙ୍କ ରୁମ୍‌ରୁ ଏକ ଡାଏରୀ ଓ ସୁଇସାଇଡ୍ ନୋଟ୍ ଜବତ କରିଛି। ସୁଇସାଇଡ୍ ନୋଟ୍‌ରେ ଲେଖାଥିଲା, "True Life Story (ଜୀବନର ସତ କାହାଣୀ)... I’m Really Sorry Papa"। ସେହିପରି ଡାଏରୀରେ "We Love Korean Games" ବୋଲି ଉଲ୍ଲେଖ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେମାନଙ୍କ ରୁମ୍ କାନ୍ଥରେ ଲେଖାଥିଲା- "Make me a heart of broken. I am very alone"।

ଗାଜିଆବାଦ ଡିସିପି ନିମିଶ ପାଟିଲ କହିଛନ୍ତି ଯେ, ଝିଅମାନଙ୍କର ନିଜର ଫୋନ୍ ନଥିଲା, ସେମାନେ ବାପା-ମା’ଙ୍କ ଫୋନ୍ ବ୍ୟବହାର କରୁଥିଲେ। କିଛି ଦିନ ତଳେ ପରିବାର ଲୋକେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଯାହାକୁ ନେଇ ସେମାନେ ଆହତ ହୋଇଥିଲେ। ବର୍ତ୍ତମାନ ପରିବାରର ମୋବାଇଲ୍ ଫୋନ୍‌ଗୁଡ଼ିକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି ଏବଂ ଏହା କୌଣସି ଟାସ୍କ ବେସ୍ଡ ଗେମ୍ (Task-based game) କି ନୁହେଁ, ତାହାର ତଦନ୍ତ ଚାଲିଛି।

୯ ମହଲାରୁ ଡେଇଁ ୩ ଭଉଣୀଙ୍କ ଆତ୍ମହତ୍ୟା: ଡାଏରୀରୁ ମିଳିଲା ‘କୋରିଆନ୍ ଗେମ୍’ ଲିଙ୍କ୍, ଲେଖିଥିଲେ- ‘I Am Really Sorry Papa’
ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଭାରତ ସିଟି ସୋସାଇଟିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ନାବାଳିକା ଭଉଣୀ ଏକାସାଙ୍ଗରେ ୯ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ ଡାଏରୀ ଜବତ କରିଛି, ଯେଉଁଥିରେ ମୃତ୍ୟୁ ପୂର୍ବରୁ ଲେଖାଯାଇଥିବା କିଛି ଚାଞ୍ଚଲ୍ୟକର ତଥ୍ୟ ରହିଛି।

ଡାଏରୀରେ ଲେଖାଥିଲା ‘True Life Story’

ଘଟଣାସ୍ଥଳରୁ ମିଳିଥିବା ଡାଏରୀରେ ପିଲାମାନେ ଲେଖିଥିଲେ, "True Life Story… Read Now"। ଏଥିରେ କାନ୍ଦୁଥିବା ଆଖିର ଚିତ୍ର ଅଙ୍କାଯାଇଥିଲା ଏବଂ ସେମାନେ ନିଜ ବାପା-ମା’ଙ୍କୁ କ୍ଷମା ମାଗି ଲେଖିଥିଲେ, "I’m Really Sorry Papa… I Love You"। ଡାଏରୀର ପୃଷ୍ଠାରେ 'କୋରିଆନ୍ ଗେମ୍ସ' ବିଷୟରେ ମଧ୍ୟ ଉଲ୍ଲେଖ ରହିଛି, ଯାହା କୌଣସି ଅନଲାଇନ୍ ଟାସ୍କ ବା ଗଭୀର ମାନସିକ ଚାପ ଆଡକୁ ଇଙ୍ଗିତ କରୁଛି।

ମୋବାଇଲ୍ ନିଶା ସାଜିଲା କାଳ?

