Department of Excise Government - The Sakala

ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର
ଭୁବନେଶ୍ୱର:  ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ନୂଆଦିଲ୍ଲୀର ଶାହାବାଦଦୌଲତପୁର ସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ବି.ଆର.ଆମ୍ବେଦକର ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଗ୍ରହଣ କରିଛନ୍ତି ।

ଅବକାରୀ ବିଭାଗରେ ଇ-ଅବକାରୀ କମ୍ପ୍ୟୁଟରୀକରଣ ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ କାର୍ଯ୍ୟକାରିତା ପାଇଁ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲର ସୁପାରିଶ୍‍ ଆଧାରରେ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ବ୍ୟତିତ ରାଜ୍ୟ ଅବକାରୀ ବିଭାଗ ଚଳିତ ଆର୍ଥିକ ବର୍ଷରେ ଜାତୀୟ ସ୍ତରରେ ଆଉ ଦୁଇଟି ପୁରସ୍କାର ଗ୍ରହଣ କରିଛି । ଇ-ଅବକାରୀର ସଫଳ କାର୍ଯ୍ୟକାରିତା ପାଇଁ ଅବାକାରୀ ବିଭାଗ ସମ୍ମାନଜନକ ଡିଜିଟାଲ୍‌ ଇଣ୍ଡିଆ ସ୍ୱଣ୍ଣଁ ପୁରସ୍କାର ପାଇଛି ଏବଂ ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଠାରୁ ୭ ଜାନୁୟାରୀ ୨୦୨୩ ରେ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏବଂ ଅବକାରୀ କମିଶନର ଆଶିଷ କୁମାର ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅବକାରୀ ବିଭାଗରେ ଆଇସିଟି କାର୍ଯ୍ୟକାରିତା ପାଇଁ ୨୦୨୨ ଡିସେମ୍ବର ୨୫ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟର ଠାରେ ରାଜ୍ୟ ଅବକାରୀ ବିଭାଗକୁ ସ୍କଚ୍‍ ଗ୍ରୁପ୍‍ର ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ସରକାରଙ୍କ ୫ଟି ପଦକ୍ଷେପ ସହିତ ରାଜ୍ୟ ଅବକାରୀ ବିଭାଗ ୨୦୧୯-୨୦ ରୁ ଏନ୍‍ଆଇସି ସହାୟତାରେ ଇ-ଅବକାରୀ ଡିଜିଟାଲ କାର୍ଯ୍ୟକ୍ଷେତ୍ରରେ ରୂପାନ୍ତରିତ ହୋଇଛି ଏବଂ ଇ-ଲଟେରୀ ଭଳି ୪୦ ରୁ ଅଧିକ ଅନଲାଇନ୍‍ ମଡ୍ୟୁଲ ଯଥା ତକ୍ରାଳ ଇସ୍ୟୁ ଏବଂ ନବୀକରଣ, ବ୍ରାଣ୍ଡ ଲେବଲ୍‌ ରେଜିଷ୍ଟ୍ରେସନ୍‌ ସହିତ ୧୦୦% ଅନଲାଇନ୍‍ ଦେୟ ପ୍ରଦାନ, ଡିପିଆର, ସିସିଆଇଏସ୍‍, ଏସ୍‍ଆଇଆର ଏବଂ ରେଡ୍‌ ସ୍ପଟ୍‌ ଏବଂ ଅବକାରୀ ଦୋକାନ ଇତ୍ୟାଦି ଟ୍ରାକିଂ ପାଇଁ ମୋବାଇଲ୍‌ ଆପ୍‌ ବିକାଶ କରାଯାଇଛି । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଉପାୟରେ କାର୍ଯ୍ୟକାରୀ ହେବା ସହିତ, ଧାର୍ଯ୍ୟ ସମୟରେ ସେବା ଯୋଗାଣ, ଶାରୀରିକ କାର୍ଯ୍ୟ ହ୍ରାସ, ତକ୍ରାଳନ ଫଏସଲା ଗ୍ରହଣ ଆଦି ସେବା ପ୍ରଦାନ କରୁଛି ।

ଏହା ଦ୍ୱାରା ଏନ୍‍ଫୋର୍ସମେଣ୍ଟ କାର୍ଯ୍ୟକଳାପର ସଠିକ କାର୍ଯ୍ୟକାରିତା ଏବଂ ମନିଟରିଂ, ବିଷାକ୍ତ ଓ ଚୋରା ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ବିତରଣ, ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ସର୍ବୋପରି, ବ୍ୟବସାୟରେ ସହଜତା ଏବଂ ବିଭାଗ ପ୍ରତି ଜନସାଧାରଣଙ୍କ ଧାରଣାରେ ପରିବର୍ତ୍ତନ କରାଯାଇ ପାରିଛି । ଅବକାରୀ ବିଭାଗରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ଯୋଗୁଁ ସଫଳ ମନିଟରିଂ ଏବଂ ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ସୁଦୃଢ ସହିତ ବିଭାଗରେ ସ୍ୱଚ୍ଛତା ଅଣାଯାଇ ପାରିଛି ।