Pradeep Jena IAS - The Sakala

ବାହାନଗା ଟ୍ରାଜେଡି: ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ, ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ ପରାମର୍ଶ
ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ପ୍ରେସମିଟରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି । ମୃତଦେହ ଚିହ୍ନଟ ଏବଂ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏ ଯାଏ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ସରିଲାଣି । ମୃତଦେହ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ମୃତଦେହ ନେବାର ବ୍ୟବସ୍ଥା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଲିଗାଲ ଡକ୍ୟୁମେଣ୍ଟ ପାଇଁ ବ୍ୟସ୍ତ ନ ହେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କମ୍ ସମୟ ମଧ୍ୟରେ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦିଆଯିବ । ଦୁଇଟି ଟୋଲ ଫ୍ରି ନମ୍ବର ରହିଛି।  କଲ୍ କରି ଆହତ ଓ ମୃତକଙ୍କ ସମ୍ପର୍କରେ ଜାଣିପାରିବେ । ଆହତଙ୍କ ଚିକିତ୍ସା ପାଇଁ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି। ସାରା ଓଡ଼ିଶାର ଲୋକେ ସ୍ବତଃପ୍ରବୃତ ଭାବେ ରକ୍ତ ଦେଇ ଚାଲିଛନ୍ତି। ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ ବୋଲି ମୁଖ୍ୟ ସଚିବ କହିଛନ୍ତି।

ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ଚିହ୍ନଟ ପ୍ରକ୍ରିୟା ସ୍ଥାନୀୟ ଜନସାଧାରଣଙ୍କୁ ଏସଆରସି ଧନ୍ୟବାଦ ଜଣାଇଛନ୍ତି। ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଞ୍ଚିଯାଇଛି। ଠିକ୍ ସମୟରେ ଉଦ୍ଧାର ନ ହୋଇଥିଲେ ବଢ଼ିଥାନ୍ତା ମୃତ୍ୟୁସଂଖ୍ୟା । ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଞ୍ଚିଯାଇଛି। ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ ବୋଲି SRC କହିଛନ୍ତି। ସ୍ଥାନୀୟ ଲୋକ, ଅଗ୍ନିଶମ ଟିମ୍, ଓଡ୍ରାଫ୍ ଟିମ୍ ପ୍ରଶଂସନୀୟ କାମ କରିଛନ୍ତି ବୋଲି SRC କହିଛନ୍ତି ।

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ଦିଆଯାଉଛି ଅନୁକମ୍ପା ସହାୟତା ରାଶି । ରେଳ ବିଭାଗ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ବାଲେଶ୍ବର ଷ୍ଟେସନରେ ପ୍ରଦାନ କରାଯାଉଛି ଚେକ୍‌ । ମୃତକଙ୍କ ପରିବାରକୁ ୯ ଲକ୍ଷ ୫୦ ହଜାର ଟଙ୍କା ଚେକ ଓ ୫୦ ହଜାର ନଗଦ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ଗୁରୁତରଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ରେଳ ଷ୍ଟେସନରେ ରେଳ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।

ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ: ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୩୭୨୧ ନିଯୁକ୍ତି ସୁଯୋଗ
ବନେଶ୍ଵର: ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି ।

ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଆଲୁମିନିୟମ ଓ ଆଲୁମିନିୟମ ଉପରେ ନିର୍ଭରଶୀଳ ସଂପୃକ୍ତ ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ୟ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁମୋଦିତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ

ବୈଠକରେ ୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଏସଏଲଏସଡବ୍ଲୁସିଏ ଅନୁମୋଦନ କରିଛି । ଏଥିରେ ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବା ସହ ରାଜ୍ୟରେ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି, ଯେଉଁଥିରେ ମୋଟ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ଏବଂ ଏହି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ ସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ ଏସ୍ଏଲ୍ଏସ ଡବ୍ଲୁଏ ଅନୁମୋଦନ କରିଛି । ଏହି ପ୍ରକଳ୍ପ ଭାରତର ପର୍ୟ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ରସାୟନ କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡ୍ ର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ୍ ଟନ୍ ଜଳ ବିଶୋଧନ କେମିକାଲ୍ ଏବଂ ୩୦,୦୦୦ ମେଟ୍ରିକ୍ ଟନ୍ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାର ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ରାଜ୍ୟରେ ୧୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍ ଲିମିଟେଡ୍ ର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୫୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସର୍ବଦା ଶିଳ୍ପପତିମାନଙ୍କୁ ଉତ୍ସାହିତ ଓ ସ୍ୱାଗତ କରି ଆସୁଛନ୍ତି । ପୂର୍ବ ଭାରତରେ ପାଦ ଥାପିବା କିମ୍ବା ଏହି ଅଞ୍ଚଳରେ ନିଜର ପାଦ ବିସ୍ତାର କରିବାର ସୁଯୋଗକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏହାର ଶିଳ୍ପ ଅନୁକୂଳ ନୀତି ରାଜ୍ୟକୁ ଏକ ଅତ୍ୟନ୍ତ ଲାଭଦାୟକ ଗନ୍ତବ୍ୟସ୍ଥଳରେ ପରିଣତ କରିଛି ।

ଅଂଶୁଘାତ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ, ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ
ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ  ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ କରାଯିବ। ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା। ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲା କରିହେବ ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ମାର୍ଚ୍ଚରୁ ଜୁନ ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ରାଜ୍ଯବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଜୁଳି ସମସ୍ୟା ରୋକିବାକୁ ମଧ୍ୟ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନ କରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସହିତ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଆଗକୁ ଖରା ବଢିବାକୁ ଥିବାରୁ ଶ୍ରମିକମାନଙ୍କୁ ସଚେତନ ରହିବାରୁ ଏସଆରସି ପରାମର୍ଶ ଦେଇଛନ୍ତି। ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରାଯିବ । ସେଠାରେ ଏୟାରକୁଲରଠାରୁ ଆରମ୍ଭ କରି ଓଆରଏସ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।