ଗାଜିଆବାଦ ଡିସିପି ନିମିଶ ପାଟିଲଙ୍କ ସୂଚନା ଅନୁଯାୟୀ, ମୃତ ତିନି ଭଉଣୀ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖୀ (୧୨) ମୋବାଇଲ୍ ଗେମ୍‌ର ଘୋର ନିଶାରେ ଥିଲେ। ନିଜର ଫୋନ୍ ନଥିବାରୁ ସେମାନେ ବାପା-ମା’ଙ୍କ ଫୋନ୍ ବ୍ୟବହାର କରୁଥିଲେ। ପାଠପଢ଼ାରେ ବ୍ୟାଘାତ ହେବାରୁ ପରିବାର ଲୋକେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଯାହା ସେମାନଙ୍କୁ ଗଭୀର ଆଘାତ ଦେଇଥିଲା ବୋଲି ପୋଲିସ ସନ୍ଦେହ କରୁଛି।

ଜୀବନ ଓ ମୃତ୍ୟୁର ସାଥୀ

ପଡ଼ୋଶୀ ଏବଂ ପରିଜନଙ୍କ କହିବା ମୁତାବକ, ତିନି ଭଉଣୀ ପରସ୍ପରର ଖୁବ୍ ନିକଟତର ଥିଲେ। ଖାଇବା, ଶୋଇବା, ସ୍କୁଲ ଯିବା ଭଳି ସବୁ କାମ ସେମାନେ ଏକାଠି କରୁଥିଲେ। ଶେଷରେ ମୃତ୍ୟୁର ରାସ୍ତା ମଧ୍ୟ ସେମାନେ ଏକାଠି ବାଛିଥିଲେ। ରାତି ପ୍ରାୟ ୨ଟା ସମୟରେ ଫ୍ଲାଟ୍ ନମ୍ବର ୯୦୭ର ବାଲକୋନିରୁ ତିନିହେଁ ଏକାସାଙ୍ଗରେ ତଳକୁ ଡେଇଁ ପଡ଼ିଥିଲେ।

ପାରିବାରିକ ସ୍ଥିତି ଓ ତଦନ୍ତ

ମୃତକଙ୍କ ବାପା ଚେତନ କୁମାର ଅନଲାଇନ୍ ଟ୍ରେଡିଂ କାମ କରନ୍ତି। ସେ ଦୁଇଜଣ ସଗା ଭଉଣୀଙ୍କୁ ବିବାହ କରିଥିଲେ ଏବଂ ଗତ ୪ ବର୍ଷ ହେଲା ସମସ୍ତେ ଏକାଠି ରହୁଥିଲେ। ପୋଲିସ ବର୍ତ୍ତମାନ ପରିବାରର ମୋବାଇଲ୍ ଫୋନ୍ ଜବତ କରି ଫୋରେନ୍ସିକ୍ ଯାଞ୍ଚ ପାଇଁ ପଠାଇଛି। କୌଣସି 'ଟାସ୍କ ବେସ୍‌ଡ କୋରିଆନ୍ ଗେମ୍' ଏହି ଆତ୍ମହତ୍ୟା ପଛର ପ୍ରକୃତ କାରଣ କି ନାହିଁ, ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

ଆପଣ ମୋବାଇଲ ଆଡିକ୍ଟ ହୋଇଯାଇଛନ୍ତି କି? ତେବେ ଜାଣନ୍ତୁ ଏହାର ପ୍ରତିକାର, ନହେଲେ ମାଡିବସିବ ରୋଗ
ଆଜିକାଲି ଦୈନନ୍ଦିନ ଜୀବନ, ଏକ ବ୍ଲୁ ସ୍କ୍ରିନ୍‌ରୁ ଆରମ୍ଭ ହୋଇ ବ୍ଲୁ ସ୍କ୍ରିନ୍‌ରେ ସରୁଛି। ଏହାକୁ ସ୍କ୍ରିନ୍‌ ଆଡିକ୍ଟ କୁହାଯାଉଛି। ସ୍କୁଲଠାରୁ ଆରମ୍ଭ କରି କାର୍ଯ୍ୟାଳୟ , ସବୁ ସ୍ଥାନରେ କୌଣସି ନା କୌଣସି ବ୍ଲୁ ସ୍କ୍ରିନ୍‌ ଗ୍ୟାଜେଟ୍‌- ଯେପରି ଫୋନ୍‌, କମ୍ପ୍ୟୁଟର୍‌, ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଆଦିରେ ଆମର ଅଧିକାଂଶ ସମୟ ଅତିବାହିତ ହୋଇଥାଏ। ବିରତି ସମୟରେ ମଧ୍ୟ ସାଙ୍ଗସାଥି ଓ ପରିବାରକୁ ସମୟ ଦେବା ପରିବର୍ତ୍ତେ ବ୍ଲୁ ସ୍କ୍ରିନ୍‌କୁ ଆମେ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ସବୁ ବୟସ ବର୍ଗଙ୍କ ପାଇଁ ଅନେକ ଶାରୀରିକ ଓ ମାନସିକ ସ୍ତରରେ କ୍ଷତି ପହଞ୍ଚାଇଥାଏ। ସେହିଭଳି କିଛି ସମସ୍ୟା ଓ ତା’ର ସମାଧାନ ସମ୍ପର୍କିତ ତଥ୍ୟ ଆମେ ସମସ୍ତେ ଜାଣିରଖିବା ଉଚିତ।

