Tempreture - The Sakala

ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ, ଦିନ ସାଢ଼େ ୧୧ ସୁଦ୍ଧା ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସାଢେ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର। ସମ୍ବଲପୁରରେ ୩୯.୨ ଡିଗ୍ରୀ ତାତି ଥିବା ବେଳେ କେନ୍ଦୁଝରରେ ୩୭ ଡିଗ୍ରୀ ରହିଛି ତାପମାତ୍ରା। ସେହିପରି ରାଜଧାନୀ ଭୁବନେଶ୍ବରରେ ୩୫.୬ ଡିଗ୍ରୀ ରହିଛି ପାରଦ। ସେପଟେ ବାୟୁରେ ଆର୍ଦ୍ରତା ବୃଦ୍ଧି ଯୋଗୁ ଗୁଳୁଗୁଳି ବଢୁଛି। ପୁରୀରେ ଆର୍ଦ୍ରତା ୮୩ ପ୍ରତିଶତ ଥିବା ବେଳେ, ଗୋପାଳପୁରରେ ୭୪, ଚାନ୍ଦବାଲିରେ ୬୬, କେନ୍ଦୁଝରରେ ୫୦, ଭୁବନେଶ୍ୱରରେ ୫୯ ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି। ସେହିପରି ପାରାଦୀପରେ ୭୧ ପ୍ରତିଶତ, ବାଲେଶ୍ବରରେ ୭୯, ହୀରାକୁଦରେ ୪୩, ସମ୍ବଲପୁରରେ ୩୯, ଝାରସୁଗୁଡାରେ ୨୨ ପ୍ରତିଶତ ଆର୍ଦ୍ରତା ରେକର୍ଡ ହୋଇଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଆସନ୍ତା ୧୮ ତାରିଖରୁ ରାଜ୍ୟ କାଳବୈଶାଖୀ ପ୍ରଭାବ ଦେଖାଯିବ ବୋଲି ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ଏବଂ ଗରମ ଓ ଗୁରୁଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଅନ୍ୟ ଜିଲ୍ଲାରେ ବି ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ। ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ପ୍ରଚଣ୍ଡ ତାତିରେ ସିଝୁଛି ଓଡ଼ିଶା: ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଉପରେ ୨ ସହରର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପୂରା ଓଡ଼ିଶା ତତଲା କଡ଼େଇରେ ଭାଜିହେଉଥିବା ବେଳେ ଆଜି ବି ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା। ଗୋଟେପଟେ ବାତ୍ୟା, ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି। ଆଜି ଦିନ ୧୧.୩୦ ସୁଦ୍ଧା ୨ ସହରର ତାପମାତ୍ରା ୪୦ ପାର୍‌। ସମ୍ବଲପୁରରେ ସର୍ବାଧିକ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୦, ହୀରାକୁଦରେ ୩୯, କେନ୍ଦୁଝରରେ ୩୬.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬, ଭୁବନେଶ୍ୱରରେ ୩୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ବାଲେଶ୍ୱରରେ ୩୪.୪,ଗୋପାଳପୁରରେ ୩୩.୪ ଡ଼ିଗ୍ରୀ, ପୁରୀରେ ୩୩, ପାରାଦୀପରେ ୩୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

