Renewable Energy - The Sakala

ବ୍ୟାପକ ହେବ ଅକ୍ଷୟ ଶକ୍ତିର ବ୍ୟବହାର; ସୌରଶକ୍ତିସମ୍ପନ୍ନ ହେବ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ
ଭୁବନେଶ୍ୱର: ରାଜ୍ୟରେ ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ସରକାରଙ୍କ ‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧିନରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ ସବୁଜ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସୌରଶକ୍ତି ସମ୍ପନ୍ନ କରାଯିବ। ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ବ ଦିଆଯିବା ସହ ଖୁବ୍‌ଶୀଘ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁଯାୟୀ, ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଶକ୍ତି ବିଭାଗ ନିଷ୍ପତ୍ତି ନେଇଛି। ପାୱାର ଗ୍ରୀଡ କର୍ପୋରେସନ ଲିମିଟେଡ ଏହି ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବ। କାର୍ଯ୍ୟାଳୟ ଚିହ୍ନଟ ସହ କେତେ ଅଞ୍ଚଳରେ ସୌର ପ୍ୟାନେଲ ଲାଗିବ ତା’ର ଆକଳନ କରାଯିବ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରୀଡ୍‌କୋ, ଓରେଡା ଏବଂ ରାଜ୍ୟର ବିତରକ କମ୍ପାନୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ପ୍ରାଥମିକ ଆଲୋଚନା ସରିଛି। କେବଳ ସୌରଶକ୍ତି ନୁହେଁ, ବିଭିନ୍ନ ଅକ୍ଷୟ ଶକ୍ତି ସ୍ରୋତର କିପରି ସଠିକ୍‌ ବିନିଯୋଗ ହୋଇପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ରିଆତି ବ୍ୟବସ୍ଥା କରିଥିବା ବେଳେ ଧିରେ ଧିରେ ନିବେଶକ ମଧ୍ୟ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହିକ୍ରମରେ ଓଡ଼ିଶା ‘ଅକ୍ଷୟ ଶକ୍ତି ନୀତି-୨୦୨୨’ ଅଧୀନରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକଙ୍କ ପ୍ରସ୍ତାବର ତ୍ୱରିତ୍‌ ସମୀକ୍ଷା କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୁବିଧା କକ୍ଷ ବା ଷ୍ଟେଟ ଲେଭେଲ ଫେସିଲିଟେସନ ସେଲ୍‌ ମଧ୍ୟ ଖୋଲାଯାଇଛି। ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗତ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ସହ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି ସେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଏହି ସେଲ୍‌ ନିବେଶ ପ୍ରସ୍ତାବର ସମୀକ୍ଷା କରିବା ପରେ ସିଙ୍ଗଲ ୱିଣ୍ଡୋ କମିଟିର ମଞ୍ଜୁରୀ ପାଇଁ ଦାଖଲ କରିବ। ଯାହାଫଳରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଆଉ ବିଶେଷ ସମୟ କିମ୍ବା ଅସୁବିଧା ଉତ୍ପନ୍ନ ହେବ ନାହିଁ। ଏହାଦ୍ୱାରା ନିବେଶକ ବିଶେଷ ମାତ୍ରାରେ ଉପକୃତ ହେବାକୁ ଥିବା ବେଳେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଆହୁରି ସମୃଦ୍ଧ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା ଅକ୍ଷୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ପରିଚାଳନା ନିୟମାବଳୀକୁ ଅନୁମୋଦନ ମିଳିସାରିଛି। ନିୟମାବଳୀର ଅନୁପାଳନ ପାଇଁ ବିଭାଗ ସମସ୍ତ ବିଭାଗ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷେ ରାଜ୍ୟରେ ଅକ୍ଷୟ ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ‘ଲୋଡ ସେଣ୍ଟର’ ପର୍ଯ୍ୟନ୍ତ ଶକ୍ତି ପରିବହନ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ ଅଧିନରେ ତଥା ସବୁଜ ଶକ୍ତି ଉତ୍ପାଦନ ଓ ପରିବହନ କରିଡର ମାଧ୍ୟମରେ ସ୍ୱତନ୍ତ୍ର ଗ୍ରୀଡ ଷ୍ଟେସନ ଓ ଟ୍ରାନ୍ସମିଶନ ଲାଇନ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ପାଇଁ ଆସନ୍ତା ୫ ବର୍ଷରେ ୧୩୪୫ କୋଟି ଟଙ୍କା ଖର୍ଚ୍ଚହେବ। ‘ଇନ୍ଦ୍ରାବତୀ ପମ୍ପଡ୍‌ ଷ୍ଟୋରେଜ ପ୍ରକଳ୍ପ’ ଓ ମନମୁଣ୍ଡା ସୌର ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ଶକ୍ତି ଉତ୍ପାଦନ ପାଇଁ ଏହି ପ୍ରକଳ୍ପ ସହାୟକ ହେବ ବୋଲି ଆଶା କରାଯାଉଛି।

ଓଡ଼ିଶା ହେବ ‘ଅକ୍ଷୟ’ ସମୃଦ୍ଧ: ନିୟମାବଳୀର ଅନୁପାଳନ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଆହରଣ ସହ ବ୍ୟବହାର ହୋଇପାରିବ ସେ ନେଇ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିନିମନ୍ତେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨କୁ ମଧ୍ୟ ପ୍ରଣୟନ କରିଛନ୍ତି। ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପରିଚାଳନା ନିୟମାବଳୀକୁ ଅନୁମୋଦନ କରିଛି। ଫଳରେ ଅକ୍ଷୟ ଶକ୍ତି ବ୍ୟବହାର, ଉତ୍ପାଦନ କ୍ଷେତ୍ରରେ ଆହୁରି ସହଜତା ଆସିବ।

ଏହି ନୀତିର କାର୍ଯ୍ୟକାରିତା ପାଇଁ ଗ୍ରୀଡ୍‌‌କୋକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି। ଏହାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କମିଟି, ଷ୍ଟେଟ ଲେଭଲ ଫ୍ୟାସିଲିଟେସନ ସେଲ୍‌ଫ ମଧ୍ୟ ଗଠନ କରିଛନ୍ତି। ଯାହାଫଳରେ ନିବେଶକମାନେ ଅଧିକ ଆକୃଷ୍ଟ ହେବା ସହ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିପାରିବେ। ଓଡ଼ିଶାରେ ନିକଟ ଅତୀତରେ ପବନ, ସୌର ଏବଂ ଜଳ ବିଦ୍ୟୁତ୍‌‌ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିବାରେ ଅକ୍ଷୟ ଶକ୍ତି ନୀତି ୨୦୨୨ ବେଶ୍‌‌ ସହାୟକ ହୋଇପାରିଥିବା ବେଳେ ବିପୁଳ ପରିମାଣର ନିବେଶ ପ୍ରସ୍ତାବ ମଧ୍ୟ ଆସୁଛି।

ଗତ ନଭେମ୍ବର ମାସରେ ସୌର ଶକ୍ତିରେ ନିବେଶ ପାଇଁ ପ୍ରାୟ ୪୯୪୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ଏହି ନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ପ୍ରାୟ ୫୭୫ ମେଗାୱାଟ୍‌‌ ପବନ ଶକ୍ତି ରାଜ୍ୟରେ ଉତ୍ପାଦିତ ହୋଇପାରିବ। ସେହିପରି ବିଭିନ୍ନ ସମୟରେ ରାଜ୍ୟରେ ଥିବା ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବିଭିନ୍ନ ସମୟରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ପ୍ରଦାନ କରୁଛି। ନିକଟରେ ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗଠିତ ସିଙ୍ଗଲ ୱିଣ୍ଡୋ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ୧୦୭୯.୬୨ କୋଟି ଟଙ୍କାର ସବୁଜ ଶକ୍ତି ନିବେଶ ପ୍ରସ୍ତାବକୁ କମିଟି ଅନୁମୋଦନ ଦେଇଥିବା ବେଳେ ଏହାଦ୍ୱାରା ରାଜ୍ୟରେ ମୋଟ ୧୧୨.୫୩ ମେଗାୱାଟ କ୍ଷମତା ବିଶିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଅନୁମୋଦନ ମିଳିଥିବା ପ୍ରକଳ୍ପ ମଧ୍ୟରେ ୩୦ ମେଗାୱାଟ୍‌‌ ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ, ୧୯.୫୩ ରୁଫ୍‌‌ଟପ ସୋଲାର ପ୍ରକଳ୍ପ ଏବଂ ୬୩ ମେଗାୱାଟ୍‌‌ ବିଶିଷ୍ଟ ବୃହତ୍‌‌ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ରହିଛି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବର୍ତ୍ତମାନ ପବନ ଓ ସୌର ଶକ୍ତି ସହ ରୁଫ୍‌‌ଟପ୍‌‌ ସୋଲାର ପ୍ରକଳ୍ପ, ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ସହ ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପରୁ ଅଧିକରୁ ଅଧିକ ପରିମାଣରେ ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି।

ଅକ୍ଷୟ ଶକ୍ତିରେ ଆତ୍ମନିର୍ଭର ହେବ ଓଡ଼ିଶା
ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ୍‌ ଯୋଗାଣ ଅବଧି ୨୦୧୮-୧୯ରେ ୨୦.୧୩ ଘଣ୍ଟାରୁ ୨୦୨୧-୨୨ରେ ୨୩.୨୨ ଘଣ୍ଟାକୁ ବୃଦ୍ଧି ପାଇଛି। ଯାହାକି ଜାତୀୟ ସ୍ତର ଦୈନିକ ୨୦.୫୩ ଘଣ୍ଟାଠାରୁ ଅଧିକ ଓ ଏଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍‌‌ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇଛି। ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୦୧୮-୧୯ରେ ୩୦.୫୭ ପ୍ରତିଶତରୁ ୨୦୨୨-୨୩ରେ ୧୮.୧୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଓ ସଫଳତାର ସମୀକ୍ଷା ପରେ ମନ୍ତ୍ରୀ ପ୍ରଦାପ ଦେବ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୯ ମସିହାରେ ଓପିଜିସିର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି। ଏହି ଅବଧି ମଧ୍ୟରେ ଗ୍ରୀଡ୍‌‌କୋ ଦ୍ୱାରା ୨୨୦୦ ମେଗାୱାଟ୍‌‌ରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି (୧୧୫୮ ମେଗାୱାଟ ସୌର ଶକ୍ତି ଏବଂ ପବନ ଶକ୍ତି-୧୦୫୦ ମେଗାୱାଟ)। ଏହା ଦ୍ୱାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪ ପ୍ରତିଶତରୁ ୨୦୨୨-୨୩ରେ ପ୍ରାୟ ୧୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ଗିଗାୱାଟ୍‌‌ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନିମନ୍ତେ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କରାଯାଇଛି। ପ୍ରାୟ ୮୦୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫୪୦୦ ମେଗାୱାଟକୁ ସୁଚାରୁ ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।

ସେହିପରି ରାଜ୍ୟରେ ୪୪ଟି ଇଏଚ୍‌‌ଟି ଗ୍ରୀଡ ଯଥା ୧୫ଟି ୨୨୦/୧୩୨ କେଭି ଗ୍ରୀଡ୍‌‌, ୨୮ଟି ୧୩୨/୩୩ କେଭି ଗ୍ରୀଡ୍‌‌ ଏବଂ ୪୦୦ କେଭି ମେରାମୁଣ୍ଡଳି-ବି ଜିଆଇଏସ୍‌‌ ଗ୍ରୀଡ୍‌‌ କାର୍ଯ୍ୟକ୍ଷମ କରାଯାଇଛି ଯାହାକି ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଓଡିଏସ୍‌‌ଏସ୍‌‌ପି ଯୋଜନା ମାଧ୍ୟମରେ ୨୩୩ ଗୋଟି ନୂତନ ୩୩/୧୧ କେଭି ପ୍ରାଥମିକ ସବ୍‌‌ଷ୍ଟେସନ୍‌‌ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ଓଡିଏସ୍‌‌ଏସ୍‌‌ପି ଯୋଜନାର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରାଯାଇଛି। ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍‌‌ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରାଯାଇଛି। ମୋ ବିଦ୍ୟୁତ୍‌ ମାଧ୍ୟମରେ ୪.୧୧ ଲକ୍ଷ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି ଏବଂ ୫ ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଅଭିଯୋଗ ସମାଧାନ କରାଯାଇଛି। ୧୨୯୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଟରିଂ, ବିଲିଂ ଏବଂ ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇ ସ୍ୱାବଲମ୍ୱ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆସନ୍ତା ୭ ବର୍ଷ ମଧ୍ୟରେ କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ ଓଡ଼ିଶା
ଭୁବନେଶ୍ୱର: ବିଜୁଳି ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ ହୋଇଛି; କିନ୍ତୁ ପରିବେଶ ସୁରକ୍ଷା ଏବଂ ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ନବୀକୃତ ବା ଅକ୍ଷୟଶକ୍ତିର ଆବଶ୍ୟକତା ରହିଛି। ତେଣୁ ଏହି କ୍ଷେତ୍ରକୁ ବଳ ଦେବା ପାଇଁ ଶକ୍ତି ବିଭାଗ କାର୍ଯ୍ୟାରମ୍ଭ କରିଛି। ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି। ଅକ୍ଷୟଶକ୍ତି କ୍ଷେତ୍ରରେ ସମୃଦ୍ଧି ଆଣିବା ପାଇଁ ସଦ୍ୟ ସମାପ୍ତ ମେକ୍‌‌ ଇନ୍‌‌ ଓଡ଼ିଶା ସମ୍ମିଳନୀରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତିର ଶୁଭାରମ୍ଭ କରିଛନ୍ତି। ସମ୍ପ୍ରତି ରାଜ୍ୟରେ ପାରମ୍ପରିକ ଉତ୍ସରୁ ୭୨୯୦ ମେଗାୱାଟ୍‌‌ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି।

ଓଡ଼ିଶାରେ ବିଦ୍ୟୁତ ଶକ୍ତିର ଅଭାବ ନାହିଁ। ତଥାପି ଭବିଷ୍ୟତ ପିଢ଼ିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ଭାବେ ଅକ୍ଷୟଶକ୍ତି ନୀତି କାର୍ଯ୍ୟକାରୀ କରାଯାଇଛି। ଉକ୍ତ ନୀତି ଅନୁସାରେ ସବୁଜ ଶକ୍ତି କରିଡର୍‌‌ ନିର୍ମାଣ କରିବା ପାଇଁ ୫୦ କୋଟି ଟଙ୍କା ଏବଂ ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ନାମକ ନୂତନ ଯୋଜନା ପାଇଁ ଆଉ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ଉତ୍ପାଦନ କ୍ଷେତ୍ରରେ ଆମେ ବଳକା ରାଜ୍ୟ ହୋଇ ସୁଦ୍ଧା ଆଗକୁ ଚାହିଦା ବହୁତ ବଢ଼଼ିବ।

ଅପରପକ୍ଷେ ଆମକୁ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବା ସହିତ ଗ୍ରାହକଙ୍କୁ କମ୍‌‌ ମୂଲ୍ୟଯୁକ୍ତ ଶକ୍ତି ଯୋଗାଇବାର ଆବଶ୍ୟକତା ରହିଛି। ସେଥିପାଇଁ ଚଳିତ ବର୍ଷରୁ ସ୍ୱତନ୍ତ୍ର ଅଭିଯାନ କ୍ରମେ ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦିଆଯିବ। ପୂର୍ବରୁ କେବଳ ପବନ ଓ ସୌର ଶକ୍ତିକୁ ଅକ୍ଷୟଶକ୍ତିରେ ସାମିଲ କରାଯାଉଥିଲା। ଏବେ ସେଥିରେ ଜଳ ବିଦ୍ୟୁତ୍‌‌ ସ୍ଥାନ ପାଇଛି। ଆମ ରାଜ୍ୟରେ ପବନ ଶକ୍ତି ବିଶେଷ ଉପାଦେୟ ହେବ ନାହିଁ। ତେଣୁ ଜଳ ଓ ସୌର ଶକ୍ତିରୁ ବିଜୁଳି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ରାଜ୍ୟର ବୃହତ ଜଳ ଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ସେହିପରି ଅବ୍ୟବହୃତ ଜମି ଚିହ୍ନଟ କରାଯାଇ ସେଠାରେ ସୂର୍ଯ୍ୟାଲୋକରୁ ଶକ୍ତି ଉତ୍ପାଦନ କରାଯିବ। କେବଳ ଅକ୍ଷୟଶକ୍ତି ଉତ୍ପାଦନ ନୁହେଁ ଏହା କିପରି ବିତରଣକାରୀ ସଂସ୍ଥା ଏବଂ ଗ୍ରାହକଙ୍କ ପାଇଁ ଉପାଦେୟ ହେବ ସେଥିପାଇଁ ମଧ୍ୟ ଆମେ ପଦକ୍ଷେପ ନେଉଛୁ। ବିଦ୍ୟୁତ ବିତରଣ କରୁଥିବା ଓପିଟିସିଏଲ୍‌‌କୁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଦେବେ। ବିଦ୍ୟୁତ ଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୮ ପଇସା ପ୍ରଦାନ କରାଯାଉଥିବା ବେଳେ ଅକ୍ଷୟଶକ୍ତି ବିତରଣ ପାଇଁ ୟୁନିଟ୍‌‌ ପିଛା ୨୦ ପଇସା ରିହାତି ପ୍ରଦାନ କରାଯିବ।

ସେହିପରି ଭାୟାବଲ ଗ୍ୟାପ୍‌‌ ଫଣ୍ଡିଂ (ଭିଜିଏଫ୍‌‌) ମଧ୍ୟ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଉଭୟ ଶିଳ୍ପ ଏବଂ ଘରୋଇ ଗ୍ରାହକଙ୍କୁ ଅକ୍ଷୟଶକ୍ତି ଯୋଗାଇ ଦିଆଯିବ। ଅକ୍ଷୟଶକ୍ତିର ବ୍ୟବହାର ଫଳରେ ୫୦% ଚାହିଦା ପୂରଣ ହୋଇପାରିବ। ବିଦ୍ୟୁତ ଦେୟ ହ୍ରାସ ପାଇବ। ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ହଜାରରୁ ୧୧ ହଜାର ମେଗାୱାଟ୍‌‌ ଶକ୍ତି ଉତ୍ପାଦନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଅପରପକ୍ଷେ ବିଦ୍ୟୁତ ସଂରକ୍ଷଣ, ବିତରଣ କ୍ଷତି ହ୍ରାସ ପାଇଁ ପଦକ୍ଷେପ ନିଆଯାଉ ଥିବାରୁ ଆଗାମୀ ଦିନରେ ଅକ୍ଷୟଶକ୍ତି ଉପକୃତ ହୋଇପାରିବ ବୋଲି ଶ୍ରୀ ଧଳ କହିଛନ୍ତି। ରାଜ୍ୟ ସରକାର ଅକ୍ଷୟଶକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ପୂର୍ବରୁ ପଦକ୍ଷେପ ନେଇଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରଛି। ତଥାପି ଅକ୍ଷୟଶକ୍ତିର ବିଧିବଦ୍ଧ ପ୍ରୋତ୍ସାହନ ନିମନ୍ତେ ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।