Investors’ Meet - The Sakala

ରାୟପୁରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ; ଜାରିରହିବ ଓଡ଼ିଶାରେ ପୁଞ୍ଜିନିବେଶ ଧାରା
ଭୁବନେଶ୍ୱର: ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏହି ମର୍ମରେ ଚଳିତ ମାସ ୧୪ ଓ ୧୫ ତାରିଖରେ ରାୟପୁରଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରାଯାଇ ଥିବା ବେଳେ ଓଡ଼ିଶାରେ କାରବାର ଆରମ୍ଭ ପାଇଁ ଆଶ୍ୱାସନା ଦେଇଛନ୍ତି ନିବେଶକମାନେ। ବିଜୁ ଏକ୍ପ୍ରେପ୍ରେସ ଓ୍ବେ’ରେ “ବିଜୁ ଅର୍ଥନୈତିକ କରିଡର”ର ବିପୁଳ ସମ୍ଭାବନା ଏବଂ ଏହି କ୍ଷେତ୍ରରେ ଓଡ଼ିଶା ଦ୍ୱାରା ପ୍ରଦାନ କରାଯାଉଥିବା ଅନୁକୂଳ ବ୍ୟବସାୟିକ ବାତାବରଣକୁ ପ୍ରଦର୍ଶିତ କରିବା ଏବଂ ରାଜ୍ୟରେ ସୁଯୋଗ ଖୋଜିବା ପାଇଁ ନିବେଶକମାନଙ୍କୁ ଉତ୍ସାହିତ କରିବା ଏହି ନିବେଶକ ସମ୍ମିଳନୀ ଏବଂ ରୋଡ୍‌‌ ସୋ’ର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶିଳ୍ପ ମନ୍ତ୍ରୀ ପ୍ର୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇଡିକଲ୍‌‌ର ଅଧ୍ୟକ୍ଷ ହେମନ୍ତ ଶର୍ମା ପ୍ରମୁଖ ଯୋଗଦେଇ ଓଡ଼ିଶାରେ ଶିଳ୍ପ ଅନୁକୂଳ ପରିବେଶ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ରୋଡ୍‌‌ ସୋ’ରେ ଛତିଶଗଡ଼ର ବିଭିନ୍ନ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ନିବେଶକମାନଙ୍କୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ, ଧାତବ ଓ ଧାତବ ଶିଳ୍ପ ସହ ଜଡ଼ିତ ବିଭିନ୍ନ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ଥିବା ଓଡ଼ିଶାର ଔଦ୍ୟୋଗିକ ପରିଦୃଶ୍ୟ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରି ଏ ଦିଗରେ ଓଡ଼ିଶା ସରକାରଙ୍କ ରହିଥିବା ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଗତି ଓ ବିକାଶ ଉପରେ ଆଲୋକପାତ କରିବା ସହ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡି)ରେ ଚମତ୍କାର ଅଭିବୃଦ୍ଧି ହାର ଏବଂ ଏହାର ଦ୍ରୁତ ଶିଳ୍ପାୟନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା ଆଜି ଉତ୍ପାଦନ କ୍ଷେତ୍ରରେ ‘ଶିଳ୍ପ ବିପ୍ଳବ’ ପରବର୍ତ୍ତୀସ୍ତରରେ ପହଞ୍ଚିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଏହାର ମାନ୍ୟତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବିପୁଳ ପ୍ରାକୃତିକ ସମ୍ପଦ ଏବଂ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ପ୍ରମୁଖ ସ୍ଥାନରେ ଅବସ୍ଥିତି ଯୋଗୁଁ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରାହାରି ଠାରୁ କ୍ରମାଗତ ଅଭିବୃଦ୍ଧି ଘଟୁଥିବା ଉରେ ସେ ଆଲୋକପାତ କରିଥିଲେ।

