Ram Navami - The Sakala
କୃଷ୍ଣପ୍ରସାଦରେ ମହାସମାରୋହରେ ରାମ ନବମୀ ପାଳିତ: ୪୦ କିଲୋମିଟର ବ୍ୟାପୀ ବାଇକ୍ ରାଲିରେ କମ୍ପିଲା ଅଞ୍ଚଳ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ପବିତ୍ର ରାମ ନବମୀ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସମଗ୍ର ଅଞ୍ଚଳ ରାମ ନାମ ସଂକୀର୍ତ୍ତନ ଓ ରାମଧ୍ୱନିରେ ଉତ୍ସବମୁଖର ହୋଇଉଠିଛି। ରାମରାଜ୍ୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସ୍ଥାନୀୟ ଶ୍ରଦ୍ଧାଳୁମାନେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।
ବିଶାଳ ମୋଟରସାଇକେଲ୍ ରାଲି
ଏହି ପବିତ୍ର ଅବସରରେ ଗଛ ମଣିଷ ଭାବେ ପରିଚିତ ଅମିତା ତରେଇ, ଶଙ୍କର ପଲେଇ, ମୀନାରାଣୀ ସାହୁ, ବିଦ୍ୟାଧର ପଲେଇ, ଦୁଃଶାସନ ତରେଇ, ସୁକାନ୍ତ ବିଶ୍ୱାଳ, ମହେଶ୍ୱର ସେଠୀ ଏବଂ ଭଗବାନ ତରେଇଙ୍କ ସମେତ ୧୦୦ ରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏକାଠି ହୋଇଥିଲେ। ସେମାନେ ବିଭିନ୍ନ ଧାର୍ମିକ ସ୍ଲୋଗାନ ଦେଇ ଏକ ବିଶାଳ ମୋଟରସାଇକେଲ୍ ରାଲି ବାହାର କରିଥିଲେ। ଭକ୍ତମାନେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଠାରୁ ଏକ ପବିତ୍ର ଝଣ୍ଡା ଧରି ଯାତ୍ରା ଆରମ୍ଭ କରିଥିଲେ। ଏହି ରାଲି ପ୍ରାୟ ୪୦ କିଲୋମିଟର ପଥ ଅତିକ୍ରମ କରି ମାଲୁଦ ପଞ୍ଚମୁଖୀ ମନ୍ଦିର ଓ ଅଣୁଆ ରଘୁନାଥ ମନ୍ଦିର ଦେଇ କାମଳାସିଂହ ରଘୁନାଥ ମନ୍ଦିରରେ ପହଞ୍ଚିଥିଲା।
ପଞ୍ଚମୁଖୀ ସେବାଦଳର ଆଧ୍ୟାତ୍ମିକ ଯାତ୍ରା
ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ, ପଞ୍ଚମୁଖୀ ସେବାଦଳ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ମୋଟରସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲି ପ୍ରୟାଗି ଠାରୁ ବାହାରି ରାମଧ୍ୱନି ଏବଂ ଭଜନ କୀର୍ତ୍ତନ ସହ କମଲେଶ୍ୱର ପୀଠ ପର୍ଯ୍ୟନ୍ତ ଯାଇଥିଲା। ପବିତ୍ର ରାମ ନବମୀ ଅବସରରେ ଭକ୍ତମାନଙ୍କର ଏହି ବିପୁଳ ଆଗ୍ରହ ଏବଂ ଶ୍ରଦ୍ଧା ଯୋଗୁଁ ସମଗ୍ର କୃଷ୍ଣପ୍ରସାଦ ଅଞ୍ଚଳ ଭକ୍ତିମୟ ହୋଇଉଠିଛି।
ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଜରକୋଟ ପଞ୍ଚାୟତର ତାଳତୋଳା ଗ୍ରାମରେ ଥିବା ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିରରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମନ୍ଦିର ପ୍ରାଙ୍ଗଣରେ ୩୭ତମ ନବାହ୍ନ ପାରାୟଣର ଶୁଭାରମ୍ଭ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ଦିବସ ପାଳନ ସହିତ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଆଧ୍ୟାତ୍ମିକ ପରିବେଶ ଓ କଳସ ଯାତ୍ରା
ଆଜିଠାରୁ ଆଗାମୀ ୯ ଦିନ ଧରି ଏଠାରେ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୋର ସମୟରେ ଗ୍ରାମର ମହିଳାମାନଙ୍କ ଦ୍ୱାରା ଏକ ଭବ୍ୟ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କଳସ ଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବିଭିନ୍ନ ଗ୍ରାମରୁ ଶହ ଶହ ଶ୍ରଦ୍ଧାଳୁ ଭୋରରୁ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ।
ବିଶିଷ୍ଟ ଅତିଥି ଓ ପ୍ରବଚକଙ୍କ ଯୋଗଦାନ
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ସନ୍ଥଶ୍ରୀ କରୁଣାକର ଦାସଜୀ ମହାରାଜ ଏବଂ ମୁଖ୍ୟ ପ୍ରବକ୍ତା ଭାବେ ମଥୁରା ମଠାଧୀଶ ଶ୍ରୀ ଶ୍ରୀ ୧୦୮ ଶ୍ରୀ ମହନ୍ତ ସୁନ୍ଦର ରାମଦାସଜୀ ମହାରାଜ ଯୋଗଦେଇଥିଲେ। ପ୍ରତ୍ୟହ ରାମ ଚରିତ ମାନସ ପଠନ ସହିତ ପ୍ରବଚକ ଭାବେ ଅଧ୍ୟାପକ ପ୍ରଦୀପ କୁମାର ଜେନା, ପ୍ରଶାନ୍ତ କୁମାର ପଲାଇ ଏବଂ କାଶୀନାଥ ଜେନା ପ୍ରମୁଖ ଯୋଗଦେଇ ଭକ୍ତମାନଙ୍କୁ ରାମକଥା ଶୁଣାଇଥିଲେ।
ଶ୍ରଦ୍ଧାଳୁଙ୍କ ସମାଗମ ଓ ଗ୍ରାମବାସୀଙ୍କ ସହଯୋଗ
ପାରାୟଣ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଉପସ୍ଥିତ ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗ୍ରାମ୍ୟ କମିଟି ସଭାପତି ଭ୍ରମରବର ପ୍ରଧାନ ଏବଂ ସମ୍ପାଦକ ସୁକାନ୍ତ କୁମାର ଜେନାଙ୍କ ସମେତ ଉଲ୍ଲାସ ପ୍ରଧାନ, ପ୍ରମୋଦ ପ୍ରଧାନ, ଦୁର୍ଯ୍ୟୋଧନ ତରେଇ, ଧନେଶ୍ୱର ଜେନା, ସୀମାଞ୍ଚଳ ଜେନା ଏବଂ ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ଗ୍ରାମର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।
ଚୈତ୍ର ନବରାତ୍ରୀ ୨୦୨୬: ଅଷ୍ଟମୀ-ନବମୀ କନ୍ୟା ପୂଜନ ତିଥି, ଜାଣନ୍ତୁ ଏହି ଦିନ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ
ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି। ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୭ ତାରିଖରେ ରାମ ନବମୀ ସହ ଏହା ଶେଷ ହେବ। ନବରାତ୍ରୀର ଅଷ୍ଟମୀ ଏବଂ ନବମୀ ତିଥିରେ ବିଶେଷ ଭାବରେ କନ୍ୟା ପୂଜନ କରାଯିବାର ପରମ୍ପରା ରହିଛି। ଭକ୍ତମାନେ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଛୋଟ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ମାନି ପୂଜା କରିଥାନ୍ତି।
ଅଷ୍ଟମୀ ଏବଂ ନବମୀ ତିଥି
୨୦୨୬ ମସିହାରେ ମାର୍ଚ୍ଚ ୨୬ ତାରିଖ (ଗୁରୁବାର) ଦିନ ମହାଷ୍ଟମୀ ବା ଦୁର୍ଗା ଅଷ୍ଟମୀ ପାଳନ କରାଯିବ। ସେହିପରି ମାର୍ଚ୍ଚ ୨୭ ତାରିଖ (ଶୁକ୍ରବାର) ଦିନ ମହାନବମୀ ବା ରାମ ନବମୀ ପାଳିତ ହେବ। ଏହି ଦୁଇ ଦିନ କନ୍ୟା ପୂଜନ ପାଇଁ ସର୍ବୋତ୍ତମ ବିବେଚନା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ୨ ରୁ ୧୦ ବର୍ଷ ବୟସର କନ୍ୟାମାନଙ୍କୁ ନବଦୁର୍ଗାଙ୍କ ଅବତାର ଭାବରେ ପୂଜା କରାଯାଏ।
କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ?
