Bhubaneswar foundation Day - The Sakala

ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ; ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ
ଭୁବନେଶ୍ବର: ଆଜି ମନ୍ଦିରମାଳନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ । ରାଜଧାନୀ ପ୍ରତିଷ୍ଠାକୁ ଆଜି ପୂରିଛି ୭୮ବର୍ଷ । ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ ଆଜି । ୧୯୪୬ ମସିହାରେ ଭୁବନେଶ୍ବରର ଯୋଜନା, ନକ୍ସା, ଡିଜାଇନ ଓ ସହରୀ ସଂରଚନା ପ୍ରସ୍ତୁତ କରିଥିଲେ ପ୍ରଖ୍ୟାତ ଆର୍କିଟେକ୍ଟ ଓଟ୍ଟୋ କୋଏନିଗସବର୍ଗର। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବର ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପନ କରିଥଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ମନ୍ଦିରମିଳିନୀରୁ ସ୍ମାର୍ଟସିଟିର ଏକ ଲମ୍ବା ଯାତ୍ରା ଭିତରେ ବଢ଼ିଛି ସହରର କାୟା । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସହରର ବିଭିନ୍ନ ସ୍ଥାନକୁ ସଜ୍ଜା ଯାଇଥିବାବେଳେ ଦୁଇଦିନ ଧରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଯିବାର କାର୍ଯ୍ୟକ୍ରମ ରହିଛି ।

ବୟସ ବଢ଼ିବା ସହ ବଦଳିଛି ସହରର ରୂପରେଖ, ବଦଳିଛି ପରିବେଶ। ମନ୍ଦିର ମାଳିନୀରୁ ହୋଇଛି ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ। ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ୱର । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ବିଶ୍ୱସ୍ତରୀୟ ନେଟଓ୍ୱର୍କ, ଲୋକଙ୍କ ଜୀବନଶୈଳୀ। ସବୁକିଛି ବଦଳିଛି ଏହି ୭୮ ବର୍ଷ ମଧ୍ୟରେ ।

ସେଦିନ ମାତ୍ର ୧୫ହଜାର ଲୋକ ରହିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଥିବା ରାଜଧାନୀ ଆଜି କାୟାବିସ୍ତାର କରି ମାଡ଼ିଚାଲିଛି। ଏବେ ପ୍ରାୟ ୧୫ଲକ୍ଷ ଲୋକଙ୍କର ଏହା ଏକ ମହାନଗରୀରେ ପରିଣତ ହୋଇଛି। ମୂଳ ମାଷ୍ଟରପ୍ଲାନ୍‌ଠାରୁ ଦୂରେଇ ଯାଇ ବହୁବିଧ ସମସ୍ୟା ଜର୍ଜରିତ ନଗରୀ ହୋଇଛି ଭୁବନେଶ୍ୱର। ଆନୁଷଙ୍ଗିକ ଭିତ୍ତିଭୂମି ନଥାଇ ମଧ୍ୟ ଅସ୍ୱାଭାବିକ ଭାବରେ ଦ୍ରୁତ ଅଭିବୃଦ୍ଧି ସାଧିତ ହେଉଥିବା ଏହି ସହରର ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ପ୍ରତିଷ୍ଠା ପରେ ସ୍ୱଳ୍ପ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସହର କେବଳ ଏକ ଛୋଟ ଏନ୍‌.ଏ.ସି. ରୂପେ ଦୀର୍ଘଦିନ ଧରି ରହି ଆସିଥିଲା। ମାତ୍ର ପରବର୍ତ୍ତୀ ସମୟରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଏବଂ ସହରର ଦ୍ରୁତ ବିକାଶର ଧାରା ଅବ୍ୟାହତ ରହିବାରୁ ଏହାକୁ ମ୍ୟନିସିପାଲିଟିରେ ପରିଣତ କରାଗଲା। ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ପୌରସଭା କାର୍ଯ୍ୟ ପରିଚାଳିତ ହେଉଥିଲା। କିନ୍ତୁ ଏହା ସତ୍ତ୍ବେ ରାଜଧାନୀର ଅଭିବୃଦ୍ଧି କ୍ରମଶଃ ଏଭଳି ଦ୍ରୁତତର ହୋଇଉଠିଲା ଯେ, ଗତ କିଛି ବର୍ଷ ହେଲା ଏହା ମହାନଗର ନିଗମ ବା ମ୍ୟୁନିସିପାଲ କର୍ପୋରେସନ ଅଧୀନକୁ ଆସିଛି। ଏବେ ଏଠାରେ ୬୭ଜଣ ନିର୍ବାଚିତ କର୍ପୋରେଟର୍‌ ଏବଂ ଏହାର ମୁଖ୍ୟ ମେୟରଙ୍କ ତତ୍ତ୍ୱାବଧାନରେ ପରିଷ୍କାର ପରିଚ୍ଛନ୍ନନତାଠାରୁ ଆରମ୍ଭ କରି ସହରର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରିଚାଳିତ ହେଉଛି।

