Sikkim - The Sakala

ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ !
ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ଶନିବାର ଦେଶରେ ନିର୍ବାଚନ ସରିଥିବାବେଳେ ରବିବାର ସିକ୍କିମର ୩୨ଟି ବିଧାନସଭା ସିଟ୍‌ରେ କାଉଣ୍ଟିଂ ଚାଲିଛି । ଏଠାରେ ୩୨ ସିଟରୁ ୩୧ଟି ସିଟରେ ଦଳ କ୍ଲିନ୍ ସ୍ୱିପ୍ କଲା ଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । କେବଳ ଗୋଟିଏ ସିଟରେ ବର୍ତ୍ତମାନ ସୁଦ୍ଧା ଏସଡିଏଫର ପ୍ରାର୍ଥୀ ଆଗୁଆ ଅଛନ୍ତି । ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି । ଆଉ ଏସ୍‌କେଏମ୍‌ କ୍ଲିନ ସ୍ବିପ କରି ପୁଣି ବହୁମତରେ ଜିତି ସରକାର ଗଢିବାର ନିଶ୍ଚିତ ହୋଇଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ପୁଣିଥରେ ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଢେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପ୍ରେମ ସିଂହ ତମାଙ୍ଗ । ଲଗାତାର ଦ୍ୱିତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ।

ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସ ସହିଦ
ଭୁବନେଶ୍ବର: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ମୃତଦେହ ଠାବ ହୋଇଛି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାରଲୋକେ। ଭିଡିଓ କଲ୍‌ ଯୋଗେ ଫଟୋ ଦେଖି ପରିବାରଲକେ ଚିହ୍ନଟ କରିଥିବା ସୂଚନା।

ସୂଚନା ଅନୁଯାୟୀ, ଗତକାଲି ସିକ୍କିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଥିଲେ। ଓଡ଼ିଆ ଯବାନ ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସରୋଜ ଦାସ। ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ଗତକାଲି ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା ବେଳେ ଶେଷଥର ପାଇଁ ଫୋନ୍‌ରେ ଭାଇଙ୍କ ସହ କଥା ହୋଇଥିଲେ।

ସିକ୍କିମ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା: ଏଣିକି ବର୍ଷେ ମିଳିବ ମାତୃତ୍ବ ଛୁଟି, ପୁରୁଷଙ୍କୁ ମାସେ ମିଳିବ ପିତୃତ୍ବ ଛୁଟି
ଗାଙ୍ଗଟକ: ସିକ୍କିମ ସରକାରଙ୍କ ତରଫରୁ ବଡ଼ ଘୋଷଣା । ଏଣିକି ୬ ମାସ ନୁହେଁ ବର୍ଷେ ଯାଏଁ ମିଳିବ ମାତୃତ୍ୱ ଛୁଟି । ସିକ୍କିମ ସରକାରଙ୍କ ତରଫରୁ ଏ ନେଇ ନୋଟିଫିକେସନ ଜାରି କରାଯାଇଛି । କେବଳ ମହିଳାଙ୍କୁ ନୁହେଁ ପୁରୁଷ ମାନଙ୍କୁ ୧ ମାସ ପର୍ଯ୍ୟନ୍ତ ପିତୃତ୍ବ ଛୁଟି ମିଳିବ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ସରକାର କହିଛନ୍ତି, ଏହି ନିୟମକୁ ପରିବର୍ତ୍ତନ କରାଯିବ ଏବଂ ଏହି ଯୋଜନାକୁ ଲାଗୁକରାଯିବ । ଯେଉଁଥିରେ ହଜାର ହଜାର ମହିଳା ଉପକୃତ ହେବେ।

ଖବର ଅନୁଯାୟୀ, ସିକ୍କିମ୍ ଷ୍ଟେଟ୍ ସିଭିଲ୍ ସର୍ଭିସ୍ ଅଫିସର୍ସ ଆସୋସିଏସନର ବାର୍ଷିକ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି। ଏହି ସୁବିଧା ଯୋଗାଇବା ପାଇଁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଘୋଷଣା କରାଯିବ । ଏହି ଲାଭ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ପିଲା ଏବଂ ପରିବାରର ଉତ୍ତମ ଯତ୍ନ ନେବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ମାତୃତ୍ୱ ସୁବିଧା ଅଧିନିୟମ ୧୯୬୧ ଅନୁଯାୟୀ, ଜଣେ କାର୍ୟ୍ୟରତ ମହିଳା ୬ ମାସ କିମ୍ବା ୨୬ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ତେବେ ଏହି ରାଜ୍ୟର ଜନସଂଖ୍ୟା ସବୁଠାରୁ କମ୍‌ ୬.୩୨ ଲକ୍ଷ ଲୋକ ଅଛନ୍ତି।

ପୂର୍ବ ସିକ୍କିମର ନାଥୁଲାରେ ଭୟଙ୍କର ହିମସ୍ଖଳନ; ୬ ମୃତ, ୧୫୦ରୁ ଅଧିକ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା
ଗାଙ୍ଗଟକ୍: ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି । ତେବେ ବରଫ ତଳେ ଫସି ରହିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ସେନା ଓ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୩୦ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସେମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଯାଇଛି ।

ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବାବେଳେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଝଡ଼ ପରେ ଆହତମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ ମିନିଟରେ ଗ୍ୟାଙ୍ଗଟୋକ୍‌ରୁ ସୋମଗୋ ହ୍ରଦ ଏବଂ ନାଥୁଲା ବର୍ଡରୁ ଯୋଡ଼ୁଥିବା ଜବାହାରଲାଲ୍‌ ନେହରୁ ମାର୍ଗରେ ଏହି ହିମସ୍ଖଳନ ହୋଇଥିଲା ।

ସିକ୍କିମ୍‌ରେ ଗତ ମାସରୁ ଲଗାତାର ବରଫପାତ ହେଉଛି। ଏହାଯୋଗୁଁ ପର୍ଯ୍ୟଟକଙ୍କୁ ଜବାହାରଲାଲ ନେହରୁ ରୋଡ୍‌ ସ୍ଥିତ ୧୩ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଥିବାବେଳେ ପର୍ଯ୍ୟଟକମାନେ କଟକଣା ନ ମାନି ୧୫ ମିଲ୍‌ ପଏଣ୍ଟ ପର୍ଯ୍ୟନ୍ତ ଯାଇଥିଲେ ଯେଉଁଠାରେ ଏମାନେ ଭୂସ୍ଖଳନର ଶିକାର ହୋଇଥିଲେ। ଏଭଳି ସୂଚନା ପାଇବା ପରେ ସିକ୍କିମ୍ ପୋଲିସ ସହିତ ସେନାର ଯବାନମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।