ନିଦ୍ରାହୀନତା

ସ୍କ୍ରିନ ଆଡିକ୍ଟର ସବୁଠାରୁ ବଡ଼ ପ୍ରଭାବ ହେଉଛି ନିଦ୍ରାହୀନତା। ଏହି ନିଦ୍ରାଜନିତ ସମସ୍ୟା ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଲାପ୍‌ଟପ୍ ଓ ମୋବାଇଲ୍‌ରୁ ନିର୍ଗତ ନୀଳରଶ୍ମିର ପ୍ରଭାବ ଦୃଷ୍ଟିଶକ୍ତି ସହିତ ନିଦ ଉପରେ ମଧ୍ୟ ପଡ଼ିଥାଏ। ବ୍ଲୁ ଲାଇଟ୍‌ର ପ୍ରଭାବରେ ବ୍ରେନରେ କେତେକ ହରମୋନ୍‌ କ୍ଷରଣ ହେବା ବନ୍ଦ ହୋଇଯାଏ। ଏହି କାରଣରୁ ନିଦ ହୁଏନାହିଁ ଏବଂ ଆମ ଶରୀର ପ୍ରାକୃତିକ ଉପାୟରେ ରିଲାକ୍ସ ହୋଇପାରିନଥାଏ। ନିଦ୍ରାହୀନତା ଲାଗି ରହିଲେ, ଭବିଷ୍ୟତରେ ବଡ଼ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଏ। କେତେକ ଲୋକ ଏହାକୁ ଛୋଟ ସମସ୍ୟା ଭାବି ଏଡ଼ାଇ ଯାଆନ୍ତି। କିନ୍ତୁ ଏହା ଏକ ଗମ୍ଭୀର ସମସ୍ୟା, ଯାହାକି ପ୍ରାଥମିକ ସ୍ତରରେ ଉପଚାର କରିବା ଆବଶ୍ୟକ। ଏହାର ପ୍ରାଥମିକ ଉପଚାର ହେଲା, ବ୍ଲୁ ଲାଇଟରୁ ଦୂରେଇ ରହିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ଓବେସିଟି

ଆଜିକାଲି ଫିଟ୍‌ ରହିବା ପାଇଁ କିଏ ବ୍ୟାୟାମର ସାହାଯ୍ୟ ନେଉଛି ତ’ ଆଉ କିଏ ଯୋଗ ପ୍ରାଣାୟମର। କିନ୍ତୁ ଏହି ବ୍ଲୁ ଲାଇଟ୍‌ ପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଗବେଷକଙ୍କ ମତରେ ଏହି ବ୍ଲୁ ଲାଇଟ୍‌ କାରଣରୁ ଓଜନ ବଢ଼ିବା ସହିତ ଓବେସିଟି ଭଳି ରୋଗ ମଧ୍ୟ ହୋଇଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଲାପ୍‌ଟପ୍‌, କମ୍ପ୍ୟୁଟର୍‌ କିମ୍ବା ମୋବାଇଲ୍‌ ଧରି ଗୋଟିଏ ସ୍ଥାନରେ ଲଗାତାର ଅଧିକ ସମୟ ବସନ୍ତି, ତେବେ ତାଙ୍କର ଓଜନ ବଢ଼ିବାର ଆଶଙ୍କା ଅଧିକ ରହିଛି। ତେଣୁ ଯଦି ବି ଆପଣଙ୍କୁ ବାଧ୍ୟତାମୂଳକ ଏପରି କରିବାକୁ ପଡ଼ୁଛି, ତେବେ ମଝିରେ ମଝିରେ ଉଠି କିଛି ସମୟ ପାଇଁ ବୁଲନ୍ତୁ। ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଅଫିସ୍‌ ସିଟ୍‌ରେ ନବସି କିଛି ସମୟ ଚାଲିପାରିେବ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

