IPL betting - The Sakala

ପୁରୀରେ ଆଇପିଏଲ୍ ବେଟିଂ ରାକେଟର ମାଷ୍ଟରମାଇଣ୍ଡ ଗିରଫ, ୧୮ ଲକ୍ଷର ସମ୍ପତ୍ତି ଫ୍ରିଜ୍
ପୁରୀ: ପୁରୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଓଡ଼ିଶାରେ ଚାଲିଥିବା ଏକ ବୃହତ୍ତ ଆଇପିଏଲ୍ ବେଟିଂ ସିଣ୍ଡିକେଟ୍ ବା ରାକେଟର ମୁଖ୍ୟ ମାଷ୍ଟରମାଇଣ୍ଡକୁ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତ ଜଣକ କୋଟି କୋଟି ଟଙ୍କାର ଏକ ସୁସଂଗଠିତ ବେଆଇନ ବେଟିଂ ସାମ୍ରାଜ୍ୟ ଚଳାଉଥିଲେ ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ୩୨ ବର୍ଷୀୟ କୃଷ୍ଣ ପ୍ରସାଦ ତ୍ରିପାଠୀ ଓରଫ୍ 'ବସ୍'। ପୋଲିସ ସୂତ୍ରରୁ ପ୍ରକାଶ ଯେ, କୃଷ୍ଣ ନିଜର ପ୍ରକୃତ ପରିଚୟ ଲୁଚାଇ ରଖିବା ସହ ଏକ ସିନେମା ଷ୍ଟାଇଲ୍‌ରେ ଏହି କଳା କାରବାର କରୁଥିଲେ। ସେ ବ୍ରହ୍ମପୁରରେ 'ନମସ୍ତେ' ନାମକ ଏକ ହୋଟେଲ ମଧ୍ୟ ଚଳାଉଥିଲେ। ବେଟିଂ କାରବାରକୁ ସୁଗମ କରିବା ପାଇଁ ସେ ନିଜର ଏକ ସ୍ୱତନ୍ତ୍ର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି। ଏହା ସହ ଅନଲାଇନ୍ ପ୍ଲାଟଫର୍ମ 'ସ୍କାଏ ଏକ୍ସଚେଞ୍ଜ' (Sky Exchange) ବ୍ୟବହାର କରି ସେ ବେଆଇନ ଆଇପିଏଲ୍ ବେଟିଂ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ।

ତାଙ୍କ ଗିରଫଦାରୀ ପରେ ପୋଲିସ କୃଷ୍ଣଙ୍କ ବାସଭବନରେ ଛାନଭିନ୍ କରି ପ୍ରାୟ ୧୦ ଲକ୍ଷ ଟଙ୍କା ନଗଦ ଜବତ କରିଛି। ଏହା ବ୍ୟତୀତ ତାଙ୍କ ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରେ ଥିବା ୮ ଲକ୍ଷ ଟଙ୍କାକୁ ମଧ୍ୟ ସିଜ୍ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କର ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍, ସମ୍ପତ୍ତି ଏବଂ ଆର୍ଥିକ କାରବାରର ଅଧିକ ଖୋଳତାଡ଼ କରୁଛି ପୋଲିସ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୯ ତାରିଖରେ ପୁରୀର ମଶାଣି ଚଣ୍ଡୀ ଛକରେ ପୋଲିସ ଏକ ବେଟିଂ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ବେଟିଂ ଚାଲିଥିବା ସମୟରେ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ମାର୍କଣ୍ଡେଶ୍ୱର ସାହିର ପ୍ରସନ୍ନ ପୃଷ୍ଟି, ବଡ଼ଶଙ୍ଖ ଅଞ୍ଚଳର ବି. ନାଗେଶ୍ୱର ରାଓ, ମଶାଣି ଚଣ୍ଡୀ ଛକର ବିଶ୍ୱଜିତ ଲେଙ୍କା ଏବଂ ଚନ୍ଦନପୁରର ରମାକାନ୍ତ ସାହୁ।

ସେହି ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୩.୦୪ ଲକ୍ଷ ଟଙ୍କା ଏବଂ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ପରେ ପ୍ରସନ୍ନ ପୃଷ୍ଟିଙ୍କ ଘରେ ଚଢ଼ାଉ କରି ପୋଲିସ ଅତିରିକ୍ତ ୨୨.୩୧ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା। ମୋଟାମୋଟି ଭାବେ ଏହି ରାକେଟ୍ ସହ ଜଡ଼ିତ ଥିବା ୩୧.୮୧ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୂର୍ବରୁ ସିଜ୍ କରାଯାଇଥିଲା। ଏହି ବେଆଇନ କାରବାର ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ପୋଲିସ ସନ୍ଦେହ କରୁଛି।

