IPL 2023 Rules - The Sakala

ନୂଆ ନିୟମ ସହ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ ୨୦୨୩ : ଟସ୍ ପରେ ଚୟନ କରାଯିବ ପ୍ଲେଇଙ୍ଗ ୧୧
ଅହମଦାବାଦ୍‌ : ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ର ଷୋଡଶ ସଂସ୍କରଣ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ।  ମେ’୨୮ ଯାଏ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ଟି ଦଳ ୫୯ ଦିନ ଧରି ମହାସମରରେ ଅବତୀର୍ଣ୍ଣ ହେବେ। ଏହି ୧୦ଟି ଦଳ ୧୨ଟି ଭେନ୍ୟୁରେ ପୂର୍ବପରି ମୋଟ ୭୪ଟି ମ୍ୟାଚ୍‌‌ ଖେଳିବେ।  ଏଥର କିଛି ନୂଆ ନିୟମ ଲାଗୁ ହେବାକୁ ଥିଲାବେଳେ ପ୍ରତିଯୋଗିତାକୁ ଆକର୍ଷଣୀୟ କରିବା ଲାଗି ବଦଳ ଖେଳାଳିଙ୍କୁ ଆୟୋଜକ ବିସିସିଆଇ ଖେଳିବାକୁ ସୁଯୋଗ ଦେଇଛି।

ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌) ଟି-୨୦ କ୍ରିକେଟ ଫ୍ରାଞ୍ଚାଇଜ୍‌‌ ଭିତ୍ତିରେ ଖେଳାଯାଉଥିବା ବିଶ୍ୱର ସର୍ବାଧିକ ଲୋକପ୍ରିୟ, ବିତ୍ତଶାଳୀ ଓ ପ୍ରତିଯୋଗିତାମୂଳକ କ୍ରିକେଟ ପ୍ରତିଯୋଗିତା ଭାବେ ବିବେଚିତ। ବୋର୍ଡ ଅଫ୍‌‌ କଣ୍ଟ୍ରୋଲ ଫର କ୍ରିକେଟ ଇନ୍‌‌ ଇଣ୍ଡିଆ ବା ବିସିସିଆଇ ଆନୁକୂଲ୍ୟରେ ଖେଳାଯିବାକୁ ଥିବା ଏହି ଟି-୨୦ ଫର୍ମାଟ ପ୍ରତିଯୋଗିତାରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। କରୋନା ସଂକ୍ରମଣ ଯୋଗୁ ଗତ ୪ଟି ଋତୁରେ ଏହି ଖେଳ ବେଶ ପ୍ରଭାବିତ ହୋଇଛି। କେତେବେଳେ ବିଦେଶରେ ତ ଆଉ କେତେବେଳେ ଗୋଟିଏ ରାଜ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ଗତଥର ଏହା ଗୋଟିଏ ରାଜ୍ୟ ମହାରାଷ୍ଟ୍ରର ୩ଟି ଭେନ୍ୟୁ ଯଥା ମୁମ୍ବଇ, ନଭି ମୁମ୍ବାଇ ଓ ପୁଣେରେ ସମସ୍ତ ମ୍ୟାଚ୍‌‌ ଖେଳାଯାଇଥିଲା। ଏହା ପୂର୍ବରୁ ୩ଟି ଋତୁ ନିରପେକ୍ଷ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଏଥର ଦଳ ଗୁଡିକ ନିଜ ଘରୋଇ ପିଚ୍‌‌ରେ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଘରୋଇ ପିଚ୍‌‌ରେ ମ୍ୟାଚ୍‌‌ ଖେଳିବେ। ଏଥିଲାଗି ସମସ୍ତ ୧୦ଟି ଦଳ ମଧ୍ୟରେ ବେଶ ଉତ୍ସାହ ରହିଛି ଓ ପ୍ରତିଯୋଗିତା ଜୋରଦାର ହେବ ବୋଲି ଆଶା କରାଯାଉଛି।

ପେନାଲ୍ଟି ଓ ଇମ୍ପାକ୍ଟ ପ୍ଲେୟର :ଏଥରର ନୂଆ ନିୟମ

ଆଇପିଏଲ୍‌‌ର ଆୟୋଜକ ବିସିସିଆଇ ଷୋଡଶ ସଂସ୍କରଣକୁ ଅଧିକ ରୋମାଞ୍ଚକର ଓ ସ୍ୱଚ୍ଛ କରିବା ଲାଗି କିଛି ନୂଆ ନିୟମ ଲାଗୁ କରିଛି। ଏହା ମଧ୍ୟରେ ପେନାଲ୍ଟି ରନ୍‌‌ ଓ ଇମ୍ପାକ୍ଟ ପ୍ଲେୟରକୁ ନେଇ ଦଳ ଗୁଡିକ ବେଶ ଉତ୍ସାହିତ ଅଛନ୍ତି। ଏହି ନିୟମ ଅନୁଯାୟୀ ଫିଲ୍ଡିଂ କରୁଥିବା ଦଳର ଖେଳାଳି କିମ୍ବା ୱିକେଟରକ୍ଷକ ବେନିୟମ ବ ଅଣଖେଳୱାଡ ଭାବେ ସ୍ଥାନ ପରିବର୍ତ୍ତନ କଲେ ବ୍ୟାଟିଂ କରୁଥିବା ଦଳକୁ ୫ଟି ପେନାଲ୍ଟି ରନ୍‌‌ ମିଳିବ। ଫିଲ୍ଡ ଅମ୍ପାୟାର ଏହି ବଲକୁ ଡେଡ ବା ଅବୈଧ ଘୋଷଣା କରିବେ।