ବେକ ଓ ପିଠି ଯନ୍ତ୍ରଣା

ସ୍କ୍ରିନ ଆଡିକ୍ଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ବେକ ଓ ପିଠିରେ ଯନ୍ତ୍ରଣା। ଇଲେକ୍ଟ୍ରୋନିକ ସାମଗ୍ରୀର ଅଧିକ ବ୍ୟବହାର ଫଳରେ କ୍ରୋନିକ୍‌ ବ୍ୟାକ୍‌ପେନ୍‌, କାନ୍ଧ ବିନ୍ଧା ଓ ବେକରେ ଯନ୍ତ୍ରଣା ଦେଖିବାକୁ ମିଳିଥାଏ, ଯାହା ଭବିଷ୍ୟତରେ ସ୍ପଣ୍ଡିଲାଇଟସ୍‌ ଭଳି ରୋଗକୁ ସୃଷ୍ଟି କରିଥାଏ। ଏଥିରେ ପୀଡ଼ିତ ବ୍ୟକ୍ତି ଖୁବ ଯନ୍ତ୍ରଣା ଅନୁଭବ କରିଥାନ୍ତି। ତେଣୁ ପ୍ରାଥମିକ ସ୍ତରରେ ଯନ୍ତ୍ରଣା ଅନୁଭବ କରୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅଧିକ ସମୟ ଗୋଟିଏ ପାଖରେ ବସିରହିବା ପରିବର୍ତ୍ତେ ଚାଲିପାରିବେ। ଏହା ସହ କିଛି ଷ୍ଟ୍ରେଚିଂ ବ୍ୟାୟାମ ଦ୍ବାରା କ୍ରୋନିକ୍‌ ଡିସ୍‌ଅର୍ଡ଼ରକୁ ଦୂରେଇ ହେବ।

ପିଲାଙ୍କ କ୍ଷେତ୍ରରେ କୁପ୍ରଭାବ

ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ସର୍ଭେ ଅନୁସାରେ, ଯେଉଁ ପିଲାମାନେ ଦୁଇ ଘଣ୍ଟାରୁ ଅଧିକ ସ୍କ୍ରିନକୁ ଚାହିଁ ଥାଆନ୍ତି, ସେମାନେ ନିଜର ଭାବ ପ୍ରକାଶ କରିବାରେ ପଛରେ ରହିଯାଉଛନ୍ତି। ସେହିଭଳି ଯେଉଁ ପିଲାମାନେ ସାତ ଘଣ୍ଟାରୁ ଅଧିକ ସ୍କ୍ରିନକୁ ଚାହାନ୍ତି, ସେମାନଙ୍କଠାରେ ମାନସିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢ଼ିଥାଏ। ସ୍କ୍ରୀନ୍‌ ଆଡିକ୍ଟର କୁପ୍ରଭାବ ଯୋଗୁ କେତେକ କ୍ଷେତ୍ରରେ ପିଲାମାନେ ଡେରିରେ କଥା ବୁଝୁଥିବାବେଳେ ଅନେକ ସମୟ ଚୁପ୍‌ଚାପ୍‌ ହୋଇ ରହୁଥÒବାର ଦେଖାଯାଉଛି।

ସମସ୍ୟାର ଉପଯୁକ୍ତ ସମାଧାନ

ଉପରୋକ୍ତ ସମସ୍ତ ସମସ୍ୟାର ଗୋଟିଏ ସମାଧାନ ହେଉଛି – ବ୍ଲୁ ଲାଇଟ୍‌ରୁ ଦୂରେଇ ରହିବା। ଆଜିକାଲିର ଡିଜିଟାଲ୍‌ ଯୁଗରେ ଏଭଳି କରିବା କେତେକ କ୍ଷେତ୍ରରେ ସହଜ ହୋଇନଥାଏ। କାରଣ କାର୍ଯ୍ୟ କ୍ଷେତ୍ରରେ ଏହା ବାଧ୍ୟତାମୂଳକ ଥାଏ। କିନ୍ତୁ ଏହାର ପ୍ରଭାବକୁ କମ୍‌ କରିବା ପାଇଁ ଅନେକ କିଛି ଉପାୟ ରହିଛି, ଯାହାକି ଡାକ୍ତରଙ୍କ ସହ ପରାର୍ଶ କରି ସମସ୍ତେ ଜାଣିପାରିବେ। ଯେତେ ସମ୍ଭବ, ଛୋଟ ପିଲାଙ୍କୁ ମୋବାଇଲ୍‌ଠାରୁ ଦୂରେଇ ରଖନ୍ତୁ।

ଡାକ୍ତର ସମ୍ରାଟ କର (ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ, ପୁରୀଘାଟ ରୋଡ୍‌, କଟକ, ଦୂରଭାଷ : ୯୧୩୨୪୩୩୩୩୩)