ମୁଖ୍ୟ ଅଭିଯୁକ୍ତ 'ବସ୍' ଗିରଫ ହେବା ପରେ ଏହି ବେଟିଂ ସିଣ୍ଡିକେଟ୍‌କୁ ଏକ ଶକ୍ତ ଧକ୍କା ଲାଗିଥିବା ପୋଲିସ ଦାବି କରିଛି। ବର୍ତ୍ତମାନ ଏହି ନେଟୱାର୍କର ଅନ୍ୟ ସଦସ୍ୟ ଏବଂ ଆର୍ଥିକ କାରବାରର ପୂରା ତଥ୍ୟ ଜାଣିବା ପାଇଁ ପଚରାଉଚରା ଏବଂ ତଦନ୍ତ ଜାରି ରହିଛି।

ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ
ପୁରୀ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଆଇପିଏଲ ବେଟିଂ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସହ ୫ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁଙ୍କୁ ଗିରଫ କରିଛି । ଅଭିଯକ୍ତଙ୍କ ୧୦ ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି।

‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା ବୋଲି ଜଣାପଡିଛି । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବେଟିଂ ନେଟୱର୍କରେ ଲୋକଙ୍କୁ ସାମିଲ କରିବା ପାଇଁ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦିଆଯାଉଥିଲା। ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ ।

ଝାରପଡ଼ା ଓ ଚୌଦ୍ୱାର ଜେଲ୍‌‌ରେ ଚାଲିଛି ଆଇପିଏଲ୍‌‌ ବେଟିଂ ! ଗ୍ୟାଙ୍ଗ୍‌‌ଷ୍ଟର, ଚିଟ୍‌‌ଫଣ୍ଡ ଠକ ସାଜିଛନ୍ତି ବେଟିଂର ମାଷ୍ଟରମାଇଣ୍ଡ
ଭୁବନେଶ୍ୱର: ଏକାଧିକ କଏଦୀଙ୍କ ୨୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଅନ୍‌‌ଲାଇନ୍‌‌ ଟ୍ରେଡିଂରେ ଲଗାଇ ନିଲମ୍ବିତ ହୋଇଥିଲେ ଝାରପଡ଼ା ଜେଲ୍‌‌ରେ ଥିବା ଫାର୍ମାସିଷ୍ଟ ଶିବ ସାମନ୍ତରାୟ। ସେ ଟଙ୍କା ନେଇଥିବା କଏଦୀଙ୍କୁ ଲାଭାଂଶ ନଦେବାରୁ ଏହି ଘଟଣା ପଦାକୁ ଆସିଲା। ଅନ୍‌‌ଲାଇନ୍‌‌ ଟ୍ରେଡିଂ ପରେ ଏବେ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ଆଇପିଏଲ୍‌‌ ବେଟିଂ ଚାଲୁଥିବା ଜଣାପଡ଼ିଛି। ପ୍ରତିଦିନ ଲକ୍ଷାଧିକ ଟଙ୍କା ଏଠାରେ ବାଜିରେ ଲାଗୁଛି। ଏହି ବେଟିଂ ଖେଳି ଅନେକ କଏଦୀ ସର୍ବସ୍ୱାନ୍ତ ହେଉଛନ୍ତି। ଯାହାଫଳରେ ସେମାନେ କ୍ୟାଣ୍ଟିନ୍‌‌ରେ ଖାଇବାକୁ ଟଙ୍କାଟିଏ ମଧ୍ୟ ପାଉନାହାନ୍ତି। ଏହି ବେଟିଂ ପଛରେ ସଜ୍ଜା ପାଇଥିବା କଏଦୀ, ଚିଟ୍‌‌ଫଣ୍ଡ ଠକ ଏବଂ ଗ୍ୟାଙ୍ଗ୍‌‌ଷ୍ଟର ସାଜିଛନ୍ତି ମାଷ୍ଟରମାଇଣ୍ଡ। ସେମାନଙ୍କ ଇସାରାରେ ଏଭଳି ବେଟିଂ ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କୁ ସହଯୋଗ କରୁଛନ୍ତି ଜେଲ୍‌‌ରେ କାର୍ଯ୍ୟ କରୁଥିବା ୱାର୍ଡର। ବଡ଼କଥା ହେଲା ଏନେଇ ଜେଲ୍‌‌ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି।

ୱାର୍ଡରେ ଲାଗିଥିବା ଟିଭି ହେଉଛି ସହାୟ

ଜେଲ୍‌‌ରେ କଏଦୀମାନେ ଯେପରି ମାନସିକ ଭାରସ୍ୟାମ ହରାଇବେ ନାହିଁ ଏବଂ ବାହାର ଦୁନିଆର ଖବର ଜାଣିପାରିବେ, ସେଥିପାଇଁ ଟିଭି ଲଗାଯାଇଛି। ଯାହାଫଳରେ ଅନେକ କଏଦୀ ଟିଭି ମାଧ୍ୟମରେ ଅନେକ ସୂଚନା ପାଇ ପାରୁଛନ୍ତି। କିନ୍ତୁ ଏବେ ଜେଲ୍‌‌ରେ ଲାଗିଥିବା ଟିଭି କେତେକ କଏଦୀଙ୍କ ପାଇଁ ଆଇପିଏଲ୍‌‌ ବେଟିଂର ମାଧ୍ୟମ ସାଜିଛି। ସନ୍ଧ୍ୟା ୭ଟା ହେବା ମାତ୍ରେ ମାଷ୍ଟରମାଇଣ୍ଡ ଟିଭି ଆଗରେ ବସିପଡ଼ନ୍ତି। ତା’ର ଚାରିପଟେ ଏକାଧିକ କଏଦୀ ବସନ୍ତି। ଏହି ସମୟରେ ମାଷ୍ଟରମାଇଣ୍ଡକୁ ମଧ୍ୟ ୩ଜଣ କଏଦୀ ଘଷା ମୋଡ଼ା କରି ଦିଅନ୍ତି। ଏହାପରେ ଆରମ୍ଭ ହୋଇଯାଏ ଆଇପିଏଲ୍‌‌ ବେଟିଂ। କଏଦୀଙ୍କୁ ଦିଆଯାଇଥିବା ଟୋକନ୍‌‌ ଧରି ଏକାଧିକ କଏଦୀ ମାଷ୍ଟରମାଇଣ୍ଡକୁ ଦେଇ ଜିତିବାକୁ ଥିବା ଟିମ୍‌‌ ପାଇଁ ଲଗାନ୍ତି। ସେମାନଙ୍କୁ ଜେଲ୍‌‌ କର୍ତ୍ତୃପକ୍ଷ ଦେଇଥିବା ଟୋକନ୍‌‌ ପରିମାଣ ଅନୁସାରେ ଲଗାଯାଇଥାଏ। ପ୍ରତିଦିନ ୧ଲକ୍ଷରୁ ୨ଲକ୍ଷ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ ବେଟିଂ କରାଯାଏ। ୨ହଜାର ଟଙ୍କାରୁ ବେଟିଂ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲଗାଯାଇ ଥାଏ।

ହେଉନି ସର୍‌‌ପ୍ରାଇଜ୍‌‌ ଚେକିଂ

ଗତ ଏକ ମାସ ହେବ ଆଇପିଏଲ୍‌‌ ଖେଳ ଚାଲୁଛି। କିନ୍ତୁ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ହେଉନି ସର୍‌‌ପ୍ରାଇଜ୍‌‌ ଚଢ଼ଉ। ଯାହାଫଳରେ ଜେଲ୍‌‌ରେ ଥିବା କୁଖ୍ୟାତ ଅପରାଧୀ ନିଜର ମନମାନୀ ଚଳାଉଛନ୍ତି। ଚଢ଼ଉ ପାଇଁ ଜେଲ୍‌‌ ଡିଜି ଏକ ଟିମ୍‌‌ ଗଠନ କରିଥିଲେ ମଧ୍ୟ ତାହା କ’ଣ ପାଇଁ ଚଢ଼ଉ କରୁନାହାନ୍ତି, ତାକୁ ନେଇ ସନ୍ଦେହ ବଢ଼଼ିଛି।

