SCB Medical College - The Sakala
କଟକ ଏସ୍‌ସିବି ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ଜଣ ରୋଗୀଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ରାଜ୍ୟର ସର୍ବବୃହତ ସ୍ୱାସ୍ଥ୍ୟକେନ୍ଦ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଆଜି ଭୋରରୁ ଏକ ହୃଦୟବିଦାରକ ଅଗ୍ନିକାଣ୍ଡ ଘଟିଯାଇଛି। ମେଡିକାଲର ଏକ ୱାର୍ଡରେ ନିଆଁ ଲାଗିଯିବା ଫଳରେ ୧୦ ଜଣ ରୋଗୀଙ୍କର ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ କମିସନର ଏହି ଅଭାବନୀୟ ଘଟଣା ସମ୍ପର୍କରେ ପ୍ରାଥମିକ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ମଧ୍ୟରାତ୍ରୀରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଗଭୀର ନିଦରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍ ନିଆଁ ଏବଂ ଧୂଆଁ ବ୍ୟାପିଯିବାରୁ ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡିଥିଲା। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ ହସ୍‌ପିଟାଲ କର୍ମଚାରୀ ଓ ନିଜସ୍ୱ ଅଗ୍ନିଶମ ବିଭାଗ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବାହାରୁ ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ପ୍ରବଳ ଧୂଆଁ ଏବଂ ନିଆଁ ଯୋଗୁଁ ରୋଗୀମାନେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଗୁରୁତର ଅବସ୍ଥାରେ ଥିବା ଆଇସିୟୁ ରୋଗୀମାନଙ୍କୁ ତୁରନ୍ତ ହସ୍‌ପିଟାଲର ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହା ସର୍ଟସର୍କିଟ ଯୋଗୁଁ ଘଟିଛି ନା ଏଥିରେ ପ୍ରଶାସନିକ ଅବହେଳା ରହିଛି, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ମେଡିକାଲ ପରିଚାଳନାଗତ ତ୍ରୁଟି ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଅଗ୍ନିକାଣ୍ଡ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଏସ୍‌ସିବି ମେଡିକାଲରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ସେ ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଏହି ହୃଦୟବିଦାରକ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଘଟଣାର ଏକ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କଟକ ଏସସିବି ମେଡିକାଲରେ ଅଘଟଣ: ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ
କଟକ: କଟକ ଏସସିବି ମେଡିକାଲରେ ଅଘଟଣ । ବଡ଼ ମେଡିକାଲର ଛାତରୁ ଖସିଲା ସିଲିଂ । ପୁରୁଣା ମେଡ଼ିସିନ ୱାର୍ଡ଼ର ଛାତରୁ ସିଲିଂ ଖସି ଜଣେ ରୋଗୀ ଆହତ । ପୁରୁଣା ମେଡ଼ିସିନ ୱାର୍ଡର ପ୍ରଥମ ମହଲାରେ ଘଟିଛି ଏହି ଘଟଣା । ରୋଗୀଙ୍କ ମୁଣ୍ଡରେ ଲାଗିଛି ଆଘାତ । ଘଟଣା ପରେ ଆହତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।
ଏସ୍‌ସିବିରେ ଲଜ୍ଜା: ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ଗିରଫ
କଟକ: ବିଷ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବତୀଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ଏସ୍‌ସିବି ମେଡିସିନ୍‌ ଆଇସିୟୁରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ମଙ୍ଗଳାବାଗ ପୁଲିସ ଏହାକୁ ଚାପିଦେବା ପାଇଁ ଉଦ୍ୟମ କରିଥିଲେ ହେଁ ଘଟଣା ପଦାକୁ ଆସିଛି। ମେଡିସିନ୍‌ ଆଇସିୟୁରେ କାର୍ଯ୍ୟରତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସ ରଞ୍ଜନ ପତି ନିଶାସକ୍ତ ଅବସ୍ଥାରେ ଏଭଳି ଅମାନୁଷିକ କାଣ୍ଡ ଭିଆଇଛି। ଆଜି ମଙ୍ଗଳାବାଗ ଥାନା ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରେ, ମାନସ ମେଡିସିନ୍‌ ବିଭାଗ ଆଇସିୟୁରେ ୱାର୍ଡ ଆଟେଣ୍ଡାଣ୍ଟ୍‌ ଭାବେ କାମ କରେ। ଗତ ରବିବାର ସେ ମଦ ପିଇ ଡ୍ୟୁଟିକୁ ଆସିଥିଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୨୩ ବର୍ଷୀୟ ଜଣେ ଯୁବତୀ ବିଷ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ କାର୍ଯ୍ୟରତ ଡାକ୍ତର ଆଇସିୟୁରୁ ଯିବା ପରେ ମାନସ ଆଇସିୟୁ ଭିତରେ ବୁଲାବୁଲି କରୁଥିଲା। ସମ୍ପୃକ୍ତ ଯୁବତୀଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସାଲାଇନ୍‌ ସରିଯାଇଥିବାରୁ ସାଲାଇନ୍‌ ବୋତଲ କାଢ଼ି ସେ ତଳେ ରଖିଥିଲା। ପରେ ମାନସ ତାଙ୍କ ପାଖକୁ ଯାଇ କ’ଣ ହେଉଛି ବୋଲି ପଚାରିଥିଲା ଯୁବତୀଜଣଙ୍କ କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ। ଏହାର ସୁଯୋଗ ନେଇ ମାନସ ତାଙ୍କୁ ଅସଦାଚରଣ କରିଥିଲା। ଯେହେତୁ ଆଇସିୟୁରେ ଭିତରେ ସିସି କ୍ୟାମେରା ନାହିଁ, ତେଣୁ ଏଭଳି ଅପରାଧ କରିବାକୁ ଅଭିଯୁକ୍ତ ସାହସ ଜୁଟାଇଥିଲା। ଯୁବତୀଜଣଙ୍କ ପରେ ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।
ପରିବାର ପକ୍ଷରୁ ପ୍ରଥମେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୂଚନା ଦିଆଯାଇଥିଲା। ଡାକ୍ତରଙ୍କ ସୁପାରିସ କ୍ରମେ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ସମ୍ପର୍କୀୟ ଏତଲା ଦେଇଥିଲେ। ଏହାପରେ ଏସ୍‌ସିବି ପରିସରରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ୱାର୍ଡ ଆଟେଣ୍ଡାଣ୍ଟ୍‌ ମାନସକୁ ଗିରଫ କରିଥିଲା। ତାକୁ ଜେରା କରିବା ସମୟରେ ସେ ପୁଲିସ ସାମ୍ନାରେ ନିଜର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ମାତ୍ରାଧିକ ମଦ୍ୟାପନ କରି ସେ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିଛି ବୋଲି ପୁଲିସ ସାମ୍ନାରେ କହିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ସିବି ଅତିରିକ୍ତ ଅଧୀକ୍ଷକ ଜ୍ୟୋତିର୍ମୟ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାକୁ ଚାକିରିରୁ ବହିଷ୍କାର କରାଯିବା ପରେ ଆଗାମୀ ଦିନରେ ପ୍ରତ୍ୟେକ ଆଇସିୟୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।
ଏସ୍‌ସିବି ଏମ୍‌ସ ପ୍ଲସ୍‌କୁ ଧକ୍କା; କଟକ ବଡ଼ ଡାକ୍ତରଖାନାରେ ୮୯ ମେସିନ୍‌ ଅଚଳ...