ସେହିଭଳି ୧୯୮୨ ମସିହାରେ ରାଜ୍ୟ ବିଧାନସଭାରେ ଗୃହୀତ ସ୍ୱତନ୍ତ୍ର ଆଇନ ବଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ ନାମକ ଏକ ସରକାରୀ ସ୍ୱୟଂଶାସିତ ସଂସ୍ଥା ଗଠିତ ହୋଇଛି। ବର୍ତ୍ତମାନ ବିଏମ୍‌ସି ଓ ବିଡିଏ ଭଳି ଦୁଇଟି ସଂସ୍ଥା ରାଜଧାନୀର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ରଖିଥିବା ବେଳେ ଏହାର ସମସ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ  ସ୍ଥାପନ ପୂର୍ବରୁ ଏଠାରେ ପ୍ରବାହିତ ହେଉଥିବା ୧୦/୧୧ଟି ପ୍ରାକୃତିକ ଝରଣାକୁ ଅଟକାଇ ଜୋରଜବରଦସ୍ତ ସେଠାରେ ଘରବାଡ଼ି ନିର୍ମାଣ କରାଯାଇଥିବାରୁ ସହରରେ ଜଳ ନିଷ୍କାସନ ସବୁଠାରୁ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି। ସହରର ଜଳ ନିଷ୍କାସନର ସମସ୍ତ ପଥ ଆଜି ଅବରୁଦ୍ଧ। ଦେଶର ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ହାସଲ କରିଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ମଧ୍ୟ ଏହି ସୁବିଧାରୁ ବଞ୍ଚିତ ହୋଇଛି। ଅତୀତରେ, ଦୀର୍ଘ ବର୍ଷ ଧରି ଏହା ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିବା ସ୍ଥଳେ ବିଗତ ଶତାବ୍ଦୀର ନବମ ଦଶକରୁ ଖୋର୍ଦ୍ଧା ଜିଲ୍ଲାର ଏକ ଅଞ୍ଚଳରେ ପରିଣତ ହୋଇଛି। ରାଜଧାନୀର ଗୁରୁତ୍ୱ ଏବଂ ଐତିହ୍ୟକୁ ଦୃଷ୍ଟିରେ ରଖି ଏହାକୁ ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ, ୭୮ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ବଡ଼ ସଫଳତା ମିଳିପାରିବ।

ସ୍ୱାଧୀନତାପ୍ରାପ୍ତି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ଅବିଭକ୍ତ ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼କୁ ଦୁଇଟି ଯୋଜନାବଦ୍ଧ ସହରରେ ଗଢ଼ିତୋଳିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। କିନ୍ତୁ ଆଜି ଚଣ୍ଡୀଗଡ଼ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ଯୋଜନାବଦ୍ଧ ବିକଶିତ ସହର ରୂପେ ମୁଣ୍ଡ ଟେକିଥିବା ବେଳେ ୭୮ ବର୍ଷ ପରେ ଭୁବନେଶ୍ୱରର ସ୍ଥାନ କେଉଁଠି ତାହା ବିଚାର କରିବାର ବେଳ ଆସିଛି। ଅନେକ ସ୍ୱପ୍ନ ଓ ସମ୍ଭାବନାର ଦୋଛକିରେ ଠିଆ ହୋଇଥିବା ଆମ ରାଜଧାନୀର ଅଭିବୃଦ୍ଧି ଆଶାତୀତ ହେଲେ ବି ସାଧାରଣ ନାଗରିକଙ୍କ ଜୀବନଯାତ୍ରା ଯେ କ୍ରମଶଃ ଦୁର୍ବିସହ ହେଉଛି ଏଥିରେ ସନ୍ଦେହ ନାହିଁ।

ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର: ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ପାଳୁଛି ତା’ର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ବିତି ଯାଇଥିବା ବର୍ଷଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଆଗକୁ ବଢ଼ିଛି ଓ ବଢ଼ିବାକୁ ପ୍ରୟାସ ଜାରି ରଖିଛି। ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନର କାର୍ଯ୍ୟକ୍ରମ ରହିଛି l ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜଧାନୀ ସଜେଇ ହୋଇଛି। ବିଧାନସଭା, ଲୋକସେବା ଭବନ, କମଶନରେଟ୍ ବିଲଡିଂ ସମେତ ରାସ୍ତାଘାଟ ରଙ୍ଗୀନ ଆଲୋକରେ ଝଲସୁଛି।

ଇତିମଧ୍ୟରେ ଭୁବନେଶ୍ୱର ଦୁଇଦୁଇ ଥର ହକି ବିଶ୍ୱକପ୍‌ ଆୟୋଜନର ମୂକସାକ୍ଷୀ ହୋଇସାରିଥିବା ବେଳେ ଅତ୍ୟାଧୁନିକ କଳିଙ୍ଗ ଷ୍ଟାଡିୟମ୍‌ ପାଇଁ ଭୁବନେଶ୍ୱର ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଛି। ସହରବାସୀଙ୍କୁ ମୂଳ ସବୁଜିମା ଫେରାଇ ଦେବା ପାଇଁ ଏଠି ଆନନ୍ଦବନର ପରିକଳ୍ପନା କରାଯାଇଛି। ବିଶ୍ୱ ତଥା ଦେଶର ପ୍ରମୁଖ ସହର ସହ ତାଳ ଦେଇ ଦୌଡ଼ିବା ପାଇଁ ଭୁବନେଶ୍ୱର ଛାତି ଉପରେ ମେଟ୍ରୋ ପ୍ରକଳ୍ପର ମୂଳଦୁଆ ପଡ଼ିଛି। ସାରା ରାଜ୍ୟବାସୀଙ୍କ ଜୀବନଜୀବିକାର ଟ୍ରିଞ୍ଜିଟ୍‌ ପଏଣ୍ଟ ସାଜିଥିବା ବରମୁଣ୍ଡା ବସ୍‌ଷ୍ଟାଣ୍ଡର ନବକଳେବର ହୋଇ ସାରିଛି। ଭୁବନେଶ୍ୱରକୁ ସ୍ୱପ୍ନର ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ଅଭିନବ ଯୋଜନାମାନ ହାତକୁ ନେଇ କାର୍ଯ୍ୟକାରୀ କରୁଥିବା ବେଳେ କେବଳ ରାଜଧାନୀବାସୀ ନୁହଁନ୍ତି; ସାରା ଓଡ଼ିଶାବାସୀ ଏବଂ ଆଗନ୍ତୁକମାନେ ମଧ୍ୟ ‘ଫାଷ୍ଟ ଭୁବନେଶ୍ୱର’ର ପରିବର୍ତ୍ତିତ ରୂପକୁ ଦେଖି ସନ୍ତୋଷ ପ୍ରକଟ କରୁଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ଦିନେ ସ୍ୱପ୍ନ ଭଳି ଲାଗୁଥିବା ବେଳେ ଏବେ ଏହା ବାସ୍ତବତାର ରୂପ ନେବାକୁ ଯାଉଛିି। ଦେଶର ହାତଗଣତି ସହର ଭଳି ଭୁବନେଶ୍ୱରରେ ଆଉ ଦିନ କେଇଟା ମଧ୍ୟରେ ଗଢ଼ିବାକୁ ଯାଉଛି ମେଟ୍ରୋ ଟ୍ରେନ୍‌। ନିଜସ୍ୱ ପାଣ୍ଠିରେ ଏହି ପ୍ରକଳ୍ପକୁ ୪ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେବଳ ମେଟ୍ରୋ ନୁହେଁ; ରାଜଧାନୀ ଭୁବନେଶ୍ୱରରେ ଅନ୍ତର୍ଜତୀୟ ସ୍ତରର ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିଛନ୍ତି ରାଜ୍ୟ ସରକାର। ପୁରୁଣା ବରମୁଣ୍ଡା ବସ୍‌ଷ୍ଟାଣ୍ଡର କାୟାକଳ୍ପ, ରୂପ ବଦଳିଥିବା ବେଳେ ଏହା ବର୍ତ୍ତମାନ ବାବା ସାହେବ୍‌ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌ ରୂପେ ଚମକୁଛି। ଦିନେ କାଦୁଅ ପଚପଚ ରାସ୍ତା ଦେଇ ଷ୍ଟାଣ୍ଡ ଭିତରକୁ ପଶୁଥିବା ବସ୍‌ ଏବେ କଳା ମଚ୍‌ମଚ୍‌ ଚିକ୍କଣ ପଥରେ ବସ୍‌ ବେ’କୁ ପ୍ରବେଶ କରୁଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏହି ରୂପାନ୍ତରିତ ରୂପ ରାଜଧାନୀର ଆକର୍ଷଣକୁ ବହୁଗୁଣ ବୃଦ୍ଧି କରିଛି। ସମଭାବରେ ରାଜଧାନୀବାସୀଙ୍କ ଜୀବନରେଖା ପାଲଟିଛି ମୋ ବସ୍‌। ପରିବହନ କ୍ଷେତ୍ରରେ ମୋ ବସ୍‌ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲିଟିଥିବା ବେଳେ ଏହି ସେବା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ସାଜିଛି।

