Metro rail odisha - The Sakala

ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'
ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ଶେଷରେ ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । କହିଲେ, ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି । ବାତିଲ ହୋଇନି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ମନା କରିନାହାନ୍ତି, ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର ସରକାରଙ୍କ ସହାୟତା ଓ ସହଯୋଗରେ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ସରକାର ଗୋଟିଏ ବାଇପାସ୍ ରାସ୍ତାର ବ୍ୟବସ୍ଥା କରୁଛନ୍ତି । ତାହା ହୋଇଗଲା ପରେ ସରକାର ଏହାର ଚିନ୍ତା କରିବେ। ଏହା ସହ ଇଣ୍ଟର ମିନିଷ୍ଟରିଆଲ କମିଟିରେ ଏ ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଭୁବନେଶ୍ୱର ମେଟ୍ରୋ ଅଫିସ୍ ରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି। ତେବେ ମେଟ୍ରୋ ପ୍ରକଳ୍ପ ସାମୟିକ ଭାବେ ବନ୍ଦ କରାଯାଇଛିବୋଲି କହିଛନ୍ତି ମନ୍ତ୍ରୀ ।

ପୂର୍ବରୁ ମେଟ୍ରୋ ପ୍ରକଳ୍ପ ବନ୍ଦକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଚିଠି ଲେଖି କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିଲେ । ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ସବୁପ୍ରକଳ୍ପ ଲାଭପାଇଁ କରାଯାଏ ନାହିଁ l କିଛି ପ୍ରକଳ୍ପ ବୃହତର ଜନସ୍ୱାର୍ଥକୁ ନଜରରେ ରଖି କରାଯାଏ l ମୁଖ୍ୟମନ୍ତ୍ରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା ପରେ ଚିଠି ଲେଖିଛି l ସେ ମୋତେ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ର ସହିତ ଆଲୋଚନା କରି ପଦକ୍ଷେପ ନେବେ l

ସାକାର ହେବ ରାଜ୍ୟବାସୀଙ୍କ ସ୍ୱପ୍ନ : ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ସାକାର ହେବାକୁ ଯାଉଛି ରାଜ୍ୟବାସୀଙ୍କ ‘ମେଟ୍ରୋ’ ରେଳ ସ୍ୱପ୍ନ। ଆଉ କିଛି ସମୟ ପରେ ବହୁପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ୧ ଏପ୍ରିଲ୍‌ ଅର୍ଥାତ୍‌ ଉତ୍କଳ ଦିବସରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ୮ ମାସ ମଧ୍ୟରେ ଏହି ପ୍ରକଳ୍ପ ପାଇଁ ପ୍ରସ୍ତୁତି ସହ ଅର୍ଥ ବରାଦ କରାଯାଇଛି ଏବଂ ଆଜି ୨୦୨୪ ମସିହାର ପ୍ରଥମ ଦିନ ଅର୍ଥାତ୍‌ ନୂଆ ବର୍ଷରେ ଏହାର ଶିଳାନ୍ୟାସ କରାଯିବ।

ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ମୋଟ୍‌ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୨୬ କିଲୋମିଟର ଦୈର୍ଘ୍ୟର ମେଟ୍ରୋ ପ୍ରକଳ୍ପ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେସନ ନିର୍ମାଣ କରାଯିବା ନେଇ ଯୋଜନା ରହିଛି। ପରବର୍ତ୍ତୀ ସମୟରେ ଏହା ଉଭୟ ଦିଗରେ କଟକ ଓ ପୁରୀକୁ ସମ୍ପ୍ରସାରିତ କରାଯିବ। ରାଜଧାନୀର ମେଡିଆନ ଉପରେ ପିଲର ନିର୍ମାଣ କରାଯାଇ ରାସ୍ତା ଉପରେ ମେଟ୍ରୋ ଚଳାଚଳ କରିବ। ସେହିପରି ଅତ୍ୟାଧୁନିକ ରେଳ କୋଚ୍‌ର ବ୍ୟବହାର କରାଯିବାକୁ ରହିଥିବା ବେଳେ ଅତ୍ୟାଧୁନିକ ଟିକେଟ୍‌ ବ୍ୟବସ୍ଥା ଏବଂ ସିଗ୍‌ନାଲ ବ୍ୟବହାର କରାଯିବ। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ତତ୍ତ୍ୱାବଧାନରେ ଦ୍ଲିଲୀ ମେଟ୍ରୋ ରେଳ ନିଗମ (ଟର୍ଣ୍ଣ-କି ପରାମର୍ଶଦାତା) ପ୍ରକଳ୍ପର ନିର୍ମାଣ କରିବ।