କଟକ: ୨୦୧୯ ନଭେମ୍ବର ମାସରେ କଟକସ୍ଥିତ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍‌ପିଟାଲକୁ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ପରିଣତ କରିବାକୁ ନିଷ୍ପତ୍ତି ନେଇ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଥିଲେ ୧ ହଜାର କୋଟି ଟଙ୍କା। ମାତ୍ର ପରବର୍ତ୍ତୀ ସମୟରେ ଏହାର ପରିସର ବୃଦ୍ଧି କରାଯାଇଥିଲା।୨୦୨୧ ଜାନୁଆରୀ ୧ ତାରିଖରେ ଏସ୍‌ସିବି କାର୍ଯ୍ୟ ସମୀକ୍ଷା ସମୟରେ ଏବାବଦ ବ୍ୟୟ ଅଟକଳକୁ ନବୀନ ପଟ୍ଟନାୟକ ୩୫୦୦ କୋଟିକୁ ବୃଦ୍ଧି କରିଥିଲେ। ୧୭୫ ଏକର ଜମିରେ ୩୫୦୦ କୋଟି ଟଙ୍କା ବ୍ୟୟରେ କଟକ ବଡ଼ ଡ଼ାକ୍ତରଖାନାକୁ ୨୦୨୪ ଶେଷ ସୁଦ୍ଧା ଏମ୍‌ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବିଭାଗର ଆଧୁନିକୀକରଣ ସହ ୨୨୦୦ ଛାତ୍ରଛାତ୍ରୀଙ୍କ ପାଇଁ ସବୁ ସୁବିଧା ଥିବା ହଷ୍ଟେଲ,  ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୧୨୮୦ କ୍ୱାର୍ଟର ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ସରକାର ପରିବର୍ତ୍ତନ ପରେ ଏସ୍‌ସିବିର ଏମ୍‌ସ ପ୍ଲସ୍‌ ରୂପାନ୍ତରଣ ଯେମିତି ଅଧାରେ ଅଟକି ଯାଇଛି। ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି ଓ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ବିଡ଼ମ୍ବନା ହେଉଛି ଏବେ ବିଭିନ୍ନ ପରୀକ୍ଷାନିରୀକ୍ଷା ପାଇଁ ଏସ୍‌ସିବିରେ ମେସିନ୍‌ ଉପଲବ୍ଧ ନାହିଁ । ଏପରିକି ବିଭିନ୍ନ ବିଭାଗରେ ୮୯ଟି ଗୁରୁତ୍ୱପୂର୍ଣ୍ଣ ମେସିନ୍‌ ଏବେ ଅଚଳ ହୋଇ ପଡ଼ିଥିବା ଖୋଦ୍‌ ଏସ୍‌ସିବି କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏସ୍‌ସିବିରେ କାଜୁଆଲିଟିଠାରୁ ଆରମ୍ଭ କରି ଆଇସିୟୁ ପର୍ଯ୍ୟନ୍ତ ସବୁଠି ଅଚଳ ମେସିନ୍‌ ପଡ଼ି ରହିଛି । ବାୟୋ କେମେଷ୍ଟ୍ରି ବିଭାଗରେ ୨ଟି ମେସିନ୍‌ ଅଚଳ। ବ୍ଲଡ ବ୍ୟାଙ୍କରେ ୫ଟି, ସିଟିଭିଏସ୍‌ରେ ୩ଟି, ହୃଦରୋଗ ବିଭାଗରେ ୩ଟି, କାଜୁଆଲିଟିରେ ୨ଟି, ସେଣ୍ଟ୍ରାଲ ଆଇସିୟୁରେ ୩ଟି, ଯକୃତ ପ୍ରତିରୋପଣ ୟୁନିଟରେ ୭ଟି, ଟ୍ରମା ଆଇସିୟୁରେ ୪ଟି ଯନ୍ତ୍ର କାମ କରୁନାହିଁ।  ପେଡିଆଟ୍ରିକ ଆଇସିୟୁରେ ୨ଟି, ସର୍ଜରୀ ବିଭାଗର ଅସ୍ତ୍ରୋପଚାର ଥିଏଟର ୬ଟି ମିଶାଇ ଫିଜିଓଲୋଜି, ରେଡିଓଲୋଜି, ନ୍ୟୁରୋଲୋଜି, ଫାର୍ମାକୋଲୋଜି, ଇଏନଟି, ଚକ୍ଷୁ ବିଭାଗ ଭଳି ଅନେକ ବିଭାଗର ମେସିନ ଅକାମୀ ହୋଇ ପଡ଼ି ରହିଛି। ଅଚଳ ମେସିନ ଗୁଡିକ ମଧ୍ୟରେ ରହିଛି ବିଦେଶରୁ ଆମଦାନୀ ହୋଇଥିବା ବହୁ ଦାମୀ ମେସିନ୍‌।
ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ୨୦୨୪  ସୁଦ୍ଧା ଶେଷ ହେବା ଲକ୍ଷ୍ୟ ରହିଥିଲା। ଏବେ ଏହି ସମ୍ପ୍ରସାରଣ କାର୍ଯ୍ୟ କେବେ ସରିବ ତାହାର କିଛି ଠିକଣା ନାହିଁ। ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ସବୁଠୁ ବଡ଼ ପ୍ରତିଷ୍ଠାନ ଓ ପ୍ରତିଦିନ ହଜାର ହଜାର ଲୋକ ନିର୍ଭର କରୁଥିବା ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ସରକାର ପରିବର୍ତ୍ତନ ପରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏଠାରେ ୮୯ଟି ମେସିନ୍‌ ଅଚଳ ହୋଇ ପଡ଼ି ରହିଥିଲା। ଏହା ମଧ୍ୟରେ ଆହୁରି କିଛି ମେସିନ ଅଚଳ ହୋଇଥିବା ସୂଚନା ବି ମିଳିଛି । ଅଚଳ ମେସିନ ଗୁଡିକ ଆଇସିୟୁ, କାର୍ଡିଓ ଥୋରାସିସ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌), ଯକୃତ ପ୍ରତିରୋପଣ ୟୁନିଟ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ରହିଥିବା ଜଣାପଡ଼ିଛି। କେଇମାସ ତଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କଟକ ବଡ଼ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବାବେଳେ ମେସିନ ଅଚଳ ଯୋଗୁଁ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଙ୍କର ପରୀକ୍ଷା କରାଯାଇଥିଲା। ଏହା ପରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏଥିରେ ଚେତି ନାହାନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମିଳିମିଶି ଏସ୍‌ସିବିକୁ ଏକ ମୃତ ସଂସ୍ଥାରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଥିବା ଏବେ ଅଭିଯୋଗ ହେବାରେ ଲାଗିଛି ।
କଟକ: ରାଜ୍ୟରେ ଡାକ୍ତରୀ ଶିକ୍ଷାର ଅନ୍ତୁଡ଼ିଶାଳ ହେଉଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଖ୍ୟାତନାମା ଚିକିତ୍ସକ ସୃଷ୍ଟି କରିବାରେ ଏସ୍‌ସିବିର ସ୍ୱତନ୍ତ୍ର ପରିଚୟ ରହିଛି। ମାତ୍ର ଏଠାରେ ଆଗଭଳି ଆଉ ପାଠପଢ଼ା ହେଉନାହିଁ। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ପାଠପଢ଼ୁଆ ଡାକ୍ତରୀ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ହାସଲ କରିପାରୁନାହାନ୍ତି। ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେବା ପରେ ଏସ୍‌ସିବିରେ ହଟଚମଟ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ ନିମନ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସ୍‌ସିବି ମେଡିକାଲ କଲେଜ ଅଧ୍ୟକ୍ଷାଙ୍କୁ ଚିଠି (ନଂ-୧୮୫୫୩) ଜାରି କରିଛି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟବିଭାଗ ନିର୍ଦ୍ଦେଶ ଦେଇଛି। ଏ ବାବଦରେ ମତାମତ ନିମନ୍ତେ ଅଧ୍ୟକ୍ଷା ପ୍ରଫେସର୍‌ ଡା. ଲୁସି ଦାସଙ୍କୁ ଫୋନ୍‌ କରାଯାଇଥିଲା। କିନ୍ତୁ ସେ ଫୋନ୍‌ ନ ଉଠାଇବାରୁ ମତାମତ ମିଳିପାରିନାହିଁ।
ଡାକ୍ତରୀ ଶିକ୍ଷାଦାନ କ୍ଷେତ୍ରରେ ଏସ୍‌ସିବି ମେଡିକାଲ କଲେଜ ଏକ ଶତାୟୁ ଶିକ୍ଷାନୁଷ୍ଠାନ। ଅଷ୍ଟାଦଶ ଶତାବ୍ଦୀରେ କଟକରେ ଓଡ଼ିଶା ମେଡିକାଲ ସ୍କୁଲ ପ୍ରତିଷ୍ଠା ସହିତ ଡାକ୍ତରୀ ପାଠପଢ଼ାର ମୂଳଦୁଆ ପଡ଼ିଥିଲା। ସମୟକ୍ରମେ ଏହାର ନାମରେ ପରିବର୍ତ୍ତନ ଘଟିଛି। ଏସ୍‌ସିବି ଏକ ମହାଦ୍ରୁମରେ ପରିଣତ ହୋଇଛି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏବେ ଡାକ୍ତରୀ ପଢ଼ାରେ ବ୍ୟାଘାତ ଘଟୁଥିବା ଅଭିଯୋଗ ଉଠିଛି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ କିଏ ଅଭିଯୋଗ କରିଛି, ତାହା ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା କିଛି ଡାକ୍ତରୀ ଛାତ୍ରଛାତ୍ରୀ ଅଭିଯୋଗପତ୍ର ପଠାଇଥିବା କୁହାଯାଉଛି। ମେଡିକାଲର ଜଣେ ବରିଷ୍ଠ ପଦାଧିକାରୀଙ୍କ କହିବା ମୁତାବକ, ଆସିଷ୍ଟାଷ୍ଟ ପ୍ରଫେସର୍‌ ହୁଅନ୍ତୁ କି ପ୍ରଫେସର୍‌, ପ୍ରାୟତଃ ଅନେକ ଠିକ୍‌ ଭାବେ ଶ୍ରେଣୀକୁ ଯାଉନାହାନ୍ତି। ଏମ୍‌ବିବିଏସ୍‌ରେ ଗୋଟିଏ ବର୍ଷରେ ୨୫୦ଛାତ୍ରଛାତ୍ରୀ। ମୋଟ ୪ ବର୍ଷରେ ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ହଜାର। ସେହିପରି ପିଜିରେ ପ୍ରାୟ ୩୦୦ ଏବଂ ୨୫୦ ହାଉସସର୍ଜନ ରହିଛନ୍ତି। ୧୫୦୦ରୁ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲାଣି। ବରିଷ୍ଠ ଡାକ୍ତରମାନଙ୍କ ଅବହେଳା ଯୋଗୁଁ ଏସ୍‌ସିବିରେ ଡାକ୍ତରୀ ଶିକ୍ଷାର ଗୁଣବତ୍ତା ଗୌଣ ହେଉଛି। ବିଦ୍ୟାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ପୂର୍ବରୁ ଏ ନେଇ ଅନେକଥର ଅଭିଯୋଗ କରିଛନ୍ତି। ହେଲେ ପ୍ରଶାସନିକ ଦୁର୍ବଳତା ଯୋଗୁଁ ପାଠପଢ଼ା ଠିକ୍‌ ଭାବେ ଚାଲୁନାହିଁ। ଏସ୍‌ସିବିରେ ଡାକ୍ତରୀ ଶିକ୍ଷା ସଙ୍କଟରେ ପଡିଲାଣି ବୋଲି ଅଧିକାରୀଜଣଙ୍କ ଆଲୋଚନା ପ୍ରସଙ୍ଗରେ କହିଛନ୍ତି।
