GT vs CSK - The Sakala

ଆଇପିଏଲ ୨୦୨୩ : ଉଦ୍‌‌ଘାଟନୀ ମୁକାବିଲାରେ ପ୍ରଥମ ୱିକେଟ ନେଇ ବଡ଼ ରେକର୍ଡ କଲେ ମହମ୍ମଦ୍‌‌ ସାମି
ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌‌ସ ମଧ୍ୟରେ ଖେଳଯାଉଛି। ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରୁଛି। ୧୪ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଭଲ ସ୍ଥିତିରେ ରହିଛି। ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଋତୁରାଜ ଗାଏକ୍ୱାଡ ଦମଦାର ପଦର୍ଶନ କରୁଛନ୍ତି।

🚨𝐌𝐈𝐋𝐄𝐒𝐓𝐎𝐍𝐄 𝐀𝐋𝐄𝐑𝐓! 💯 wickets in 1 frame! ⚡

Shami bhai che toh mumkin che! 💪🏼 #AavaDe | #GTvCSK | #TATAIPL | @MdShami11 pic.twitter.com/ZZnVMyAvHG

— Gujarat Titans (@gujarat_titans) March 31, 2023

ଅନ୍ୟପଟେ ଆଜିର ମ୍ୟାଚରେ ଗୁଜରାଟ ଟାଇଟନ୍ସର ଦ୍ରୁତ ବୋଲର ମହମ୍ମଦ ସାମି ଚେନ୍ନାଇ ସୁପର କିଙ୍ଗ୍‌‌ସର ପ୍ରଥମ ୱିକେଟ ନେଇ ଏକ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜିର ମ୍ୟାଚରେ ତୃତୀୟ ଓଭର ତଥା ବ୍ୟକ୍ତିଗତ ଦ୍ବିତୀୟ ଓଭରରେ ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଡେଭନ କନୱେଙ୍କୁ ୧ ରନ୍‌ରେ ଆଉଟ କରି ପ୍ରଥମ ଝଟକା ଦେବା ସହ ଆଇପିଏଲରେ ବଡ଼ ରେକର୍ଡ କରିଛନ୍ତି।

ମହମ୍ମଦ ସାମି ଡେଭନ କନୱେଙ୍କ ୱିକେଟ ସହ ଆଇପିଏଲରେ ୧୦୦ ତମ ୱିକେଟ ହାସଲ କରିଛନ୍ତି। ଆଇପିଏଲରେ ୯୪ଟି ମ୍ୟାଚ ଖେଳି ମହମ୍ମଦ ସାମି ଏହି ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍‌‌ସର ଓପନର ଡେଭନ କନୱେଙ୍କ ୱିକେଟ ସହ ସାମି ଆଇପିଏଲରେ ୧୦୦ କିମ୍ବା ଅଧିକ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି।

ଆରମ୍ଭ ହେଲା ଆଇପିଏଲ ୨୦୨୩ : ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲେ ପାଣ୍ଡ୍ୟା, ବ୍ୟାଟିଂ କରିବ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍‌‌ସ
ଅହମ୍ମଦାବାଦ୍‌‌ : ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌(ଆଇପିଏଲ)ର ଷୋଡଶ ସଂସ୍କରଣ। ଆଜି ଉଦ୍‌‌ଘାଟନୀ ମୁକାବିଲା ବିଶ୍ୱର ସର୍ବବୃହତ୍‌‌ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ୍‌‌ରେ ଖେଳାଯାଉଥିବା ବେଳେ ଗତଥରର ଚାମ୍ପିଅନ୍‌‌ ଗୁଜରାଟ ଟାଇଟନ୍ସ ଓ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗ୍‌‌ସ ମୁହାଁମୁହିଁ ହେବେ। ତେବେ ପ୍ରଥମ ମ୍ୟାଚରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗ୍‌‌ସ ପ୍ରଥମେ ବ୍ୟାଟିଂ କରିବ।

