AI - The Sakala
କର୍ମଚାରୀଙ୍କୁ ଗୁଗଲ୍‌ର କଡ଼ା ନିର୍ଦ୍ଦେଶ: ଏଆଇ ଅଭ୍ୟସ୍ତ ହୁଅ; ନଚେତ ଚାକିରି ଛାଡ଼
ନୂଆଦିଲ୍ଲୀ: ଏଆଇର ବଢୁଥିବା ପ୍ରାଧ୍ୟାନ୍ୟ ଓ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଗୁଗଲ୍‌ ଏକ ବଡ଼ ପଦକ୍ଷେପ ନେଇଛି। ଗୁଗଲ ଏହାର ବୈଶ୍ୱିକ ବ୍ୟାପାର ସଂଗଠନ କର୍ମଚାରୀଙ୍କ ପାଇଁ ଏକ ସ୍ୱେଚ୍ଛାକୃତ ପ୍ରସ୍ଥାନ ପ୍ୟାକେଜ୍ (ଭିଇପି) ଘୋଷଣା କରିଛି। ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର୍ ସ୍ପଷ୍ଟ କରିଛନ୍ତି ଯେ କର୍ମଚାରୀମାନଙ୍କୁ ଏଆଇ ମିଶନ ସହିତ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ ହେବା ଆବଶ୍ୟକ। କମ୍ପାନୀ ଏବେ କେବଳ ସେହି ବୃତ୍ତିଗତମାନଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି, ଯେଉଁମାନେ ଗୁଗଲର ‘ଏଆଇ-ଫାର୍ଟ’ ମିଶନ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ପାରୁ ନ ଥିବା କର୍ମଚାରୀମାନଙ୍କୁ କମ୍ପାନୀ ଛାଡିବାର ସୁଯୋଗ ପ୍ରଦାନ କରାଯାଉଛି। ଗତ ବର୍ଷକ ମଧ୍ୟରେ ଏହା ଗୁଗଲର ତୃତୀୟ ଏପରି ପଦକ୍ଷେପ, ଯେଉଁଥିରେ ବାଧ୍ୟତାମୂଳକ ଛଟେଇ କଥା କୁହାଯାଇଛି।
ରିପୋର୍ଟ ଅନୁଯାୟୀ, ଗୁଗଲର ମୁଖ୍ୟ ବ୍ୟବସାୟ ଅଧିକାରୀ ଫିଲିପ୍ ସେଣ୍ଡଲର ଏକ ଆଭ୍ୟନ୍ତରୀଣ ମେମୋରେ କହିଛନ୍ତି ଯେ ଗ୍ଲୋବାଲ୍ ବିଜନେସ୍ ଅର୍ଗାନାଇଜେସନ୍ ୟୁନିଟ୍‌ର କିଛି କର୍ମଚାରୀ ସ୍ୱେଚ୍ଛାକୃତ ଭାବରେ କମ୍ପାନିୀ ଛାଡିବାକୁ ବାଛିପାରନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ କର୍ମଚାରୀଙ୍କୁ ଏଆଇ (ଆଇ-ଫାଷ୍ଟ)କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ଆହୁରି ଅଧିକ ପ୍ରଭାବଶାଳୀ ହେବାକୁ । ଏଥିପାଇଁ ଆଗ୍ରହୀ ନ ଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଏକ ବିକଳ୍ପ ପ୍ରଦାନ କରୁଛି, ଯେଉଁଥିରେ ଛଟେଇ ବଦଳରେ କ୍ଷତିପୂରଣ ଦିଆଯିବ।
Viral Video: ଚୀନର ଶାଓଲିନ୍ ମନ୍ଦିରରେ କୁଙ୍ଗ ଫୁ ଶିଖୁଛନ୍ତି ରୋବଟ୍
ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମଗ୍ର ବିଶ୍ୱର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଚୀନର ହେନାନ ପ୍ରାନ୍ତରେ ଥିବା ସଦିଓ ପୁରୁଣା ଶାଓଲିନ୍ ମନ୍ଦିର (Shaolin Temple) ରେ ବୌଦ୍ଧ ଭିକ୍ଷୁମାନଙ୍କ ସହ ହ୍ୟୁମାନଏଡ୍ ରୋବଟ୍‌ କୁଙ୍ଗ ଫୁ (Kung Fu) ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
Shaolin Temple has started practicing kung fu with robots.
pic.twitter.com/iqwXviQgv5
— Science girl (@sciencegirl) February 5, 2026
ରୋବଟ୍‌ଙ୍କ କୁଙ୍ଗ ଫୁ କୌଶଳ
ଚାଇନିଜ୍ ବ୍ରଡକାଷ୍ଟର CGTN ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଅତ୍ୟାଧୁନିକ ରୋବଟ୍‌ଗୁଡ଼ିକ ଶାଓଲିନ୍ ଭିକ୍ଷୁମାନଙ୍କ ସହ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି। ଏହି ରୋବଟ୍‌ଗୁଡ଼ିକ ମଣିଷ ଛାତ୍ରଙ୍କ ପରି ଜଟିଳ ‘ପୋଜ୍’ ଏବଂ ‘ଡ୍ରିଲ୍’ ଗୁଡିକୁ ବିନା କୌଣସି ଭୁଲରେ ଅଭ୍ୟାସ କରୁଛନ୍ତି। ରୋବଟ୍‌ଗୁଡ଼ିକର ନମନୀୟତା (Flexibility) ଏବଂ ଗତିବିଧି ଦେଖିଲେ ଲାଗୁଛି ଯେ ସେମାନଙ୍କୁ ବିଶେଷ ଭାବରେ ମାର୍ଶଲ ଆର୍ଟ ପାଇଁ ପ୍ରୋଗ୍ରାମ କରାଯାଇଛି। ଶାଓଲିନ୍ ମନ୍ଦିର ଏବେ ଏକ ନୂତନ ଅବତାରରେ ନଜର ଆସୁଛି, ଯେଉଁଠାରେ ପରମ୍ପରା ସହ ଆଧୁନିକ ଜ୍ଞାନକୌଶଳର ମିଶ୍ରଣ ଘଟୁଛି।
ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା
ଶାଓଲିନ୍ କୁଙ୍ଗ ଫୁ କେବଳ ଶାରୀରିକ ଲଢେଇ ନୁହେଁ, ବରଂ ଏହା ମାନସିକ ଏବଂ ଆଧ୍ୟାତ୍ମିକ ଅନୁଶାସନ ସହ ଜଡିତ। ତେବେ ରୋବଟ୍‌ମାନେ ଏହା ଶିଖିବା ଘଟଣା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ୧୯ ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। କିଛି ଲୋକ ଏହାକୁ ଟେକ୍ନୋଲୋଜି ଏବଂ ପରମ୍ପରାର ଏକ ଅଦ୍ଭୁତ ମିଶ୍ରଣ ବୋଲି କହୁଥିବାବେଳେ, ଅନ୍ୟ କିଛି ଲୋକ ଏହାକୁ ଭବିଷ୍ୟତ ପାଇଁ ‘ବିପଜ୍ଜନକ’ ବୋଲି ମାନୁଛନ୍ତି। ଲୋକଙ୍କ ଯୁକ୍ତି ହେଲା ଯେ, ଯଦି ମେସିନ୍ ଏତେ ସଠିକତା ସହ ମାରାତ୍ମକ ଲଢେଇ କୌଶଳ ଶିଖିଯାଏ, ତେବେ ଭବିଷ୍ୟତରେ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ।
ସୃଜନଶୀଳତାକୁ ମାରିଦେବ କି ଏଆଇ? ଚିତ୍ରଶିଳ୍ପୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ସାଜିବ କି ଅଭିଶାପ...
ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ମଣିଷ ପାଇଁ ଆଶୀର୍ବାଦ ହେବ କି ଅଭିଶାପ ତାକୁ ନେଇ ବିତର୍କ ଚାଲିଛି। କିନ୍ତୁ ଏଆଇ ଆଗାମୀ ଦିନରେ ସୃଜନଶୀଳତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି।
ଓଡ଼ିଶାରେ ପ୍ରାୟ ୧୨ଟି ଚାରୁକଳା ବା ଆର୍ଟ କଲେଜ ରହିଛି। ଯେଉଁ ଅନୁଷ୍ଠାନ ଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ୩ ଶହରୁ ୪ଶହ ଛାତ୍ରଛାତ୍ରୀ ଶିକ୍ଷାଲାଭ କରି କଳା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ଆଗାମୀ ଦିନରେ ଏହି ଶିଳ୍ପୀ ବା କଳାକାରମାନେ ଏଆଇର ବହୁଳ ବ୍ୟବହାର ଯୋଗୁଁଁ ଜୀବିକା ହରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯେଉଁ କାମ ପାଇଁ ଶିଳ୍ପୀଟିଏ ଅକ୍ଳାନ୍ତ ପରିଶ୍ରମ ସହ ନିଜର ସୃଜନଶୀଳତା ବ୍ୟବହାର କରିଥାଏ ତାହାକୁ ନିମିଷକେ ସମ୍ଭବ କରୁଛି ଏଆଇ। ଫଳରେ ଚିତ୍ରଶିଳ୍ପୀ ବା ଛାତ୍ରଛାତ୍ରୀଙ୍କ ପାଇଁ କାଳ ସାଜିଲାଣି ଏଆଇ। କାରଣ ସାଧାରଣ ପୋଟ୍ରେଟ୍‌‌, ପେଣ୍ଟିଂ କିମ୍ବା କୌଣସି ଛବି ଆଙ୍କିବାକୁ ଚିତ୍ରଶିଳ୍ପୀଟିଏ ୧୫ରୁ ୨୦ ମିନିଟ୍‌‌ ସମୟ ନେଉଥିବା ବେଳେ ସେଥିପାଇଁ ଗ୍ରାହକଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ତେବେ ସମାନ ଭାବେ ତିଆରି ହୋଇଥିବା ପେଣ୍ଟିଂକୁ ମାତ୍ର ଆଖି ପିଛୁଳାକେ ଏବଂ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି ଏଆଇ। ଯାହା ଏବେ ଚିତ୍ରକଳାରେ ନିଜର ଭବିଷ୍ୟତ ସ୍ୱପ୍ନ ଦେଖୁଥିବା ଶିଳ୍ପୀ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦିଓ ଏଆଇ ସମସ୍ତ କାର୍ଯ୍ୟକୁ ସହଜରେ କରିଦେଉଛି କିନ୍ତୁ ସୃଜନଶୀଳତାକୁ ଟପିପାରିବ କି ଏଆଇ? ଏହାକୁ ନେଇ ଅନେକ ଚିତ୍ରଶିଳ୍ପୀଙ୍କ ମତାମତ ପ୍ରଦାନ କରାଯାଇଛି।
ସମରେନ୍ଦ୍ର ବେହେରା, କଳା ଶିକ୍ଷକ: ଏଆଇ କଳା କ୍ଷେତ୍ରରେ ଯେତିକି ସହଯୋଗ କରୁଛି ଆଗକୁ ମଧ୍ୟ ସେତିକି କ୍ଷତି ହେବାର ସମ୍ଭାବନା ରହିଛି। ଯଦି ଆମେ ଏହାର ସକରାତ୍ମକ ଦୃଷ୍ଟିରୁ ଦେଖିବା, ଜଣେ ଶିଳ୍ପୀ ଏହାକୁ ବ୍ୟବହାର କରି ନିଜ କାମକୁ ସହଜ କରିପାରୁଛି। କିନ୍ତୁ ଏଆଇ ତାହାକୁ ଏକ କମାଣ୍ଡ୍‌‌ରେ କରି ଦେଖାଉଛି। ତେବେ ଏକ କଣ୍ଟେମ୍ପୋରାରୀ ଆର୍ଟ ବା ସମସାମୟିକ କଳାରେ ଯେଉଁ ଥିମ୍‌‌ ରହିଛି ତାହାକୁ ଏଆଇ କରିପାରିବ ନାହିଁ। ଯଦି ଭିବଷ୍ୟତ କଥା କୁହାଯାଏ ତେବେ କଳା ଛାତ୍ରଛାତ୍ରୀମାନେ ଏଆଇ ସହ ତାଳ ଦେଇ ଅପଗ୍ରେଡ ହେବେ, ଏଦିଗରେ ନିଜର ବୁଦ୍ଧି ଖଟାଇବେ ନାହିଁ।
ସୋଫିଆ ୟସମିନ୍‌‌, ଶିଳ୍ପୀ: ବିଲଗେଟସ୍‌‌ କହିଥିଲେ ଯେ, କମ୍ପ୍ୟୁଟର ବହୁତ ମେମୋରୀ ରହିଛି କିନ୍ତୁ ଇମାଜିନେସନ୍‌‌ ନାହିଁ। ତେବେ ଏଆଇ କେବେ ଶିଳ୍ପୀଙ୍କ ଭଳି ନିଜର ବୁଦ୍ଧି ଖଟାଇ କୌଣସି ଚିତ୍ରକୁ ସ୍ୱତନ୍ତ୍ର ରୂପ ଦୋଇପାରିବ ନାହିଁ। କାରଣ କଳା କପି ନୁହେଁ ଏହା କେବଳ କ୍ରିଏଟିଭିଟିକୁ ନେଇ ସୃଷ୍ଟି। ଯେତେବେଳେ ପର୍ତ୍ତୁଗିଜ ମାନେ ଭାରତ ଆସିଥିଲେ, ଭାରତରେ ପ୍ରିଣ୍ଟିଂ ବିଷୟରେ ସମସ୍ତେ ଜାଣିଲେ ଏବଂ କଳାର ଭିବଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ବି କଳା ତାର ସ୍ୱତନ୍ତ୍ରତା ବଜାୟ ରଖିଛି। ଏଆଇ କୋଡିଙ୍ଗ୍‌‌ ଡିକୋଡିଙ୍ଗ୍‌‌ରେ ଉପରେ ନିର୍ଭର କରେ। ଯାହାକୁ ମଣିଷ ତିଆରି କରିଛି। ତେଣୁ ଏଆଇ କେବେ କଳାକାର ବା ଶିଳ୍ପୀର ଇମାଜିନେସନକୁ ଟକ୍ଟର ଦେଇପାରିବ ନାହିଁ।
ପଞ୍ଚାନନ ସାମଲ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ: ଏଆଇର କ୍ରିଏଟିଭିଟି ନାହିଁ, ତେଣୁ ସେ କେବେ ଶିଳ୍ପୀର ସୃଜନଶତଳତାକୁ ଟପି ପାରିବ ନାହିଁ। କାରଣ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ଆମେ ଯାହା ଫିଡବ୍ୟାକ ଦେବୁ ସେ ସେହୟା ହିଁ କରିବ। କୌଣସି ନୂତନ ଜିନିଷ କରିପାରିବାର କ୍ଷମତା ଏଆଇର ନାହିଁ ବରଂ ମେସିନ୍‌‌ କେବଳ କପି ପେଷ୍ଟ କରିପାରିବ। ହେଲେ ପେଣ୍ଟିଂର ସ୍ୱତନ୍ତ୍ରତା ରହିଛି ଆଗକୁ ବି ରହିବ। ତାହର ଗ୍ରାହକ ମଧ୍ୟ ସ୍ୱତନ୍ତ୍ର ଅଛନ୍ତି। ତେଣୁ ଏଆଇର ପ୍ରଭାବ ଭିବଷ୍ୟତରେ ଶିଳ୍ପୀଙ୍କ ଜୀବିକା ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ। ଏଆଇ ହେଉଛି ଏକ ଟୁଲ। ବରଂ ଏହାକୁ ଶିଳ୍ପୀମାନେ ଟୁଲ୍‌‌ ଭାବେ ବ୍ୟବହାର କରି ଅଧିକ ନିଜ କାର୍ଯ୍ୟରେ ରେକ୍ଟିଫାଏ କରିପାରିବେ।