ଭୁଶୁଡ଼ି ପଡ଼ିଲାଣି SCBର ସ୍ୱାସ୍ଥ୍ୟସେବା : ଯକ୍ଷ୍ମା ରୋଗୀଙ୍କ ପାଇଁ ଔଷଧ ନାହିଁ, ଡାଏଲିସିସ ହେଉନି, ୧୪ ଭେଣ୍ଟିଲେଟର ଅଚଳ
କଟକ : ଚିକିତ୍ସାଧୀନ କୌଣସି ରୋଗୀଙ୍କ ତଥ୍ୟ ସଂଗ୍ରହ ହେଉନି। ଆଇସିୟୁରୁ କାହାକୁ ଡିସ୍‌ଚାର୍ଜ କରାଯିବ, କେଉଁ ୱାର୍ଡରୁ କିଏ ଆଇସିୟୁକୁ ସ୍ଥାନାନ୍ତରିତ ହେବେ, ସେ କାର୍ଯ୍ୟ ସମ୍ପାଦନ କରିବା ମୁସ୍କିଲ ହେଲାଣି। ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ) ଜରିଆରେ ଆସୁଥିବା ଔଷଧ ୧୧ଦିନ ହେଲାଣି ଆସିନାହିଁ। ଯକ୍ଷ୍ମା ରୋଗୀଙ୍କ ନିମନ୍ତେ ଗଚ୍ଛିତ ଔଷଧ ଶେଷ ହେଲାଣି। ଭେଣ୍ଟିଲେଟର ଅଚଳ ବୋଲି ଡାକ୍ତର କହୁଛନ୍ତି। ହେଲେ ସଜାଡ଼ିବା ପାଇଁ କୌଣସି ବିକଳ୍ପ ନାହିଁ। ବିପର୍ଯ୍ୟସ୍ତ ହେଲାଣି ପରିମଳ ବ୍ୟବସ୍ଥା। ବିଭିନ୍ନ ୱାର୍ଡ ଏବେ ଗନ୍ଧ‌ରେ ଫାଟି ପଡ଼ୁଛି। ବଡ଼ ମେଡିକାଲରେ ୪ଜଣ ହସ୍ପିଟାଲ ମ୍ୟାନେଜରଙ୍କ ସମେତ ୨୦ରୁ ଅଧିକ ଷ୍ଟାଫ ଠିକା ସଂସ୍ଥା ଦ୍ୱାରା ଡକାଯାଇଥିବା କାର୍ଯ୍ୟବନ୍ଦରେ ସାମିଲ ହେବା ପରେ ରାଜ୍ୟର ସର୍ବବୃହତ୍‌ ସରକାରୀ ହସ୍ପିଟାଲ ଏସ୍‌ସିବିରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଲାଣି।
ଗତ ୧୬ ତାରିଖରୁ ୪ଜଣ ଯାକ ହସ୍ପିଟାଲ ମ୍ୟାନେଜର କାର୍ଯ୍ୟରେ ଅସହଯୋଗ କରିଛନ୍ତି। ସେମାନଙ୍କ କାନ୍ଧରେ ହିଁ ମେଡିକାଲର ସମସ୍ତ ବ୍ୟବସ୍ଥା ପରିଚାଳିତ ହେଉଥିଲା। ରେକର୍ଡ ପରିଚାଳନା, ରୋଗୀ ସମନ୍ୱୟ, ବିଭିନ୍ନ ସାମଗ୍ରୀ ୱାର୍ଡକୁ ପ୍ରଦାନ, ଔଷଧ ଯୋଗାଣଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ପରିଚାଳନା, ପରିମଳ ବ୍ୟବସ୍ଥାର ଅନୁଧ୍ୟାନ ଭଳି ସମସ୍ତ ମୌଳିକ ସୁବିଧା ସୁଯୋଗ ତଦାରଖ କରିବା ହସ୍ପିଟାଲ ମ୍ୟାନେଜରଙ୍କ ଦାୟିତ୍ୱ। ସେମାନଙ୍କ ସମେତ ୮ଜଣ ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ, ୪ଜଣ ଟିବି କୋର୍ଡିନେଟର, ୪ଜଣ ମାଇକ୍ରୋବାୟୋଲୋଜିଷ୍ଟ, ଜଣେ ଆରବିଏସ୍‌କେ ମ୍ୟାନେଜର୍‌, ୬ଜଣ ନର୍ସିଂ ଅଫିସର, ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରେ ଅସହଯୋଗ କରିଛନ୍ତି।
ଫଳସ୍ୱରୂପ, ବଡ଼ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ଏବେ କାମଚଳା ଢ଼ଙ୍ଗରେ ଚାଲିଛି। ହସ୍ପିଟାଲ ମ୍ୟାନେଜରମାନଙ୍କ ସହଯୋଗରେ ହେଉଥିବା କାର୍ଯ୍ୟ ବନ୍ଦ ରହିବା ପରେ ଆଇସିୟୁକୁ ରୋଗୀ ସ୍ଥାନାନ୍ତର ପ୍ରକ୍ରିୟା ସୁଚାରୁରୂପେ ହୋଇପାରୁନାହିଁ। ଅପରିଷ୍କାର ବେଡସିଟ୍‌ରେ ରୋଗୀ ଶୋଇ ରହୁଛନ୍ତି। ୮ଜଣ ଲାବ୍ରୋଟୋରୀ ଟେକ୍ନିସିଆନ ମଧ୍ୟ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଜଣେ ଡାକ୍ତର ଅଭିଯୋଗରେ କହିଛନ୍ତି କି, ଆଉଟଡୋରରେ ଏବେ ବହୁତ ସମସ୍ୟା ରହିଛି। ହେଲେ ଏହାର ସମସ୍ୟା ବାବଦରେ କାହାକୁ ଅବଗତ କରି ହେଉନାହିଁ। ଏସି ଅଚଳ ଥିବା ବେଳେ ଗରମ ହେଉଛି। ରୋଗୀ ଦେଖା ଅସହଜ ଲାଗୁଛି। ହେଲେ ହସ୍ପିଟାଲ ମ୍ୟାନେଜର ଏଭଳି ଅଭିଯୋଗ ଏବେ ରଖିବାକୁ ରାଜି ନାହାନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ୨୦ରୁ ଅଧିକ ଏବଂ ଏସ୍‌ସିବି ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ୧୦ରୁ ଅଧିକ ଷ୍ଟାଫ ମଧ୍ୟ ଏଭଳି ଧାରଣାରେ ସାମିଲ ଅଛନ୍ତି।