ଅଷ୍ଟମୀ ଏବଂ ନବମୀ ଦିନ ପୂଜାରେ ସାମିଲ ହେବା ସମୟରେ ସଠିକ୍ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
* ଅଷ୍ଟମୀ ତିଥିରେ ଶୁଭ ରଙ୍ଗ: ଅଷ୍ଟମୀ ଦିନ ମାଆ ମହାଗୌରୀଙ୍କୁ ପୂଜା କରାଯାଏ। ଏହି ଦିନ ଗୋଲାପୀ (Pink) ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ମାନାଯାଏ। ଗୋଲାପୀ ରଙ୍ଗ ଶାନ୍ତି, ଦୟା ଏବଂ ସକାରାତ୍ମକତାର ପ୍ରତୀକ।
* ନବମୀ ତିଥିରେ ଶୁଭ ରଙ୍ଗ: ନବମୀ ଦିନ ମାଆ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନ ଆପଣ ବାଇଗଣୀ (Purple), ଲାଲ୍ (Red) କିମ୍ବା ହଳଦିଆ (Yellow) ରଙ୍ଗର ବସ୍ତ୍ର ପରିଧାନ କରିପାରିବେ। ଲାଲ୍ ରଙ୍ଗ ଶକ୍ତିର ପ୍ରତୀକ ହୋଇଥିବା ବେଳେ ହଳଦିଆ ରଙ୍ଗ ସୁଖ ଏବଂ ସମୃଦ୍ଧି ଆଣିଥାଏ।
ଆଉଟଫିଟ୍ ଆଇଡିଆ (Outfit Ideas)
ଯଦି ଆପଣ କନ୍ୟା ପୂଜନ ପାଇଁ କିଛି ଖାସ୍ ଟ୍ରାଡିସନାଲ୍ ଲୁକ୍ ଚାହୁଁଛନ୍ତି, ତେବେ ଗୋଲାପୀ ରଙ୍ଗର ଚିକନକାରୀ କୁର୍ତ୍ତୀ, ସିଲ୍କ ଶାଢ଼ୀ କିମ୍ବା ଲାଲ୍ ରଙ୍ଗର ଅନାରକଲି ସୁଟ୍ ପିନ୍ଧିପାରିବେ। ହଳଦିଆ ରଙ୍ଗର ଲେହେଙ୍ଗା କିମ୍ବା ସାଲୱାର ସୁଟ୍ ମଧ୍ୟ ନବମୀ ପୂଜା ପାଇଁ ଏକ ଆକର୍ଷଣୀୟ ଏବଂ ଭକ୍ତିମୟ ଲୁକ୍ ଦେଇପାରିବ। ଏହା ସହିତ ହାଲୁକା ମେକଅପ୍ ଏବଂ ପାରମ୍ପରିକ ଗହଣା ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଦେବ।
କନ୍ୟା ପୂଜନର ସଠିକ୍ ବିଧି
କନ୍ୟା ପୂଜନ କରିବା ପାଇଁ ପ୍ରଥମେ ନିମନ୍ତ୍ରିତ କନ୍ୟାମାନଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନର ସହ ଆସନରେ ବସାନ୍ତୁ। ସେମାନଙ୍କ ମଥାରେ କୁମକୁମ୍ ଓ ଅକ୍ଷତର ତିଳକ ଲଗାନ୍ତୁ। ଏହାପରେ ମାଆ ଦୁର୍ଗାଙ୍କୁ ଭୋଗ ଲଗାଯାଇଥିବା ପୁରୀ, କଳା ଚଣା ଏବଂ ହାଲୁଆ କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ। ଶେଷରେ ସେମାନଙ୍କୁ ଦକ୍ଷିଣା, ଲାଲ୍ ଚୁନରୀ ଏବଂ କିଛି ଉପହାର ଦେଇ ପାଦ ଛୁଇଁ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ।
ଭୁବନେଶ୍ୱର/ନୟାଗଡ: ଆଜି ପବିତ୍ର ଶ୍ରୀରାମ ନବମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଧୁମଧାମରେ ପାଳନ କରାଯାଉଛି ରାମ ନବମୀ। ପବିତ୍ର ଶ୍ରୀରାମ ନବମୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର , ମାତା ଜାନକୀ , ଅନୁଜ ଲକ୍ଷ୍ମଣ । ପ୍ରଭୁଙ୍କ ସୌମ୍ୟକାନ୍ତ ରୂପକୁ ଦର୍ଶନ କରୁଛନ୍ତି ଭକ୍ତଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର । ଚାଲିଛି ଶ୍ରୀରାମ ଚରିତ ମାନସ ପାଠ। ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି ।
ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ ପାଇଁ ଭୁବନେଶ୍ବର ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ହାତରେ ପୂଜାଥାଳ ଧରି ମନ୍ଦିର ଆସିଛନ୍ତି ଭକ୍ତ । ରାମନବମୀ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ରାମମନ୍ଦିର । ମନ୍ଦିର ପରିସରରେ ସୁନ୍ଦର ଆଲୋକ, ପୁଷ୍ପମାଳା ସହିତ ଆକର୍ଷଣୀୟ ତୋରଣ ବନ୍ଧା ହୋଇଛି । ସେହିପରି ଟାଣ ଖରାକୁ ଦୃଷ୍ଟିରେ ରଖି ଛାମୁଣ୍ଡିଆ ବନ୍ଧା ହେବା ସହିତ ଭକ୍ତଙ୍କ ପାଇଁ ପାନୀୟ ଜଳ ଓ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉତ୍ସବକୁ ଧୁମଧାମରେ ପାଳନ କରିବା ସହିତ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ଦ୍ୱିତୀୟ ଅଯୋଧ୍ୟା କୁହାଯାଉଥିବା ନୟାଗଡ ଜ଼ିଲ୍ଲା ଫତେଗଡ଼ ରାମ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭୋର ସାଢେ ୪ଟାରେ ପ୍ରଭୁଙ୍କ ପହଡ ଖୋଲିଥିଲା । ଅବକାଶ, ଦୁଆର ଫିଟା ନୀତି, ମଙ୍ଗଳ ଆଳତି ସାରି ସର୍ବସାଧାରଣ ଦର୍ଶନ ଚାଲିଛି । ଆଇନ ଶୃଙ୍ଖଳା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଅଗ୍ନିଶମ ବିଭାଗ, ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । ଖରାକୁ ଦୃଷ୍ଟିରେ ରଖି ଜଳଛତ୍ର ଖୋଲା ଯାଇଛି । ପାହାଡ଼ ତଳେ ପୋଲିସ ପକ୍ଷରୁ ଗାଡି ପର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ପାହାଡ଼ ତଳରୁ ଶ୍ରଦ୍ଧାଳୁ ଧାଡିରେ ଚାଲି ଚାଲି ଆସି ଆସି ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି ।
ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ର ଶୁକ୍ଳ ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭ୍ରାତୃବତ୍ସଳ, ପରାକ୍ରମୀ, ଦିବ୍ୟରୂପକାନ୍ତି ସମ୍ପନ୍ନ ପୁରୁଷ। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ ।
ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା। ରାଜାଙ୍କର ବଡ଼ଦୁଃଖ ଥିଲା ଯେ, ତାଙ୍କର କୌଣସି ସନ୍ତାନ ନ ଥିଲେ। କୁଳଗୁରୁ ବଶିଷ୍ଠ ବାଞ୍ଛିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷ୍ୟଶୃଙ୍ଗଙ୍କ ଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ । ରାଜା କୁଳଗୁରୁଙ୍କ ଉପଦେଶ ଅନୁସାରେ ମହାନ୍ ଋଷି ଋଷ୍ୟଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ। ବଶିଷ୍ଠ ଓ ଋଷ୍ୟଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୂତ ହୋଇ ଦଶରଥଙ୍କୁ ଏକ ଚରୁ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ। ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟ ଅଧା ଭାଗକୁ କୈକେୟୀଙ୍କୁ ପ୍ରଦାନ କଲେ। କୌଶଲ୍ୟା ଓ କୈକେୟୀ ନିଜ ନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ। ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ। ପବିତ୍ର ଚୈତ୍ର ନବମୀ ଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଠରେ ଅବତରଣ କରିଥିଲେ । ବୟଃପ୍ରାପ୍ତ ହେବାପରେ ପ୍ରଭୁ ରାମଚନ୍ଦ୍ର ରାଜା ଜନକଙ୍କ କନ୍ୟା ଦେବୀ ସୀତାଙ୍କୁ ବିବାହ କରିଥିଲେ। ଘଟଣାକ୍ରମରେ ରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକର ଗୋଟିଏ ଦିନ ପୂର୍ବରୁ ଦାସୀ ମନ୍ଥରାର ପ୍ରରୋଚନାରେ ପଡ଼ି କୈକେୟୀ ଦଶରଥଙ୍କୁ ପୂର୍ବରୁ ଥିବା ଦୁଇଟି ବର ମାଗିଥିଲେ। ପ୍ରଥମଟି ଥିଲା ରାମଚନ୍ଦ୍ରଙ୍କର ଚଉଦବର୍ଷ ବନବାସ ଓ ଦ୍ବିତୀୟଟି ଭରତଙ୍କୁ ଅଯୋଦ୍ଧାର ରାଜସିଂହାସନରେ ବସାଇବା।