କେବଳ ଭିତ୍ତିଭୂମି କିମ୍ବା ପରିବହନ କ୍ଷେତ୍ରରେ ରାଜଧାନୀ ସୀମିତ ନାହିଁ। ଆଇଟି କ୍ଷେତ୍ରରେ ଏବେ ଭୁବନେଶ୍ୱର ପୂର୍ବ ଭାରତର ହବ୍‌ ପାଲଟିଛି। ଟିସିଏସ୍‌ ଏବଂ ଇନ୍‌ଫୋସିସ୍‌ ଭଳି ପ୍ରସିଦ୍ଧ ଆଇଟି କଂପାନୀ ଏଠାରେ ପୂର୍ବରୁ କାର୍ଯ୍ୟ ଜାରି ରଖିଥିବା ବେଳେ ଡିଲଏଟ୍‌, କନ୍‌ସେଣ୍ଟ୍ରିକ୍ସ, ଆକ୍ସେଞ୍ଚର, ଆଇବିଏମ୍‌ ଭଳି ନାମୀଦାମୀ କମ୍ପାନୀ ସହ ପ୍ରାୟ ୫୦ରୁ ଊଦ୍ଧ୍ୱର୍ ଆଇଟି କମ୍ପାନୀ ଭୁବନେଶ୍ୱରରେ କାମ ଆରମ୍ଭ କରିଛନ୍ତି। ଫଳରେ ଦେଶବିଦେଶର ହଜାର ହାଜର ଶିକ୍ଷିତ ଯୁବକଯୁବତୀଙ୍କ ଭିଡ଼ ଏବେ ଭୁବନେଶ୍ୱରରେ ଜମୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ଭୁବନେଶ୍ୱରକୁ ଏକ ନୂଆ ପରିଚୟ ମିଳିଛି।

