ordinance - The Sakala
ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଗତକାଲି ଗୁଜରାଟର ଏକ ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ସଂପୃକ୍ତ ଅଦାଲତ ଏହି ରାୟ ଶୁଣାଇବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବା ଏବଂ ଉଚ୍ଚ ନ୍ୟାୟଳାୟରେ ଚ୍ୟାଲେଞ୍ଜ କରିବାକୁ ୩୦ ଦିନର ମହଲତ ଦେଇଥିଲେ ହେଁ ଆଜି ରାହୁଲ ତାଙ୍କ ସାଂସଦ ପଦ ହରାଇଛନ୍ତି। ଅପରାଧିକ ମାନହାନୀ କେସ୍‌ରେ ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ନପୁରୁଣୁ ଲୋକସଭା ସଦସ୍ୟ ପଦ ହରାଇବା ନେଇ ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅର୍ଥ ରାହୁଲ ଗାନ୍ଧୀ ଆଉ ସାଂସଦ ନୁହନ୍ତି।
ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାକୁ ଗୋଟିଏ ସ୍ୱରରରେ ନିନ୍ଦା କରିଛନ୍ତି। ରାହୁଲଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ସମସ୍ତେ ସ୍ତବ୍ଧ, କଳା ଦିବସ ଭାବେ ଇତିହାସରେ ଆଜିର ଦିନ ଲିପିବଦ୍ଧ ହୋଇ ରହିବ ଓ ଗଣତନ୍ତ୍ରର ହତ୍ୟା ହୋଇଛି ନିଜ ନିଜର ପ୍ରତିକ୍ରିୟାରେ ବିରୋଧୀ ଦଳଗୁଡ଼ିକ କହିଛନ୍ତି। କିନ୍ତୁ ଏହାରି ମଧ୍ୟରେ ଗୋଟିଏ କଥା କୁହାଯାଉଛି ଯେ ରାହୁଲ ଯେଉଁ ଆଇନକୁ ସମର୍ଥନ କରୁଥିଲେ ଆଜି ସେହି ଆଇନ ଫାଶରେ ସେ ନିଜେ ଫସିଯାଛନ୍ତି।ପ୍ରାୟ ୧୦ ବର୍ଷ ତଳେ ଯେଉଁ ଅଧ୍ୟାଦେଶକୁ ରାହୁଲ ନିଜେ ଚିରି ଫିଙ୍ଗି ଦେଇଥିଲେ ଆଜି ସେ ସେହି ଆଇନ ପରିଧି ଫାନ୍ଦରେ ପଡ଼ିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୪)ରେ ପରିବର୍ତ୍ତନ ଆଣିବା ସହିତ ଧାରା ୮(୩) ପ୍ରଣୟନ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ , ବିଧାୟକ କିମ୍ବା ବିଧାନସଭା ପରିଷଦ ସଭ୍ୟ କୌଣସି ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କର ସାମ୍ବିଧାନିକ ପଦ ରଦ୍ଦ କରାଯାଇପାରିବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ ।
ତେବେ ଏହା ବିରୋଧରେ ତତ୍‌କାଳୀନ ମନମୋହନ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ହେଁ ସାଂସଦ ରାହୁଲ ଏହାକୁ ଚିରି ଫୋପାଡି ଦେଇଥିଲେ। ଅର୍ଥାତ୍‌ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ରାହୁଲ ସେତେବେଳେ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏହି ଆଇନ ବଳୟରେ ପଡ଼ିଯାଇଛନ୍ତି। ସୁରତ୍‌ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବାରୁ ଆଜି ଲୋକସଭା ସଚିବାଳୟ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରିଛନ୍ତି। ଏହାସହିତ ତାଙ୍କର ସଂସଦୀୟ କ୍ଷେତ୍ର ୱାୟନାଡ ଆସନ ଖାଲି ପଡ଼ିଲା ବୋଲି ଘୋଷଣା କରିପାରିବେ। ଏହାପରେ ନିର୍ବାଚନ କମିଶନ ଉକ୍ତ ଆସନରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରିବେ।
ଯଦି ହାଇକୋର୍ଟ ଜିଲ୍ଲା କୋର୍ଟ ଦେଇଥିବା ରାୟ ଉପରେ କୌଣସି ରୋକ ନ ଲଗାନ୍ତି, ତା’ହେଲେ ରାହୁଲଙ୍କୁ ଏହି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏହାବ୍ୟତୀତ ଉଚ୍ଚ ନ୍ୟାୟାଳୟ ଯଦି ଏହି ରାୟ ଉପରେ ରୋକ ନ ଲଗାଇବେ, ତା’ହେଲେ ରାହୁଲଙ୍କୁ ୮ ବର୍ଷ ଯାଏ ନିର୍ବାଚନ ଲଢ଼ିବାକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି କୁହାଯାଉଛି। ତେବେ ଆଇପିସିର ଧାରା ୪୯୯ ଅଧୀନରେ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯିବା ଏକ ବିରଳ ଘଟଣା ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ଯଦି ୨୦୧୩ରେ ମନମୋହନ ସରକାର ସେହି ନିୟମ ପାସ କରିଥାନ୍ତା ତେବେ ଆଜି କଣ ହୋଇଥାନ୍ତା?
ଜୁଲାଇ ୨୦୧୩ ରେ, ଦୋଷୀ ବିଧାୟକ-ସାଂସଦଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଚାରା ଘୋଟାଲାରେ ଫସିଥିଲେ। ଦୋଷୀ ସବ୍ୟସ୍ତ ହେବା ପରେ ତାଙ୍କ ସଦସ୍ୟତା ଉପରେ ମଧ୍ୟ ଖଣ୍ଡା ଝୁଲୁଥିଲା। ଏଥି ସହିତ ତତ୍କାଳୀନ ରାଜ୍ୟସଭା ସାଂସଦ ରସିଦ ମସୁଦ୍‌ ମଧ୍ୟ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ସମୟରେ ବିରୋଧୀଙ୍କ ତୀବ୍ର ସମାଲୋଚନା ମଧ୍ୟରେ ମନମୋହନ ସିଂହଙ୍କ ସରକାର ୨୦୧୩ ଡିସେମ୍ବରରେ ଏକ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିଲେ।
ଏହି ଅଧ୍ୟାଦେଶ ଅନୁସାରେ ଯଦି ବିଧାୟକ-ସାଂସଦଙ୍କ କୌଣସି ଅଦାଲତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ଯଦି ଉଚ୍ଚ ନ୍ୟାୟାଳୟରେ ସେହି ମାମଲା ବିଚାରାଧୀନ ଅଛି ତେବେ ସାଂସଦ କିମ୍ବା ବିଧାୟକଙ୍କ ସଭ୍ୟ ପଦ ରଦ୍ଧ କରାଯାଇପାରିବ ନାହିଁ। ତେବେ ଏହି ସମୟ ମଧ୍ୟରେ ସେମାନେ ଗୃହରେ ଭୋଟ୍ ଦେବେ ନାହିଁ କିମ୍ବା ଦରମା ମଧ୍ୟ ପାଇବେ ନାହିଁ। ରାହୁଲ ଏହି ନିୟମକୁ ସମ୍ପୂର୍ଣ୍ଣ ଅଳିଆ ବୋଲି କହିଥଲେ ଏବଂ ଏହାକୁ ଚିରି ଫିଙ୍ଗି ଦିଆଯିବା ଉଚିତ ବୋଲି କହିଥିଲେ। ଯାହାକୁ ନେଇ ସେହି ସମୟରେ ବହୁ ଚର୍ଚ୍ଚା ଆଲୋଚନା ହୋଇଥିଲା। କିନ୍ତୁ ଯଦି ସେହି ଅଧ୍ୟାଦେଶ ୨୦୧୩ରେ ପାରିତ ହୋଇଥାନ୍ତା ତେବେ ଆଜି ରାହୁଲ ଗାନ୍ଧୀଙ୍କୁ ଆଜି ସାଂସଦ ପଦ ହରାଇବାକୁ ପଡିନଥାନ୍ତା।