Delhi vs Gujarat - The Sakala

ଆଇପିଏଲ ୨୦୨୩ : ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଭେଟିବ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ର ଷୋଡଶ ସଂସ୍କରଣ ଗତ ମାର୍ଚ୍ଚ ୩୧ଠୁ ଆରମ୍ଭ ହୋଇଛି। ପ୍ରଥମ ୨୦୨୩ ଆଇପିଏଲ ବେଶ ରୋମାଞ୍ଚକର ହେବାରେ ଲାଗିିଛି। ନୂଆ ନିୟମ ସହ ଖେଳା ଯାଉଥିବା ଚଳିତ ଆଇପିଏଲକୁ ପ୍ରତିବର୍ଷ ଭଳି କୋଟିକୋଟି କ୍ରିକେଟ ପ୍ରେମୀ ଦର୍ଶକ ବେଶ ଉପଭୋଗ କରୁଛନ୍ତି। ତେବେ ଏହାରି ମଧ୍ୟରେ ଚଳିତ ଆଇପିଏଲର ଆଜି ସପ୍ତମ ମ୍ୟାଚ ଖେଳାଯିବ।ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ।

ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଚଳିତ ଆଇପିଏଲ୍‌ରେ ଅଭିଯାନ ଆରମ୍ଭ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ଥର ବାହାରେ ମ୍ୟାଚ୍‌ ଖେଳିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ। କେନ୍‌ ୱିଲିୟମସନ୍‌ଙ୍କ ଆଣ୍ଠୁରେ ଗୁରୁତର ଆଘାତ ସତ୍ତ୍ବେ ଗୁଜରାଟ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। କିନ୍ତୁ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିବାରୁ ଏଥର ନୂଆ ରଣନୀତି ନେଇ ଖେଳିବାକୁ ଯିବ।

ଏନ୍‌ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି କିମ୍ବା ବୋଲିଂରେ ଭିନ୍ନତା ଦେଖିବାକୁ ମିଳିନାହିଁ। ତେଣୁ କମ୍‌ ଗତିରେ ବୋଲିଂ କଲେ ଶୁବମନ ଗିଲ୍‌ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ବଡ଼ ପ୍ରହାର ଖାଇବାକୁ ପଡ଼ିପାରେ। ଖଲିଲ ଅହମ୍ମଦଙ୍କ ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ ଚଳନୀୟ ଥିଲା, କିନ୍ତୁ କ୍ଷେତ୍ରରକ୍ଷଣ ସବୁବେଳେ ତାଙ୍କର ଦୁର୍ବଳତା ହୋଇଯାଇଛି।

ଅନ୍ୟପକ୍ଷେ ବୋଲିଂ ନେଇ ଦିଲ୍ଲୀ ଚିନ୍ତାରେ ଥିବା ବେଳେ ନର୍ଖିଆ ଓ ଲୁଙ୍ଗି ଏନ୍‌ଗିଡି ଦିଲ୍ଲୀରେ ପହଞ୍ଚିଯାଇଛନ୍ତି। ଏନ୍‌ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍‌ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଲଖନଉ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଏହି ଦୁଇ ଖେଳାଳି ନଥିଲେ। ବାସ୍ତବରେ ସେହି ସମୟରେ ଦକ୍ଷିଣ ଆଫ୍ରିକାର ଅଧିକାଂଶ ଖେଳାଳି ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବ୍ୟସ୍ତ ଥିଲେ । ଏହି ଦୁଇ ଖେଳାଳିଙ୍କ ଯୋଗଦାନ ସହିତ ବର୍ତ୍ତମାନ ଦିଲ୍ଲୀର ବୋଲିଂ ଅଧିକ ଶକ୍ତିଶାଳୀ ହୋଇଛି। ଏନ୍‌ରିକ ନର୍ଖିଆ ତାଙ୍କର ପେସ ବୋଲିଂ ଏବଂ ଘାତକ ୟର୍କର ବୋଲିଂ ପାଇଁ ଜଣାଶୁଣା ।

ବ୍ୟାଟରଙ୍କ କ୍ଷେତ୍ରରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଭାରତୀୟ ଯୁବ ଖେଳାଳି ପୃଥ୍ବୀ ସ’ ଓ ସର୍ଫରାଜ ଖାନ୍‌ଙ୍କଠୁ ବଡ଼ ପାଳି ଆଶା ରଖୁଛନ୍ତି। ପୂର୍ବରୁ ସର୍ଫରାଜଙ୍କୁ ଟେଷ୍ଟ‌୍ ଦଳରେ ନିଆଯାଇନଥିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ସଟ୍‌ପିଚ୍‌ ବଲ୍‌କୁ ଖେଳିବା କୌଶଳ ତାଙ୍କ ପାଖରେ ରହିନଥିବା କୁହାଯାଇଥିଲା। ଏବେ ଆଇପିଏଲ୍‌ରେ ନିଜକୁ ଆନ୍ତର୍ଜାତିକସ୍ତରର ଯୋଗ୍ୟ ଖେଳାଳି ଭାବେ ପ୍ରମାଣିତ କରିବାକୁ ସୁଯୋଗ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିନ୍ନ ଆହ୍ବାନ ଦେଇପାରନ୍ତି।