Ravenshaw University - The Sakala

ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କଟକ: କଟକର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। କଥିତ ଅଧ୍ୟାପକ-ବିଧାୟକ ବିବାଦ ଏବଂ ୱାର୍ଡେନ ବଦଳି ପ୍ରସଙ୍ଗକୁ ନେଇ କ୍ୟାମ୍ପସରେ ଅଶାନ୍ତି ଲାଗି ରହିଥିବା ବେଳେ ଏବେ ପରିସ୍ଥିତି ଆହୁରି ଉଗ୍ର ରୂପ ନେଇଛି । ଏହି ବିବାଦ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ (RUTA) ପକ୍ଷରୁ ଆଜି ସକାଳ ୧୦ଟାରୁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇଛି। ସଂଘର ସମସ୍ତ ସଦସ୍ୟ ସମୂହ ଛୁଟିରେ ଯିବା ସହ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

'ରୁଟା'ର କହିବା ଅନୁଯାୟୀ, କ୍ୟାମ୍ପସ ଭିତରେ ହେଉଥିବା ବାହ୍ୟ ହସ୍ତକ୍ଷେପକୁ ନେଇ କୁଳପତି କୌଣସି ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ନ୍ୟାଯ୍ୟ ଦାବି ପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ। ଏପରିକି କୁଳପତି ସଂଘର ପ୍ରତିନିଧି ଦଳକୁ ଭେଟିବାକୁ ମଧ୍ୟ ମନା କରିଦେଇଛନ୍ତି, ଯାହା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛି।

ଏହି ପ୍ରସଙ୍ଗରେ 'ରୁଟା'ର ମୁଖପାତ୍ର ପ୍ରଫେସର ନେତାଜୀ ଅଭିନନ୍ଦନ କହିଛନ୍ତି, "ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପ ସମ୍ପର୍କରେ କୁଳପତି କୌଣସି ବିବୃତ୍ତି ଦେଇନାହାଁନ୍ତି। ରୁଟାର ଦାବି ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ସେ ଆମ ପ୍ରତିନିଧି ଦଳକୁ ଭେଟିବାକୁ ମନା କରିଦେଇଛନ୍ତି। ତେଣୁ ଆଜି ଆମେ ସମୂହ ଛୁଟିରେ ଯାଇ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛୁ।"

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି କହିଲା ବିଜେଡି
ଭୁବନେଶ୍ୱର: କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି "ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ ନିଯୁକ୍ତି ଦିଆଯାଇଛି, ଯାହାକୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ ଚାପରେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଉପୁଜିଥିବା ବିବାଦକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଇଛି, ଯାହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ ଲେନିନ ମହାନ୍ତି, ରାଜ୍ୟରେ ବିଜେପି ସରକାରଙ୍କ ଶାସନରେ ଶିକ୍ଷା ଅନୁଷ୍ଠାନରେ ଗୌରୀକ କରଣ ହେବା ସହିତ ଶୈକ୍ଷିକ ବାତାବରଣ ଅବକ୍ଷୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ।

