Earth Hour - The Sakala
ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନ ପାଇଁ ଅଭିଯାନ
ନୟାଗଡ଼: ପରିବେଶ ସୁରକ୍ଷା ଓ ବିଦ୍ୟୁତ ସଞ୍ଚୟ ପ୍ରତି ସଚେତନତା ବୃଦ୍ଧି ପାଇଁ ନୟାଗଡ଼ ଜିଲ୍ଲାରେ “ଏର୍ଥ ଆୱର” ପାଳନକୁ ନେଇ ବ୍ୟାପକ ଅଭିଯାନ ଆରମ୍ଭ କରିଛି “ସେଣ୍ଟର ଫର୍ ଯୁଥ ଏଣ୍ଡ ସୋସିଆଲ୍ ୱେଲଫେୟାର (CYSW)”। ଆଜି ସନ୍ଧ୍ୟା ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନାବଶ୍ୟକ ବିଦ୍ୟୁତ ବ୍ୟବହାର ବନ୍ଦ କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଜାରି କରାଯାଇଛି।
“ବିଦ୍ୟୁତ ବଞ୍ଚାନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ” ସ୍ଲୋଗାନ୍ ସହିତ ଏହି ଅଭିଯାନ ଚାଲିଛି। ଅନାବଶ୍ୟକ ବଲ୍ବ ଓ ବିଦ୍ୟୁତ ଯନ୍ତ୍ର ପ୍ରୟୋଗ କମେଇବା, ପ୍ରାକୃତିକ ଆଲୋକ ଓ ପ୍ରାକୃତିକ ତାପମାତ୍ରାକୁ ଗୁରୁତ୍ୱ ଦେବା ପାଇଁ ସଂଗଠନ ଲୋକମାନଙ୍କୁ ସଚେତନ କରୁଛି। ସଂଗଠନର ସମ୍ପାଦକ ଡ଼ଃ ନୀତୁରଞ୍ଜନ ଦାଶ କହିଛନ୍ତି ଯେ, ଏହି ଅଭିଯାନ ଆମ ପୃଥିବୀ ପ୍ରତି ଦାୟିତ୍ୱବୋଧ ଓ ସଚେତନ ଚିନ୍ତାଧାରାକୁ ବୃଦ୍ଧି କରିବାର ଏକ ପ୍ରୟାସ। ପ୍ରକୃତି ପାଇଁ ଆମର ଏହି ଛୋଟ ପଦକ୍ଷେପ ଆଗାମୀ ଦିନରେ ସକାରାତ୍ମକ ପରିଣାମ ଆଣିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ପ୍ରକୃତିକୁ ସୁରକ୍ଷା କରିଲେ ଆମେ ସେଥିରୁ ସିଧାସଳଖ ଲାଭ ପାଇପାରିବା। ଏହି ପ୍ରୟାସରେ ସମସ୍ତଙ୍କୁ ସହଭାଗୀ ହୋଇ ସଫଳ କରିବାକୁ ସେ ଆହ୍ୱାନ କରିଛନ୍ତି।
ଭୁବନେଶ୍ବର : ପୃଥିବୀ ମା’ର ସୁରକ୍ଷା ଏବଂ ବିଜୁଳି ଶକ୍ତି ଅପଚୟ ରୋକିବା ଲକ୍ଷ୍ୟ ନେଇ ସାରା ବିଶ୍ୱରେ ପାଳନ ହେଉଛି ‘ଆର୍ଥ ଆୱାର’। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଣ୍ଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍‌ ରହିଛି “The Power of Nature”।
୨୦୦୭ରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ  ‘ଆର୍ଥ ଆୱାର୍‌’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍‌’ ସମୟରେ ଲୋକେ ୧୭୧ ମେଗାୱାଟ୍‌ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍‌, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍‌’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା । ଶେଷରେ ଏତିକି କୁହାଯାଇପାରେ ଆର୍ଥ ଆୱାର ପାଳନ କରିବା ନକରିବା ବିଦ୍ୟୁତ ବ୍ୟବହାରକାରୀଙ୍କ ମାନସିକତା ଓ ମହତ ଉଦେଶ୍ୟ ଉପରେ ନିର୍ଭର କରିଥାଏ।
ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ଆଉ ଧିରେଧିରେ ପୃଥିବୀର ଜଳବାୟୁ ଓ ପାକୃତିକ ବିବିଧତା ବିପଦ ଆଡ଼କୁ ଠେଲି ହୋଇ ଚାଲିଛି । ଯାହାକୁ ଲକ୍ଷ୍ୟ କରି ଏହି ୱାଲ୍ଡ ଆର୍ଥ ଆୱାର ଡେ ପାଳନ କରାଯାଉଛି।
ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର
ନୂଆଦିଲ୍ଲୀ: ପୃଥିବୀ ଲାଗି ଘଣ୍ଟାଟିଏ । ଆଜି ସାରା ବିଶ୍ବରେ ପାଳନ ହେବ ଆର୍ଥ ଆଓ୍ବାର । ଛୋଟିଆରୁ ବୃହତ ରାଷ୍ଟ୍ର- ସବୁଠି ପାଳନ ହେବ ଆର୍ଥ ଆଓ୍ବାର। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ ଦିଗରେ ସଚେତନା ସୃଷ୍ଟି ଆର୍ଥ ଆଓ୍ବାରର ରହିଛି ଆହ୍ବାନ। ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏ ପାଳିତ ହେବ ଆର୍ଥ ଆଓ୍ବାର। ପ୍ରତିବର୍ଷ ଏହି ସମୟରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଇଥାଏ। ବିଶ୍ବ ବନ୍ଯଜନ୍ତୁ ପାଣ୍ଠି ବା WWF ପକ୍ଷରୁ ଏହା ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ଲାଇଟ ଓ ବୈଦ୍ୟୁତିକ ଯନ୍ତ୍ରାଦିକୁ ସୁଇଚ ଅଫ କରିବା ଲାଗି ଆହ୍ବାନ ଦିଆଯାଇଥାଏ।