ଓଡ଼ିଶାକୁ ନିଜର ପରବର୍ତ୍ତୀ ପୁଞ୍ଜିନିବେଶ ଗନ୍ତବ୍ୟସ୍ଥଳ ଭାବେ ଆବିଷ୍କାର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପପତି, ବିଭିନ୍ନ ସଂଘ ଓ ସେମାନଙ୍କ ସଦସ୍ୟମାନଙ୍କୁ ସେ ପ୍ରସ୍ତାବ ଦେଇଥିଲେ। ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ସରକାରଙ୍କ ଇଡକୋ ଓ ଇଡିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା ଓଡ଼ିଶାର ସୁଦୃଢ଼ ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ଉପସ୍ଥାନା କରିଥିଲେ। ଦୁଇ ଦଶନ୍ଧିର ସ୍ଥିର ଶାସନ, ଇଜ୍‌‌ ଅଫ୍‌‌ ଡୁଇଙ୍ଗ ବିଜନେସ୍‌‌ ସୂଚକାଙ୍କରେ ଉଚ୍ଚ ମାନ୍ୟତା, ପ୍ରତିଯୋଗିତାମୂଳକ ପରିଚାଳନା ଖର୍ଚ୍ଚ, ପ୍ରଭାବଶାଳୀ ନିବେଶ ସୁବିଧା, ଆକର୍ଷଣୀୟ ପ୍ରୋତ୍ସାହନ ଏବଂ କୁଶଳୀ କର୍ମଚାରୀଙ୍କ ଉପରେ ଆଧାରିତ ରାଜ୍ୟର ଅନୁକୂଳ ବ୍ୟବସାୟିକ ବାତାବରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାର ଶିଳ୍ପ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଶର୍ମା କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପ କେନ୍ଦ୍ର ଏବଂ ପୂର୍ବ ଓ ଦକ୍ଷିଣ-ପୂର୍ବ ଏସୀୟ ବଜାରର ପ୍ରବେଶ ଦ୍ୱାର ଭାବରେ ଉଭା ହେଉଛି।

ସମ୍ମିଳନୀରେ ବେଦାନ୍ତ, ଜେଏସପିଏଲ ଭଳି ଅଗ୍ରଣୀ କମ୍ପାନୀର ପ୍ରତିନିଧିମାନେ ଓଡ଼ିଶାରେ ପୁଞ୍ଜିନିବେଶ ଓ କାମ କରିବାରେ ସକାରାରଙ୍କ ଅନୁଭୂତି ବାଣ୍ଟିଥିଲେ। ସେମାନେ ରାଜ୍ୟର ଶିଳ୍ପ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଓଡ଼ିଶା ସରକାରଙ୍କ ଠାରୁ ମିଳିଥିବା ସହଯୋଗକୁ ପ୍ରଶଂସା କରିଥିଲେ। ସେମାନେ ନିଜର ଉତ୍ସାହ ପ୍ରକାଶ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଏବଂ ସ୍ଥାନୀୟ ଜନ ସମୁଦାୟମାନଙ୍କ ସହିତ ସ୍ଥାୟୀ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଅଧିବେଶନ ଶେଷରେ ଇଡକୋ ଏବଂ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ରାୟପୁର ରୋଡ୍‌‌ ସୋ’ରେ ଅଂଶଗ୍ରହଣ କରିଥିବାରୁ ସମସ୍ତ ନିବେଶକଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଓଡ଼ିଶାକୁ ନିଜର ପସନ୍ଦର ନିବେଶସ୍ଥଳ ଭାବେ ବିଚାର କରିବାକୁ ସେ ନିବେଶକମାନଙ୍କୁ ଅନୁରୋଧ କରିଛନ୍ତି। ରୋଡ୍‌‌ ସୋ’ ବ୍ୟତୀତ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ବିଭିନ୍ନ କ୍ଷେତ୍ରର ୫୦ରୁ ଅଧିକ ଶିଳ୍ପପତିଙ୍କ ସହ ଫଳପ୍ରଦ ଆଲୋଚନା କରି ସେମାନଙ୍କ ନିବେଶ ଯୋଜନା ସମ୍ପର୍କରେ ବୁଝିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓଡ଼ିଶା ସରକାରଙ୍କ ଦ୍ୱାରା ନିଅ।।ଇଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ଅନୁକୂଳ ସଂସ୍କାର ଉପରେ ଆଲୋଚନା କରିବା ସହ ଶିଳ୍ପପତିମାନଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଓଡ଼ିଶାରେ ସମ୍ଭାବ୍ୟ ସୁଯୋଗ ଖୋଜିବାକୁ ଉତ୍ସାହିତ କରିଥିଲେ।

ଆସିବ ବଡ଼ପୁଞ୍ଜି: ଆସନ୍ତାକାଲି ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌
ରାୟପୁର: ରାୟପୁରରୁ ଆସିବ ବଡ଼ପୁଞ୍ଜି । ରାୟପୁରରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ନିବେଶକଙ୍କୁ କରାଯିବ ନିମନ୍ତ୍ରଣ । କାହିଁକି ଓଡ଼ିଶା ଶିଳ୍ପାୟନ ପାଇଁ ଉତ୍କୃଷ୍ଟ, ତାହା ବୁଝାଇବ ଟିମ୍‌ ଓଡ଼ିଶା । ଆସିବ ଅଧିକ ପୁଞ୍ଜି, ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି।

ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଉତ୍କୃଷ୍ଟ ସ୍ଥାନ। ନିବେଶକଙ୍କୁ ମିଳିବ ପ୍ଲସ୍‌ ଓ୍ବାନ୍‌ ସୁବିଧା। ସିଙ୍ଗ୍‌ଲ ଓ୍ବିଣ୍ଡୋ ସିଷ୍ଟମରେ ସବୁ ଅନୁମତି ସହଜରେ ମିଳିବ। ଜମି ଅଧିଗ୍ରହଣରେ ବି ସମସ୍ୟା ନାହିଁ । ୨୩ ବର୍ଷର ସ୍ଥିର ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ବିଶ୍ବର ଶିଳ୍ପପତିଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ ସବୁକ୍ଷେତ୍ରରେ ରହିଛି ନିବେଶ ସୁଯୋଗ। ରାୟପୁରରେ ଆସନ୍ତାକାଲି ଓ ତା’ପର ଦିନ ଦୁଇଦିନ ଧରି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରାୟପୁର ଗସ୍ତ କରିଛନ୍ତି । ପୁଞ୍ଜିପତିଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ସେମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି ।

ଦୁବାଇରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଳୁରୁରୁ ବଡ଼ ପୁଞ୍ଜି ଆସିବା ନେଇ କର୍ପୋରେଟ୍‌ କ୍ୟାପେଟନମାନଙ୍କ ପ୍ରତିଶ୍ରୁତି ମିଳିଛି। ରାୟପୁରରେ ମଧ୍ୟ ବ୍ୟାପକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିବ ବୋଲି ଆଶା ରଖିଛି ଓଡ଼ିଶା । ଏପଟେ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କାମ ଦ୍ରୁତଗତିରେ ଚାଲିଥିବା ଶିଳ୍ପମନ୍ତ୍ରୀ କହିଛନ୍ତି । ଜମି ଅଧିଗ୍ରହଣ ନିୟମ ଅନୁସାରେ ଚାଲିବା ସହ କେନ୍ଦ୍ରକୁ କେତେକ ଅନୁମତି ମଧ୍ୟ ମଗାଯାଇଛି । ନିବେଶକଙ୍କୁ ଲଗାତାର ନିମନ୍ତ୍ରଣକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି ।

ଜାପାନରୁ ଆସିବ ବଡ଼ ନିବେଶ : ଆସନ୍ତାକାଲି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ, ବିଦେଶକୁ ଯାଇ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗଦେଉଛନ୍ତି। ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହ୍ୱାନ ଦେଉଛନ୍ତି। ବିଗତ କିଛିବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ଯୋଗୁ ଓଡ଼ିଶା ଏବେ ପୁଞ୍ଜି ନିବେଶକମାନଙ୍କ ପସନ୍ଦ ପାଲଟିଛି। ଏହି କ୍ରମରେ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୩ ତାରିଖରୁ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।  ମୁଖ୍ୟମନ୍ତ୍ରୀ କିଛି ସରକାରୀ ଓ ବ୍ୟାବସାୟିକ ବୈଠକରେ ଭାଗନେବେ । ଓଡ଼ିଶାରେ ଜାପାନୀ ପୁଞ୍ଜିନିବେଶ ସଂପର୍କରେ ବିଭିନ୍ନ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଓଡ଼ିଶାରେ ଜାପାନର ବଡ଼ ବଡ଼ କମ୍ପାନୀ କିପରି ପୁଞ୍ଜିନିବେଶ କରିବେ ସେ ନେଇ ଗୁରୁତ୍ବ ଦିଆଯିବ । ବିଶେଷ କରି ଜାପାନର ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି କ୍ଷେତ୍ରକୁ ଫୋକସ କରିବେ ମୁଖ୍ୟମନ୍ତ୍ରୀ । ଜାପାନରୁ ଓଡ଼ିଶାକୁ ଏସବୁ କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା ଓ ରୋଡ୍ ଶୋ’ କରି ଆକୃଷ୍ଟ କରାଯିବ । ବିଦେଶରୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦମ୍ୟକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ରୋମ ,ଦୁବାଇ ପରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରି ନିବେଶ ସମ୍ମିଳନୀରେ ସାମିଲ ହେବା ସହ ରୋଡ୍ ଶୋ’ କରିବେ । ଦୁବାଇରୁ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ଆସିବା ପରେ ଜାପାନରୁ ଅଧିକ ପୁଞ୍ଜି ଆଣିବା ପାଇଁ ପ୍ଲାନ୍ ରହିଛି । ଜାପାନର ବିଭିନ୍ନ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସହ ଆଇଟି ସେକ୍ଟର ପରିଦର୍ଶନ କରିବେ ଶିଳ୍ପ ବିଭାଗର ଟିମ୍ । ନିବେଶକାରୀଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆ ଶିଳ୍ପନୀତି ଓ ଶିଳ୍ପାୟନ ପାଇଁ ରାଜ୍ୟ ସରକାର ଯୋଗାଇଥିବା ଓ୍ବାନ ପ୍ଲସ ସୁବିଧା ସମ୍ପର୍କରେ ନିବେଶକାରୀଙ୍କୁ ବୁଝାଇବେ । ଏବେ ଜାପାନର ୫୨ଟି କମ୍ପାନୀ ରାଜ୍ୟର ବିଭିନ୍ନ ସେକ୍ଟରରେ ବାଣିଜ୍ୟ କାରବାର କରୁଛନ୍ତି । ଆଗକୁ ଏହି ଧାରା ଅଧିକ ତ୍ବରାନ୍ବିତ ହେବ ବୋଲି ରାଜ୍ୟ ସରକାର ଆଶା ରହିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଦ୍ବାରା ଅଧିକ ପୁଞ୍ଜି ଆସିବାର ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନର ପ୍ରତିନିଧିମାନେ ସାମିଲ ହୋଇ ଓଡ଼ିଶା ସହ ବାଣିଜ୍ୟ ସମ୍ପର୍କ ମଜଭୁତ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବିଦେଶରୁ ବଡ଼ ପୁଞ୍ଜି ଆଣିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରୋମ୍ ଓ ଦୁବାଇ ଗସ୍ତ ପରେ ବିଦେଶରୁ ପୁଞ୍ଜିର ସୁଅ ଛୁଟିଥିଲା । ବିଦେଶରୁ ପୁଞ୍ଜି ଆଣିବାରେ ଦେଶର ଟପ୍ ୩ ରାଜ୍ୟରେ ଓଡ଼ିଶା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଆଭିମୁଖ୍ୟକୁ ସଫଳ କରିବା ପାଇଁ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ ସେଣ୍ଟର ପକ୍ଷରୁ ପ୍ରସ୍ତୁତି ଚାଲିଛି। ଜାପାନର ପୁଞ୍ଜି ନିବେଶକମାନେ କିପରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ସେ ନେଇ ଉଦ୍ୟମ ହେବ ବୋଲି ଜାପାନରେ ରହୁଥିବା ପୁରୀର ଶିଳ୍ପଦ୍ୟୋଗୀ ତଥା ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିପ୍‌‌ ସେଣ୍ଟର ସଭାପତି କୁନା ଦାଶ ସୂଚନା ଦେଇଛନ୍ତି।

ଏହି ସପ୍ତାହବ୍ୟାପୀ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ମୁଖ୍ୟମନ୍ତ୍ରୀ ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ଭାରତ ଓ ଜାପାନ ସମ୍ପର୍କ ସେତୁର ମାର୍ଗଦର୍ଶକ କୁନା ଦାଶ କହିଛନ୍ତି, ସେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ଜାପାନରେ ରହିଆସୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜାପାନ ଆସିବା ନିଶ୍ଚିତ ଏକ ବଡ଼ ଖୁସି କଥା। ଜାପାନରେ ଟେକ୍ନୋଲୋଜି ବହୁ ଅଗ୍ରଗତି କରିଛି। ଓଡ଼ିଶାରେ ପୁଞ୍ଜିନିବେଶ ହେଲେ ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଭାରତ ବର୍ଷର ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି। ବିଦେଶୀ କମ୍ପାନୀ ଓଡ଼ିଶାରେ ହେବା ଦ୍ୱାରା ଆମ ରାଜ୍ୟର ବିକାଶ ଆହୁରି ଆଗେଇବ। ନିଶ୍ଚିତ ମୁଖ୍ୟମନ୍ତ୍ରୀ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶ୍ରୀ ଦାଶ ଦୀର୍ଘବର୍ଷ ଧରି ଓଡ଼ିଶା ଓ ଜାପାନର ଶିକ୍ଷା, ସଂସ୍କୃତିର ଭାବ ବିନିମୟ କରି ଆସୁଛନ୍ତି। ଶ୍ରୀ ଦାଶ କୁହନ୍ତି, ଜାପାନିଜମାନେ ଓଡ଼ିଶାକୁ ବେଶ୍‌‌ ପସନ୍ଦ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଜାପାନ ଯିବା ଦ୍ୱାରା ଏହି ସମ୍ପର୍କ ଆହୁରି ସୁଦୃଢ ହେବ।