ସଞ୍ଜୟ କୁମାର ରାଉଳ, ଶିଳ୍ପୀ: ବର୍ତ୍ତମାନ ଆମେ ସମସ୍ତେ ଏଆଇକୁ ନିର୍ଭର କରୁଛୁ। ଅସମ୍ଭବ କାର୍ଯ୍ୟକୁ ଏଆଇ ସହଜ କରି ଦେଉଛି। କିନ୍ତୁ ଜଣେ ବ୍ୟକ୍ତିଙ୍କ ଫଟୋ ନ ଦେଖି ଇମାଜିସେନ୍‌‌ରେ ଏକ ଫଟୋ ତିଆରି କରିବା ଏଆଇ କ୍ଷେତ୍ରରେ ସମ୍ଭବ ନୁହେଁ ଯାହାକି ଜଣେ ଶିଳ୍ପୀ କ୍ଷେତ୍ରରେ ସମ୍ଭବ। ତେଣୁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅନେକ କିଛି କରିପାରୁଛି କିନ୍ତୁ କବେ କଳାକାର ଭାବନାକୁ ଚିତ୍ରରେ ପ୍ରତିଫଳିତ କରିପାରିବ ନାହିଁ। ତେଣୁ କଳାକାର ବା ଶିଳ୍ପୀଙ୍କ ଜୀବିକା ଉପରେ ବେଶି କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା ରହିଛି।
ଶତ୍ରୁଘ୍ନ ସାହୁ, କଳା ଶିକ୍ଷକ: ଏଆଇ କେବେ ଜଣେ କଳା ଶିକ୍ଷକଙ୍କ ଭଳି ଡେମୋ କ୍ଲାସ୍‌‌ କରିପାରିବ ନାହିଁ। ଏକ ପେଣ୍ଟିଂ ହେଉ ଅବା ପୋଟ୍ରୋଟ୍‌‌ରେ ଏକ ଆଇ କେବେ ବ୍ରସ ଷ୍ଟ୍ରୋକ ଦେଇପାରିବ ନାହିଁ ଯାହା ଜଣେ ଶିଳ୍ପୀ ଦେଇପାରିବ। ଶିଳ୍ପୀ ଓ ଏଆଇ କାର୍ଯ୍ୟ ମଧ୍ୟରେ ବହୁତ ଫରକ ରହିବ। ତୁଳୀକୁ କେମିତି ଧରିବା, କେମିତି ସେଡିଂ ଦେବା, କଲର୍‌‌ କରିବା ଏସବୁ କେବେ ବି ଏଆଇ ଶିଖାଇ ପାରିବ ନାହିଁ। ତେବେ ଏଆଇ ପାଇଁ ଶିଳ୍ପୀଙ୍କୁ ଜୀବିକା ହରାଇବାକୁ ପଡ଼ିବ କିମ୍ବା ଜୀବିକା ବଢ଼଼ାଇବାକୁ ପଡ଼ିବ ତାହା ଭିବଷ୍ୟରେ ଜଣାପଡ଼ିବ।
ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ଥାଇରଏଡ୍‌ ରୋଗୀଙ୍କ ସଂଖ୍ୟା। ଶୀଘ୍ର ଏହି ରୋଗର ଚିହ୍ନଟ ନହେଲେ ଏହା ବିପଦଜନକ ସାବ୍ୟସ୍ତ ହୋଇଥାଏ। ତେବେ ଏହି ରୋଗର ପ୍ରାରମ୍ଭିକ ନିର୍ଣ୍ଣୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଥାଇରଏଡ୍ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଏବଂ ପରିଚାଳନାକୁ ପରିବର୍ତ୍ତନ କରିବାକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ ନିମନ୍ତେ ବ୍ୟବସ୍ଥା ହେଉଛି। ଏଆଇ ମାଧ୍ୟମରେ ଏହି ରୋଗର ଚିହ୍ନଟ ସହିତ ବ୍ୟକ୍ତିକୈନ୍ଦ୍ରିକ ଔଷଧ ଏବଂ ଚିକିତ୍ସା ପ୍ରଦାନ କରାଯାଇପାରିବ। ବିଶେଷକରି ଦେଶର ପ୍ରାୟ ୧୦ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଥିବା ହାଇପୋଥାଇରଏଡିଜମ୍‌ର ନିରାକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ବିଶ୍ବାସ ପ୍ରକାଶ କରିଛନ୍ତି।
“ଏଆଇ ଥାଇରଏଡ୍‌ର ପ୍ରାରମ୍ଭିକ ନିର୍ଣ୍ଣୟରେ ସାହାଯ୍ୟ କରିବ, ରୋଗର ଅଗ୍ରଗତିକୁ ଅନୁସରଣ କରିବ ଏବଂ ଫଳାଫଳ-ଆଧାରିତ ଔଷଧ ସମ୍ପର୍କରେ ସୂଚନା ଦେବ, ବିଶେଷକରି ଗ୍ରାମାଞ୍ଚଳ ଏବଂ ଅନୁନ୍ନତ ଅଞ୍ଚଳର ରୋଗୀଙ୍କୁ ଲାଭ ଦେବା ନେଇ ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।
ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ହାଇପୋଥାଇରଏଡିଜ୍‌ମ ତିନି ଗୁଣ ଅଧିକ ପ୍ରଭାବୀ, ଏବଂ ପ୍ରାୟ ୩୩ ପ୍ରତିଶତ ରୋଗୀ ଚିହ୍ନଟ ହୋଇପାରନ୍ତି ନାହିଁ। ଚିକିତ୍ସା କରାଯାଇନଥିବା ହାଇପୋଥାଇରଏଡିଜ୍‌ମ ହୃଦୟ, ମସ୍ତିଷ୍କ, ବୃକକ୍, ଯକୃତ, ଅନ୍ତନଳୀ ଏବଂ ପ୍ରଜନନ ପ୍ରଣାଳୀ ସମେତ ପ୍ରମୁଖ ଅଙ୍ଗଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିପାରେ। ପିଲା ଏବଂ ଶିଶୁମାନଙ୍କ ମଧ୍ୟରେ, ଏହା ଅଭିବୃଦ୍ଧିରେ ବାଧା, ବିଳମ୍ବିତ ବିକାଶ ଏବଂ ଦୁର୍ବଳ ଶିକ୍ଷାଗତ ପ୍ରଦର୍ଶନର କାରଣ ହୋଇପାରେ ବୋଲି ଡକ୍ଟର ବିଶ୍ୱାସ କହିଛନ୍ତି।
ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି, ମଧୁମେହ ଏବଂ ମେଟାବୋଲିଜିମ୍ ବିଭାଗରେ ମାସିକ ପ୍ରାୟ ୫୦୦ରୁ ଅଧିକ ଥାଇରଏଡ୍ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରୋଗୀ ଚିକିତ୍ସା ସେବା ନିମନ୍ତେ ଆସନ୍ତି। ଏହି ବିଭାଗ ଜନ୍ମଗତ ଏବଂ ଅଟୋଇମ୍ୟୁନ୍‌ ହାଇପୋଥାଇରଏଡିଜ୍‌ମ, ଗ୍ରେଭ୍ସ ରୋଗ, ଥାଇରଏଡ୍ ଫୁଲା, ଥାଇରଏଡ୍ ମାଲିଗ୍ନାନ୍ସି ପାଇଁ ବ୍ୟାପକ ଚିକିତ୍ସା ପ୍ରଦାନ କରୁଥିବା ବିଭାଗୀୟ ମୁଖ୍ୟ ଡ. କିଶୋର କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି। ଟିଏସ୍‌ଏଚ୍‌, ଫ୍ରି ଟି୪, ଫ୍ରି ଟି୩, ହାଇ-ରିଜୋଲ୍ୟୁସନ୍ ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନ୍ ଏବଂ ନ୍ୟୁକ୍ଲିୟର ଇମେଜିଂ (ହୋଲ୍ ବଡି ଆୟୋଡିନ୍ ସ୍କାନ, ଟେକ୍ନେଟିୟମ୍ ପର୍ଟେକ୍ନେଟେଟ୍ ସ୍କାନ) ସହିତ ଜଡିତ ଏକାଧିକ ପରୀକ୍ଷା ଏହି ବିଭାଗରେ ଉପଲବ୍ଧ। ସେହିପରି ଅତ୍ୟାଧୁନିକ ପଦ୍ଧତି ଅବଲମ୍ବନ ପୂର୍ବକ ଅଷ୍ଟିଓପୋରୋସିସ୍ ଏବଂ ସାର୍କୋପେନିଆ ସ୍କ୍ରିନିଂ ଏବଂ ବ୍ୟକ୍ତିଗତ ପୁଷ୍ଟିକର ଯତ୍ନ ପାଇଁ କ୍ଲିନିକାଲ୍ ଡାଏଟାରୀ ସେବା ମଧ୍ୟ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ଡ. ବେହେରା କହିଛନ୍ତି।
ପ୍ରତିବର୍ଷ ମେ ମାସ ୨୫ ତାରିଖକୁ ବିଶ୍ୱ ଥାଇରଏଡ୍ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏମ୍‌ସ ଭୁବନେଶ୍ୱର ଏଣ୍ଡୋକ୍ରାଇନୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡ. ଦିଲ୍ଲୀପ କୁମାର ପରିଡା, ଡ. କହ୍ନେୟାଲାଲ୍ ଅଗ୍ରୱାଲ୍ ଏବଂ ଅନ୍ୟ ବକ୍ତାମାନେ ପ୍ରାରମ୍ଭିକ ଥାଇରଏଡ୍ ରୋଗ ଚିହ୍ନଟର ଗୁରୁତ୍ୱ ଏବଂ ଏଆଇର ଭୂମିକା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି ରୋଗରେ ପିଡ଼ୀତ ହେଲେ ପ୍ରଜନନ ବୟସ ଗୋଷ୍ଠୀର ରୋଗୀମାନେ ବନ୍ଧ୍ୟାତ୍ବ, ଋତୁସ୍ରାବ ଅନିୟମିତତା, ଆଳସ୍ୟ, ଦ୍ୱନ୍ଦ୍ୱ, ଉଚ୍ଚ ରକ୍ତଚାପ ଏବଂ ଓଜନ ବୃଦ୍ଧି ଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ବୟସ୍କ ରୋଗୀମାନେ ଶୁଷ୍କ ଚର୍ମ, ଥକ୍କାପଣ, କୋଷ୍ଠକାଠିନ୍ୟ, ହୃଦଘାତ, ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସହିତ ଯୁଝିଥାଆନ୍ତି। ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ମାଇକ୍ସେଡେମା କୋମା, ପେରିକାର୍ଡିଆଲ୍ ଇଫ୍ୟୁଜନ, ହୃଦଘାତ ଏବଂ ମୃତ୍ୟୁ ଭଳି ଗମ୍ଭୀର ଜଟିଳତାକୁ ରୋକିପାରିବ।
ମନୁଷ୍ୟ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ। ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। ଦେଶରେ ଗତ କିଛି ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ କର୍କଟ ଦେଖାଯାଉଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ନାନା ଗବେଷଣା କରାଯାଉଥିବାବେଳେ ଚଣ୍ଡିଗଡ଼ ପିଜିଆଇଙ୍କ ନୂତନ ଗବେଷଣାକୁ ନେଇ ସବୁଠୁ ଚର୍ଚ୍ଚା। ପିଜିଆଇର ଇଏନ୍ଟି ବିଭାଗ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଏହି ଗବେଷଣା କରିବ। ଏଥିପାଇଁ ରୋଗୀଙ୍କର ସ୍ବରକୁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ରେ ରେକର୍ଡ କରାଯିବ। ସ୍ବତନ୍ତ୍ର ସଫ୍ଟୱେର ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରାଯିବ। ଏହାଦ୍ବାରା ଜଣଙ୍କ ସ୍ବର ପରିବର୍ତ୍ତନରୁ ଗଳା କର୍କଟ ହେବା ଆଶଙ୍କାକୁ ଜାଣିହେବ ବୋଲି ଗବେଷକ ମତ ଦିଅନ୍ତି ।
ଏହି ଗବେଷଣା ପାଇଁ ଇଣ୍ଡିଆନ୍‌ ମେଡିକାଲ କାଉନସେଲିଂ ୯୦ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି। ସାଧାରଣତଃ ଏହି ପ୍ରକାର କର୍କଟ ସ୍ବର ଆସୁଥିବା ତଥା ଭୋକାଲ କର୍ଡସରେ ହୋଇଥାଏ। ଏହାକୁ ଲ୍ୟାରିନ୍ସ କର୍କଟ କୁହାଯାଏ। ତେଣୁ ଏହି କର୍କଟ ଚିହ୍ନଟ ଯେତେ ଶୀଘ୍ର ହୋଇଥାଏ, ଚିକିତ୍ସା ସଫଳ ହୋଇଥାଏ। ନତୁବା ବିଳମ୍ବ ଯୋଗୁଁ ଫୁସ୍‌ଫୁସ୍‌ଠୁ ନେଇ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ। ମଦ୍ୟପାନ, ଧୂମ୍ରପାନ, ଏଚ୍‌ପିଭି ସଂକ୍ରମଣ ଆଦି ଯୋଗୁଁ ଏ ପ୍ରକାର କର୍କଟ ହୋଇଥାଏ। ଏଥିରେ ଗଳା ଦରଜ ହୋଇ କୁଣ୍ଡାଇ ହେବା, କାନ ଯନ୍ତ୍ରଣା ଆଦି ହୋଇଥାଏ। ତେଣୁ ପିଜିଆଇ ଇଏନ୍‌ଟି ବିଭାଗ ଏହି ଗବେଷଣା ପାଇଁ ୧୦୦ ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରିବ। ଏଥିରେ ଉଭୟ ସୁସ୍ଥ ଓ ପୂର୍ବରୁ ସ୍ବର ବିକୃତି (ଭଏସ୍‌ ଡିସ୍‌ଅର୍ଡର) ବ୍ୟକ୍ତି ସାମିଲ ରହିବେ ।
ଟିମ୍‌ ମୁତାବକ, ଏହି ଗବେଷଣା ସଫଳ ହେଲେ, କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରି କର୍କଟର ସଠିକ୍‌ ରିପୋର୍ଟ ଆସିପାରିବ। ତେବେ ପିଜିଆଇ ଇଏନ୍‌ଟି ବିଭାଗ ପ୍ରତିବର୍ଷ ୧୦୦ ଭୋକାଲ କର୍ଡ କର୍କଟ ପୀଡ଼ିତଙ୍କ ଚିକିତ୍ସା କରିବା ସହ ପ୍ରାୟତଃ ୨୦ ରୋଗୀଙ୍କର ସର୍ଜରୀ କରାଇଥାନ୍ତି। ବେଳେ ବେଳେ ରୋଗ ଚିହ୍ନିବାରେ ବିଳମ୍ବ ହୋଇଯାଉଥିବାରୁ ଏବେ ଏଆଇର ସାହାଯ୍ୟ ନିଆଯାଉଛି। ଡାକ୍ତର ଜୟନ୍ତୀ ବକ୍ସିଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଉଥÒବାବେଳେ ଏହି ପ୍ରଣାଳୀରେ କର୍କଟ ଚିହ୍ନଟ ସହଜ ହେଲେ, ଭବିଷ୍ୟତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ।
ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ଓ ପରୀକ୍ଷଣ ପରେ ମେଟା ଏକ ନୂତନ AI ଟୁଲ୍ ‘ଇମାଜିନ’କୁ ଲଞ୍ଚ୍ କରିଛି । ‘ଇମାଜିନ’ ସାହାଯ୍ୟରେ ଆପଣ ଯେକୌଣସି ଫଟୋ କିମ୍ବା ଗ୍ରାଫିକ୍ସ ତିଆରି କରିପାରିବେ। ଆପଣଙ୍କୁ କେବଳ ଲେଖିବାକୁ ପଡିବ। ଏହାପରେ ସେ ଆପଣଙ୍କୁ ଲେଖିଥିବା ପ୍ରତିଛବି ତିଆରି କରି ଦେବ।
ମେଟାର ‘ଇମାଜିନ’  ହେଉଛି ଟେକ୍ସ-ଟୁ- ଇମେଜ ଟୁଲ୍ । ଏହି ଟୁଲ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଏକ ମେଟା ଆଇଡି ସୃଷ୍ଟି କରିବାକୁ ପଡିବ।  ଆପଣ Gmail, ଫେସବୁକ୍ ଆଇଡି କିମ୍ବା ଇନଷ୍ଟାଗ୍ରାମ ଆଇଡି ସାହାଯ୍ୟରେ ମେଟା ଆଇଡି ସୃଷ୍ଟି କରିପାରିବେ।
‘ଇମାଜିନ’ ଟୁଲକୁ ପ୍ରାଥମିକ ଭାବେ ଆମେରିକାରେ ଲଞ୍ଚ କରାଯାଇଛି। ଆମେରିକୀୟ ଉପଭୋକ୍ତାମାନେ ଏହାକୁ  imagine.meta.com କୁ ଯାଇ ଲାଭ ଉଠାଇ ପାରିବେ। ବର୍ତ୍ତମାନ ଭାରତରେ ଏହା ଅରମ୍ଭ ହୋଇ ନହିଁ।
ମେଟା କହିଛି ଯେ, ବର୍ତ୍ତମାନ ଏହାର ୱେବ୍ ସଂସ୍କରଣ ରିଲିଜ୍ ହୋଇଛି। କିନ୍ତୁ ଯେତେବେଳେ ଏହା ମୋବାଇଲ୍ ପାଇଁ ଉପଲବ୍ଧ ହେବ ସେତେବେଳେ ଏହା ୱେବ୍ ସଂସ୍କରଣ ଅପେକ୍ଷା ଅଧିକ ସଠିକ୍ ଫଳାଫଳ ଦେବ। ମେଟା ଏହି ଟୁଲର ବବିଷୟରେ ଏକ ବ୍ଲଗରେ ସୂଚନା ଦେଇଛି।
ଏହି ଟୁଲ୍ ବ୍ୟତୀତ ମେଟା ଏହାର ଦୁଇଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ AI ସହାୟତା ପ୍ରଦାନ କରିଛି। ଫଳରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ କମେଣ୍ଟ ପାଇଁ AI ସୃଷ୍ଟି ସଜେସନ ଉପଲବ୍ଧ ହେବ। ରି-ଇମାଜିନ ନାମକ ଏକ ନୂତନ ଫିଚର ଫେସବୁକ୍ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଆସିବାକୁ ଯାଉଛି। । ମେଟା ଏକ AI ଫିଚର ଉପରେ କାମ କରୁଛି ଯାହା ପରେ ଆପଣ ଜନ୍ମ ଦିନର ଶୁଭେଚ୍ଛା ଆଗୁଆ ଡ୍ରାଫ୍ଟ କରି ରଖିପାରିବେ ।
ଏଆଇକୁ ନେଇ ବଢ଼ୁଛି ଚିନ୍ତା…
ଯେତେବେଳେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବଜାରକୁ ଆସିଲା, ଏହାର ଲାଭ ଗଣନା କରାଯାଉଥିଲା। ଅନେକ ବିଶେଷଜ୍ଞ ଏପରିକି କହିଥିଲେ ଯେ ଏଆଇ ଏକ ବିରଳ ଜିନିଷ। ଏହା ସାହାଯ୍ୟରେ ଗୋଟିଏ ମାସର କାମ ଗୋଟିଏ ଦିନରେ କରାଯାଇପାରିବ, କିନ୍ତୁ ବର୍ତ୍ତମାନ ଏହି ଏଆଇ ବିଶ୍ବରେ ଲୋକଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ବର୍ତ୍ତମାନ ଭାରତ ସମେତ ୨୮ଟି ଦେଶ ଏଆଇର ବିପଦକୁ ରୋକିବା ପାଇଁ ଏକାଠି ହୋଇଛନ୍ତି। ଏଆଇ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତୀୟ ଏଆଇ ସୁରକ୍ଷା ସମ୍ମିଳନୀ ଲଣ୍ଡନରେ ଅନୁଷ୍ଠିତ ହୋଇଛି ଯେଉଁଥିରେ ଆମେରିକା, ଭାରତ ଏବଂ ଚୀନ୍ ଭଳି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଛନ୍ତି। ଏଥିପାଇଁ ରାଷ୍ଟ୍ରଗୁଡିକ ଏକ ଆନ୍ତର୍ଜାତୀୟ ଘୋଷଣାନାମାରେ ମଧ୍ୟ ଦସ୍ତଖତ କରିଛନ୍ତି। ଏଆଇ ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କେତେକ ବୈଜ୍ଞାନିକ ଚେତାବନୀ ଦେବା ପରେ ଏହି ସମ୍ମିଳନୀ ଏଆଇ ଉପରେ କେନ୍ଦ୍ରିତ ଥିଲା। ଏଆଇ ବିଷୟରେ କେତେକ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ ଏହା ମାନବତାର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ।
