M. Venkaiah Naidu - The Sakala

ସମାବର୍ତ୍ତନ ଉତ୍ସବ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚାଲିଛି କରୋନା ପରୀକ୍ଷା
ଭୁବନେଶ୍ଵର: ଏପ୍ରିଲ ୩ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆସୁଛନ୍ତି ଉପରାଷ୍ଟ୍ରପତି। ୫୦ ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଯୋଗଦେବାର କାର୍ଯ୍ଯକ୍ରମ ରହିଛି।  ଏହା ପୂର୍ବରୁ କ୍ୟାମ୍ପସରେ କରୋନା ପରୀକ୍ଷା କରାଯାଉଛି । ସମାବର୍ତ୍ତନ ଉତ୍ସବରେ ଯେଉଁମାନେ  ଯୋଗଦେବେ ସେମାନଙ୍କର କୋଭିଡ ପରୀକ୍ଷା କରାଯାଉଛି। ସକାଳୁ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିଜେ ଟେଷ୍ଟ ଆରମ୍ଭ ହୋଇଛି। କେବଳ ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ସବରେ ସାମିଲ ହେବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି।

ସମାବର୍ତ୍ତନ ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କାର ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଉଛି । ଏହା ସହିତ ଉପରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ଅନ୍ୟ ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ମଧ୍ୟ ଆରଟିପିସିଆର କରୋନା ପରୀକ୍ଷା କରାଯିବ ।

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି
ଭୁବନେଶ୍ବର: ଭାରତର ମହାମାନ୍ୟ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ଭେଙ୍କୟା ନାଇଡୁଙ୍କର ଓଡ଼ିଶା ଗସ୍ତ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ପାଇଁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡରେ ଆୟୋଜିତ ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଉପରାଷ୍ଟ୍ରପତିଙ୍କ ଆଗମନ ଏବଂ ବିଭିନ୍ନ କାର୍ଯ୍ଯକ୍ରମ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଉପରେ ଆଲୋଚନା କରିଥିଲେ ।

ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କର ଆର୍.ଟି.ପି.ସି.ଆର୍. ପ୍ରକ୍ରିୟାରେ କୋଭିଡ଼-୧୯ ପରୀକ୍ଷା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଭୁବନେଶ୍ବର ଓ କଟକ ପୌରପରିଷଦ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଟକ ସ୍ଥିତ ସାରଳା ଭବନ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ଦ୍ଧାରିତ ଉତ୍ସବ ମଞ୍ଚରେ ବସିବାକୁ ଥିବା ଅତିଥ, ଶିକ୍ଷାବିତ ଏବଂ ମଞ୍ଚ ଉପରୁ କୌଣସି ପ୍ରକାର ପ୍ରମାଣପତ୍ର, ମେଡାଲ୍ ବା ଡ଼ିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ଆର.ଟି.ପି.ସି.ଆର କୋଭିଡ ଟେଷ୍ଟ କରାଇବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସଭାସ୍ଥଳରେ ବସିବାକୁଥିବା ସମସ୍ତ ଶ୍ରୋତାମାନଙ୍କର ଆଷ୍ଟିଜେନ୍ ଟେଷ୍ଟ କରାଯିବ। ସଭାର ଆୟୋଜକମାନେ ପରସ୍ପରଠାରୁ ୬ ଫୁଟର ଦୁରତାରଖି ବସିବା ବ୍ୟବସ୍ଥା କରାଇବେ। ବିମାନ ବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦିଷ୍ଟ ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀମାନଙ୍କର କୋଭିଡ ଟେଷ୍ଟ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିମାନ ବନ୍ଦରଠାରୁ ଆରମ୍ଭ କରି ସଭାସ୍ଥଳ ଏବଂ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ୍ ନିୟମ କଡାକଡି ଭାବେ ଲାଗୁ କରାଇବାକୁ ଶ୍ରୀ ମହାପାତ୍ର ପୁଲିସ ଏବଂ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦର ବା ସଭାସ୍ଥଳରେ କୌଣସି ପ୍ରକାର ଫୁଲତୋଡା ବା ଅନ୍ୟାନ୍ୟ ଉପହାର ଆଦି ସିଧାସଳଖ ନ ଦେବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳା ଜଣାଇଥିଲେ ଯେ‌ ଉପରାଷ୍ଟ୍ରପତି ଏପ୍ରିଲ ମାସ ୨ ତାରିଖ ଦିନ ପୂର୍ବାହ୍ନରେ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଯିବେ । ସେହିଦିନ ଅପରାହ୍ନରେ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସାରଳା ଭବନଠାରେ ଆଦି କବି ସାରଳାଦାସଙ୍କ ୬୦୦ ତମ ଜନ୍ମ ଉତ୍ସବ ଏବଂ ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହର ଉଦଯାପନୀ ଉତ୍ସବରେ ଯୋଗଦେବେ ।

ଏପ୍ରିଲ ୩ ତାରିଖ ଦିନ ପୂର୍ବାହ୍ନରେ ଉପରାଷ୍ଟ୍ରପତି ଭତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେହିଦିନ ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ।

ଏହି ଗସ୍ତ ଓ ସମସ୍ତ କାର୍ଯ୍ଯକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ ଓ ଏସ୍.ଓ.ପି. ଅନୁସାରେ ଯାତାୟତ, ସଭା ଆୟୋଜନ, ସ୍ବାସ୍ଥ୍ୟ, ଆମ୍ବୁଲାନସ୍ ସେବା, ନିରାପତ୍ତା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ସମସ୍ତ ବ୍ୟବସ୍ଥା ନିର୍ଭୁଲଭାବେ କରିବା ସହ ସେସବୁର ଆଗୁଆ ପରୀକ୍ଷା (ଡ୍ରାଏ- ରନ୍) ନେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁଲିସ, ସଂପୃକ୍ତ ବିଭାଗ ଏବଂ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୁଲିସ ଆରକ୍ଷୀ ମହା ନିରୀକ୍ଷକ ଶ୍ରୀ ଅଭୟ କୁମାର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା ସୂଚନା ଓ ଲୋକ ସଂପର୍କ ଶାସନ ସଚିବ ଶ୍ରୀ ସଂଜୟ ସିଂଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କଟକ ଓ ଖୋର୍ଦ୍ଧାର ଜିଲ୍ଲାପା ଭିଡ଼ିଓ କନଫେରେନ୍ସି ମାଧ୍ୟମରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

ସେହିପରି ଆଜି  ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଥିତି ପରଖିଛନ୍ତି ବିଏମସି କମିଶନର ଓ କମିଶନରେଟ ପୁଲିସ।