ଇପ୍ସିତା ସାହୁ କହିଥିଲେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିଥିଲା ବେଳେ ବିନା ନିମନ୍ତ୍ରଣରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ, ସେଠାରେ ଉପସ୍ଥିତ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ବିଶ୍ୱବିଦ୍ୟାଳୟର ପ୍ରାୟ ତିରିଶ ଜଣ "ୱାର୍ଡେନ ସମୂହ ଇସ୍ତଫା ଦେଇଥିଲେ । ବିଧାୟକ କେଉଁ ଅଧିକାରରେ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ବୋଲି ପ୍ରଶ୍ନ ହେବାରୁ ସେ ନିଜକୁ ସିନେଟ ସଦସ୍ୟ ଥିବା ଦାବି କରିଥିଲେ । ଅବଶ୍ୟ ପରେ ସେ ସିନେଟ ସଦସ୍ୟ ନାହାନ୍ତି ବୋଲି ରୋଟା କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ । ବିଧାୟକଙ୍କ ଦୋଷକୁ ଘୋଡାଇବା ଉଦେ୍ଦଶ୍ୟରେ ଏବେ ଇସ୍ତଫା ଦେଇଥିବା ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନଙ୍କ ସ୍ଥାନରେ କର୍ତ୍ତୃପକ୍ଷ ନୂତନ ଚିପ୍ ୱାଡେନ, ୱାଡେନ ଓ ଡେପୁଟି ୱାଡେନ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଚାପରେ ଏହି ପଦକ୍ଷେପ ନିଆଯାଇଛି । ବିଜେପି ସରକାରଙ୍କ ସମୟରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ସୋମ୍ୟାଶ୍ରୀ ଆତ୍ମଦାହ କଲା, ରମାଦେବୀ ବିଶ୍ୱବିଦ୍ୟାଳୟରେ ବିଜେପିର ଗୁଣ୍ଡା ଶ୍ରେଣୀୟ ସମର୍ଥକ ମାନେ ପଶି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କଲେ ଓ ଏବେ ବିଧାୟକ ଅଧ୍ୟାପକ ମାନଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣା ରାଜ୍ୟର ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ପରିସ୍ଥିତି ଏପରି ରହିଲେ, ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।

ଡ.ମହାନ୍ତି କହିଥିଲେ, ରାଜ୍ୟ ସରକାରଙ୍କ ଚାପରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଯୋଗୁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉପୁଜିଥିବା ବିବାଦକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି, ଯାହାକୁ ଆମେ ନିନ୍ଦା କରୁଛୁ । ରାଜ୍ୟର ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି, ଯାହା ଦୁର୍ଭାଗ୍ୟଜନକ । ବିଜେପି କ୍ଷମତାସୀନ ହେବା ପରଠାରୁ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅନାବଶ୍ୟକ ହସ୍ତକ୍ଷେପ, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଗୌରୀକ କରଣ ଯୋଗୁ ରାଜ୍ୟର ଶୈକ୍ଷିକ ବାତାବରଣ ନଷ୍ଟ ହେବାରେ ଲାଗିଛି । ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ    ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହଠାତ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ଏକ ଅନାବଶ୍ୟକ ପ୍ରସ୍ତାବ ରଖିଥିଲେ, ଯାହାକୁ ନେଇ ପ୍ରାୟ ୬ ମାସ କାଳ ପ୍ରତିବାଦ ଲାଗି ରହିଥିଲା ଓ ଏଥିଯୋଗୁ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହୋଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ବିଜେଡି ଚୁପ ବସିବ ନାହିଁ । ସମ୍ୱିଧାନର ବିଧି ବ୍ୟବସ୍ଥାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଜାରି ରଖିବ ବୋଲି ଡ. ମହାନ୍ତି କହିଥିଲେ ।

କଟକ ସଦର ବିଧାୟକଙ୍କ ବିରୋଧରେ ବର୍ଷିଲା ବିଜେଡି; 'ଦୁର୍ବ୍ୟବହାର ପାଇଁ ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ '
ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟର ମୁଖ୍ୟ ୱାର୍ଡେନଙ୍କୁ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦୁର୍ବ୍ୟବହାର ବିରୋଧରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଧାୟକ ତାଙ୍କର ଦୋଷ ସ୍ୱୀକାର କରୁ ନଥିବାରୁ ବିବାଦ ଆହୁରି ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଛାତ୍ର ବିଜେଡି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି।

ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ, ରାଜ୍ୟର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବାଦ ବିଶ୍ୱବିଦ୍ୟାଳୟର ପରିସରରୁ ରାଜରାସ୍ତାରେ ପହଞ୍ଚିଲାଣି। ହେଲେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ବଦଳରେ ଚୁପ ହୋଇ ବସିଛନ୍ତି। ରେଭେନ୍ସା ଭଳି ପୂରାତନ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ମଧ୍ୟରେ ପାଣିକୁ ନେଇ ସମସ୍ୟା ଦେଖା ଦେଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ବୈଠକ ବେଳେ ବିନା ଡାକରାରେ ବିଧାୟକ ଶ୍ରୀ ସେଠୀ ସେଠାରେ ପହଞ୍ଚି ବିବାଦ ସୃଷ୍ଟି କରିଥିଲେ। ଉକ୍ତ ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିଲେ। ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ ଏମିତି ଥିଲା ଯେ ବିବାଦ ଥମିବା ବଦଳରେ ବଢ଼ିଥିଲା।

ବିଜୁ ଛାତ୍ର ଜଳତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ କହିଛନ୍ତି ଯେ, ବିଧାୟକ ଶ୍ରୀ ସେଠୀଙ୍କ ଏହିପରି ବ୍ୟବହାର ଉକ୍ତ ବିଶ୍ୱବିଦ୍ୟାଳୟର ଜଣେ ପୂରାତନ ଛାତ୍ର ଭାବେ ଆମକୁ ଆଘାତ ଦେଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଆମ ଗର୍ବ, ଗୌରବ, ଐତିହ୍ୟ ସହ ଓଡ଼ିଆ ଅସ୍ମିତା ସହ ଜଡ଼ିତ।  ଓଡ଼ିଆ ଅସ୍ମିତାର ସୁରକ୍ଷା ନେଇ ଦ୍ୱାହି ଦେଉଥିବା ବିଜେପି ସରକାର ଆଜି ଏହାକୁ ନିନ୍ଦିତ କରିଛି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି। କଟକ ଜିଲ୍ଲା ସଭାପତି ସୁମନ ବେହେରା କହିଛନ୍ତି ଯେ ବିଜେପି ସରକାର ରେଭେନ୍ସା ବିଶ୍ୱବିଦ୍ୟାଳୟର  ଗରିମା ନଷ୍ଟ କରିବାରେ ଲାଗି ପଡିଛି। ବିଜେପି ଶାସନକୁ ଆସିବା ପରଠୁ ଯୋଜନାବଦ୍ଧ ଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାକୁ ଲାଗିଛି। ବିଧାୟକ ଶ୍ରୀ ସେଠୀ ଏହିପରି ବ୍ୟବହାର କରି ପୁଣି କଟକକୁ ନିନ୍ଦିତ କରିଛନ୍ତି। ତେଣୁ ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ: ବିଜେଡି
ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ବିବାଦ ଜଟିଳ ରୂପ ଧାରଣ କରିଛି। ଏହି ବିବାଦ ଏବେ ଛାତ୍ରଙ୍କ ଆନ୍ଦୋଳନ ସମେତ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କଟକ ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଯାହାକୁ କଡ଼ା ସମାଲୋଚନା କରିଛି ବିଜେଡି।

ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼. ଲେନିନ୍‌ ମହାନ୍ତି କହିଛନ୍ତି ଯେ  ଇଷ୍ଟ ହଷ୍ଟେଲରେ ବାରମ୍ୱାର ବିଭିନ୍ନ ସମସ୍ୟା ହେଉଥିବା ବେଳେ ଏହାର ସମାଧାନ କରିବା ପ୍ରତିବଦଳରେ ଡେପୁଟି ୱାର୍ଡେନ ରବିଉଲ ଅନସାରୀଙ୍କ କାର୍ଯ୍ୟକଳାପ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ସମାଧାନ କରିବା ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ସେଠୀ ପ୍ରବେଶ କରିଥିଲେ। ଇଷ୍ଟ ହଷ୍ଟେଲ ବିବାଦର ସମାଧାନ ପାଇଁ ବସିଥିବା ବୈଠକରେ ବିଧାୟକ ଶ୍ରୀ ସେଠୀ ଚିଫ୍‌ ୱାର୍ଡେନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ବିବାଦ ମୁଣ୍ଡ ଟେକିବା ପରେ ଛାତ୍ର ଓ ଶିକ୍ଷକମାନଙ୍କ ସହ ଆଲୋଚନା କରି ସମାଧାନ କରିବା ବଦଳରେ ବିଶ୍ୱବିଦ୍ୟାଳୟ କୁଳପତି ଚୁପ୍‌ ହୋଇ ବସିଛନ୍ତି। ସେ ଦିନ ଆଲୋଚନା ବେଳେ କଣ ଘଟଣା ଘଟିଲା ତାହାକୁ କୁଳପତି ସର୍ବସମ୍ମୁଖରେ କହିବାର ସାହାସ ନାହିଁ। ବିଶ୍ୱବିଦ୍ୟାଳୟ କୁଳସଚିବ ମଧ୍ୟ ନିଜ ପଦବୀ ବଞ୍ଚାଇବା ପାଇଁ ଚୁପ୍‌ ହୋଇ ବସିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କର ଯୁକ୍ତି ସଙ୍ଗତ ଦାବି ଉପସ୍ଥାପନ କରିଛନ୍ତି। ତେବେ ତାହାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଆଲୋଚନା କରି ସମାଧାନ କରିବା ଆବଶ୍ୟକତା ଥିଲା । ମାତ୍ର କେଉଁ ପରିସ୍ଥିତିରେ ବିଧାୟକ ବିଶ୍ୱବିଦ୍ୟାଳୟକୁ ଯାଇ ବିବାଦ ସୃଷ୍ଟି କଲେ ତାହା ଏଯାଏ ରହସ୍ୟାବୃତ୍ତ।

ଅଧ୍ୟାପକମାନଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିବାବେଳେ ବିଧାୟକ ମଧ୍ୟ ଚିଫ୍‌ ୱାର୍ଡେନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିବା ବଦଳରେ ନିରବ ରହିବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁଳପତି ମଧ୍ୟ ବିଧାୟକଙ୍କ ସମ୍ମୁଖରେ ଅସହାୟ ହୋଇଛନ୍ତି। ବିଜେପି ସରକାରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉନ୍ନତି ଘଟିବା ବଦଳରେ ଅବନତି ଘଟିବାରେ ଲାଗିଛି । ଓଡ଼ିଶାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବା ସହ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ କେବଳ ବଡ ବଡ କଥା କହିଲେ। କିନ୍ତୁ ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରିଲେ ନାହିଁ। ଯାହାଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହି ଆନ୍ଦୋଳନ ମୁଣ୍ଡ ଟେକୁଛି । ବିଧାୟକ ଓ ଶିକ୍ଷକମାନଙ୍କ ବିବାଦ ନେଇ ଅଭିଯୋଗ ସତ୍ତେ୍ୱ ରାଜ୍ୟ ସରକାର ଏକ କମିଟି କରି ଘଟଣାର ତଦନ୍ତ କାହିଁକି କରୁନାହାନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟ ପରି ଓଡ଼ିଶାର ଐତିହ୍ୟ ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ନିହାତି ଆବଶ୍ୟକ । ଏଥିରେ କୁଳପତିଙ୍କ ପ୍ରମୁଖ ଭୂମିକା ରହିଛି। ଯଦି କୁଳପତି ମୁହଁ ଖୋଲି ପାରୁନାହାନ୍ତି ତେବେ ତୁରନ୍ତ ପଦବୀରୁ ଅବ୍ୟାହତି ନେଇ ଯିବାର ଆବଶ୍ୟକ ରହିଛି। ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ରାଜନୈତିକ ହସ୍ତକ୍ଷେପକୁ ବନ୍ଦ କରାଯାଉ । ବିଶ୍ୱବିଦ୍ୟାଳୟର ସମ୍ମାନ ଅକ୍ଷୁର୍ଣ୍ଣ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ ବିଜେପି ବିଧାୟକଙ୍କ ଗାଳିଗୁଲଜକୁ ବିଜେଡିର ନିନ୍ଦା
ଭୁବନେଶ୍ୱର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ଶ୍ରୀ ପ୍ରକାଶ ସେଠୀଙ୍କ ଗାଳିଗୁଲଜକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି । ଜଣେ ଜନପ୍ରତିନିଧି ଭାବେ ଏପରି ବ୍ୟବହାର କରିବା ଅଶୋଭନୀୟ ।