ଅଭିଜ୍ଞତାରେ ଭରପୁର ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ବନାମ ଉତ୍ସାହୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗଠିତ ଗୁଜରାଟ ଟିମ୍‌‌ ମଧ୍ୟରେ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନି ଏହି ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ସହ ଖେଳି ହାର୍ଦ୍ଦିକ ନିଜକୁ ଫିଟ୍‌‌ ରଖିଛନ୍ତି। ଦୀର୍ଘ ୪ ବର୍ଷ ପରେ ଘରୋଇ ସମର୍ଥକଙ୍କ ଆଗରେ ଏହି ପ୍ରତିଯୋଗିତା ଖେଳାଯାଉଥିବାରୁ ଏହାକୁ ନେଇ ଉଭୟ ଖେଳାଳି ଓ ସମର୍ଥକ ବେଶ ଉତ୍ସାହିତ ଅଛନ୍ତି।

ଗୁଜରାଟ ଟାଇଟନ୍ସର ଏହା ହୋମ୍‌‌ ଗ୍ରାଉଣ୍ଡ। ଗତବର୍ଷ ଏହି ଦଳ ଆଇପିଏଲ୍‌‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ପଦାର୍ପଣ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ପଦାର୍ପଣ ଋତୁରେ ଚାମ୍ପିଅନ୍‌‌ ହୋଇ ଅନେକ ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ଇତିହାସ ସୃଷ୍ଟି କରିଥିଲା। ଗତଥର ଚେନ୍ନଇ ବିପକ୍ଷରେ ଦୁଇଟିଯାକ ମୁକାବିଲାକୁ ମଧ୍ୟ ଗୁଜରାଟ ଜିତିନେଇଥିଲା। ଏକ ଲକ୍ଷ ଦର୍ଶକଙ୍କ ସମ୍ମୁଖରେ ଗତବର୍ଷ ଖେଳାଯାଇଥିବା ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ହରାଇ ଟାଇଟଲ ଜିତିବା ପରେ ଏହି ଦଳଠାରୁ ଅନେକ କିଛି ଆଶା କରାଯାଉଛି। ଏହି ମୁକାବିଲାରେ ମଧ୍ୟ ଗୁଜରାଟକୁ ଫେବରାଇଟ ବିବେଚନା କରାଯାଉଛି। ଏଭଳି ସମୟରେ ପାଣ୍ଡ୍ୟା ବନାମ ଧୋନି ମୁକାବିଲା ରୋମାଞ୍ଚକ ହେବ।

ଆୟୋଜକ ବିସିସିଆଇ ଏଥର ପ୍ରତିଯୋଗିତାରେ କିଛି ନୂଆ ନିୟମ ପ୍ରଣୟନ କରିଛି। ଏହାକୁ ଦଳ ଗୁଡ଼ିକ କିପରି ବିନିଯୋଗ କରିବେ, ତାହା ଉପରେ ମ୍ୟାଚ୍‌‌ର ସ୍ଥିତି ମଧ୍ୟ ନିର୍ଭର କରୁଛି। ରଣନୀତି ପ୍ରସ୍ତୁତ କରିବାରେ ଚେନ୍ନାଇ ଅଧିନାୟକ ଧୋନି ଜଣେ ବିଶେଷଜ୍ଞ। ଏହା ବାଦ୍‌‌ ସେ ସମସ୍ତ ପ୍ରକାର ପରିସ୍ଥିତି ସହ ଖାପ୍‌‌ ଖୁଆଇବାରେ ମଧ୍ୟ ସିଦ୍ଧହସ୍ତ। ମିଡିଆ ରିପୋର୍ଟକୁ ବିଶ୍ୱାସ କଲେ ଧୋନିଙ୍କର ଏହା ଶେଷ ଆଇପିଏଲ୍‌‌। ଏଣୁ ସେ ଚତୁର୍ଥ ଟାଇଟଲ ଜିତି ସମ୍ମାନର ସହ ବିଦାୟ ନେବାକୁ ନିଶ୍ଚୟ ଯୋଜନା କରିଥିବେ। ଏଣୁ ତାଙ୍କ ଲାଗି ଏହି ଶେଷ ପ୍ରତିଯୋଗିତା ବେଶ ଗୁରୁତ୍ୱ ବହନ କରୁଛି। ଖେଳାଳି ନିଲାମ ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ଏହା ସହ ଇମ୍ପାକ୍ଟ ପ୍ଲେୟରଙ୍କ ବ୍ୟବହାର ଏହି ସଂସ୍କରଣରେ ନୂଆ ସମୀକରଣ ସୃଷ୍ଟି କରିବ। ଦଳର ଆବଶ୍ୟକତା ଅନୁଯାୟୀ ମ୍ୟାଚ୍‌‌ର ଯେ କୌଣସି ସମୟରେ ଏହି ଇମ୍ପାକ୍ଟ ପ୍ଲେୟର ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ଆସିପାରିବେ। ଏଣୁ ରଣନୀତିରେ ମାହିର ଧୋନି ଇମ୍ପାକ୍ଟ ପ୍ଲେୟରଙ୍କୁ କିପରି ବିନିଯୋଗ କରି ଫାଇଦା ଉଠାଇବେ ତାହା ଉପରେ ଦଳର ସଫଳତା ନିଶ୍ଚିତ ନିର୍ଭର କରିବ।