pic.twitter.com/tYE0yPLp1q

— Meteorological Centre, Bhubaneswar (@mcbbsr) May 11, 2023

ମେ’ ମାସରେ ପ୍ରବଳ ତାତି
ଭୁବନେଶ୍ୱର: ମେ’ ମାସରେ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେବ। ସାରା ରଜ୍ୟରେ ଟାଣ ଖରା ସହ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ତାତି ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ଏପ୍ରିଲ୍‌‌ ତୁଳନାରେ କମ୍‌‌ ରହିବ। ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ଲହରୀ (ହିଟ୍‌‌ ୱେଭ୍‌‌) ପରିସ୍ଥିତି ସୃଷ୍ଟି ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଭାଗ ପକ୍ଷରୁ ମେ’ ମାସ ପାଇଁ ଜାରି ହୋଇଥିବା ମାସିକିଆ ଆଇଟ୍‌‌ଲୁକ୍‌ ଆକଳନ ରିପୋର୍ଟରେ ଦର୍ଶାଯାଇଛି ଯେ ମେ’ ମାସରେ ଓଡ଼ିଶା ବର୍ଷାର ସମ୍ଭାବନା କମ୍‌‌ ରହିଛି। ସାଧରଣତଃ ବଙ୍ଗୋପସାଗରରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ଆସିବା ଯୋଗୁଁ କାଳବୈଶାଖୀ ଜନିତ ବର୍ଷା ହୋଇଥାଏ।

ହେଲେ ମେ’ ମାସରେ ଏହାର ସମ୍ଭାବନା କମ ରହିଛି। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଏହାଦ୍ୱାରା ତାପମାତ୍ରା ବିଶେଷ ବୃଦ୍ଧି ହୋଇପାରୁ ନାହିଁ। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ପାଣିପାଗ କେନ୍ଦ୍ର କହିଛି।

କମିବ ପଶ୍ଚିମା ଝଡ଼, ରାଜ୍ୟରେ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା
ଭୁବନେଶ୍ୱର : ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। କ୍ରମାଗତ ଭାବେ ଲାଗି ରହିଥିବା ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା କମ୍‌‌ ରହିଛି। ରବିବାରଠାରୁ ପଶ୍ଚିମାଝଡ଼ ପ୍ରଭାବ ହ୍ରାସ ହୋଇଥିବାରୁ ତାମପାତ୍ରା ବୃଦ୍ଧି ହେବା ନେଇ ପାଗ ଅନୁକୂଳ ହୋଇଛି। ଅନ୍ୟପଟେ ୨ ତାରିଖରୁ ଉତ୍ତର ପଶ୍ଚିମ ଭାରତରେ ଏକ ପଶ୍ଚିମା ଝଡ଼ ପ୍ରଭାବ ପକାଇଥିଲେ ମଧ୍ୟ ସମ୍ଭବତଃ ଏହା ଓଡ଼ିଶାର ବାୟୁମଣ୍ଡଳରେ ଯଥେଷ୍ଟ ଉପରେ ଯିବ। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ନ ପଡ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା ୬-୭ ଡିଗ୍ରୀ ପର୍ଯ୍ୟନ୍ତ କମ୍‌‌ ରହିଛି।

ଏପ୍ରିଲ୍‌‌ ପ୍ରଥମ ସପ୍ତାହ ଅଧା ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ନାହିଁ। ହେଲେ ଏବେ ତାପମାତ୍ରା ବୃଦ୍ଧି ସହ ସ୍ୱାଭାବିକ ସ୍ଥିତିକୁ ଫେରିଲେ ରାଜ୍ୟରେ ତାତି ୪୦ ଡିଗ୍ରୀ ଛୁଇଁବାର ଆଶଙ୍କା କରାଯାଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସହ ଅପରାହ୍ଣ ପରେ କାଳବୈଶାଖୀ ଆଶଙ୍କା ବଢ଼଼ିଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଭୂପୃଷ୍ଟ ତତଲା ରହିବ। ଏହି ସମୟରେ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫ ପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରବେଶ ଦ୍ୱାରା କାଳବୈଶାଖୀ ପରିସ୍ଥିତି ସୃଷ୍ଟି ହେବା ପାଇଁ ଅନୁକୂଳ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର କାଁ ଭାଁ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିଛି। ଟିଟଲାଗଡ଼ ଓ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଥିବା ଫୁଲବାଣୀ ୩୬.୩, ଝାରସୁଗୁଡ଼ା ୩୬.୨, ବୌଦ୍ଧ ଓ ଭାବନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।