Royal Challengers Bangalore vs Mumbai Indians - The Sakala

ଆଇପିଏଲ ୨୦୨୩: ମୁମ୍ବାଇକୁ ହରାଇଲା ବାଙ୍ଗାଲୋର
ବେଙ୍ଗାଲୁରୁ: ବିରାଟ କୋହଲି ଓ ଫାଫ୍‌‌ ଡୁ ପ୍ଲେସିସ୍‌‌ଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ଆଇପିଏଲ୍‌‌ର ୫ମ ଲିଗ୍‌‌ ମ୍ୟାଚ୍‌‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌‌ରେ ମୁମ୍ବାଇ ପ୍ରଦତ୍ତ ୧୭୨ ରନ୍‌‌ର ଲକ୍ଷ୍ୟକୁ ପିଛା କରି ବାଙ୍ଗାଲୋର ୧୬.୨ ଓଭରରେ ୨ ୱିକେଟ ହରାଇ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ କୋହଲି ୪୯ ବଲ୍‌‌ରେ ୬ ଚୌକା ଓ ୫ ଛକା ସହ ଅପରାଜିତ ୮୨ ଓ ଡୁ ପ୍ଲେସିସ୍‌‌ ୪୩ ବଲ୍‌‌ରେ ୫ ଚୌକା ଓ ୬ଛକା ସହ ୭୩ ରନ୍‌‌ କରିଥିଲେ। ଏମାନଙ୍କ ପ୍ରଥମ ୱିକେଟ ଭାଗିଦାରୀରୁ ୮୯ ବଲ୍‌‌ରେ ୧୪୮ ରନ ମିଳିଥିଲା। ଗ୍ଲେନ ମ୍ୟାକ୍ସୱେଲ ୧୨ ରନ୍‌ କରି ଅପରାଜିତ ରହିଥିଲେ ।

ପୂର୍ବରୁ ଟସ୍‌‌ ହାରି ବ୍ୟାଟିଂ କରିଥିବା ୫ଥରର ଚାମ୍ପିଅନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ୱିକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମା ୧, ସୂର୍ଯ୍ୟକୁମାର ଯାଦବ ୧୫, କାମେରନ ଗ୍ରୀନ୍‌‌ ୫, ଇଶାନ କିସାନ ୧୦ ରନ୍‌‌ କରି ଆଉଟ ହୋଇଥିଲେ। ୯ମ ଓଭର ସୁଦ୍ଧା ଦଳ ୪୮ ରନ୍‌‌ରେ ୪ ୱିକେଟ ହରାଇଥିଲା। ଏହି ସମୟରେ ଯୁବ ଖେଳାଳି ତିଳକ ବର୍ମା ଓ ନେହାଲ ୱାଧେରା ୫ମ ୱିକେଟରୁ ୩୦ ବଲ୍‌‌ରେ ୫୦ ରନ୍‌‌ ଉଠାଇ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ୱାଧେରା ୨୧ ରନ୍‌‌ରେ ଆଉଟ ହୋଇଥିଲେ ତିଳକ ବର୍ମା ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୩୨ ବଲ୍‌‌ରେ ଅର୍ଦ୍ଧଶତକ ଓ ୪୬ ବଲ୍‌‌ରେ ୯ ଚୌକା ଓ ୪ଛକା ସହ ୮୪ ରନ୍‌‌ରେ ଶେଷଯାଏ ଅପରାଜିତ ରହିଥିଲେ। ଫଳରେ ମୁମ୍ବାଇ ୭ ୱିକେଟରେ ୧୭୧ ରନ୍‌‌ର ସମ୍ମାନଜନକ ସ୍କୋର କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ କର୍ଣ୍ଣ ଶର୍ମା ସର୍ବାଧିକ ୨ଟି ୱିକେଟ ପାଇଥିଲେ।

ଆଇପିଏଲ ୨୦୨୩: ବାଙ୍ଗାଲୋରକୁ ୧୭୨ ରନର ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ
ବାଙ୍ଗାଲୋର: ଆଇପିଏଲ ୨୦୨୩, ଆଜିର ୨ୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି । ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫରଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୧୭୨ ରନର ଆବଶ୍ୟକତା ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ୧ ରନ କରି ଆଉଟ ହୋଇଥିବା ବେଳେ ଈଷାନ କିଷାନ ୧୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। କାମ୍ରନ ଗ୍ରୀନ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ସୁର୍ଯ୍ଯ କୁମାର ଯାଦବ ୧୬ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ନେହାଲ ୱାଧିରା ୧୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ପରେ ଟିମ ଡେଭିଡ ୭ ବଲରେ ୪ ରନ କରି ଆଉଟ ହୋଇଥିଲେ। ହ୍ରିତକ ସୌକିନ ୩ ବଲରେ ୫ କରି ଆଉଟ ହୋଇଥିଲେ । ଅନ୍ୟପଟେ ତିଲକ ବର୍ମା ପାରିକୁ ସମ୍ଭାଳିଥିଲେ। ତିଲକ ବର୍ମାଙ୍କ ସାଥ ଦେଇଥିଲେ ଅର୍ଶଦ ଖାନ । ତିଲକ ବର୍ମା ୪୬ ବଲରେ ୮୪ ରନ କରି ଅପରାଜିତ ରହିଥିବା ବେଳେ ଅର୍ଶଦ ଖାନ ୯ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।

ବାଙ୍ଗାଲୋର ପକ୍ଷରୁ କରନ ଶର୍ମା ୨ଟି ୱିକେଟ ନେଇଥିଲେ। ମହମ୍ମଦ ସିରାଜ, ରିସେ ଟୋପ୍ଲେ , ଆକାଶ ଦୀପ, ହର୍ଷଲ ପଟେଲ ଓ ମିଚେଲ ବ୍ରାସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।