୭ ଦିନ ଭିତରେ ଏସ୍‌‌ସିବି ଆସିବ ‘ବୋନ୍‌‌ ବ୍ୟାଙ୍କ’ ମେସିନ୍‌‌, ମାସକ ଭିତରେ କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ
କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଏକ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଓଡ଼ିଶାର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସ୍‌‌ସିବିରେ ବୋନ୍‌‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଏସ୍‌‌ସିବିର ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହୋଇରହିଛି। କେବଳ ମେସିନ ଅଣାଯିବାକୁ ଅପେକ୍ଷା। ଆସନ୍ତା ଏକ ସପ୍ତାହ ମଧ୍ୟରେ ବୋନ୍‌‌ ବ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ମେସିନ ଅଣାଯିବ ବୋଲି ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସହ ଏ ବାବଦରେ ଆଲୋଚନା କରାଯାଇଛି। ମେସିନ ଅଣାଯିବା ପାଇଁ ସୋମବାର ଆଉ ଏକ ଚିଠି ଲେଖାଯିବ। ସମ୍ଭବତଃ ଏକ ମାସ ମଧ୍ୟରେ ବଡ଼ ମେଡିକାଲରେ ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।
କୌଣସି ଅସ୍ତ୍ରୋପଚାର ବେଳେ ଯେଉଁ ହାଡ଼ କାଟି ଫିଙ୍ଗି ଦିଆଯାଉଥିଲା, ତାହା ଏବେ ଗଚ୍ଛିତ ରଖାଯିବ। ଉକ୍ତ ହାଡ଼କୁ ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ଏଭଳି ବ୍ୟବସ୍ଥା ଉପଲବ୍ଧ ହେବ ବଡ ମେଡ଼ିକାଲ ଭାବେ ପରିଚିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ। ବଡ ମେଡ଼ିକାଲରେ ଖୋଲିବ ବୋନ୍‌‌ ବ୍ୟାଙ୍କ। ପ୍ରଥମଥର ନିମନ୍ତେ ରାଜ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଉଛି। ବୋନ୍‌‌ ବ୍ୟାଙ୍କ ନିମନ୍ତେ ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି।
ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବୋନ୍‌‌ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଓଡ଼ିଶାରେ ଉପଲବ୍ଧ ନାହିଁ। ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ ହସ୍ପିଟାଲ, ଚେନ୍ନାଇର କିଛି ଘରୋଇ ହସ୍ପିଟାଲରେ ବୋନ୍‌‌ ବ୍ୟାଙ୍କ ରହିଛି। ତେବେ ଖୁବଶୀଘ୍ର ଏସ୍‌‌ସିବି ମେଡିକାଲରେ ବୋନ୍‌‌ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଡାକ୍ତର ମହାପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇ ସାରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପୂର୍ବରୁ ପରିଦର୍ଶନରେ ଆସିଥିଲେ। କେଉଁ କେଉଁ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରିଥିଲେ। ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ସେମାନଙ୍କୁ ପୁଣି ଥରେ ଆସିବା ନିମନ୍ତେ ଚିଠି ଲେଖାଯିବ। ପ୍ରାଥମିକ ପର୍ଯ୍ୟାୟରେ ୩ଟି ମେସିନ ଅଣାଯିବ। ଖୁବ୍‌‌ଶୀଘ୍ର ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର ଜଣାଇଛନ୍ତି।