ବିଶ୍ବର ପ୍ରାୟ ୧୯୦ଟି ରାଷ୍ଟ୍ରରେ ଆଜି ଏହି ଦିବସ ପାଳନ ହେବ। ଗତବର୍ଷ ଦେଶର ୧୫୦ଟି ସ୍ଥାନ, କୀର୍ତ୍ତିରାଜି, ସରକାରୀ କୋଠା, ଶିକ୍ଷା ପ୍ରତିଷ୍ଠାନ, କର୍ପୋରେଟ ଅଫିସରେ ଆର୍ଥ ଆଓ୍ବାର ପାଳିତ ହୋଇଥିଲା। ଡବ୍ଲୁ ଡବ୍ଲୁ ଏଫ-ଇଣ୍ଡିଆ ପକ୍ଷରୁ ଗତବର୍ଷ ୧୨ଟି ସାଇକ୍ଲୋଥନ ଦେଶବ୍ଯାପୀ ଅନୁଷ୍ଠିତ ହୋଇଥିବାବେଳେ ୨ ହଜାର ସ୍ବେଚ୍ଛାସେବୀ ସାମିଲ ହୋଇଥିଲେ । ପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆ ସିଡନୀରେ ଏହାକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହା ପାଳନ ହେବା ଆରମ୍ଭ ହୋଇଥିଲା। ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ଯାସ ହ୍ରାସ ସହ ଜୀବାଶ୍ମ ଇନ୍ଧନ ବ୍ଯବହାର ବନ୍ଦ ହୋଇଥାଏ। ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ।
ଲିଭିଗଲା ଆଲୁଅ, ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ; ବିଶ୍ୱ ପାଳିଲା ଆର୍ଥ ଆୱାର
ଭୁବନେଶ୍ୱର: ବିଶ୍ୱ ପାଳିଲା ଆର୍ଥ ଆୱାର। ଏକ ଘଣ୍ଟା ପାଇଁ ଅନ୍ଧାର ହେଲା ସାରା ଦୁନିଆ । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହୋଇଛି ଆର୍ଥ ଆୱାର । ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ବା WWF ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ‘Invest on Our planet’ । ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି। କୋଲକତାର ହଓ୍ଵାରା ବ୍ରିଜ୍‌, ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନ, ଅକ୍ଷରଧାମ ମନ୍ଦିର, ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସର ଲାଇଟକୁ ବନ୍ଦ ରଖାଯାଇଥିଲା। ନବୀନ ନିବାସରେ ମଧ୍ୟ ଆର୍ଥ ଆୱାର ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଗଲା ନବୀନ ନିବାସ । ବନ୍ଦ ରହିଲା ସମସ୍ତ ଲାଇଟ୍ । ଆର୍ଥ ଆଓ୍ବାର ପାଇଁ ଲାଇଟ୍ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିଲେ ଆହ୍ବାନ । ତାଙ୍କ ଆହ୍ବାନ କ୍ରମେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ନବୀନ ନିବାସର ସମସ୍ତ ଲାଇଟ୍ ବନ୍ଦ ରହିଥିଲା ।
କେବଳ ନବୀନ ନିବାସର ଲାଇଟ୍ ବନ୍ଦ ରହି ନଥିଲା । ଏହି ସମୟରେ ଲାଇଟ୍ ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ତାଙ୍କ ଆହ୍ବାନ କ୍ରମେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ ସହ ଲୋକମାନେ ଏହି ସମୟରେ ଲାଇଟ ବନ୍ଦ ରଖିଥିଲେ ।
ଭୁବନେଶ୍ବର କମିଶନରେଟ ଅଫିସରେ ଲାଇଟ୍ ବନ୍ଦ ରହିଥିବା ବେଳେ ଷ୍ଟିଲ୍ ସିଟି ରାଉରକେଲା ଏକ ଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା ।
ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ୨୦୦୪ରୁ ଆର୍ଥ ଆଓ୍ବାର ପାଳିତ ହୋଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଜୁଳି ବନ୍ଦ ରଖିବାକୁ ରାଜ୍ୟବାସୀଙ୍କୁ ଦେଇଥିଲେ ଆହ୍ବାନ ।