ଆଜି ବିଜୁ ଜନତା ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାର ସର୍ବପୁରାତନ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ନୁହେଁ, ବରଂ ଏହା ଏକ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ । ଶତାବ୍ଦୀରୁ ଅଧିକ ସମୟ ଧରି ଅସଂଖ୍ୟ ବିଦ୍ୱାନ, ପ୍ରଶାସକ, ବୈଜ୍ଞାନିକ, କଳାକାର ଏବଂ ଜନନେତାଙ୍କୁ ରେଭେନ୍ସା ଗଢ଼ି ତୋଳିଛି । ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ବିଷୟକୁ ରାଜନୀତିକରଣ କରିବା କିମ୍ୱା ଏହାର ଗାରିମାକୁ କ୍ଷୁଣ୍ଣ କରିବାର ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, କଟକ ସଦରର ବିଜେପି ବିଧାୟକ ଶ୍ରୀ ପ୍ରକାଶ ସେଠୀ ମାନ୍ୟବର କୁଳପତି, ପୂର୍ବ ଛାତ୍ରାବାସର ଅନ୍ତେବାସୀ, ଅଧ୍ୟାପକ, ପୂର୍ବ ଛାତ୍ରାବାସ ଓ ନୂତନ ପିଜି ଛାତ୍ରାବାସର ୱାର୍ଡେନମାନଙ୍କ ଉପସ୍ଥିତିରେ ମୁଖ୍ୟ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ । ଜଣେ ବରିଷ୍ଠ ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ବିଧାୟକଙ୍କ ଏଭଳି ବ୍ୟବହାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ରେଭେନ୍ସା ବିଶ୍ୱବିଦ୍ୟାଳୟର ରେସିଡେଣ୍ଟସ୍ କମିଟି ମଧ୍ୟ ମୁଖ୍ୟ ୱାର୍ଡେନଙ୍କୁ କରାଯାଇଥିବା ଗାଳିଗୁଲଜକୁ ଦୃଢ଼ ନିନ୍ଦା କରିଛି । କମିଟି କହିଛି ଯେ, ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ବିଶ୍ୱବିଦ୍ୟାଳୟର ଗାରିମାକୁ ସର୍ବଦା ଅକ୍ଷୁଣ୍ଣ ରଖିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କମିଟି ଦାବି କରିଛି । ଶିକ୍ଷାନୁଷ୍ଠାନ ହେଉଛି ଏପରି ସ୍ଥାନ, ଯେଉଁଠାରେ ଆଲୋଚନା, ବିତର୍କ ଏବଂ ପାରସ୍ପରିକ ସମ୍ମାନ ମାଧ୍ୟମରେ ଚିନ୍ତାଧାରାର ବିକାଶ ହୋଇଥାଏ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ପରିପକ୍ୱ, ଦାୟିତ୍ୱବାନ ଏବଂ ନିଜ ସମସ୍ୟାର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ କରିବାକୁ ସକ୍ଷମ । ସମ୍ୱେଦନଶୀଳ କ୍ୟାମ୍ପସ ପ୍ରସଙ୍ଗରୁ ରାଜନୈତିକ ଫାଇଦା ହାସଲ କରିବା ପାଇଁ ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ଏପରି କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅସଙ୍ଗତ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ହଷ୍ଟେଲଗୁଡ଼ିକର ମୁଖ୍ୟ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବାରୁ, ଏହାକୁ ନେଇ ୱାର୍ଡେନ, ଉପ ୱାର୍ଡେନ, ଉପ ମୁଖ୍ୟ ୱାର୍ଡେନ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ଅଧ୍ୟାପକମାନେ ଗଣଇସ୍ତଫା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିଭଳି ପଦକ୍ଷେପ ଘଟିଥିବା ଘଟଣାର ଗମ୍ଭୀରତା ଏବଂ ସମଗ୍ର ବିଶ୍ୱବିଦ୍ୟାଳୟ ସମ୍ପ୍ରଦାୟ ମଧ୍ୟରେ ବିରାଜମାନ ଗଭୀର କ୍ଷୋଭ ଓ ଉଦ୍ବେଗର ପ୍ରତିଫଳନ କରୁଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଗାରିମାକୁ ଅକ୍ଷୁଣ୍ଣ ରଖିବାକୁ ସର୍ବଦା ଚେଷ୍ଟିତ ବିଜୁ ଜନତା ଦଳ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷା, ନବସୃଜନ, ଗବେଷଣା ଓ ବୌଦ୍ଧିକ ଆଦାନ ପ୍ରଦାନର କେନ୍ଦ୍ର ହୋଇ ରହିବା ଉଚିତ । ସେଥିରେ ଦଳୀୟ ରାଜନୈତିକ ହସ୍ତକ୍ଷେପ କରିବା ସମ୍ପୂର୍ଣ୍ଣ ଅନୁଚିତ । ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନର ଗାରିମାକୁ ଅକ୍ଷୁଣ୍ଣ ରଖିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖାଯାଉ । ରାଜନୈତିକ ଫାଇଦା ହାସଲ ପାଇଁ ଶିକ୍ଷାର ମନ୍ଦିରକୁ ଜନପ୍ରତିନିଧି ମାନେ ଅପରିଷ୍କାର ନ କରନ୍ତୁ । ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଆଲୋଚନା, ବିଚାରବିମର୍ଶ ଏବଂ ସହଯୋଗ ମାଧ୍ୟମରେ ଶିକ୍ଷାକୁ ଆଗକୁ ବଢ଼ିବାକୁ ଦିଆଯାଉ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଧ୍ୟାନ ଦିଅନ୍ତୁ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୱାର୍ଡେନ୍ ସଂଘର ପ୍ରତିବାଦ: ବିଧାୟକ ପ୍ରକାଶ ସେଠୀ କ୍ଷମା ମାଗନ୍ତୁ ବୋଲି ଦାବି
କଟକ: ବଢ଼ିଲା ରେଭେନ୍ସା ବିଶ୍ବବିଦ୍ୟାଳୟ ୱାର୍ଡେନ୍-ବିଧାୟକ କଳି । ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ଏବଂ ଶିକ୍ଷକମାନଙ୍କ ମର୍ଯ୍ୟାଦା ତଥା ଅନୁଷ୍ଠାନର ସ୍ୱାୟତ୍ତତା ଦାବିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ୱାର୍ଡେନ ସଂଘ ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