ପ୍ରକାଶଯୋଗ୍ୟ, ଦୁର୍ଘଟଣାଜନିତ ହେଉ କିମ୍ବା କର୍କଟ ରୋଗୀଙ୍କ କ୍ଷେତ୍ରରେ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାର ମାଧ୍ୟମରେ କାଟି ଦିଆଯାଇଥାଏ। ଯାହା ସାଧାରଣତଃ ଫିଙ୍ଗି ଦିଆଯାଏ ତଥା ନଷ୍ଟ ହୁଏ। ହେଲେ ଆଗାମୀ ଦିନରେ ହାଡ଼କୁ ଆଉ ନଷ୍ଟ କରିବାକୁ ଦିଆଯିବ ନାହିଁ। ଦୁର୍ଘଟଣାର ଶିକାର ହୋଇ ଏଭଳି କିଛି ରୋଗୀ ଆସନ୍ତି ଯେଉଁମାନଙ୍କର ହାଡ଼ ଗୁଣ୍ଡ ହୋଇ ଯାଇଥାଏ। ଏପରି ସ୍ଥଳେ ବୋନ୍‌‌ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଥିବା ହାଡ଼କୁ ବ୍ୟବହାର କରାଯାଇ ପାରିବ। ବୋନ୍‌‌ ବ୍ୟାଙ୍କରେ ହାଡ଼ ଅସୀମିତ ସମୟ ପାଇଁ ମହଜୁଦ ରହି ପାରିବ।
ଏସସିବିରେ ସଫଳ ହୋଇଛି ପେରିପାର୍ଟମ ସିଜରିଆନ : ମୃତ୍ୟୁମୁଖରୁ ଫେରିଲେ ମା’ ଓ ଛୁଆ
କଟକ : ପ୍ରସୂତି ଗୃହକୁ ନେବା ବେଳକୁ ଗର୍ଭବତୀ ମହିଳାଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇସାରିଥିଲା। ମହିଳା ଜଣକ ଏନକ୍ଲାନସିଆ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଥିଲେ। ଏଣୁ ତାଙ୍କୁ କିମ୍ବା ତାଙ୍କ ଗର୍ଭସ୍ଥ ଶିଶୁକୁ ବଞ୍ଚାଇବା ଡାକ୍ତରଙ୍କ ପକ୍ଷରେ ନିହାତି ଚ୍ୟାଲେଞ୍ଜିଂ ଥିଲା। ଏଭଳି ପରିସ୍ଥିତିରେ ପେରିପାର୍ଟମ ସିଜରିଆନ ଦ୍ୱାରା ଉଭୟ ମା’ ଓ ଶିଶୁକୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଚେଷ୍ଟା କରିଛନ୍ତି। ଏସସିବି ଡାକ୍ତରୀ ଦଳର ଉଦ୍ୟମ ଦ୍ୱାରା ନିଶ୍ଚିତ ମୃତ୍ୟୁମୁଖରୁ ଫେରିଛି ଦୁଇ ଜୀବନ। ବଡ଼ ମେଡିକାଲରେ ଏଭଳି ଏକ ବିସ୍ମୟ ଘଟଣା ଘଟିଛି। ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଯଦି ଉଭୟ ସଙ୍କଟାପନ୍ନ ଅବସ୍ଥାରୁ ଆରୋଗ୍ୟ ଲାଭ କରନ୍ତି, ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସ୍‌‌ସିବି ମେଡିକାଲ ନିଶ୍ଚିତ ରୂପେ ସଫଳତାର ଏକ ନୂଆ ଫର୍ଦ୍ଦ ଯୋଡ଼ିବ।
ଯାଜପୁର ଜାରକା ଅଞ୍ଚଳର ମଞ୍ଜୁଲତା କାଣ୍ଡି (୩୫) ଏନକ୍ଲାନସିଆ ରୋଗରେ ଆକ୍ରାନ୍ତ ଥିଲେ। ଏହି ରୋଗ ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଦେଖାଦିଏ। ଏନକ୍ଲାନସିଆରେ ଆକ୍ରାନ୍ତ ହେଲେ ଗର୍ଭବତୀଙ୍କ ରକ୍ତଚାପ ଅହେତୁକ ବୃଦ୍ଧି ଘଟେ। ବୃକ୍‌‌କ ନଷ୍ଟ ହୋଇଯାଏ। ବାତ ମାରେ ଏବଂ ଶରୀର ମଧ୍ୟ ଫୁଲିଯାଏ। ଏସ୍‌‌ସିବି ମେଡିକାଲର ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ ଏନକ୍ଲାନସିଆ ରୋଗ ଆରୋଗ୍ୟସାଧ୍ୟ। ଏହି ରୋଗରେ ଗର୍ଭବତୀ ମହିଳାଙ୍କର ପ୍ରାରମ୍ଭରୁ ଚିକିତ୍ସା କରାଯିବା ଆବଶ୍ୟକ। ହେଲେ ମଞ୍ଜୁ ଗୁରୁତର ଅବସ୍ଥାରେ ଏସ୍‌‌ସିବିକୁ ଆସିଥିଲେ। କାଜୁଆଲଟିକୁ ଅଣାଯିବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇ ତାଙ୍କୁ ପ୍ରସୂତି ଗୃହକୁ ନିଆଯାଇଥିଲା। ହେଲେ ପ୍ରସୂତି ଗୃହକୁ ଯିବା ବେଳକୁ ମଞ୍ଜୁଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଇଛି ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ।
ସେ ହୃଦଘାତର ଶିକାର ହୋଇଥିବା ଅନୁମାନ କରାଯାଇଥିଲା। ମୃତପ୍ରାୟ ମଞ୍ଜୁ ଅସ୍ତ୍ରୋପଚାର ଶଯ୍ୟାରେ ପଡ଼ି ରହିଥିଲେ। ଠିକ ଏହି ସମୟରେ ଡାକ୍ତରମାନେ ମଞ୍ଜୁଙ୍କ ଗର୍ଭରେ ଥିବା ଶିଶୁର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଶିଶୁର ହୃଦସ୍ପନ୍ଦନ ଚାଲୁଥିବା ଜାଣି ଡାକ୍ତରୀଦଳ ପେରିପାର୍ଟମ ସିଜରିଆନ କରିବାକୁ ଯୋଜନା କରିଥିଲେ। ଉଭୟଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଡାକ୍ତରୀ ଦଳ ନିକଟରେ ଖୁବ୍‌‌ କମ୍‌‌ ସମୟ ଥିଲା। ଏଣୁ ଏକ ସଙ୍ଗରେ ଉଭୟଙ୍କ ଜୀବନରକ୍ଷା ପାଇଁ ଉଦ୍ୟମ କରାଯାଇଥିଲା। କାର୍ଡିଓ ପଲମୋନାରୀ ରିଷ୍ଟୋରେସନ ପଦ୍ଧତି ଦ୍ୱାରା ମଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବାକୁ କିଛି ଡାକ୍ତର ଚେଷ୍ଟା କରିଥିଲେ। ଏ ଦିଗରେ କେତେକାଂଶରେ ସଫଳ ହୋଇଥିଲେ। ଅପରପକ୍ଷରେ ଅସ୍ତ୍ରୋପଚାର କରାଯାଇ ମଞ୍ଜୁଙ୍କ ଗର୍ଭରୁ ଶିଶୁକୁ କଢ଼ାଯାଇଥିଲା। ଏସ୍‌‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ସୂଚନା ଅନୁଯାୟୀ, ଉଭୟଙ୍କୁ ବଞ୍ଚାଇବା ପାଇଁ ଏହି ଉଦ୍ୟମ କରାଯାଇଛି। ଏବେ ତିନିଟି ବିଭାଗର ଡାକ୍ତରୀ ଦଳ ସେମାନଙ୍କ ଜୀବନରକ୍ଷା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏଭଳି ଘଟଣା ଏସ୍‌‌ସିବି ମେଡିକାଲରେ ଦ୍ୱିତୀୟଥର ଘଟିଥିବା ଜଣାପଡ଼ିଛି।
କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି (Station Officer), ଚାରିଗୋଟି (Leading Fireman), ତିନି ଗୋଟି ହାବିଲଦାର, ତିନି ଗୋଟି (Fireman Driver) ଏବଂ ୩୦ଟି (Fireman) ପଦବୀ। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ ।
ଚିକିତ୍ସା ନପାଇ ଘରକୁ ଫେରିଥିଲେ ଚିନ୍ମୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ହେଲା ଚିକିତ୍ସା ବ୍ୟବସ୍ଥା
କଟକ: ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିବାରୁ ଏସ୍‌‌ସିବି ମେଡିକାଲକୁ ଆସିଥିଲେ। ଏଠାରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ। ଏକାଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଡାକ୍ତର କହିଥିଲେ। ହେଲେ କେଉଁଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସବୁ କରାଇବାକୁ ପଡ଼ିବ ତାହା ଜଣାନଥିଲା। ଏହାଛଡ଼ା ସ୍ୱାସ୍ଥ୍ୟ ପରୀକ୍ଷା ସବୁ ସମୟ ସାପେକ୍ଷ ବୋଲି ଜାଣିବା ପରେ ଘରକୁ ଫେରି ଯାଇଥିଲେ। ଏ ସଂକ୍ରାନ୍ତରେ ଜନୈକ ସମାଜସେବୀ ଟୁଇଟ୍‌‌ ଜରିଆରେ ଅଭିଯୋଗ କରିଥିଲେ। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ କ୍ରମେ ଉକ୍ତ ରୋଗୀଙ୍କୁ ଏସସିବି ମେଡିକାଲରେ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଶଶିକାନ୍ତ ସେଠୀଙ୍କ ଝିଅ ଚିନ୍ମୟୀ(୧୧)। ପିଲାଦିନୁ ଚିନ୍ମୟୀଙ୍କର ହୃଦରୋଗ ରହିଛି। ପ୍ରାୟ ସମୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ। ୫ବର୍ଷ ପୂର୍ବେ ପରିବାର ଲୋକେ ତାଙ୍କୁ ଧରି ଏସ୍‌‌ସିବି ହୃଦରୋଗ ବିଭାଗକୁ ଆସିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ସେତେବେଳେ ଏଠାରେ କୌଣସି ଚିକିତ୍ସା କରାଯାଇନଥିଲା। ବରଂ ଝିଅକୁ ଧରି ହାଇଦ୍ରାବାଦ ଚାଲିଯିବାକୁ ଜନୈକ ଡାକ୍ତର କହିଥିଲେ। ଏହା ପରେ ଚିନ୍ମୟୀ ନିୟମିତ ଔଷଧ ଖାଉଥିବା ହେତୁ ଛାତି ଯନ୍ତ୍ରଣା ଆଉ ଜଣା ପଡ଼ିନଥିଲା। କିଛି ଦିନ ପୂର୍ବେ ପୁଣି ଥରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଶୋଇଥିବା ବେଳେ ହେଉ କିମ୍ବା ବସିଥିବା ବେଳେ ହଠାତ ସେ ଧଇଁସଇଁ ହୋଇ ପଡନ୍ତି। ଛାତିକୁ ଜାବୁଡି ଧରି କାନ୍ଦିବାକୁ ଲାଗନ୍ତି। ପୁଣି ଥରେ ଛାତିର ସମସ୍ୟା ଦେଖା ଦେଇଥିବାରୁ ବାପା ଶଶିକାନ୍ତ ଝିଅକୁ ଧରି ବୁଧବାର ଦିନ ଏସ୍‌‌ସିବି ମେଡ଼ିକାଲକୁ ଆସିଥିଲେ। ହେଲେ ଏଠାକୁ ଆସି ହଡବଡେଇ ଯାଇଥିଲେ। କେଉଁଠାରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବାକୁ ହୁଏ ଜାଣି ପାରିନଥିଲେ। ଝିଅ ଚିନ୍ମୟୀକୁ ଧରି ମେଡ଼ିକାଲ ଭିତରେ ବୁଲିବା ପରେ ଘରକୁ ଫେରି ଯାଇଥିଲେ। ଜନୈକ ସମାଜସେବୀ ଘଟଣା ସଂକ୍ରାନ୍ତରେ ଟୁଇଟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘଟଣା ସଂକ୍ରାନ୍ତରେ ଜାଣିପାରି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ଚିନ୍ମୟୀଙ୍କୁ ଶନିବାର ଦିନ ଏସ୍‌‌ସିବି ମେଡ଼ିକାଲ ଆସିବାକୁ କୁହାଯାଇଛି ବୋଲି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ ଜଣାଇଛନ୍ତି।
ରୋଗୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଏସ୍‌‌ସିବି ମେଡିକାଲରେ ୪ଟି ହେଲ୍ପ ଡେସ୍କ କାର୍ଯ୍ୟ କରୁଛି। ତଥାପି ଜଣେ ରୋଗୀ ଏଭଳି ସମସ୍ୟାରେ ପଡ଼ି ଘରକୁ ଫେରିଯିବା ଘଟଣା ହେଲ୍ପ ଡେସ୍କର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯୋଗ୍ୟ, ବିଭିନ୍ନ କ୍ଷେତ୍ରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ ମାସରେ ଏସ୍‌‌ସିବି ମେଡିକାଲରେ ସହାୟତା କେନ୍ଦ୍ର ଖୋଲିଥିଲା। ଏକ ସଙ୍ଗରେ ୪ଟି ସହାୟତା କେନ୍ଦ୍ର କାର୍ଯ୍ୟ କରିଥିଲା। ବଡ ମେଡିକାଲର ମଙ୍ଗଳାବାଗ ପାର୍ଶ୍ବ ମୁଖ୍ୟ ଫାଟକ, ରାଣୀହାଟ ପାର୍ଶ୍ବ ଫାଟକ, ନନଟ୍ରମା କାଜୁଆଲିଟି ସମ୍ମୁଖ ଏବଂ ମେଡ଼ିକାଲ ପରିସରସ୍ଥ ତାରିଣୀ ମନ୍ଦିର ନିକଟରେ ଗୋଟିଏ ଲେଖାଏ ସହାୟତା କେନ୍ଦ୍ର ଖୋଲାଯାଇଥିଲା। କେନ୍ଦ୍ର ପରିଚାଳନା ନିମନ୍ତେ ମିଶନ ଶକ୍ତି ଜରିଆରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୧୭ଜଣ ମହିଳାଙ୍କୁ ସିଏମସି ପକ୍ଷରୁ ବଛାଯାଇ ଦାୟିତ୍ୱ ଦିଆଯାଇଛି।
ଇତିହାସ ରଚିଲା ଏସ୍‌‌ସିବି : ଗୋଟିଏ ରାତିରେ ଦୁଇ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ
କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। ପ୍ରଥମଥର ପାଇଁ ରାଜ୍ୟର ସର୍ବପୁରାତନ ସରକାରୀ ହସ୍ପିଟାଲ ଏଭଳି ପ୍ରତିରୋପଣ କରି ରଚିଛି ଇତିହାସ। ପ୍ରକାଶ ଯୋଗ୍ୟ, ଏସ୍‌‌ସିବି ମେଡିକାଲରେ ଏହା ପାଲଟିଛି ୫ମ ଏବଂ ୬ଷ୍ଠ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ।
ଜଗତପୁର ଅଞ୍ଚଳର ୫୭ବର୍ଷୀୟ ତନୁଜା କର ସିଟିଭିଏସ୍‌‌ ବିଭାଗରେ ଚିକିତ୍ସିତ ହେଉଥିଲେ। ସେ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍‌‌ ଘୋଷଣା କରିଥିଲେ। ତନୁଜାଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଷ୍ଟେଟ୍‌‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ଏସ୍‌‌ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଟିଭିଏସ୍‌‌ ବିଭାଗରେ ପହଞ୍ଚିଥିଲେ।
ସେଠାରୁ ତନୁଜାଙ୍କ ଶରୀରରୁ ଦୁଇ କିଡନୀ ମଙ୍ଗଳବାର ରାତିରେ ସଫଳତାର ସହ କଢ଼ାଯାଇଥିଲା। ଇତି ମଧ୍ୟରେ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ତୁରନ୍ତ ଡକାଯାଇଥିଲା। ପ୍ରଥମ ତାଲିକାଅନୁସାରେ ବଡ଼ ମେଡିକାଲରେ ପହଞ୍ଚିଥିଲେ ୨୨ବର୍ଷୀୟ ଆଲୋକ। ତାଙ୍କ ଘର କଟକରେ ବୋଲି ପ୍ରାଥମିକ ସୂଚନା ମିଳିଛି। ଆଲୋକଙ୍କ ଦେହରେ ତନୁଜାଙ୍କ କିଡ୍‌‌ନୀ ପ୍ରତିରୋପଣ ହୋଇଛି। ସେହିପରି ଅନ୍ୟ ଏକ କିଡ୍‌‌ନୀ ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କରର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।  ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଏକ କାଡାଭରିକ ପ୍ରତିରୋପଣ ନିମନ୍ତେ ଏସ୍‌‌ସିବି ମେଡିକାଲରେ ଉଦ୍ୟମ କରାଯାଇଥିଲା। ହେଲେ କିଡ୍‌‌ନୀ ମେଳ ନ ଖାଇବାରୁ ଏହା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ପ୍ରତିରୋପଣ କରାଯାଇଥିଲା।