କେବଳ ଆଇଟି କମ୍ପାନୀ ପରିଚୟ ବଢ଼ାଇ ନାହାନ୍ତି; କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରର ଶ୍ରୀବୃଦ୍ଧି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ବୋଲି ଭୁବନେଶ୍ୱରବାସୀ ଅନୁଭବ କରୁଛନ୍ତି। ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ସାଙ୍ଗକୁ ଷ୍ଟାଡିୟମ ପରିସରରେ ନିର୍ମାଣାଧୀନ ନୂଆ ବ୍ୟାଡ୍‌ମିଣ୍ଟନ ଷ୍ଟାଡିୟମ (ସଟଲ୍‌), ସୁଇମିଂପୁଲ୍‌ ଏବଂ କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଶ୍ରେଷ୍ଠରୁ ଶ୍ରେଷ୍ଠତମ ସୁବିଧା ଏଠାରେ ଉପଲବ୍ଧ ହୋଇଛି। କେବଳ କଳିଙ୍ଗ ଷ୍ଟାଡିୟମ ନୁହେଁ; ବିଭିନ୍ନ ସଂସ୍ଥାଙ୍କ ସହଭାଗିତାରେ ରାଜଧାନୀରେ ଏକାଧିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ଚାଲିଥିବା ବେଳେ ସ୍ୱନାମଧନ୍ୟ କ୍ରୀଡ଼ାବିତମାନେ ଏପରି ପଦକ୍ଷେପକୁ ମନଖୋଲି ପ୍ରଶଂସା କରୁଛନ୍ତି। ଏହା ସହ ରାଜଧାନୀରେ ଏକାଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ, ଘରୋଇ ହସ୍ପିଟାଲ, ପ୍ରାକୃତିକ, ସ୍ୱଚ୍ଛ, ସୁନ୍ଦର ପରିବେଶ ରାଜଧାନୀକୁ ଆହୁରି ଆକର୍ଷଣୀୟ କରିଛି। ଏହାର ପରିଣାମ ସ୍ୱରୂପ ଦେଶର ପ୍ରମୁଖ ସହରକୁ ପଛରେ ପକାଇ ଇଜ୍‌ ଅଫ୍‌ ଲିଭିଂ ସୂଚକାଙ୍କରେ ଭୁବନେଶ୍ୱର ଏକାଧିକବାର ଶ୍ରେଷ୍ଠ ସହର ମଧ୍ୟରେ ରହୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ସହ ଭୁବନେଶ୍ୱରରେ ଯେପରି ସବୁ ଅତ୍ୟାଧୁନିକ ସୁବିଧାସୁଯୋଗ ସହଜରେ ଉପଲବ୍ଧ ହେବ, ସେଥିପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ କରୁଛନ୍ତି। ଏଥିରେ ରାଜଧାନୀବାସୀଙ୍କୁ ଯୋଡ଼ି ସହରକୁ ଆଗକୁ ବଢ଼ାଇବା ପାଇଁ ‘ଭୁବନେଶ୍ୱର ଫାଷ୍ଟ’ ଅଭିଯାନ ଆରମ୍ଭ କରାଯାଇଛି। ପୁରୁଣା ରାଜଧାନୀ କଟକ ଓ ଭୁବନେଶ୍ୱରକୁ ନେଇ ଗଠିତ ଦ୍ୱୈତନଗରୀର କଳେବର ଓ ଶ୍ରୀ ବୃଦ୍ଧି ପାଇଁ ଆରମ୍ଭ ହୋଇଛି ଏକାଧିକ ଯୋଜନା। ଦୁଇ ସହରରେ ପରିବହନ ସେବାକୁ ସୁଗମ କରିବା ପାଇଁ ରିଂ ରୋଡ୍‌ର ପରିକଳ୍ପନା କରାଯାଇଛି। ମୋଟାମୋଟି ଭାବେ ରାଜଧାନୀ ଭୁବନେଶ୍ୱରକୁ ଶ୍ରେଷ୍ଠ, ସୁନ୍ଦର ଏବଂ ସର୍ବୋତ୍ତମ ରୂପେ ଗଢ଼ି ତୋଳିବାରେ ସମସ୍ତଙ୍କ ସମାନ ଭାଗିଦାରୀର ଆବଶ୍ୟକତା ରହିଛି।

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୫ ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ବର ପାଳୁଛି ପ୍ଲାଟିନମ ଜୁବଲି। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ରାଜଧାନୀର ଶୁଭ ଦେଇଥିଲେ।

ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସବୁଜିମା ଭରା ପରିବେଶ ସାଙ୍ଗକୁ ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ସ୍ମାର୍ଟ ସିଟି ଭାବେ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖିଛି। ଆମ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ହିଁ ଭୁବନେଶ୍ବରର ଗରିମାକୁ ଅକ୍ଷୂର୍ଣ୍ଣ ରଖି ଏହାକୁ ଆହୁରି ସୁନ୍ଦର ସହର କରି ଗଢି ତୋଳିବ। pic.twitter.com/cMzSzDos94

— Naveen Patnaik (@Naveen_Odisha) April 13, 2023

ଆସନ୍ତା ୧୩ରେ ରାଜଧାନୀ ପ୍ରତିଷ୍ଠା ଦିବସ; ୧୪ରେ ମାରାଥନ୍‌‌, ୧୫ରେ ସାଇକ୍ଲୋଥନ୍‌‌
ଭୁବନେଶ୍ୱର: ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌‌ ଜୟନ୍ତୀ ପାଳନ କରାଯାଉଥିବାରୁ ଉତ୍ସବକୁ ଆକର୍ଷଣୀୟ ସହକାରେ ପାଳନ କରାଯିବ। ଉତ୍ସବର ପ୍ରଥମଦିନ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍‌‌ ଓ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ସେହିପରି ୩ଦିନ ଧରି ଉତ୍କଳ ମଣ୍ଡପରେ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହାସହିତ ବିଏମ୍‌‌ସିର ପ୍ରତ୍ୟେକ ୱାର୍ଡସ୍ତରରେ ଉତ୍ସବ ପାଳନ କରାଯିବ। ୱାର୍ଡ ସଫେଇଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲି, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ୱାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ମଧ୍ୟ କରାଯିବ। ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌‌ଘାଟନ କରାଯିବ। ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକ ଓ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟକରଣ କରାଯିବ। କେଶରୀ ଟକିଜ୍‌‌, ଏଜି ଛକ ଓ ମାଷ୍ଟରକ୍ୟାଣ୍ଟିନ୍‌‌ ଛକରେ ୩ଟି ସୁଦୃଶ୍ୟ ସ୍ୱାଗତ ତୋରଣ ଲଗାଯିବ। ଉତ୍ସବସ୍ଥଳରେ ଅତିଥିମାନଙ୍କ ବସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ। ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୋଠାବାଡ଼ି ଆଲୋକୀକରଣ, ବିଏମ୍‌‌ସି କାର୍ଯ୍ୟାଳୟ କୋଠା ଏବଂ ଜୟଦେବ ଭବନଠାରେ ଭୁବନେଶ୍ୱରର ଐତିହ୍ୟ, ବର୍ତ୍ତମାନ ଏବଂ ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜନ କରାଯିବ।

ଏହାସହିତ ରକ୍ତଦାନ ଶିବିର, କାର୍ଯ୍ୟକ୍ରମସ୍ଥଳରେ ଅଗ୍ନିଶମ ସେବା ଓ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ଉତ୍ସବ ଓ ପରେଡ୍‌‌ରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଯାତାୟତ ପାଇଁ ବସ୍‌‌, ଟ୍ରାଫିକ୍‌‌ ନିୟନ୍ତ୍ରଣ, ପାନୀୟ ଜଳ, ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଏହି ଅବସରରେ ବିଏମ୍‌‌ସି ପକ୍ଷରୁ ୧୪ରେ ମାରାଥନ୍‌‌ ଓ ୧୫ରେ ସାଇକ୍ଲୋଥନ୍‌‌ ଅନୁଷ୍ଠିତ ହେବ ବୋଲି ବିଏମ୍‌‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ବୈଠକରେ ସୂଚନା ଦେଇଥିଲେ।

ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବିଏମ୍‌‌ସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ାଙ୍କ ସମେତ ରାଜ୍ୟ ସ୍ୱରାଷ୍ଟ୍ର, ଗୃହ ଓ ନଗର ଉନ୍ନୟନ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ଆଦି ବିଭିନ୍ନ ବିଭାଗର ଅଧିକାରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଶ୍ରୀ କୁଲାଙ୍ଗେ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଏମ୍‌‌ସି ପକ୍ଷରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସବିଶେଷ ତଥ୍ୟ ରଖିଥିଲେ।