ଏଥର ଅଧିନାୟକ ମାନେ ଟସ୍‌‌ ପଡ଼ିବା ପରେ ନିଜ ସୁବିଧା ଅନୁଯାୟୀ ଖେଳାଳି ଓ ଇମ୍ପାକ୍ଟ ଖେଳାଳି ତାଲିକା ଘୋଷଣା କରିବେ। ଆଇପିଏଲ୍ ୨୦୨୩ରେ, ଅଧିନାୟକ ଦୁଇଟି ଭିନ୍ନ ଟିମ୍ ସିଟ୍ ସହିତ ଟସ୍ ପାଇଁ ଆସିବେ ଏବଂ ଟସ୍ ପରେ ତାଙ୍କର ଟିମ୍‌ ୧୧ ପ୍ରଦାନ କରିବେ। ଆଇପିଏଲ୍ ନିୟମର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଆଇପିଏଲ୍ ଏକ ଆଭ୍ୟନ୍ତରୀଣ ନୋଟରେ କହିଛି ଯେ ଏହା ଫ୍ରାଞ୍ଚାଇଜ୍‌‌ ଙ୍କୁ ସେମାନଙ୍କର ଶ୍ରେଷ୍ଠ ୧୧ ଖେଳାଳି ବାଛିବା ପାଇଁ ଅନୁମତି ଦେବ, ସେମାନେ ପ୍ରଥମେ ବ୍ୟାଟିଂ କରନ୍ତୁ କିମ୍ବା ପ୍ରଥମେ ବୋଲିଂ କରନ୍ତୁ ।

ଗୋଟିଏ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ବୋଲିଂ କୋଟା ପୂରଣ କରି ନପାରିଲେ, ଅବଶିଷ୍ଟ ସମୟରେ ୪ଜଣ ଖେଳାଳି ୩୦ ଗଜ ବାହାରେ ଫିଲ୍ଡିଂ କରିବେ। ଦଳଗୁଡ଼ିକ ଏଥର ୱାଇଡ୍‌‌ ଓ ନୋବଲ ଲାଗି ଡିଆର୍‌‌ଏସରେ ରିଭ୍ୟୁ କରିପାରିବେ।

ଇମ୍ପାକ୍ଟ ପ୍ଲେୟର: ଟସ୍‌‌ ପରେ ଅଧିନାୟକ ଚୂଡାନ୍ତ ଏକାଦଶ ଖେଳାଳିଙ୍କ ସହ ୪ଜଣ ଇମ୍ପାକ୍ଟ ଖେଳାଳିଙ୍କ ନାମ ଘୋଷଣା କରିବେ। ଦଳର ଆବଶ୍ୟକତା ଅନୁଯାୟୀ ମ୍ୟାଚ୍‌‌ର ଯେ କୌଣସି ସମୟରେ ଏହି ୪ଜଣଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ବ୍ୟବହାର କରିପାରିବେ।