ଶିକ୍ଷକମାନେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସେଭେନ୍ ପିଲାର୍ସ ଅଫ୍ ୱିଜଡମ୍ ଠାରୁ ଏକ ଶୋଭାଯାତ୍ରାରେ ବାହାରି କୁଳପତିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସେମାନେ ଏକ ୪ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିଗୁଡ଼ିକ ମଧ୍ୟରେ ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ସାର୍ବଜନୀନ କ୍ଷମା ପ୍ରାର୍ଥନା, ବିଶ୍ୱବିଦ୍ୟାଳୟ ପ୍ରଶାସନରେ କୌଣସି ରାଜନୈତିକ ହସ୍ତକ୍ଷେପ ନକରିବା, ଶିକ୍ଷକମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ଏବଂ କୁଳପତିଙ୍କ କାର୍ଯ୍ୟାଳୟ ତଥା ଅନୁଷ୍ଠାନକୁ ସମ୍ମାନ ଜଣାଇବା ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ, ଅଗଷ୍ଟ ୩ ତାରିଖରେ ହଷ୍ଟେଲ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ଏହି ଘଟଣାର ସୂତ୍ରପାତ ହୋଇଥିଲା। ଶିକ୍ଷକ ସଂଘର ଅଭିଯୋଗ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟ ୱାର୍ଡେନ ତଥା ଜଣେ ବରିଷ୍ଠ ପ୍ରଫେସରଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରାଯିବା ସହ କଟୁ ମନ୍ତବ୍ୟ ଦିଆଯାଇଥିଲା। ଜଣେ ପ୍ରଫେସର କହିଛନ୍ତି ଯେ, "ଯେତେବେଳେ କୁଳପତି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରିସ୍ଥିତି ଶାନ୍ତ କରିଥିଲେ, ସେହି ସମୟରେ କଟକ ସଦର ବିଧାୟକ ସେଠାରେ ପହଞ୍ଚି ଛାତ୍ରମାନଙ୍କୁ ଉସକାଇଥିଲେ ଏବଂ ବରିଷ୍ଠ ପ୍ରଫେସରଙ୍କ ପ୍ରତି ଅସମ୍ମାନଜନକ ଶବ୍ଦ ବ୍ୟବହାର କରିଥିଲେ।" ଆଶ୍ଚର୍ଯ୍ୟର କଥା ହେଉଛି, ଛାତ୍ରମାନେ ବିଧାୟକଙ୍କୁ ଡାକିନଥିବା ସ୍ପଷ୍ଟ କରିଛନ୍ତି। ଏହି ବିବାଦ ପରେ ମଙ୍ଗଳବାର ଦିନ ସମସ୍ତ ହଷ୍ଟେଲ ୱାର୍ଡେନ ଏବଂ ଡେପୁଟି ୱାର୍ଡେନମାନେ ସେମାନଙ୍କର ସାମୂହିକ ଇସ୍ତଫା ପ୍ରଦାନ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଅଶାନ୍ତି: ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅନଶନ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ର ରୂପ ନେଇଛି। ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି କରି ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଏବଂ ଧାରଣାରେ ବସିଛନ୍ତି। ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତି ଡେପୁଟି ୱାର୍ଡେନଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ଗତ ଅଗଷ୍ଟ ୧ ତାରିଖ ରାତିରେ ହଷ୍ଟେଲରେ ଫ୍ରେଣ୍ଡସିପ୍ ଡେ' ବା ବନ୍ଧୁତା ଦିବସ ପାଳନ କରାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଡେପୁଟି ୱାର୍ଡେନ ବିନା କୌଣସି ପୂର୍ବ ସୂଚନାରେ ହଷ୍ଟେଲରେ ପ୍ରବେଶ କରି ଦୁଇଟି ରୁମରେ ତାଲା ପକାଇ ଦେଇଥିଲେ। ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ସହ ତାଙ୍କ ରୁମରେ ତାଲା ପକାଇ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଉକ୍ତ ଛାତ୍ରଙ୍କ ବିରୋଧରେ ବୟାନ ଦେବାକୁ ଅନ୍ୟ ଅନ୍ତେବାସୀଙ୍କ ଉପରେ ଚାପ ପକାଯାଉଥିବା ଅଭିଯୋଗ ହୋଇଛି, ଯାହା ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଶତାଧିକ ଛାତ୍ର ହାତରେ ପ୍ଲାକାର୍ଡ ଧରି ଏବଂ ଘଣ୍ଟ ବାଡ଼େଇ ଇଷ୍ଟ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନ ଫଳରେ ହଷ୍ଟେଲର ସ୍ୱାଭାବିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ରବିବାର ଠାରୁ ହଷ୍ଟେଲର ମେସ୍ ବନ୍ଦ ରହିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ରାତି ଏବଂ ସୋମବାର ଦିନ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ। ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ରୁମରେ ତାଲା ପଡ଼ିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଛାତ୍ରମାନେ ଏହି ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରିବା ସହ ଡେପୁଟି ୱାର୍ଡେନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଦ୍ ଧରି ବସିଛନ୍ତି। ଗତକାଲିଠାରୁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।

ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ
ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚାରି ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ୍ (ITEP) ନାମଲେଖା ନିମନ୍ତେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ଦିନ ପ୍ରକାଶ ପାଇଛି। ଏହି ପ୍ରକ୍ରିୟା ଷ୍ଟୁଡେଣ୍ଟ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ (SAMS) ଜରିଆରେ ପରିଚାଳିତ ହେଉଛି।

ଚଳିତ ଶିକ୍ଷାବର୍ଷରୁ ପ୍ରଥମ ଥର ପାଇଁ SAMS ଅଧୀନରେ ଆରମ୍ଭ ହୋଇଥିବା ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସ୍ନାତକ ଡିଗ୍ରୀ ସହିତ ବି.ଏଡ୍. (B.Ed.) ଯୋଗ୍ୟତା ୪ ବର୍ଷ ମଧ୍ୟରେ ହାସଲ କରିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ନ୍ୟାସନାଲ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (NCET-2026) ଦେଇଥିବା ପ୍ରାର୍ଥୀମାନେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଭାଗୀୟ ସୂଚନା ଅନୁଯାୟୀ, ଅଂଶଗ୍ରହଣ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟ ୧,୫୦୦ ସିଟ୍ ଅନୁମୋଦିତ ହୋଇଛି। ଏହି ପାଠ୍ୟକ୍ରମ ପାଇଁ ୧୦,୬୪୭ ଆବେଦନକାରୀ ଦରଖାସ୍ତ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୪୬୩ ଜଣଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୫୬୨ ଜଣ ଛାତ୍ର ଏବଂ ୯୦୧ ଜଣ ଛାତ୍ରୀ ରହିଛନ୍ତି।

ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ
କଟକ: ରାସ୍ତାରେ ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରଛାତ୍ରୀ ରାସ୍ତାରେ ବସି ପଢ଼ିଛନ୍ତି। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି। କ୍ଲାସରୁମ୍‌ ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ଦାବି କରିଛନ୍ତି। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।

ବଦଳିବ ନାହିଁ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ କରିଥିଲେ। ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଏହାର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜଣାଇଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ।

ସୂଚନା ଅନୁଯାୟୀ, ବିଧାନସଭା ଆରମ୍ଭରୁ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ବିରୋଧୀ ବିଜେଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲା। କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜଡ଼ି ପ୍ରଶ୍ନ କରିଥିଲୀ। ସେପଟେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ପ୍ରଥମେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା, ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ପାଇଲା ମାନ୍ୟତା
କଟକ : ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି। NAAC(National Assessment and Accreditation Council)ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ନାକ୍‌ର ଏକ ୫ ଜଣିଆ ଟିମ୍  ଗତ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ । ଏହାପରେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି।

ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା ମିଳିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍‌ ଟିମ୍‌ ପକ୍ଷରୁ A++ ମାନ୍ୟତା ଦିଆଯାଇଛି। ଯାହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ ସମସ୍ତେ ବାଜା ବଜାଇ ନାଗଗୀତରେ ମସଗୁଲ ହୋଇଛନ୍ତି। କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

ଯୁକ୍ତ ଦୁଇ ପ୍ରଥମ କଟଅଫ୍ ମାର୍କ ପ୍ରକାଶ; ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଲା ରେଭେନ୍ସା
ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟଅଫ୍ ମାର୍କ । ଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟକର ରେଭେନ୍ସା ଆଗରେ । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍‌ । ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ, ବାଲେଶ୍ବର ଏଫଏମ କଲେଜରେ ବିଜ୍ଞାନରେ ୯୦ ପ୍ରତିଶତ ରହିଛି କଟଅଫ୍ ମାର୍କ । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ ନାମଲେଖା ପାଇଁ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୦୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ଛାତ୍ରଛାତ୍ରୀ ଦ୍ଵିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ରହିଯାଇଛନ୍ତି ।

ପ୍ରଥମ ପର୍ଯ୍ୟାୟ କଟ ଅଫ୍ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଘୋଷଣା କଲେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆର୍ ଆୟର ।