SRC - The Sakala
ଫୁଲୁଛି ମହାନଦୀ, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି
ଭୁବନେଶ୍ବର: ଫୁଲୁଛି ମହାନଦୀ। ଲଗାଣ ବର୍ଷା ହେବା ଫଳରେ ଧୀରେଧୀରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି। ଜଳସ୍ତର ବଢିବା ଯୋଗୁଁ ତିଗିରିଆ ସୋମପଡାରୁ ଖଣ୍ଡହତା ଗାଁକୁ ଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ବାଙ୍କିର ହୁଳୁହୁଳା ପୋଲ ଦେଇ ମହାନଦୀର ବନ୍ୟାଜଳ ପଶି ତିଗିରିଆ ଓ ଉତ୍ତରବାଙ୍କୀ ଅଞ୍ଚଳର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି।
ଆଜି ସକାଳ ୮ଟା ସୁଦ୍ଧା ମହାନଦୀ ନଦୀରେ ୫.୭୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସମ୍ବଲପୁର, ସୋନେପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ବିଶେଷ ଧ୍ୟାନ ଦିଆଯିବ। କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ସମ୍ଭାବନା ରହିଛି। ଯେକୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପଶିଥିବା ରାସ୍ତା ଓ ପୋଲ ଉପରୋ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।
ସମ୍ଭାବ୍ୟ ଲଘୁଚାପ ପାଇଁ ମତ୍ସ୍ୟଜୀବୀଙ୍କୁ ୨୩ରୁ ସମୁଦ୍ର ମନା: SRC
ଭୁବନେଶ୍ବର: ସମ୍ଭାବ୍ୟ ଲଘୁଚାପ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ୨୩ରୁ ସମୁଦ୍ର ମନା । ଏ ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୨ ମେ’ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି। ଝଟକା ପବନର ଗତି ୬୦କିମି ପ୍ରତି ଘଣ୍ଟା ହେବାର ଅନୁମାନ କରାଯାଇଛି। ୨୪ ସକାଳୁ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ସେତେବେଳେ ପବନର ଗତି ଘଣ୍ଟାକୁ ୫୦ରୁ ୬୦ ଓ ସ୍ଥଳବିଶେଷରେ ୭୦ କିମି ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୩ ତାରିଖ ସକାଳୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୩ ପୂର୍ବରୁ କୂଳକୁ ଫେରି ଆସିବାକୁ କୁହାଯାଇଛି।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ବଭିିନ୍ନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
-ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନ ଗର ଉନ୍ନୟନ ବିଭାଗ ପକ୍ଷରୁ ବିଭନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହ ଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିିଆଯାଇଛି ।
-ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
-ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ଓ ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି ।
-ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ସହ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦୁ୍ୟତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନିଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
-ଗ୍ରୀଷ୍ମପ୍ରବାହ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଷ୍ଟର, ଲିଫ୍‌ଲେଟ୍‌ ଓ କ’ଣ କରିବାକୁ ହେବ ଓ କ’ଣ ନକରିବା ଉଚିତ, ମଣିଷ ଓ ପ୍ରାଣୀସଂପଦର ସୁରକ୍ଷା ଦିଗରେ ଏଭଳି ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି ।
-ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍‌ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ବାଚନ ସମୟ ହୋଇଥିବାରୁ ଗ୍ରୀଷ୍ମପ୍ରବାହ ନେଇ ଅଧିକ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ସାଧାରଣ ନିର୍ବାଚନ ୨୦୨୪ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ଏସଆରସି । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ପାନୀୟ ଜଳର ବ୍ୟବସ୍ଥା, ସାମୟିକ ଆଶ୍ରୟସ୍ଥଳୀ ନିର୍ମାଣ, ଶ୍ରମ ସମୟ ହ୍ରାସ କରିବା, ସ୍କଲୁ ଓ କଲେଜରେ ଶିକ୍ଷାଦାନ ସମୟ ହ୍ରାସ କରିବା, ଜରୁରୀକାଳିନ ଓ ଡାକ୍ତରୀ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଏସଆରସି । ନିର୍ବାଚନ ଋତୁ ଆରମ୍ଭ ହୋଇଯାଇଥିବାରୁ ରାଲି ସମୟରେ ସତର୍କତା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତ୍ୟେକ ରାଜ୍ୟମାନଙ୍କୁ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ଆଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସମସ୍ତ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି । ଏହା ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଫିସର ଓ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଏବଂ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।
ଆସନ୍ତା ୧୫ରୁ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ଅନୁମାନ କରାଯାଇଛି । ଏଥିଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ରହିଛି । ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସହରର ତଳିଆ ଅଞ୍ଚଳରେ ପାଣି ଜମିଲେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପମ୍ପ୍‌ ଲଗାଇ ବର୍ଷା ଜଳ ନିଷ୍କାସନ କରିବାକୁ କୁହାଯାଇଛି। ଜଳ ନିଷ୍କାସନ ଲାଗି ଡ୍ରେନ୍‌ ଗୁଡିକୁ ସଫା ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ନଦୀ ଓ କେନାଲର ଦୁର୍ବଳ ବନ୍ଧ ଉପରେ ନଜର ରଖିବା ସହ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ଥାନରେ ଆବଶ୍ୟକ ସାମଗ୍ରୀ ରଖିବାକୁ ପରାମର୍ଶ ଦେଇଛନ୍ତି ।
ତେବେ ଆଜି ସକାଳୁ ଟ୍ୱିନ୍‌ ସିଟି ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ତଳୁଆ ଅଞ୍ଚଳ ଓ ଅଣ୍ଡରପାସ ରୋଡରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା, ୨ ଜିଲ୍ଲାକୁ ଆଲର୍ଟ କଲେ ଏସଆରସି
ଭୁବନେଶ୍ବର: ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଝାଡଖଣ୍ଡ ଗାଲୁଡିହ ବ୍ଯାରେଜରୁ ଅଧିକ ପାଣି ଛଡାଯାଇଛି। ରାତି ୮ଟାରେ ୧୪ଟି ଗେଟ୍ ଦେଇ ସାଢେ ୩ଲକ୍ଷ କ୍ଯୁସେକ ଜଳ ଛାଡିଛି। ଏହାରି ପ୍ରଭାବରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଏ ନେଇ ବାଲେଶ୍ବର ଓ ମୟୁରଭଞ୍ଜ  ଜିଲ୍ଲାପାଳ ମାନଙ୍କୁ ଆଲର୍ଟ କରାଯାଇଛି। ମୁକାବିଲ ପାଇଁ ଅତିିରିକ୍ତ ୨ଟି ଲେଖାଏଁ ଓଡ୍ରାଫ ଓ ଏନଡିଆରଏଫ ଟିମ ପଠାଯାଇଛି। ୮ଟି ଅଗ୍ନିଶମ ବାହିନୀ ଟିମ୍ ମଧ୍ଯ ବାଲେଶ୍ବର ଜିଲ୍ଲାକୁ ତତ୍କାଳ ପଠାଯାଇଛି। ଏ ନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ କରି ସୂଚନା ଦେଇଛନ୍ତି।