ପ୍ରତିଯୋଗିତାର ଫର୍ମାଟ

ଏଥର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୦ଟି ଦଳକୁ ଦୁଇଟି ଗ୍ରୁପ୍‌‌ରେ ଭାଗ କରାଯାଇଛି। ଏହା ମଧ୍ୟରୁୁ ଗ୍ରୁପ୍‌‌-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍‌‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ସ୍ଥାନ ମିଳିଛି। ଗ୍ରୁପ୍‌‌-ବି’ରେ ଚେନ୍ନଇ ସୁପର କିଙ୍ଗ୍‌‌ସ, ସନ୍‌‌ରାଇଜର୍ସ ହାଇଦରାବାଦ୍‌‌, ଗୁଜରାଟ ଟାଇଟନ୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌‌ସକୁ ସ୍ଥାନ ଦିଆଯାଇଛି। ଫର୍ମାଟର ପ୍ରଥମ ପର୍ଯ୍ୟାୟ ଲିଗ୍‌‌ ମ୍ୟାଚ୍‌‌ ଗ୍ରୁପ୍‌‌ରେ ସ୍ଥାନ ପାଇଥିବା ଦଳ ଗୁଡିକ ମଧ୍ୟରେ ଖେଳାଯିବ। ଗ୍ରୁପ୍‌‌ରେ ସ୍ଥାନ ପାଇଥିବା ଦଳ ଗୁଡିକ ଅନ୍ୟ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌‌ ଖେଳିବେ। ଏହା ପରେ ଗୋଟିଏ ଗ୍ରୁପ୍‌‌ର ଦଳ ଅନ୍ୟ ଗ୍ରୁପ୍‌‌ର ଦଳ ସହ ୨ଟି ଲେଖାଏଁ ମ୍ୟାଚ ଖେଳିବାର ଧାର୍ଯ୍ୟ ହୋଇଛି। ଲିଗ୍‌‌ ପର୍ଯ୍ୟାୟରେ ମୋଟ ୭୦ଟି ମ୍ୟାଚ୍‌‌ ଖେଳାଯିବ। ଏହା ପରେ ପ୍ଲେ ଅଫ୍‌‌ରେ ୪ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ। ଲିଗ୍‌‌ ମ୍ୟାଚ୍‌‌ ଶେଷ ପରେ ପଏଣ୍ଟ ଟେବଲରେ ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଦଳ ପ୍ଲେ ଅଫ୍‌‌କୁ ଯୋଗ୍ୟତା ଅର୍ଜନ କରିବେ। ପ୍ରଥମ ଓ ଦ୍ୱିତୀୟ ସ୍ଥାନିତ ଦଳ ମଧ୍ୟରେ ପ୍ରଥମ କ୍ୱାଲିଫାୟର ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନିତ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ। ପ୍ରଥମ କ୍ୱାଲିଫାୟରେ ବିଜେତା ଦଳ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଏଥିରେ ପରାଜିତ ହୋଇଥିବା ଦଳ ଓ ଏଲିମିନେଟରରେ ବିଜୟୀ ହୋଇଥିବା ଦଳ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ଖେଳାଯିବ। ଏହି ମ୍ୟାଚ୍‌‌ର ବିଜେତା ଦ୍ୱିତୀୟ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ।

ପ୍ରଶିକ୍ଷକ ଓ ଅଧିନାୟକ ପରିବର୍ତ୍ତନ

ନଭେମ୍ବର ୨୦୨୨ରେ ପଞ୍ଜାବ କିଙ୍ଗ୍‌‌ସର ଅଧିନାୟକ ପଦରୁ ମୟଙ୍କ ଅଗରୱାଲଙ୍କୁ ହଟାଯାଇ ଶିଖର ଧାୱନଙ୍କୁ ଏହି ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଅନୀଲ କୁମ୍ବଲେଙ୍କୁ ବାଦ୍‌‌ ଦିଆଯାଇ ଟ୍ରେଭର ବେଲିସ୍‌‌ଙ୍କୁ ଅବସ୍ଥାପିତ କରାଯାଇଛି। ଅଗଷ୍ଟ ୨୦୨୨ରେ କୋଲକାତା ନାଇଟ୍‌‌ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଚନ୍ଦ୍ରକାନ୍ତ ପଣ୍ଡିତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବ୍ରେଣ୍ଡନ ମ୍ୟାକ୍‌‌କୁଲାମଙ୍କ ସ୍ଥାନ ନେଇଛନ୍ତି। ସନ୍‌‌ରାଇଜର୍ସ ମଧ୍ୟ ତାହାର ମୁଖ୍ୟ ପ୍ରଶିକ୍ଷକ ଟମ୍‌‌ ମୁଡିଙ୍କୁ ବାଦ୍‌‌ ଦେଇ ବ୍ରାଏନ ଲାରାଙ୍କୁ ଦାୟିତ୍ୱ ଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ ତାହାର ବିଶ୍ୱବ୍ୟାପୀ ଫ୍ରାଞ୍ଚାଇଜ୍‌‌ ଟିମ୍‌‌ର ଦାୟିତ୍ୱ ମାହେଲା ଜୟବର୍ଦ୍ଧନେଙ୍କୁ ଦେଇଛି। ତାଙ୍କ ସ୍ଥାନରେ ମାର୍କ ବାଉଚର ମୁଖ୍ୟ ପ୍ରଶିକ୍ଷକ ରହିଛନ୍ତି। ସାମ୍‌‌ କୁରାନଙ୍କୁ ପଞ୍ଜାବ କିଙ୍ଗ୍‌‌ସ ୧୮.୫୦ କୋଟି ଟଙ୍କାରେ କିଣିଛି। ଆଇପିଏଲ୍‌‌ ଇତିହାସରେ ସେ ସବୁଠାରୁ ଦାମି ଖେଳାଳି ଭାବେ ସାବ୍ୟସ୍ତ ହୋଇଛନ୍ତି। ଋଷଭ ପନ୍ତଙ୍କ ସ୍ଥାନରେ ଡେଭିଡ ୱାର୍ଣ୍ଣର ଦିଲ୍ଲୀର, ଶ୍ରେୟସ ଆୟରଙ୍କ ସ୍ଥାନରେ ନିତୀଶ ରାଣା କୋଲାକାତା ନାଇଟ୍‌‌ ରାଇଡର୍ସର ଓ ଆଇଡେନ୍‌‌ ମାର୍କରାମ ସନ୍‌‌ରାଇଜର୍ସ ହାଇଦ୍ରାବାଦ୍‌‌ର ନେତୃତ୍ୱ ନେବେ।