ପିତୃସତ୍ୟ ପାଳନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଦେବୀସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଚଉଦବର୍ଷ ବନବାସ ଯାଇଥିଲେ। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା । ଏହାପରେ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ଅଯୋଦ୍ଧା ରାଜସିଂହାସନରେ ବସି ସୁଶାସନ କରିଥିଲେ । ଶ୍ରୀରାମ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ । ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ। ସବୁଠାରୁ କଠିନ ପରିସ୍ଥିତିରେ, ଶ୍ରୀରାମ ରାଜଧର୍ମ ତ୍ୟାଗ କରି ନ ଥିଲେ । ଏହି ସମସ୍ତ ଗୁଣ ହେତୁ ସେ ଶ୍ରେଷ୍ଠ ବ୍ୟକ୍ତିଙ୍କ ନାମ ପାଇଲେ ଏବଂ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଗଲା। ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଚାଲିଥାଏ। ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍‌ଧାମ୍‌ ଜାକଜମକରେ ପାଳିତ ହୋଇଥାଏ ରାମନବମୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ରାମ ନବମୀଠାରୁ ପୁରୀର ପାରମ୍ପରିକ ସାହିଯାତ ଆରମ୍ଭ ହୋଇଥାଏ। ଏହି ଯାତରେ ରାମଙ୍କ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ବିଭିନ୍ନ ଲୀଳାକୁ ପାରମ୍ପରିକ ଢଙ୍ଗରେ ପରିବେଷଣ କରାଯାଏ। କଳାକାରମାନେ ବିଭିନ୍ନ ସାହି ବୁଲିଥାନ୍ତି। ସେହିପରି ରାମନବମୀ ଦିନ ବ୍ରତଧାରୀମାନେ ଉପବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି। ଏହି ଦିନ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରି ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ।
ଇନ୍ଦୋରରେ ରାମ ମନ୍ଦିରର କୂଅ ଛାତ ଭୁଶୁଡିବା ଘଟଣା: ୧୩ ମୃତ, ୧୦ ଉଦ୍ଧାର
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରଠାରେ ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି । ଆଜି ସ୍ନେହା ନଗର ଅଞ୍ଚଳରେ ଥିବା ଶ୍ରୀ ବାଲେଶ୍ୱର ମନ୍ଦିରରେ ଅଭାବନୀୟ ଘଟଣା ଘଟିଥିଲା। ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୩ଜଣ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଏହି ମନ୍ଦିରରେ କୂଅ ଉପରେ ଛାତ ତିଆରି କରାଯାଇଥିଲା। ରାମ ନବମୀ ପାଇଁ ଅଧିକ ଶ୍ରଦ୍ଧାଳୁ ଆସିଥିବାରୁ ଏହି ଛାତ ଶ୍ରଦ୍ଧାଳୁଙ୍କ ଭାର ସହି ନ ପାରି ଭୁଶୁଡି ପଡ଼ିଥିଲା। ଫଳରେ କୂଅର ଛାତ ଉପରେ ଥିବା ଶ୍ରଦ୍ଧାଳୁ ତଳକୁ ଖସି ପଡ଼ିଥିଲେ।