ବର୍ଷା ଓ ବନ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ପ୍ରେସମିଟ : ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । ପ୍ରଶାସନର ଟାର୍ଗେଟରେ ରହିବ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ । ଅଵପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ଵରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ ୭ ଟି ଗେଟ ଖୋଲିଛନ୍ତି। ସେଠାରୁ 1 ଲକ୍ଷ 5 ହଜାର କ୍ୟୁସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ। ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।
ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ୩୭ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ହୀରାକୁଦରୁ ୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେବ । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡି ରେ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କ୍ୟୁସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ।
ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ, ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ରହିଛି ଚ୍ଯାଲେଞ୍ଜ- ଏସଆରସି
ଭୁବନେଶ୍ବର: ବର୍ଷା ଓ ବନ୍ୟା ସ୍ଥିତ ନେଇ ଏସଆରସି  ସୂଚନା ଦେଇଛନ୍ତି। ସ୍ଥଳଭାଗ ଅତିକ୍ରମ କରି ସାରିଛି ଗଭୀର ଅବପାତ। ଦୀଘାରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ । ସନ୍ଧ୍ୟା ୭ଟାରୁ ୮ଟା ମଧ୍ଯରେ ସ୍ଥଳଭାଗ ଅତିକ୍ରମ କରିଛି ଗଭୀର ଅବପାତ। ଉତ୍ତର ବାଲେଶ୍ବରରେ ୨ ଘଣ୍ଟା ଧରି ବର୍ଷା ଜାରି ରହିଛି ବୋଲି ଏସଆରସି କହିଛନ୍ତି। ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ ଘଣ୍ଟା ପର୍ଯ୍ଯନ୍ତ ବର୍ଷା ଜାରି ରହିବ । କାଲି ବାଲେଶ୍ବର ମୟୁରଭଞ୍ଜା ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ତଳିଆ ଅଞ୍ଚଳର ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରର ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ବରକୁ ୨ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ ପଠା ଯାଇଛି।
ତେବେ ମୁଣ୍ଡଳିରେ ଜଳସ୍ତର ମଧ୍ଯ କମିଛି। ମହାନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ନାହିଁ । ୨ଦିନ ହେଲା କୌଣସି ନଦୀରେ ଘାଇ ହୋଇ ନାହିଁ । ତୀବ୍ର ଅବପାତ ଓଡିଶାରୁ କ୍ରସ ନକରିବା ଯାଏ ବଡ ଚ୍ଯାଲେଞ୍ଜ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି।
ଭୁବନେଶ୍ବର: ବନ୍ୟା ସ୍ଥିତ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଉ ୪ଟି ଗେଟ ବନ୍ଦ ହୋଇଛି। ବର୍ତ୍ତମାନ ୨୦ଟି ଗେଟ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୧.୯୩ ଫୁଟ୍ ରହିଛି। ଜଳଭଣ୍ଡାର ୩ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଥିବା ବେଳ ୪ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତା କଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫ରେ ପହଞ୍ଚିବାର ଲକ୍ଷ ରହିଛି ବୋଲି ଏସଆରସି  ପ୍ରଦୀପ ଜେନା କହିଛନ୍ତି।ମୁଣ୍ଡୁଳିରେ ୯ ଲକ୍ଷ ୪୮ ହଜାର କ୍ଯୁସେକ ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ମୁଣ୍ଡୁଳିରେ ଜଳସ୍ତର କମୁଛି । ଆଗରୁ ଯେତିକି ବର୍ଷା ହୋଇଥିଲା ତାହା ଏବେ ମିସୁଛି । ସେଥିପାଇଁ ଧିରେ ଧୀରେ ଖସୁଛି ।