ଅନ୍ୟପକ୍ଷରେ ଅଭିଜ୍ଞ ଓ ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଗୁଜରାଟ ଦଳ ବେଶ ଆତ୍ମବିଶ୍ୱାସୀ ହୋଇପଡ଼ିଛି। ଏଭଳି କ୍ଷେତ୍ରରେ ପାଣ୍ଡ୍ୟାଙ୍କ ଦଳକୁ ହରାଇବାକୁ ହେଲେ ପ୍ରତିପକ୍ଷ ଦଳକୁ ନିଶ୍ଚିତଭାବେ ଉନ୍ନତମାନର ଖେଳ ପ୍ରଦର୍ଶନ କରିବାକୁ ପଡ଼ିବ। କେନ୍‌‌ ୱିଲିୟମ୍‌‌ସନ, ଜୀବନରେ ଶ୍ରେଷ୍ଠ ଫର୍ମରେ ଥିବା ଶୁବମାନ ଗିଲ ଯେ କୌଣସି ସମୟରେ, ଯେ କୌଣସି ଦଳ ବିପକ୍ଷରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେବାର ଦକ୍ଷତା ରଖିଛନ୍ତି। ବୋଲିଂରେ ମଧ୍ୟ ନିୟନ୍ତ୍ରିତ ଖେଳାଳି ଦଳର ସଫଳତାର ଜୋରଦାର ଯୋଗଦାନ ଦେଇଛନ୍ତି। ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ତାଙ୍କ ଟିମ୍‌‌କୁ ଫାଇଦାରେ ରଖିବ ବୋଲି ଆଶା କରିବା ସ୍ୱାଭାବିକ୍‌‌।

Match 01. Chennai Super Kings XI: R Gaikwad, D Conway, B Stokes, A Rayudu, M Ali, R Jadeja, M Dhoni (c/wk), S Dube, D Chahar, M Santner, R Hangargekar. https://t.co/61QLtsnj3J #TATAIPL #GTvCSK #IPL2023

— IndianPremierLeague (@IPL) March 31, 2023

ଚେନ୍ନାଇ ସୁପର କିଙ୍ଗ୍‌‌ସ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ଓ ୱିକେଟରକ୍ଷକ), ଡେଭନ କନୱେ, ଋତୁରାଜ ଗାଏକ୍ୱାଡ, ଅମ୍ବତି ରାୟୁଡୁ, ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା,ଦୀପକ ଚହର,ମିଚେଲ ସାଣ୍ଟନର,ଶୁଭମ ଦୁବେ,ଆର ହଙ୍ଗରକର୍‌।

Match 01. Gujarat Titans XI: S Gill, W Saha (wk), K Williamson, H Pandya (c), V Shankar, R Tewatia, R Khan, M Shami, J Little, Y Dayal, A Joseph. https://t.co/61QLtsnj3J #TATAIPL #GTvCSK #IPL2023

— IndianPremierLeague (@IPL) March 31, 2023

ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁବମାନ ଗିଲ୍‌‌, କେନ୍‌‌ ୱିଲିୟମସନ, ରିଦ୍ଧିମାନ୍‌ ଶାହା, ରାହୁଲ ତେୱାତିଆ,ରଶିଦ୍‌‌ ଖାନ୍‌‌, ମହମ୍ମଦ୍‌‌ ସାମି,ଯୋଶୁଆ ଲିଟ୍ଟଲ,ବିଜୟ ଶଙ୍କର,ୱାଇ ଦୟାଲ, ଅଲଜରୀ ଯୋଶେଫ୍‌‌।