ଟଙ୍କା ବଦଳରେ କିଭଳି ଟୋକନ୍‌‌ ଲଗାଯାଏ

ଜେଲ୍‌‌ ଭିତରକୁ ଟଙ୍କାର ପ୍ରବେଶ ନଥିବାରୁ ଜେଲ୍‌‌ ମାନୁଆଲ ଅନୁସାରେ ଟୋକନ୍‌‌ ବ୍ୟବସ୍ଥା କରାଯାଇଛି। କଏଦୀ ଜେଲ୍‌‌ କ୍ୟାଣ୍ଟିନ୍‌‌ରୁ ଖାଦ୍ୟ ଖାଇବାରେ ଏବଂ ଅନ୍ୟ ଖର୍ଚ୍ଚ ପାଇଁ କଏଦୀଙ୍କ ପରିବାର ଲୋକେ ଜେଲ୍‌‌ କର୍ତ୍ତୃପକ୍ଷଙ୍କ ନିକଟରେ ୨ହଜାର ଟଙ୍କାରୁ ୫୦ ହଜାର ପର୍ଯ୍ୟନ୍ତ ଜମା କରିପାରିବେ। ଜେଲ୍‌‌ କର୍ତ୍ତୃପକ୍ଷ ଟଙ୍କା ନେବା ପରେ ଉକ୍ତ କଏଦୀଙ୍କୁ ଉକ୍ତ ଟଙ୍କାର ପରିମାଣ ଆକାରରେ ଟୋକନ୍‌‌ ଦେଇଥାନ୍ତି। ୧ଶହ ଟଙ୍କାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଟୋକନ ରହିଥାଏ। କଏଦୀ ଏହି ଟୋକନ୍‌‌ ନେଇ କ୍ୟାଣ୍ଟିନ୍‌‌ରେ ଦେଖାଇବା ପରେ ତାକୁ ଖାଦ୍ୟ ଦିଆଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଟୋକନର ଅପବ୍ୟବହାର ହେଉଛି। ଏହାକୁ ଆଇପିଏଲ୍‌‌ ବେଟିଂରେ ବ୍ୟବହାର କରାଯାଉଛି। ମାଷ୍ଟରମାଇଣ୍ଡକୁ ସେମାନେ ୫ଶହରୁ ୨ହଜାର ଏବଂ ତାହାଠୁ ଅଧିକ ଟଙ୍କାର ଟୋକନ୍‌‌ ବେଟିଂରେ ଲଗାଇଥାନ୍ତି। ଝାରପଡ଼ା ଜେଲ୍‌‌ରେ ରହୁଥିବା ପାଖାପାଖି ୧୨ଶହ କଏଦୀଙ୍କ ମଧ୍ୟରେ ୬ଶହ କଏଦୀ ଆଇପିଏଲ୍‌‌ରେ ବେଟିଂ ଲଗାଉଛନ୍ତି।

ଗ୍ୟାଙ୍ଗ୍‌‌ଷ୍ଟାରଙ୍କ ଭୟରେ କେହି ପାଟି ଖୋଲନ୍ତି ନାହିଁ

ଜେଲ୍‌‌ରେ ଆଇପିଏଲ୍‌‌ ବେଟିଂ ଚାଲୁଥିବା ନେଇ ଅନେକ କଏଦୀ ଏବଂ ୱାର୍ଡର ଜାଣିଛନ୍ତି। କିନ୍ତୁ ଗ୍ୟାଙ୍ଗଷ୍ଟର ଏବଂ ଚିଟ୍‌‌ଫଣ୍ଡ ଠକଙ୍କ ଭୟରେ କେହି ପାଟି ଖୋଲନ୍ତି ନାହିଁ। କାରଣ ପୂର୍ବରୁ ଝାରପଡ଼ା ଜେଲ୍‌‌ ସମ୍ମୁଖରେ ଜଣେ ୱାର୍ଡରଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଗ୍ୟାଙ୍ଗ୍‌‌ଷ୍ଟରଙ୍କ ବିରୋଧରେ ଜେଲ୍‌‌ରଙ୍କ ନିକଟରେ ଅଭିଯୋଗ କଲେ, କାଳେ ଏଭଳି କିଛି ଅଘଟଣ ଘଟାଇପାରନ୍ତି। ତେଣୁ ଏହି ଭୟରେ ୱାର୍ଡର ପାଟି ଖୋଲନ୍ତି ନାହିଁ। ସେହିପରି ଜେଲ୍‌‌ରେ ରହୁଥିବା ଅନ୍ୟ କଏଦୀ ପାଟି ଖୋଲିଲେ ତାଙ୍କୁ ଜେଲ୍‌‌ ଭିତରେ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଇଥାଏ।

ଆଇପିଏଲ ବେଟିଂ ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କଲା ପୁଲିସ
ରାଉରକେଲା: ଆରମ୍ଭ ହୋଇଛି ଆଇଏପିଏଲ୍। ଏହାରି ମଧ୍ୟରେ ଜୋରଦାର ଆରମ୍ଭ ହୋଇଯାଇଛି ବେଟିଂ କାରବାର। ଏହି ବେଟିଂ କାରବାର କରୁଥିବା ଅଭିଯୋଗରେ ୬ ଅଭିଯୁକ୍ତକୁ ଗିରଫ କରିଛି ରଘୁନାଥପାଲି ଥାନା ପୁଲିସ। ଅଭିଯୁକ୍ତଙ୍କ ଠାରୁ ୨୦ ଟି ମୋବାଇଲ ଫୋନ, ଦୁଇଟି ଲାପଟପ, ୪ଟି ଏଟିଏମ କାର୍ଡ ଜବତ କରିଛି ପୁଲିସ। ଏହି ବେଟିଂ କାରବାରରେ ସମ୍ପୃକ୍ତ ଥିବା ୮ ଟି ବ୍ୟାଙ୍କ ଏକାଉଣ୍ଟ୍ ଫ୍ରିଜ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଉତ୍ତର ପ୍ରଦେଶ, ଛତିସଗଡ ଓ ମହାରାଷ୍ଟ୍ର ଅଞ୍ଚଳର ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।