ଗତକାଲି ବିଭିନ୍ନ ସ୍ଥାନରେ ବର୍ଷା ୨୦ ମିଲି ହୋଇଛି । ବୌଦ୍ଧରେ ୭୧.୩, ଦେଓଗଡ଼ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୨୦ ମିଲି ହାରାହାରି ବର୍ଷା ହୋଇଛି । ବୌଦ୍ଧ କଣ୍ଟାମାଳରେ ସର୍ବାଧିକ ବର୍ଷା ହୋଇଛି । ୧୯ଟି ବ୍ଲକରେ ୪୦ରୁ ୫୦ ମିଲି ବର୍ଷା ହୋଇଛି । ଗତକାଲି ବର୍ଷା ପ୍ରଭାବରେ ହୀରାକୁଦ ତଳ ମୁଣ୍ଡରେ ପାଣି ବଢିବ । ତେଣୁ ୪ଟି ଗେଟ ବନ୍ଦ ପାଇଁ ନିଷ୍ପତି ହୋଇଛି ।
ମୁଣ୍ଡଳୀର ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ହୋଇନାହିଁ । ତଥାପି ଗାଁ ମାନଙ୍କରେ ପାଣି ଖସି ନାହିଁ । ୯ ଲକ୍ଷ ତଳକୁ ଗଲେ ପାଣି ଖସିବ । ୨ ଲକ୍ଷ ୭୭ ହଜାର ୯୯୫ ପ୍ରଭାବିତ ହୋଇଥିଲେ । ଗତକାଲି ସୁଦ୍ଧା ୨ ଲକ୍ଷ ୪୩ ହଜାର ୩୪୩ କୁ ଯୋଗାଇଦିଆଯାଇଛି । ୧୫୯ ମେଡ଼ିକାଲ କ୍ୟାମ୍ପ, ୧୧୦ ମୋବାଇଲ ଟିମ ବୁଲୁଛନ୍ତି । ୫ଟି ସାପ କାମୁଡା କେସ ଆସିଛି ।
୨୮୫ଟି କାଟେଲ କ୍ୟାମ୍ପ୍‌ । ୧୦ ହଜାର ପଶୁଙ୍କୁ ଚିକିତ୍ସା କରାଯାଇଛି । ୫ ହଜାର ୧୪ ହଜାର ୪୮୮ ଟିକା ଦିଆଯାଇଛି । ୭ଟି ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ ପହଞ୍ଚି ଯାଇଛି । ଗୋଖାଦ୍ୟ ବଣ୍ଟନରେ କୌଣସି ଅସୁବିଧା ହେବ ନାହିଁ । ରନ୍ଧା ଖାଦ୍ୟ ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ୫ଟି ଜିଲ୍ଲାରେ ୧୫ ଦିନ ରିଲିଫ ଦିଆଯିବ । ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ। ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ  ୭ – ୮ ଘଣ୍ଟା ଭିତରେ ସ୍ଥଳ ଭାଗ ଛୁଇଁବ । ପବନ ରହିବ । କେନ୍ଦୁଝର, ମୟୁରଭଞ୍ଜ, ଓ ଭଦ୍ରକରେ ପବନ ହେବ । ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି । ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ।
ଆସନ୍ତାକାଲି ୪ଟି ଜିଲ୍ଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼ ଓ ଅନୁଗୁଳରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ । ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା । ହୀରାକୁଦକୁ ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ । କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳ ସ୍ତର କମାଯାଉଛି । ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି ।
ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି । ଜିଲ୍ଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍‌ ଓ ଏନଡିଆରଏଫ ନିୟୋଜିତ କରାଯିବ । ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ ବୋଲି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସନ୍ଧ୍ୟାରେ ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବା ଆକଳନ- ଏସଆରସି
ଭୁବନେଶ୍ବର: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ବନ୍ୟା ସ୍ଥିତିକୁ ନେଇ ଏସଆରସି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ଯରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଥିବା କହିପାରିବା। ଆଗାମୀ ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି। ସନ୍ଧ୍ୟାରେ ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପାସ କରିବା ଆକଳନ କରାଯାଉଛି। ପାଣି ଘେରରେ ଗାଁଗୁଡିକରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାସ୍ଥିତ ଦେଖି ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ମୁକାବିଲାରେ ଦାୟିତ୍ବରେ ସରକାରୀ କର୍ମଚାରୀ ନିୟୋଜିତ ହେବେ। ବର୍ତ୍ତମାନ ହୀରାକୁଦରେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଗେଟ ଖୋଲିବ । ଆବଶ୍ଯକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି। ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି। ଆଗାମୀ ୩ଦିନ ପର୍ଯ୍ଯନ୍ତ ଲୋକମାନେ ସହଯୋଗ କରନ୍ତୁ। ସୁରକ୍ଷା ପାଇଁ ଆବଶ୍ଯକସ୍ଥଳେ ବିଦ୍ଯୁତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ବୋଲି ଏସଆରସି କହିଛନ୍ତି।
ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରିଦିଆଯାଇଛି। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଆହୁରି ଏହି ପାଣି ବଢ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ୭ ଟି ବ୍ଲକ ରେ ୨୦୦ ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । ୧୩୨ ଟି ବ୍ଲକ ରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ। ହୀରାକୁଦର ୮ ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ। ଯାହା ଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡିବା କମିଛି। ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ। ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି। ଯାହା କି ଆସନ୍ତା କାଲି ୧୧ ଲକ୍ଷ କ୍ୟୁସେକ ରେ ପହଞ୍ଚିବ। ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ । ତାହା ବାଦ ଓଡ୍ରାଫର ଆଉ ଏନଡ଼ିଆରଫ ୧୨ ଟି ଓ ଅଗ୍ନି ଶମ ବିଭାଗର ୨୦ ଟି ଟିମ ଅତିରିକ୍ତ ପଠାଯାଇଛି ।
କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା ଓ କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିବ । IMD DG ଙ୍କ ସହ ଆଲୋଚନା ହୋଇଛି । ତାହାର ଏତେ ପ୍ରଭାବ ରହିବ ନାହିଁ ବୋଲି ଏସଆରସି କହିଛନ୍ତି।
ମହାନଦୀରେ ମଧ୍ଯମ ଧରଣର ବନ୍ୟା ଆଶଙ୍କା, ମୁକାବିଲା ପାଇଁ ପ୍ରଶାସନ ସଜାଗ- ଏସଆରସି
ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଲଗାଣ ବର୍ଷା । ଏହି ଲଗାଣ ବର୍ଷା ଫଳରେ ରାଜ୍ଯରେ ବନ୍ଯା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଏହି ସମ୍ଭାବ୍ଯ ବନ୍ଯା ସ୍ଥିତ ମୁକାବିଲା ନେଇ ଏସଆରସି ସୂଚନା ଦେଇଛନ୍ତି। ମହାନଦୀରେ ମଧ୍ଯମ ଧରଣର ବନ୍ୟା ଆଶଙ୍କା ରହିଛି। ଆଜି ରାତିରୁ ବନ୍ୟା ପ୍ରଭାବ ଅନୁଭୂତ ହେବ। ୨୦୧୯ ଅଗଷ୍ଟରେ ଯେଉଁଭଳି ବନ୍ୟାଥିଲା ସେହିଭଳି ହେବା ଆଶଙ୍କା ବୋଲି ଏସଆରସି କହିଛନ୍ତି। ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ । କବେଳ ମହାନଦୀରେ ବନ୍ୟା ଆଶଙ୍କା ରହିଛି। କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁରରେ ବନ୍ଯା ସ୍ଥିତି ଦେଖାଦେବ ବୋଲି ଆକଳନ କରାଯାଇଛି। ସମ୍ଭାବ୍ଯ ବନ୍ଯା ସ୍ଥିତ ମୁକାବିଲା ପାଇଁ ଅଗ୍ନିଶନ , ଓଡ୍ରାଫ, ଏନଡିଆରଏଫର ୨୨ଟି  ଟିମ ନିୟୋଜିତ ହେବେ। ବନ୍ୟା ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧାଖାଦ୍ଯ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନକୁ ସହଯୋଗ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ହୀରାକୁଜରେ ୩୪ଟି ଗେଟ୍ ବର୍ତ୍ତମାନ ଖୋଲା ଅଛି। ଅଧିକ ନ ଖୋଲିବା ପାଇଁ ଯୋଜନା କରାଯାଉଛି। କାଲି ଅପରାହ୍ନ ବେଳକୁ ମୁଣ୍ଡଳୀରେ ପିକରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡଳୀରେ ସାଢେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।