Byomkesh Ray - The Sakala

ବ୍ୟୋମକେଶ ଯାହା କହିଛନ୍ତି, ଠିକ କହିଛନ୍ତି
ଭୁବନେଶ୍ବର : ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡିଓକୁ ନେଇ ବିରୋଧିଙ୍କ ଉପରେ ବର୍ଷିଲେ ବିଧାୟକ ଭାଗିରଥି ସେଠୀ। ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଭାଗିରଥି ସେଠୀ କହିଛନ୍ତି ଯେ ବିଧାୟକଙ୍କ ଭାଇରାଲ ଅଡିଓକୁ ଯାଞ୍ଚ କରାଯାଉ । ଆମେ ଲୋକ ପ୍ରତିନିଧି । ଲୋକଙ୍କ କାମ ପାଇଁ ବିଭିନ୍ନ ଲୋକଙ୍କ ସହ କଥା ହେଉଛୁ । କିନ୍ତୁ ଆମ କଥା ରେକର୍ଡିଂ କରି ଏପରି ଭାଇରାଲ କରିବା ଉଦ୍ଦେଶ୍ୟ କଣ? ଆମେ ମାନେ କଣ କିଛି କଥା କହି ପାରିବୁନି କି ? ଯେଉଁ ପୋଲିସ ଅଫିସର ରେକର୍ଡିଂ କରି ଭାଇରାଲ କଲେ କାହିଁକି କଲେ’ ବୋଲି ପ୍ରଶ୍ନ କରିଛନ୍ତି ଭାଗୀରଥି ।

ସେହିପରି ବିଧାୟକ ବ୍ୟୋମକେଶ ରାୟଙ୍କ କଥାବର୍ତ୍ତା କାଣ୍ଟଛାଣ୍ଟ କରି ଭାଇରାଲ କରାଯାଇଥିବା କହିଛନ୍ତି ଭାଗୀରଥି ।ବିଧାୟକ ଆହୁରି କହିଛନ୍ତି, ଆମେ ଆମ ନିଜ ପାଇଁ କିଛି କରୁନାହୁଁ । ଲୋକଙ୍କ ସମସ୍ୟା କଥା କହୁଛୁ । ଯଦି ଏଭଳି ଭାବେ ଅଧିକାରୀ ମାନେ ରେକର୍ଡିଂ କରିବେ କଣ କରାଯିବ । ଏକଥାକୁ ନେଇ ବିରୋଧୀ ଯଦି ବିଧାନସଭାରେ ହୋହାଲ୍ଲା କରିବେ ତେବେ ବିଧାୟକ ମାନେ କୌଣସି ଅଫିସରଙ୍କୁ କିଛି କହି ପାରିବେ ନାହିଁ । ଅଫିସର ମଧ୍ୟ ଆମ କଥା ଶୁଣିବେ ନାହିଁ । ଏପରି ହେଲେ ବିଧାୟକଙ୍କ ମନୋବଳ ଭାଙ୍ଗିଯିବ । ବିଧାୟକଙ୍କୁ କେହି ବାସୀରେ ପଚାରିବେ ନାହିଁ ବୋଲି କହିଛନ୍ତି ଭାଗୀରଥି ।

ସେହିପରି ଭାଗିରଥି କହିଛନ୍ତି, ଯିଏ ଏମିତି କରିଛନ୍ତି ତାଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ ଜାରି କରାଯାଉ ସବୁ ଅଫିସର ନୁହନ୍ତି କିଛି ଅଫିସର ଅଛନ୍ତି ଯେଉଁମାନେ ଦୁର୍ନିତୀଗସ୍ତ, ସେମାନେ ଏମିତି କରୁଛନ୍ତି । ସେମାନଙ୍କ କଥାକୁ ତର୍ଜମା ନକରି ବିରୋଧୀ ବିଧାୟକ ହୋ ହଲ୍ଲା କରୁଛନ୍ତି । ଏମିତି କଲେ ବିରୋଧୀ ଦଳ ନିଜେ ନିନ୍ଦିତ ହେବେ । କିନ୍ତୁ ବ୍ୟୋମକେଶ ଯାହା କହିଛନ୍ତି, ଠିକ କହିଛନ୍ତି ।

ତାଙ୍କ ଅଡିଓକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉ । କିଏ ବଜେଇ ଦେଲା ବୋଲି ତାକୁ ନେଇ ହୋହଲ୍ଲା ନକରାଯାଉ । ଏମିତି ହେଲେ ବିଧାୟକ କୌଣସି ଅଫିସରଙ୍କୁ କିଛି କହି ପାରିବେ ନାହିଁ । ବ୍ୟୋମେକଶଙ୍କ କହିବା ହେଉଛି ତାଙ୍କ ଅଡିଓକୁ ଏଡିଟ୍ କରାଯାଇଛି । ଯିଏ ଏଭଳି କରିଛନ୍ତି ତାଙ୍କ ବିରୋଧରେ ଯାଂଚ କରାଯାଉ । ନହେଲେ ଆଗାମୀ ଦିନରେ ବିଧାୟକ ମାନେ ଅଫିସରଙ୍କ ସହିତ କଥା ହେବାକୁ ଡରିବେ ବୋଲି କହିଛନ୍ତି ଭାଗିରଥି ସେଠୀ ।

ସୂଚନା ମୁତାବକ ଦୁଇ ଦିନ ତଳେ ବିଧାୟକ ବ୍ୟୋମକେଶ ରାୟ ଜଣେ ପୋଲିସ କର୍ମଚାରୀଙ୍କ କଥା ହେଉଥିବା ଅଡିଓକୁ କିଛି ଚ୍ୟାନେଲ ଏଡିଟ କରି ବଜାଇଥିଲେ । ଯେଉଁଥିରେ ବ୍ୟୋମକେଶ ସାଧାରଣ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଏବଂ ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣୁ ନଥିବା ନେଇ ଅଧିକାରୀଙ୍କୁ ତାଗିତ କରିଥିଲେ ।