ଏଆଇର ତିନି ଗଡ଼ଫାଦର
ତିନି କମ୍ପ୍ୟୁଟର ବୈଜ୍ଞାନିକ ୟୋଶୁଆ ବେଙ୍ଗିଓ, ଜିଓଫ୍ରେ ହିଣ୍ଟନ୍ ଏବଂ ୟାନ୍ ଲେକୁନ୍। ଏଆଇରେ ହେବ ରୋଗୀର ଅପରେସନ୍
ଆର୍ଟିଫିସିଆଲ ନ୍ୟାରୋ ଇଣ୍ଟେଲିଜେନ୍ସ ବିଷୟରେ ସାରା ଦୁନିଆରେ ଅନେକ ଆଲୋଚନା ହେଉଛି। ହେଲେ ଏହି ଏଆଇ ବ୍ୟବସ୍ଥା ସ୍ବାସ୍ଥ୍ୟ ଜଗତରେ ଚିକିତ୍ସା କ୍ଷେତ୍ରରେ ଏକ ବିପ୍ଳବ ଆଣିପାରେ। କ’ଣ ଏହି ଟେକ୍ନୋଲୋଜି ଡାକ୍ତରମାନଙ୍କ ସ୍ଥାନ ନେଇପାରିବ କି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରୟାସ କରାଯାଉଛି। ଲଣ୍ଡନ ୟୁନିଭରସିଟି କଲେଜଠାରେ ଏଇ ସାହାଯ୍ୟରେ ମସ୍ତିଷ୍କରେ ଅସ୍ତ୍ରୋପଚାରର ଟ୍ରାଏଲ୍‌ କରାଯାଇସାରିଛି। ବ୍ରିଟିଶ ସରକାରଙ୍କ କହିବାନୁଯାୟୀ, ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଏହା ଏକ ଗେମ୍‌ ଚେଞ୍ଜର ବୋଲି ପ୍ରମାଣିତ ହେବ।
ସବୁ ଚାକିରି ନେଇଯିବ ଏଆଇ:ମସ୍କ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ବର ସବୁଠୁ ବଡ଼ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଭୟଙ୍କର ଭବି‌ଷ୍ୟବାଣୀ ଶୁଣାଇଛନ୍ତି। ମସ୍କ କହିଛନ୍ତି ଇତିହାସରେ ଏଆଇ ସବୁଠୁ ବ୍ୟାଘାତ ସୃଷ୍ଟିକାରୀ ଶକ୍ତି ହେବ। ଏଆଇ ସବୁ ଚାକିରି ଖାଇଯିବ। ସମୟ ଆସିବ ଯେତେବେଳେ ଆଉ କୌଣସି ନିଯୁକ୍ତି ଆବଶ୍ୟକ ପଡ଼ିବନାହିଁ। ଯଦି ଏହାକୁ ଠିକ୍‌ ଭାବରେ ବ୍ୟବହାର କରା ନ ଯାଏ ତା›ହେଲେ ଏହା ବଡ଼ ସମସ୍ୟା ସୃଷ୍ଟି କରିବ। ଏଆଇ ମନୁଷ୍ୟଠାରୁ ଅଧିକ ସ୍ମାର୍ଟ ହେବ ବୋଲି ମସ୍କ କହିଛନ୍ତି। ବିଭିନ୍ନ ଦେଶର ସରକାର ଏଆଇ ନୀତି ପ୍ରସ୍ତୁତ କରିବା ଲାଗି ତରବର ହେବା ଉଚିତ୍‌ ନୁହେଁ। କମ୍ପାନୀଗୁଡିକ ଆଇନ ପ୍ରଣେତାଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବା ଉଚିତ ବୋଲି ମସ୍କ କହିଛନ୍ତି। ବ୍ରିଟେନ ପ୍ରଥମ ଥର ପାଇଁ ବିଶ୍ବର ଏଆଇ ସୁରକ୍ଷା ସମ୍ମିଳନୀ ଚଳିତମାସ ୧ ଓ ୨ ତାରିଖରେ ଆୟୋଜନ କରିଛି। ଏହି ଦୁଇଦିନିଆ ସମ୍ମିଳନୀରେ ମସ୍କଙ୍କ ସହ ବିଶ୍ବରୁ ପ୍ରାୟ ୧୦୦ ରାଜନେତା, ଶିକ୍ଷାବିତ ଏବଂ ପ୍ରଯୁକ୍ତି କ୍ଷେତ୍ରର ଅଧିକାରୀମାନେ ଯୋଗ ଦେଇଥିଲେ।
ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ଏଆଇ ପହଞ୍ଚାଇବାକୁ ଜିଓ ପ୍ରତିବଦ୍ଧ: ମୁକେଶ ଅମ୍ବାନି
ଭୁବନେଶ୍ୱର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇ ଭାରତୀୟ ଏଆଇ ମଡେଲ୍‌ରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଏବଂ ଏହି ନୂଆ ପ୍ରଯୁକ୍ତିର ଲାଭକୁ ଭାରତୀୟ ନାଗରିକମାନଙ୍କ ପାଖରେ ପହଂଚାଇବା ପାଇଁ ଜିଓ ପ୍ଲାଟଫର୍ମ ଆଗ୍ରହୀ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅବସରରେ ସେ ଏନେଇ ମହତ୍ୱକାଂକ୍ଷୀ ଯୋଜନା ଘୋଷଣା କରିବା ସହ କହିଛନ୍ତି ଯେ ଜିଓର ଅଭିବୃଦ୍ଧି ପାଇଁ ଏଆଇ ହେଉଛି ସବୁଠୁ ଆକର୍ଷଣୀୟ ଦିଗନ୍ତ ।
ଦୀର୍ଘସ୍ଥାୟୀ ଅଭ୍ୟାସ ଓ ସବୁଜ ଭବିଷ୍ୟତକୁ ଗ୍ରହଣ କରି ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ-ପ୍ରସ୍ତୁତ କମ୍ପ୍ୟୁଟର ଦକ୍ଷତା ସୃଷ୍ଟି କରିବା ପାଇଁ ଜିଓର ପ୍ରତିବଦ୍ଧତା ବିଷୟରେ ମୁକେଶ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରରେ ଏଆଇ ବିପ୍ଳବ ଦୁନିଆକୁ ଏକ ନୂଆ ଆକାର ପ୍ରଦାନ କରୁଛି ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ) ର ପ୍ରୟୋଗ ଶିଳ୍ପ, ଅର୍ଥନୀତି, ଦୈନନ୍ଦୀନ ଜୀବନରେ ଖୁବ୍‌ଶୀଘ୍ର ବିପ୍ଳବ ଆଣି ତାହାର ସଂଜ୍ଞା ବଦଳାଇଦେବ । ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ରହିବା ପାଇଁ ଭାରତକୁ ନିଶ୍ଚିତ ରୂପେ ଏଆଇର ନବସୃଜନ, ଅଭିବୃଦ୍ଧି ଓ ଜାତୀୟ ସମୃଦ୍ଧିକୁ ବ୍ୟବହାର କରିବାକୁ ପଡ଼ିବ ।
ମୁକେଶ ଅମ୍ବାନି କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ବ୍ରଡ୍‌ବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବାକୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଓ ଆମେ ତାହା ପ୍ରଦାନ କରିଛୁ । ଆଜି ଜିଓ ଏଆଇକୁ ସମସ୍ତଙ୍କ ପାଖରେ ଓ ସବୁ ସ୍ଥାନରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଉଛି । ଆମେ ତାହା ପ୍ରଦାନ କରିବୁ ବୋଲି ସେ କହିଛନ୍ତି ।
ବିଶ୍ୱସ୍ତରରେ ଏଆଇକୁ ନେଇ ଚାଲିଥିବା ନବସୃଜନ, ବିଶେଷ କରି ଜେନେରେଟିଭ୍ ଏଆଇ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପ୍ରତିଭାବାନ କର୍ମଚାରୀ ଓ ଦକ୍ଷତାରେ ଉନ୍ନତି ଆଣୁଛି । ଆଗାମୀ ଦିନରେ ସବୁ କ୍ଷେତ୍ର ପାଇଁ ଭାରତ ସ୍ୱତନ୍ତ୍ର ଏଆଇ ମଡେଲ୍ ଓ ଏଆଇଭିତିକ ସମାଧାନ ବିକାଶ କରିବା ଉଦ୍ୟମରେ ଜିଓ ପ୍ଲାଟଫର୍ମସ୍ ଆଗରେ ରହିବାକୁ ଚାହୁଛି, ଯାହା ଫଳରେ ଏଆଇର ଲାଭକୁ ଭାରତୀୟ ନାଗରିକ, ବ୍ୟବସାୟ ଓ ସରକାରଙ୍କ ନିକଟରେ ପହଞ୍ଚାଇ ହେବ । ଭାରତରେ ପାଖରେ ସେହି ବ୍ୟାପକତା, ଡାଟା ଓ ପ୍ରତିଭା ରହିଛନ୍ତି ବୋଲି ମୁକେଶ କହିଛନ୍ତି ।
ଏଆଇର ବ୍ୟାପକ କମ୍ପ୍ୟୁଟିଂ ଚାହିଦାର ପରିଚାଳନା କରିବା ଲାଗି ଭାରତ ପାଇଁ ଡିଜିଟାଲ୍ ଭିତିଭୂମି ଆବଶ୍ୟକ । ଏହି କ୍ଷେତ୍ର ସମ୍ପ୍ରସାରିତ ହେଲେ ଆମେ ଉଭୟ କ୍ଲାଉଡ୍ ଓ ଏଜ୍ ଲୋକେସନରେ ୨୦୦୦ ମେଗାୱାଟ୍‌ର ଏଆଇ ପ୍ରସ୍ତୁତ କମ୍ପ୍ୟୁଟିଂ ଦକ୍ଷତା ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଆଗାମୀ ୫ ବର୍ଷରେ ଆମେ ଆମର ଅଧିକାଂଶ ଶକ୍ତିକୁ ଯୋଗଯୋଗ, ଡିଜିଟାଲ୍ ସେବା ଓ ଶକ୍ତିରେ ବ୍ୟବହାର କରିବାକୁ ଯୋଜନା ରଖିଛୁ ଯାହା ପରିବେଶ ମିତବ୍ୟୟୀ ହେବା ସହ ସୁଲଭ ମଧ୍ୟ ରହିବ ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।
ସାମ୍ପ୍ରତିକ ସ୍ଥିତିରେ ଡିଜିଟାଲ କ୍ରାନ୍ତିକୁ ଲାଗୁ କରିବା ପାଇଁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ପ୍ରାଦ୍ୟୋଗିକ ଉପଯୋଗ ବହୁଳ ଭାବେ ବଢ଼ିଛି। ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ମେଧା କମ୍ପ୍ୟୁଟର୍‌ ସାଇନ୍ସର ଏକ ଉପବିଭାଗ। ଯାହାକି ଶିକ୍ଷାକ୍ଷେତ୍ରଠୁ ଆରମ୍ଭ କରି ଜଟିଳ ଚିକିତ୍ସା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ସମସ୍ୟା ସମାଧାନରେ ସହଜସାଧ୍ୟ ହୋଇଛି। ଏହା କମ୍ପ୍ୟୁଟିଂ ସିଷ୍ଟମ୍‌ ଉପରେ ଆଧାରିତ। ‘ଏଆଇ’ କ୍ଷେତ୍ରଟି ମାନବସମ୍ବଳ କମ୍‌ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ଏ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ବଢ଼ିଚାଲିଛି।
ଯୋଗ୍ୟତା
ଦ୍ବାଦଶ ପାସ୍‌ ପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ କିମ୍ବା ରୋବୋଟିକ୍‌ରେ ସ୍ନାତକ ଡିଗ୍ରୀ କରି ଏ କ୍ଷେତ୍ରରେ ନିଜ କ୍ୟାରିୟର ଗଢ଼ିପାରିବେ। ଏଥିପାଇଁ ଜେଇ ମେନ୍‌ ପରୀକ୍ଷାରେ ପାସ୍‌ କରିବା ଦରକାର। ଗଣିତ, କମ୍ପ୍ୟୁଟର୍‌ ଏବଂ ବିଜ୍ଞାନରେ ଅଧିକ ଜ୍ଞାନ ଥିବା ଦରକାର। ପୋଷ୍ଟ ଗ୍ରାଜୁଏଟ ସାର୍ଟିଫିକେଟ ପ୍ରୋଗ୍ରାମ, ପିଜି ପ୍ରୋଗ୍ରାମ, ମେସିନ୍‌ ଲର୍ଣ୍ଣିଂ ପ୍ରମୁଖ କୋର୍ସ ଏହି କ୍ଷେତ୍ରରେ କରିପାରିେବ। ପଦୋନ୍ନତି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିମ୍ବା ରୋବୋଟିକ୍‌ରେ ଏମ୍‌ଟେକ୍‌ ଡିଗ୍ରି କରିବା ଲାଭଦାୟକ।
ଦାୟିତ୍ବ
ଚିକିତ୍ସା ପଦ୍ଧତି ହେଉ କି ଶିକ୍ଷା, କୃଷି, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ଏଆଇ କୌଶଳରେ କମ୍ପ୍ୟୁଟର ପ୍ରୋଗ୍ରାମ ଡାଟାକୁ ଅନୁଧ୍ୟାନ କରି ଭବିଷ୍ୟତରେ ସମସ୍ତ ସମସ୍ୟାର ସମାଧାନ କାଢ଼ିବାକୁ ହୁଏ। ମେସିନ ଲର୍ଣ୍ଣିଂ ଇଞ୍ଜିନିୟର, ବିଗ୍‌ ଡାଟା ଆନାଲିଷ୍ଟ, ବିଜିନେସ୍‌ ଇଣ୍ଟେଲିଜେନ୍ସ ଡେଭଲପର ଆଦି ଭାବେ ମେସିନ, ଭିଜନ, ସ୍ପିଚ୍‌ କ୍ରେଡିଡ କାର୍ଡ, ଆଣ୍ଟି ମନିଲଣ୍ଡରିଂ ଆଦି ସମସ୍ତ କ୍ଷେତ୍ରରେ କାମ କରିବାକୁ ପଡ଼େ। ଆର୍ଥିକ କ୍ଷେତ୍ରରେ ‘ଏଆଇ’ ଆଧାରିତ ପ୍ରାଦ୍ୟୋଗିକ ଷ୍ଟକ୍‌ ଟ୍ରେଡିଂର ଗତିଶୀଳତାକୁ ଭଲଭାବେ ବିଶ୍ଳେଷଣ କରିଥାଏ। କୃଷି କ୍ଷେତ୍ରରେ ‘ଏଆଇ’ ଆଧାରିତ ମେସିନ୍‌ରେ ରୋବୋଟ ଏବଂ ଏଲ୍‌ଗାରିଦମ୍‌ କାର୍ଯ୍ୟକରେ । ଡିଜାଇନ୍‌ ଇନ୍‌ଷ୍ଟ୍ରକସନ୍‌, ଅପରେସନ ଟେଷ୍ଟିଂ, ସିଷ୍ଟମ ମେଣ୍ଟେନାନ୍ସ, ରିପେୟାରିଂ ଆଦି କାମ କରିପାରିବେ । ତେବେ କମ୍ପ୍ୟୁଟର ଦ୍ବାରା ସମସ୍ତ କାର୍ଯ୍ୟ ସମ୍ଭବ ହେଉଥିଲେ ମଧ୍ୟ ଅଭିଜ୍ଞ ବ୍ୟକ୍ତି ଏଥିପାଇଁ ନିଯୁକ୍ତି ପାଇଥାନ୍ତି।
ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ବିଦ୍ୟାର୍ଥୀଙ୍କ ପାଇଁ ଏଆଇ ନୂତନ ସମ୍ଭାବନା ଆଣିଛି। ପରମ୍ପରାଗତ ଇଞ୍ଜିନିୟରିଂ କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ଏବେ ପ୍ରତିଯୋଗିତା ବହୁତ କମ୍। ଏଆଇ କୌଶଳରେ ଅଭିଜ୍ଞ ବ୍ୟକ୍ତିଙ୍କୁ କମ୍ପ୍ୟୁଟର ଶିକ୍ଷା ମାଧ୍ୟମରେ ସଫ୍ଟୱେର୍‌ ଆନାଲିଷ୍ଟ, ରୋବୋଟିକ ପ୍ରୋଗ୍ରାମର୍ସ, ଏଲଗୋରିଦମ ସ୍ପେଶାଲିଷ୍ଟ, ଗେମିଂ କ୍ଷେତ୍ରରେ ପ୍ରୋଗାର୍ମସ, ସର୍ଚ୍ଚ ଇଞ୍ଜିନରେ ଆନାଲୋଟିକ୍ସ ଆଦି ପଦରେ ଚାକିରି ମିଳିପାରିବ। ସେହିପରି ଯେଉଁମାନେ ରୋବୋଟିକ କୌଶଳରେ ପାଠ ପଢ଼ିଥାନ୍ତି ରୋବୋଟ ଟେକ୍ନୋଲୋଜି, କମ୍ପ୍ୟୁଟର୍‌ କଣ୍ଟ୍ରୋଲ୍‌ ମେସିନ୍‌ ପ୍ରୋଗ୍ରାମିଂ, ରୋେବାଟିକ୍‌ ସାଇଣ୍ଟିଷ୍ଟ, ରୋବୋଟିକ୍‌ ସେଲ୍ସରେ ମଧ୍ୟ କାମ କରିବାର ସୁଯୋଗ ରହିଛି। ଆଗାମୀ ଦିନରେ ଉଭୟ ବ୍ୟକ୍ତି ଓ ମେସିନ୍‌ ଦ୍ବାରା କାମ ପାଇଁ ମ୍ୟାନ-ମେସିନ୍‌ ଟିମିଂ ମ୍ୟାନେଜର ପଦରେ ନିଯୁକ୍ତି ସୃଷ୍ଟି ହେବା ସହ ବିଭିନ୍ନ କ୍ଷେତ୍ରରେ କ୍ୟାରିୟର କରିବାର ସମ୍ଭାବନା ରହିଛି।
କେଉଁଠି କାମ କରିବେ
ଆଇଟି, ରିଟେଲ୍‌, ଫାଇନାନ୍ସ ଟେକ୍ସଟାଇଲ୍‌ ଏବଂ ଅଟୋସେକ୍ଟର୍‌ ଆଦି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ରହିଛି।
ଦରମା
ଫ୍ରେସରମାନଙ୍କୁ ଏହି କ୍ଷେତ୍ରରେ ବାର୍ଷିକ ୧୦ରୁ ୧୫ଲକ୍ଷ ଟଙ୍କା ମିଳୁଥିବା ବେଳେ ପରେ ଦକ୍ଷତା ଅନୁଯାୟୀ ଦରମା ବୃଦ୍ଧି ପାଇଥାଏ। ଏପରିକି ଜଣେ ଅଭିଜ୍ଞ ବ୍ୟକ୍ତି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜ ହାସଲ କରିପାରିବେ।
ପ୍ରମୁଖ ସଂସ୍ଥାନ
ଓୟୁଟିଆର୍‌, ଭୁବନେଶ୍ବର
ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଭୁବନେଶ୍ବର
ଆଇଆଇଟି, ଖଡ଼ଗପୁର, ଦିଲ୍ଲୀ, ମୁମ୍ବାଇ, କାନପୁର, ମାଡ୍ରାସ, ଗୁଆହାଟି
ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁର, କୋଲକତା
ନୂଆଦିଲ୍ଲୀ: ଆଗକୁ ଆସୁଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ବା ‘କୃତ୍ରିମ ବୁଦ୍ଧିମତା’ ର ଯୁଗ । ଏବେ ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କୁ ନେଇ ବଢୁଛି ଚର୍ଚ୍ଚା । ବର୍ତ୍ତମାନ ଏହାର ଉନ୍ନତିକରଣ ଚାଲିଥିବାବେଳେ ଭବିଷ୍ୟତରେ ଏହାର ବ୍ୟବହାରକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଏହାର ପରୀକ୍ଷା ନୀରିକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଆଣିପାରେ ବଡ ବିପଦ । ଯଦି ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ କାର୍ଯ୍ୟକାରୀ ହୁଏ ତେବେ ୩୦ କୋଟି ଚାକିରି ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି ।
ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଶିକ୍ଷଣକୁ ବନ୍ଦ କରିବା ଲାଗି ଦାବି କରିଛନ୍ତି ଟୁଇଟର ମୁଖ୍ୟ ଏଲନ ମସ୍କ ଓ ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ ଓ୍ବଜନାକଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ଅନେକ ବିଶେଷଜ୍ଞ । ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଏକ ଖୋଲା ପତ୍ରରେ ଦର୍ଶାଇଛନ୍ତି ।
ଆର୍ଟିଫିସିଅ ଇଣ୍ଟେଲିଜେନ୍ସକୁ ନେଇ ଆଜି ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ ରହିଛି ‘ଚାଟ୍ ଜିପିଟି’ । ମଣିଷର ମସ୍ତିଷ୍କ ପରି କାମ କରୁଛି ‘ଏଆଇ’ ର ଚାଟ୍ ଜିପିଟି । ଯେ କୌଣସି ପ୍ରଶ୍ନର ଉତ୍ତର ମଣିଷ ପରି ତତକ୍ଷଣାତ ଦେଇପାରୁଥିବା ଟେକ୍ନୋଲୋଜିର ନାମ ଆର୍ଟିଫିସିଅ ଇଣ୍ଟେଲିଜେନ୍ସ । ଏବେ ଏହା କେବଳ ଡେଭଲପିଂ ଷ୍ଟେଜରେ ଅଛି । ଏହାକୁ ନେଇ ଆହୁରି ଅନୁଧ୍ୟାନ ଜାରି ରହିଛି । ମାତ୍ର ଯେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, କେତେ ଭୟଙ୍କର ହେବ ତାହା ଚିନ୍ତା ବାହାରେ ।