ଏହି ମେଟ୍ରୋ ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ଓ କଟକ ମଧ୍ୟରେ ତ୍ରିଶୁଳିିଆ ଏକ ପ୍ରମୁଖ ଜଙ୍କସନ ହେବ। ଏହା ସହିତ ବାଙ୍କୀ ଓ ଆଠଗଡ଼ ପଟରୁ ଦ୍ୱୈତ ନଗରୀର ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ପଥ ଭାବରେ ତ୍ରିଶୁଳିଆ ବିବେଚିତ ହେବ। ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୁଳିଆ ନିକଟରେ ନିର୍ମାଣ କରାଯିବ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ୍‌ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବଲିଂ ସୁବିଧା ମଧ୍ୟ ରହିବ। ତ୍ରିଶୁଳିଆ ଛକରେ ଏକ ନୂଆ ବସ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି। ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣି ସ୍ଥଳ ଭାବରେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ଆକାଂକ୍ଷୀ ଓଡ଼ିଶା ପାଇଁ ଏକ ବିଶ୍ୱ ସ୍ତରୀୟ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାର ବିକାଶ ଲକ୍ଷ୍ୟ ହାସଲରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଏଥିପାଇଁ ପ୍ରସ୍ତୁତ ଡିପିଆର୍‌କୁ ଅନୁମୋଦନ ମିଳିସାରିଥିବା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା, ପୁରୀ ଓ କଟକ ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି। ସୋମବାର ତ୍ରିଶୁଳିଆ ଛକ ସ୍ଥିତ ରତାଗଡ଼ ଲେଙ୍କାସାହି ନିକଟରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ ସହ ଏକ ସମାବେଶରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ନେଇ ପ୍ରସ୍ତୁତ ଏକ କ୍ଷୁଦ୍ର ବୃତ୍ତଚିତ୍ରକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ କରାଯିବ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସ୍ୱଗତ ଭାଷଣ ଓ କଟକ ମେୟର ସୁବାଷ ସିଂ ଧନ୍ୟବାଦ ଦେବେ। ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ୍‌ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଦ୍ୱୈତନଗରୀ ମେଟ୍ରୋ ପ୍ରକଳ୍ପ: ଡିପିଆର୍‌କୁ ଅନୁମୋଦନ, ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ଟେଣ୍ଡର ବିଜ୍ଞପ୍ତି
ଭୁବନେଶ୍ୱର: ଦ୍ୱୈତନଗରୀ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର୍‌କୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ଏହି ଡିପିଆର୍‌କୁ ଅନୁମତି ଦେଇଥିବା ବେଳେ ଆଗାମୀ ପ୍ରକ୍ରିୟା ସ୍ୱରୂପ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଯୋଗ୍ୟ ସଂସ୍ଥା ଟେଣ୍ଡର ପ୍ରକ୍ରିୟାରେ ଚୟନ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ୍‌ (ବିଏମ୍‌ଆର୍‌ସି) ଯୋଜନା କରିଛି । ଅନ୍ୟପଟେ ଆସନ୍ତା ୧୮ ତାରିଖରେ ବିଏମ୍‌ଆର୍‌ସିର ପ୍ରଥମ ବୋର୍ଡ ମିିଟିଂ ବସିବ । ଏହି ବୋର୍ଡରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି ଓ ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ, ପରିବହନ ସଚିବ, ଅର୍ଥ ସଚିବଙ୍କ ସହିତ ବିଏମଆର୍‌ସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି । ପ୍ରଥମ ବୋର୍ଡ ମିଟିଂରେ ଡିପିଆର୍‌ ଅନୁମୋଦନ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅତିରିକ୍ତ ବଜେଟ୍‌ରେ ୨୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କିପରି ପ୍ରକଳ୍ପ କାମ ଆଗେଇବ ଓ ୨୦୨୪ ବଜେଟ୍‌ ପର୍ଯ୍ୟନ୍ତ ଆର୍ଥିକସ୍ତରରେ କୌଣସି ପ୍ରଭାବ ନ ପଡ଼ିବ ତାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଟେଣ୍ଡର ପ୍ରକ୍ରିୟା ଓ ସଂସ୍ଥା ଚୟନ ପରେ ସର୍ତ୍ତ ମୁତାବକ ଚୟନ ହୋଇଥିବା ସଂସ୍ଥାକୁ କିଛି ଅର୍ଥ ଦେବାକୁ ପଡ଼ିବ । ଏଥିପାଇଁ ଆର୍ଥିଥକସ୍ତରରେ ବିଏମଆର୍‌ସିକୁ ମଜଭୁତ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାର ଆସନ୍ତା ୪ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରଖିଛନ୍ତି । ଏଥିପାଇଁ ବିଏମଆର୍‌ସିକୁ ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ । ଏହି ପ୍ରକଳ୍ପ ପାଇଁ ପାଖାପାଖି ୬ ହଜାର କୋଟି ଟଙ୍କା ଆବଶକ ପଡ଼ିବ ବୋଲି ଡିପିଆର୍‌ ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରାଜ୍ୟ ସରକାରଙ୍କୁ ସୂଚନା ଦେଇଛି । ଏହାକୁ ଆଧାର କରି ପ୍ରତି ବର୍ଷ ୧୫୦୦ କୋଟି ଟଙ୍କା ବ୍ୟୟ ବରାଦ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ସହିଦ ନଗର ସ୍ଥିତ ଭବାନୀ ମଲ୍‌ରେ ବିଏମ୍‌ଆର୍‌ସିର ନୂତନ କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଜାରି ରହିଛି । ମଲ୍‌ରେ ସ୍ମାର୍ଟସିଟି କାର୍ଯ୍ୟାଳୟ ଚାଲୁଥିବା ଫ୍ଲୋରକୁ ବିଏମ୍‌ଆର୍‌ସି କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଫ୍ଲୋର୍‌ରେ ବିଏମ୍‌ଆର୍‌ସି କାର୍ଯ୍ୟାଳୟ ସହିତ ଯେଉଁ ସଂସ୍ଥା ମେଟ୍ରୋ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପାଇବ ତାହାର କାର୍ଯ୍ୟାଳୟ ଖୋଲିବାକୁ ମଧ୍ୟ ଆବଶ୍ୟକୀୟ ଘର ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଦେଶରେ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ବିଭିନ୍ନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରୁଛି । ପୂର୍ବରୁ ଏହି କାର୍ଯ୍ୟ କରିବାରେ ଅନେକ ଅଭିଜ୍ଞତା ରଖିଥିବା ବେଳେ ଦେଶ ବାହାରେ ମଧ୍ୟ ମେଟ୍ରୋ ପ୍ରକଳ୍ପ ନିର୍ମାଣ କରିବାର ସଫଳତା ପାଇଛି । ଅନ୍ୟପଟେ ‘ଏଲ୍‌ ଆଣ୍ଡ ଟି’ ମଧ୍ୟ ମେଟ୍ରୋ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ କରୁଛି । ତେଣୁ ଏହି ଦୁଇ ସଂସ୍ଥା ମଧ୍ୟରୁ ଯେ କୌଣସି ଗୋଟିଏ ସଂସ୍ଥା ଓଡ଼ିଶାରେ କାର୍ଯ୍ୟ କରିପାରେ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ମାସରେ ଡିଏମ୍‌ଆରସି ପକ୍ଷରୁ ରାଜ୍ୟ ସରକାରଙ୍କୁ ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର୍‌ ପ୍ରଦାନ କରାଯାଇଥିଲା । ୨୬ କିମି ଦୂରତା ମଧ୍ୟରେ ୨୦ ଟି ଷ୍ଟେସନ୍‌ ବ୍ୟବସ୍ଥା କରାଯାଇ ଏହି ଡିପିଆର୍‌ ପ୍ରସ୍ତୁତ ହୋଇଥିଲା । ନିକଟରେ ଏହି ଡିପିଆର୍‌କୁ ଅନୁମୋଦନ ମିଳିଛି ଓ ଏନେଇ ଖୁବ୍‌ଶୀଘ୍ର ବିଦ୍ଧିବଦ୍ଧ ଭାବେ ଘୋଷଣା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ ମେଟ୍ରୋ ରେଳ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୂରଣ ହେବ ରାଜ୍ୟବାସୀଙ୍କର ଆଉ ଏକ ସ୍ବପ୍ନ। ରାଜ୍ୟରେ ଗଡିବ ମେଟ୍ରୋ ରେଳ। ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ବଡ଼ ଉପହାର। ମେଟ୍ରୋ ଟ୍ରେନ୍‌ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍‌, ଭିଡ଼ କମାଇବା ପାଇଁ ମେଟ୍ରୋ ଚଳାଇବାକୁ ରାଜ୍ୟ ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିବା ଓଡ଼ିଶା ଦିବସ ଅବସରରେ ନିଜ ଅଭିଭାଷଣରେ କହିଛନ୍ତି ମହାନ ଜନନାୟକ ବିଜୁବାବୁ ଚାହୁଁଥିଲେ ଏକ ସଶକ୍ତ ଓଡ଼ିଶା। ‌ସେହି ଦିଗରେ ମେଟ୍ରୋ ରେଳ ପ୍ରକଳ୍ପ ଏକ ବହୁତ ବଡ଼ ପଦକ୍ଷେପ ହୋଇପାରିଛି। ଏହା ଏକ ସଶକ୍ତ ଓ ନୂଆ ଓଡ଼ିଶା ପାଇଁ ଭିତ୍ତି ପକାଇଲା।  ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଜି ରୋଲ ମଡେଲ ସାଜିଛି। ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, କ୍ରୀଡ଼ା, ବିଶ୍ବସ୍ତରୀୟ ଦକ୍ଷତା କାର୍ଯ୍ୟକ୍ରମ, ଭିତ୍ତିଭୂମି ପାଇଁ ସୁନାମ ଆଣିଛି। ରାଜ୍ୟ ସରକାର ଏବେ ଭୁବନେଶ୍ବରରୁ, କଟକ, ପୁରୀ ଓ ଖୋର୍ଦ୍ଧାକୁ ମେଟ୍ରୋ ରେଳ ପ୍ରକଳ୍ପ ସଂଯୋଗୀକରଣ ପାଇଁ ଆଗେଇଛନ୍ତି। ଏହି ପ୍ରକଳ୍ପର ଡିପିଆର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେବ। ଏଥି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଲିଭେଟେଡ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମେଟ୍ରୋ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ସମ୍ବଳରେ ନିର୍ମାଣ ହେବ। ଏହି ମେଟ୍ରୋ ରେଳ ପ୍ରକଳ୍ପ ବିଶ୍ବସ୍ତରୀୟ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ କଟକରୁ ଭୁବନେଶ୍ବରକୁ ସଂଯୋଗ କରିବ। ପରେ ଏହା ପୁରୀ ଓ ଖୋର୍ଦ୍ଧାକୁ ସଂପ୍ରସାରିତ ହେବ। ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ତ୍ରିଶୁଳିଆ ଠାରୁ ବିଜୁପଟ୍ଟନାୟକ ବିମାନବନ୍ଦର ପର୍ଯ୍ୟନ୍ତ ସଂପ୍ରସାରିତ ହେବ। ମେଟ୍ରୋ‌ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ବିମାନବନ୍ଦର ମଧ୍ୟରେ ନନ୍ଦନକାନନ, ପଟିଆ, ବାଣୀବିହାର, ମୁଖ୍ୟ ରେଳଷ୍ଟେସନକୁ ସଂଯୋଗ କରିବ। ସେହିଭଳି ଏହି ପ୍ରକଳ୍ପ କଟକର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ବତନ୍ତ୍ର ଓଡ଼ିଶା ପାଇଁ ଆମର ବହୁଦିନର ସ୍ବପ୍ନ ଆଜିର ଦିନରେ ସାକାର ହୋଇଥିଲା ବୋଲି କହିଛନ୍ତି। ଏହି ଦିବସ ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପବିତ୍ର ଦିନ ଅବସରରେ ଆମର ବରପୁତ୍ରମାନଙ୍କୁ ମୋର ଶ୍ରଦ୍ଧାଜ୍ଞଳି ଅର୍ପଣ କରୁଛି। ସ୍ବତନ୍ତ୍ର ଓ ସମୃଦ୍ଧ ଓଡ଼ିଶା ପାଇଁ କାମ କରିଯାଇଥିବା ବରପୁତ୍ରମାନଙ୍କର ମାର୍ଗ ଦର୍ଶନରେ ଓଡ଼ିଶା ଆଜି ଆଗକୁ ବଢ଼ିଛି ବୋଲି କହିଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହିତ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନ, ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ। ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ। ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ କରିଥିଲା। ସର୍ଭେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ମେଟ୍ରୋ ରେଳ ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅଗଷ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇପାରେ।