Govt of Odisha - The Sakala

ସରକାର କିମ୍ବା ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ଚାଲିବ ସରକାର
ଭୁବନେଶ୍ବର : ସରକାର ଓ ଅଧିକାରୀ ନୁହନ୍ତି; ରାଜ୍ୟର ଲୋକଙ୍କ ମତ ଓ ଉପଲବ୍ଧି ଆଧାରରେ ଚାଲିବ ସରକାର। ‘ମୋ ସରକାର’ ଓ ‘୫-ଟି’ ଉପକ୍ରମ ଏହାର କାର୍ଯ୍ୟାନ୍ୱୟନ କରିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କାର୍ଯ୍ୟଯୋଜନା। ରାଜ୍ୟର ସମସ୍ତ ୬୭୯୩ ପଞ୍ଚାୟତରୁ ସରକାରୀ ଯୋଜନା, କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସାଧାରଣ ଲୋକଙ୍କ ଉପଲବ୍ଧି, ସେମାନଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଆରମ୍ଭ ହୋଇଛି ପ୍ରକ୍ରିୟା। ଯୋଜନାର ପ୍ରତ୍ୟକ୍ଷ ଅନୁଶୀଳନ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଏହି ଧରଣର କାର୍ଯ୍ୟ କରାଯିବାରେ ଓଡ଼ିଶା ସାରା ଦେଶରେ ଏକମାତ୍ର ଓ ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ପ୍ରଶାସନକୁ ଅଧିକରୁ ଅଧିକ ଲୋକାଭିମୁଖୀ ହେବା ଦିଗରେ ଅଗ୍ରସର ହୋଇଛି।

୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ। ମାତ୍ର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଢ଼େର ଆଗରେ ରହିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ହାରାହାରି ୨୨% ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଥିବାବେଳେ ଓଡ଼ିଶା ସରକାର ଏହାକୁ କ୍ୟାବିନେଟରେ ଗୃହୀତ କରିଛନ୍ତି ଏବଂ ୩ ବର୍ଷ ମଧ୍ୟରେ ୬୬%ରୁ ଊର୍ଦ୍ଧ୍ବ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଯୋଜନା ଦ୍ୱାରା ସାଧାରଣ ହିତାଧିକାରୀଟିଏ କିଭଳି ଲାଭାନ୍ୱିତ ହେଉଛି; ଏହାଦ୍ୱାରା ତା’ର ସାମାଜିକ, ଅର୍ଥନୈତିକ ଦିଗରେ କି ପରିବର୍ତ୍ତନ ଆସିପାରୁଛି ତାହାର ଅନୁଧ୍ୟାନ ଆରମ୍ଭ ହୋଇଛି।

ବହୁଳ ପ୍ରଚଳିତ ‘ମୋ ସରକାର’ ଏହି ବ୍ୟବସ୍ଥାର ଅଂଶସ୍ୱରୂପ ମାତ୍ର। ହିତାଧିକାରୀଙ୍କ ଠାରୁ ସିଧାସଳଖ ମତାମତ ସଂଗ୍ରହ କରି ପରବର୍ତ୍ତୀ ସମୟରେ ତାହାକୁ ସେମାନଙ୍କ ଉନ୍ନତି ପାଇଁ ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଥିବା ବ୍ୟବସ୍ଥିତ ଢାଞ୍ଚାକୁ ପଭର୍ଟି ଆଣ୍ଡ ହ୍ୟୁମାନ ଡେଭଲପମେଣ୍ଟ ମନିଟରିଂ ଏଜେନ୍ସିଂ(ପିଏଚଡିଏମଏ) ଅନୁଧ୍ୟାନ କରୁଛି। ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ପିଏଚ୍‌‌ଡ଼ିଏମ୍‌‌ଏର ସାମଗ୍ରିକ କାର୍ଯ୍ୟପ୍ରଣାଳୀକୁ ନିରନ୍ତର ନିରୀକ୍ଷଣ କରୁଛି। ହିତାଧିକାରୀଙ୍କ ଠାରୁ ସାଂସ୍କୃତିକ ଢଙ୍ଗରେ ପ୍ରାସଙ୍ଗିକ ପ୍ରତିବିମ୍ବକୁ ପ୍ରୋତ୍ସାହିତ କରିବା ପାଇଁ ଦୃଶ୍ୟାତ୍ମକ ନୃବିଜ୍ଞାନ ଛବିଗୁଡ଼ିକ ଉପଯୋଗୀ ହୋଇଥାଏ। ଦୃଶ୍ୟାତ୍ମକ ନୃବିଜ୍ଞାନର ଶେଷ ଉତ୍ପାଦ ହେଉଛି କାହାଣୀ। ଯାହା ଏକ ସାଂସ୍କୃତିକ ଦୃଶ୍ୟର ବିଭିନ୍ନ ଘଟଣାକୁ ଦର୍ଶାଇଥାଏ। ଏହା ଶେଷ ଉତ୍ପାଦ ଭାବେ ସିନେମା, ଭିଡିଓ କିମ୍ବା ଫଟୋ ରୂପରେ ଦର୍ଶାଯାଇଥାଏ। ପ୍ରଶିକ୍ଷିତ ହୋଇଥିବା ମାନବ ସମ୍ବଳ ତୃଣମୂଳସ୍ତରରୁ ଏହାକୁ ନିରନ୍ତର ନିରୀକ୍ଷଣ କରୁଛି।

ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ହିତାଧିକାରୀଙ୍କ ଅନୁଭୂତି ସଂଗ୍ରହ କରାଯାଉଛି। ଏହି କ୍ରମରେ ୨୦୨୩ ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ସୁଦ୍ଧା ରାଜ୍ୟର ପ୍ରତି ପଞ୍ଚାୟତରେ ଗଭର୍ଣ୍ଣାସ ଆଟଲାସ୍‌‌ ବ୍ୟବସ୍ଥା ଉପଲବ୍ଧ କରାଯିବ। ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ କିପରି କାର୍ଯ୍ୟ କରୁଛି, ଏହା ପ୍ରତ୍ୟେକ ହିତାଧିକାରୀ, ଗୋଷ୍ଠୀର ଉନ୍ନତିରେ କି ପ୍ରଭାବ ପକାଉଛି, ଏହି ବ୍ୟବସ୍ଥା ତାହାର ଗଭୀର ଅନୁଶୀଳନ କରିବ। ଆସନ୍ତା ପଞ୍ଚାୟତିରାଜ ଦିବସ(ମାର୍ଚ୍ଚ-୫) ସୁଦ୍ଧା ରାଜ୍ୟର ୪୦୦୦ ଗ୍ରାମ ପଞ୍ଚାୟତରେ ଗଭର୍ଣ୍ଣାନ୍ସ ଆଟଲାସ୍‌‌ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖାଯାଇଛି ଓ ବର୍ତ୍ତମାନ ସୁଦ୍ଧା ୪୦୦ ପଞ୍ଚାୟତରେ ଏହି କାର୍ଯ୍ୟ ଶେଷ ହୋଇ ସାରିଛି।

ଗ୍ରାମାଞ୍ଚଳରେ ଜୀବନଜୀବିକା ଏବଂ ମାନବ ସୂଚକାଙ୍କ ନିରୀକ୍ଷଣ ହିଁ ଏହି ପ୍ରୟାସର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଯୁବବର୍ଗଙ୍କୁ ପ୍ରଶିକ୍ଷିତ କରାଯାଇଛି। ପ୍ରଶିକ୍ଷଣରେ ମାନବ ଉନ୍ନତିକରଣ ସୂଚକାଙ୍କ, ଯୋଗାଯୋଗ କରିବା ପ୍ରଣାଳୀ ଏବଂ ବ୍ୟକ୍ତିଗତ ଉନ୍ନତିକୁ ପ୍ରାଧାନ୍ୟ ଦିଆଯାଇଛି। ବିଭିନ୍ନ ବର୍ଗରେ ଦୁଇ ସପ୍ତାହଧରି ୭୦୦ ଯୁବବର୍ଗଙ୍କୁ ତଥ୍ୟ ସଂଗ୍ରହ ନିମନ୍ତେ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି। ଏହି ପ୍ରଶିକ୍ଷିତ ଯୁବବର୍ଗ ସିଧାସଳଖ ତୃଣମୂଳସ୍ତରରୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଉପଲବ୍ଧି, ଖାଦ୍ୟ ସୁରକ୍ଷା ଏବଂ ସରକାରୀ ଯୋଜନାର ପ୍ରଭାବ ଅନୁଧ୍ୟାନ କରିବେ। କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ), ଖାଦ୍ୟ ସୁରକ୍ଷା ଯୋଜନା ଜଣେ ବ୍ୟକ୍ତି ଅଥବା ଗୋଷ୍ଠୀ ଉପରେ କି ପ୍ରଭାବ ପକାଉଛି ତାହାର ଅନୁଶୀଳନ କରିବେ ଏବଂ ଗଠନଧର୍ମୀ ମତାମତକୁ ଏକତ୍ରିତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବେ। ଏହା ସହିତ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ କିପରି ଉନ୍ନତି କରିହେବ ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସରକାରୀ ଯୋଜନା କେତେ ଉପଯୋଗୀ ହୋଇ ପାରିବ ସେ ସମ୍ପର୍କରେ ମଧ୍ୟ ସ୍ଥଳବିଶେଷରେ ସାଧାରଣ ଲୋକଙ୍କୁ ଅବଗତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଏକଦା ରାଜ୍ୟରେ ଚାଷ କହିଲେ ସାଧାରଣତଃ ଧାନ ଫସଲକୁ ବୁଝାଉଥିଲା। ମାତ୍ର ଏହାର ବିକଳ୍ପ ଭାବେ ଉଦ୍ୟାନ କୃଷିକୁ ଦୀର୍ଘଦିନ ଧରି ଜୀବିକା କରି ମଧ୍ୟ ଆର୍ଥିକ ଓ ସାମାଜିକ ଉନ୍ନତି କରିହେବ ବୋଲି ପ୍ରମାଣିତ ହୋଇସାରିଛି। ଦେଓଗଡ଼ ଜିଲ୍ଲାର ଉଦ୍ୟାନ କୃଷକ କେଶରୀ ଦାସ ଓ ଫୁଲ ଚାଷୀ ରାଜକିଶୋର ପ୍ରଧାନ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ଗାଁର ସୁଭଦ୍ରା ଦାସ ଏହାର ଉଦାହରଣ ମାତ୍ର। ସରକାରୀ ଯୋଜନା ଓ ପ୍ରୋତ୍ସାହନ କେଶରୀ, ରାଜକିଶୋର ଓ ସୁଭଦ୍ରାଙ୍କ ଜୀବନରେ ଆଣିଥିବା ପରିବର୍ତ୍ତନ ଏବଂ ଆର୍ଥିକ ସ୍ୱାଚ୍ଛନ୍ଦ୍ୟକୁ ଆଧାର କରି ପିଏଚ୍‌‌ଡିଏମ୍‌‌ଏ ପ୍ରସ୍ତୁତ କରିଥିବା ପ୍ରେରଣାଦାୟୀ କାହାଣୀ ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି।

ଓଡ଼ିଶାକୁ ଅବହେଳା : ଠିକ୍‍ ସମୟରେ ଆସୁନି ଧାନକିଣା ସବ୍‍ସିଡି, ମିଳୁନି ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଅନୁଦାନ
ଭୁବନେଶ୍ୱର : କ୍ରମାଗତ ଭାବରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇଛି ଓଡ଼ିଶା। ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବିକୁ କେନ୍ଦ୍ର ସରକାର ବିଭିନ୍ନ ବାହାନା ଦେଖାଇ ଏଡ଼ାଇ ଯାଉଛନ୍ତି କିମ୍ବା ନିରବ ରହୁଛନ୍ତି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଭାଗିଦାରୀ ରହିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ତାଙ୍କର ଭୂମିକା ନିର୍ବାହ କରୁଥିବାବେଳେ କେନ୍ଦ୍ର ସରକାର ଏ ଦିଗରେ ଯେପରି ତତ୍ପରତା ପ୍ରଦର୍ଶନ କରିବା କଥା ତାହା ଦେଖାଉ ନାହାନ୍ତି। ରାଜ୍ୟଗୁଡ଼ିକର ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାର ସହଯୋଗ କରିବାର ଆବଶ୍ୟକତା ରହିଛି ଏବଂ ଠିକ୍‍ ସମୟରେ ଓ ସଠିକ୍‍ ଅନୁପାତରେ କେନ୍ଦ୍ରୀୟ ଅନୁଦାନ ପାଇବା ରାଜ୍ୟଗୁଡ଼ିକର ହକ୍‍ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ବିଭିନ୍ନ ଫୋରମରେ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟର ଆବଶ୍ୟକତା ସମ୍ପର୍କରେ ଦାବି ରଖିଛନ୍ତି। ମାତ୍ର ଏହା ପ୍ରତି କେନ୍ଦ୍ର ଉପଯୁକ୍ତ ଗୁରୁତ୍ୱ ଦେଇ ନାହିଁ। ରାଜ୍ୟରେ ରେଳ ସାନ୍ଦ୍ରତା ବୃଦ୍ଧି, କୋଇଲା ରାଜଭାଗ ବୃଦ୍ଧି, ଉଷୁନା ଚାଉଳ ଉଠାଇବା, ଠିକ୍‍ ସମୟରେ ସାର ଯୋଗାଇବା, ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ସହ ରାଜ୍ୟକୁ ଅଧିକ ଅନୁଦାନ ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିମନ୍ତେ ସହଯୋଗ କରିବା, ଜଳସେଚନ କ୍ଷେତ୍ରକୁ ଉପଯୁକ୍ତ ସହାୟତା ଦେବା ଆଦି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାର ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ଏପରିକି ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଉଦାର ମନୋଭାବ ପୋଷଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ନିରବ ରହୁଛନ୍ତି। ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ଓଡ଼ିଶାକୁ କ୍ରମାଗତ ଉପେକ୍ଷାକୁ ନେଇ ଅକଳରେ ପଡ଼ିଛି କେନ୍ଦ୍ର। ଏହି ପରିସ୍ଥିତିରେ ଆର୍ଥିର୍କ ବର୍ଷ ଶେଷ ହେବାକୁ ଆଉ ମାତ୍ର ୩ ମାସ ବାକି ଥିବାବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ସାରା ରାଜ୍ୟରେ ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ଜାରି ରହିଛି। ସରକାରଙ୍କ ସ୍ୱଚ୍ଛ ଧାନ କ୍ରୟ ନୀତି ଏବଂ ପ୍ରକ୍ରିୟାରେ ବୈଷୟିକ ବିଦ୍ୟାର ଉପଯୋଗ ଦ୍ୱାରା ପ୍ରତିବର୍ଷ ରେକର୍ଡ ଧାନ ସଂଗ୍ରହ ହୋଇ ଆସୁଛି। ଯୋଗାଣ ନିଗମ ଦ୍ୱାରା ଧାନ କ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଅର୍ଥ ପୈଠ କରାଯାଉଛି। ମାତ୍ର କେନ୍ଦ୍ର ସରକାର ଏଥିନିମନ୍ତେ ନିଜର ଅଂଶ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଚଳିତ ବର୍ଷ କେନ୍ଦ୍ର ଧାନ କିଣା ସବ୍‍ସିଡି ଠିକ୍‍ ସମୟରେ ଆବଶ୍ୟକ ପରିମାଣର ପ୍ରଦାନ କରୁଛି ନା ନାହିଁ, ତାହା ଉପରେ ସମସ୍ତଙ୍କର ନଜର ରହିଛି। ସେହିପରି ଏଫସିଆଇ ଜରିଆରେ ଯଦି କେନ୍ଦ୍ର ଉଷୁନା ଧାନ ନ ଉଠାଏ, ତେବେ ଓଡ଼ିଶାର ଚାଷୀ ବର୍ଗ ପ୍ରଭାବିତ ହେବେ। ପାଣିପାଗ ଏବଂ ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ବିଗତ ଦଶନ୍ଧିରେ ରାଜ୍ୟ ଏକାଧିକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି। ହେଲେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିର୍ଦ୍ଦିଷ୍ଟ ଭାବେ କୌଣସି ଆର୍ଥିକ ସହାୟତା ପ୍ରଦାନ ନେଇ ସ୍ପଷ୍ଟ କରିନାହିଁ। ସେହିପରି ସ୍ୱତନ୍ତ୍ର ଧ୍ୟାନକୈନ୍ଦ୍ରିକ ରାଜ୍ୟ ଭାବେ ମାନ୍ୟତା ହେଉ କି ଆର୍ଥିକ ସ୍ୱାୟତ୍ତତା ପ୍ରସଙ୍ଗ କେନ୍ଦ୍ରର ନୀରବତା ବାରି ହୋଇ ପଡୁଛି।

କେନ୍ଦ୍ର ସରକାରଙ୍କ ନିକଟରେ କୋଇଲା ରୟାଲଟି ସଂଶୋଧନ ଦାବି ୨୦୧୪ରୁ ପଡ଼ି ରହିଛି। ଏହା ଉପରେ ମଧ୍ୟ କେନ୍ଦ୍ର ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ଆସୁଛି। ବହୁଚର୍ଚ୍ଚିତ ମହାନଦୀ ବିବାଦ ମଧ୍ୟ ଟ୍ରିବ୍ୟୁନାଲରେ ପଡ଼ି ରହିଛି। କୋଟିଆ ଏବଂ ଅନ୍ୟ ସୀମା ବିବାଦ ମଧ୍ୟ ରହିଛି। ପୋଲାଭରମ୍‍ରେ କେନ୍ଦ୍ର ଓଡ଼ିଶା ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରି ଆନ୍ଧ୍ରକୁ ଆଖିବୁଜା ସମର୍ଥନ ଓ ଅନୁଦାନ ଦେଇଛି। ତେଣୁ ଆନ୍ତଃ ରାଜ୍ୟ ସୀମା ଓ ଜଳବିବାଦରେ କେନ୍ଦ୍ର ଅଧିକ ସକ୍ରିୟ ଓ ଗଠନ ମୂଳକ ଭୂମିକା ନିର୍ବାହ କରିବା ରାଜ୍ୟ ପ୍ରଶାସନ ଅନୁଭବ କରୁଛି। ସେହିପରି ପିଏମ୍‍-କିଷାନ୍‍ ଯୋଜନାରେ ରାଜ୍ୟର ସବୁ ଚାଷୀମାନେ ଉପକୃତ ହୋଇ ପାରୁନାହାନ୍ତି। ତ୍ରୁଟିପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟା ଯୋଗୁ ଓଡ଼ିଶା ସମେତ ବିଭିନ୍ନ ଚାଷୀ ସହାୟତା ପାଇନାହାନ୍ତି। ଭଦ୍ରକ ଜିଲ୍ଲାରେ ଘୋଷିତ ବୟନଶିଳ୍ପ ପାର୍କ, ବହୁ ଚର୍ଚ୍ଚିତ କୋଷ୍ଟାଲ ହାଇୱେ, ବରଗଡ଼଼ର ଇଥାନଲ କାରଖାନା କାର୍ଯ୍ୟ ମନ୍ଥର ଗତିରେ କାର୍ଯ୍ୟ କରୁଛି। ପୂର୍ବରୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ରେଳବାଇ ଅନୁଦାନ ପର୍ଯ୍ୟାପ୍ତ ପରିମାଣରେ ନ ମିଳିବା ମଧ୍ୟ ରାଜ୍ୟ ବିକାଶପଥରେ ଚାପ ସୃଷ୍ଟି କରୁଛି। ପ୍ରାୟ ୩୯ ପ୍ରତିଶତ ଅନୁସୂଚିତ ଜନଜାତି(ଏସଟି), ଅନୁସୂଚିତ ଜାତି(ଏସସି) ଜନସାଧାରଣ ରାଜ୍ୟରେ ବାସ କରନ୍ତି। ମାତ୍ର କେନ୍ଦ୍ର ପକ୍ଷରୁ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି(ବିଆରଜିଏଫ), କେବିକେ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସହାୟତା(ଏସସିଏଫରକେବିକେ), ସମନ୍ୱିତ କାର୍ଯ୍ୟ ଅନୁଦାନ ଯୋଜନା(ଆଇଏପି), ଜାତୀୟ ଇ-ଗଭର୍ଣ୍ଣାସ ଆକ୍ସନ ପ୍ଲାନ(ଏନ୍‍ଇଜିଏପି), ରାଜୀବଗାନ୍ଧୀ ପଞ୍ଚାୟତ ସଶକ୍ତୀକରଣ ଅଭିଯାନ(ଆରଜିପିଏସଏ), ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଣ୍ଠି(ଟିଆଇ), ପୁଲିସ୍‍ ବାହିନୀର ଆଧୁନିକୀକରଣ(ଏମପିଏଫ୍‍), ଖାଦ୍ୟ ପ୍ରକ୍ରିୟାକରଣ ନିମିତ୍ତ ଜାତୀୟ ମିଶନ୍‍(ଏନଏମଏଫପିଏସ) ଏବଂ ପ୍ରତି ବ୍ଲକରେ ମଡେଲ ସ୍କୁଲ ସ୍ଥାପନା ପାଇଁ ଅନୁଦାନ ଏକପ୍ରକାର ବନ୍ଦ ହୋଇଯାଇଛି।

ମନରେଗାରେ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ କାମ ଯୋଗାଇବାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଗତବର୍ଷ କୋଭିଡ କଟକଣା ସତ୍ତ୍ବେ ୨୦ ଲକ୍ଷ ୫୦ ହଜାର ଶ୍ରମ ଦିବସ ରାଜ୍ୟ ସୃଷ୍ଟି କରାଯାଇପାରିଥିଲା। ହେଲେ ଚଳିତ ବର୍ଷ ଆରମ୍ଭରୁ କେନ୍ଦ୍ର ୧୪ କୋଟି ଶ୍ରମ ଦିବସ ମଞ୍ଜୁର କରିଥିଲା। ଏହାକୁ ସଫଳତାର ସହ ରାଜ୍ୟ ପୂରଣ କରିଥିଲା। ଏହା ପରେ କେନ୍ଦ୍ରକୁ ୨୫ କୋଟି ଶ୍ରମ ଦିବସ ମଞ୍ଜୁର କରିବା ପାଇଁ କୁହାଯାଇଥିଲା। ମାତ୍ର କେନ୍ଦ୍ର ୨ କୋଟି ୧୦ ଲକ୍ଷ ଶ୍ରମ ଦିବସ ମଞ୍ଜୁର କରାଯାଇଥିଲା। ଯାହା ବର୍ତ୍ତମାନ ପୂରଣ ହୋଇ ସାରିଛି। ପ୍ରତିଦିନର ୩ରୁ ସାଢେ ୩ ଲକ୍ଷ ଶ୍ରମ ଦିବସ ଯୋଗାଇବାର କ୍ଷମତା ଓଡ଼ିଶା ରଖୁଛି। ଆର୍ଥିକ ବର୍ଷ ସରିବାକୁ ୩ ମାସ ସମୟ ରହିଛି। ତେଣୁ କେନ୍ଦ୍ର ମନରେଗା ଶ୍ରମ ଦିବସ ବୃଦ୍ଧି ସହ ସାମଗ୍ରୀ ବାବଦ ବକେୟା ପ୍ରଦାନ କରୁଛି ନାହିଁ, ତାହା ଉପରେ ରାଜ୍ୟ ପ୍ରଶାସନର ନଜର ରହିଛି। ଅପରପକ୍ଷରେ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ଆବଶ୍ୟକ ପରିମାଣର ‘ଆବାସ’ ଓଡ଼ିଶାକୁ ମିଳିପାରି ନାହିଁ। କେନ୍ଦ୍ର ସରକାରଙ୍କ କାଳକ୍ଷେପଣନୀତି କାରଣରୁ ରାଜ୍ୟରେ ଓଡ଼ିଶା ସାମୁଦ୍ରିକ ବୋର୍ଡ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସ୍ୱତନ୍ତ୍ର ଜଳସେଚନ ଆର୍ଥିକ ଦାୟିତ୍ୱରୁ ମଧ୍ୟ କେନ୍ଦ୍ର ଖସିସାରିଛି। ଜାତୀୟ ଉଦ୍ୟାନ କୃଷି ମିଶନ୍‍, ଆରକେବିୱାଇ ଇତ୍ୟାଦିର ଅନୁଦାନ ମଧ୍ୟ ଠିକ୍‍ ସମୟରେ ମିଳୁନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯଦି ସଂଘୀୟ ଢାଞ୍ଚାରେ ନିଜ ଆର୍ଥିକ କର୍ତ୍ତବ୍ୟ ରାଜ୍ୟର ଆବଶ୍ୟକତା ଅନୁଯାୟୀ ନ କରେ, ତେବେ ରାଜ୍ୟ ଉପରେ ଆର୍ଥିକ ବୋଝ ଓ ଚାପ ତ ବଢ଼଼ିବ ନିଶ୍ଚୟ; ଅନ୍ୟପକ୍ଷରେ କେନ୍ଦ୍ର ବିରୋଧୀ ସ୍ୱର ଅଧିକ ତୀବ୍ର ହେବା ଆଶଙ୍କା ସୃଷ୍ଟି ହୋଇଛି।

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ଗ୍ରୀନ ପ୍ୟାସେଜ ଯୋଜନାରେ ଅନ୍ତ୍ରର୍ଭୁକ୍ତ କରିବେ ରାଜ୍ୟ ସରକାର
ଭୁବନେଶ୍ୱର: କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ରାଜ୍ୟ ସରକାରଙ୍କ Green Passage ଯୋଜନାରେ ସାମିଲ କରାଯିବ। ପିଲାଙ୍କ ଶିକ୍ଷା ଖର୍ଚ୍ଚ ଦେବେ ରାଜ୍ୟ ସରକାର। ସେମାନଙ୍କ ବୈଷୟିକ ଶିକ୍ଷା ଯଥା ମେଡିକାଲ ଓ ଇଂଜିନିୟରିଂ ପାଠ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରିବେ । ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିଲେ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ଖର୍ଚ୍ଚ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସୂଚନା ମୁତାବକ ବର୍ତ୍ତମାନ ଅନାଥ ଶିଶୁଙ୍କୁ 2000 ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। କୋଭିଡରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ମଧ୍ୟ ଏହି ଷ୍ଟାଇପେଣ୍ଡ ଯୋଜନା କରାଯାଉଥିବା ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ କହିଛନ୍ତି । କୋଭିଡ ମହାମାରୀ ସମୟରେ ଅନକେ ପିଲା ଅନାଥ ହୋଇଛନ୍ତି । ପିତା ମାତା ଚାଲିଯିବା ଫଳରେ ସାମାନଙ୍କ ପାଠ ପଢିବା ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ସମସ୍ୟା ପରିଲିଖିତ ହୋଇଛି ।

ଏପରି ସମୟରେ ଓଡ଼ିଶା ସରକାର ଏହି ଅନାଥ ପିଲାଙ୍କ ପାଇଁ ସହୟତା ଦେବାକୁ ହାତ ବଢାଇଛନ୍ତି । କୋଭିଡରେ ପିତା ମାତା ଚାଲିଯାଇଥିବା ପିଲାଙ୍କୁ ରାଜ୍ୟ ସରକାର ଏହି ସହୟତା ଅର୍ଥ ପ୍ରଦାନ କରିବେ । ଏହା ସହିତ ପାଢ ପଢା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିଛନ୍ତି ସରକାର । ଗ୍ରୀନ ପ୍ୟାସେଜ ଯୋଜନାରେ ଏହି ଅନାଥ ପିଲାଙ୍କୁ ଯୋଡ଼ିବେ ସରକାର । ଯଦ୍ୱାରା ତାଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ।

ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି: ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା
ଭୁବନେଶ୍ୱର: ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେବଳ ପୁରୀରେ ହେବ ରଥଯାତ୍ରା । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେବ ରଥଯାତ୍ରା  ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ଏସ୍ଆର୍‌ସିଙ୍କ ସୂଚନା ଅନୁଯାୟୀ, ପୁରୀ ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି । ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ। କେବଳ ସେବାୟତ ଓ ସୁରକ୍ଷକର୍ମାମାନେ ରଥ ଟାଣିବେ। ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ। ଯଦି ରିପୋର୍ଟ ପଜିଟିଭ୍‌ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । କେବଳ ନେଗେଟିଭ୍‌ ରିପୋର୍ଟ ଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ଅନୁମତି ଦିଆଯିବ। ନଚେତ ଦୁଇ ଡୋଜ୍‌ ଟିକା ନେଇଥିବେ। ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା। ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶକୁ ବାରଣ କରାଯଇଛି।  ଏବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ ।

ଗତବର୍ଷ ଭଳି ଚଳି ଥର ମଧ୍ୟ ଯାତାୟାତ କଟକଣା ରହିବ ଏବଂ କର୍ଫ୍ୟୁ ବେଳେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ତେବେ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟାତ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ନେବାକୁ ପଡିବ ।

ଅଂଶୁଘାତ ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ, ରାଜ୍ୟର ସମସ୍ତ ଜିଲ୍ଲାରେ ହେବ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ
ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବଢୁଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ  ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ଯକ୍ରମ କରାଯିବ। ଆଜି ସମସ୍ତ ବିଭାଗର ସଚିବ ଓ ମୁଖ୍ୟ ସଚିବଙ୍କୁ ନେଇ ଏସମ୍ବନ୍ଧରେ ଏକ ବୈଠକ ବସିଥିଲା। ରାଜ୍ୟରେ କିଭଳି ଅଂଶୁଘାତକୁ ମୁକାବିଲା କରିହେବ ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ମାର୍ଚ୍ଚରୁ ଜୁନ ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ରାଜ୍ଯବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନଳକୂପ ଓ ପିଇବା ପାଣି ସମସ୍ୟାକୁ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାବାଦ ବିଜୁଳି ସମସ୍ୟା ରୋକିବାକୁ ମଧ୍ୟ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶୁପକ୍ଷୀମାନେ ଯେପରି ଜଳଜନିତ କଷ୍ଟ ଅନୁଭବ ନ କରିବେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ସହିତ ଲୋକଙ୍କୁ ଘର ଆଗରେ ପାଣିପାତ୍ର ରଖିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

ଆଗକୁ ଖରା ବଢିବାକୁ ଥିବାରୁ ଶ୍ରମିକମାନଙ୍କୁ ସଚେତନ ରହିବାରୁ ଏସଆରସି ପରାମର୍ଶ ଦେଇଛନ୍ତି। ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରାଯିବ । ସେଠାରେ ଏୟାରକୁଲରଠାରୁ ଆରମ୍ଭ କରି ଓଆରଏସ ଓ ଅନ୍ୟାନ୍ୟ ଜିନିଷ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି ।