Manmohan Samal - The Sakala
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି।
ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ରାଜ୍ୟସଭା ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡ. ଦତ୍ତେଶ୍ୱର ହୋତା ନିର୍ବାଚନ ଲଢୁଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ସୂଚନା ମିଳିଛି । ତେବେ ନାମାଙ୍କନ ଦାଖଲ ପରେ ୨୦୦୨ ପରି ଜିତାପଟ ହାସଲ କରିବି ବୋଲି କହିଛନ୍ତି ଦିଲ୍ଲୀପ ।
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବରେ ମନମୋହନ ସାମଲଙ୍କ ପୁନଃନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର ଧରିଛି। ସବୁ କିଛି ଠିକ୍‌ ରହିଲେ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ଚେହେରା ବଦଳିବ। ଏହା ସହିତ ପ୍ରଥମ ପର୍ଯ୍ୟାୟରେ କିଛି ନେତାଙ୍କୁ ନିଗମ ଓ ବୋର୍ଡରେ ଥଇଥାନ କରାଯିବ। ଏ ସଂକ୍ରାନ୍ତ ସୂଚୀ ଚୂଡ଼ାନ୍ତ ନିମନ୍ତେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଯଦିଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ୱର୍ଗତଃ ପିତା ଦୌଲାଲ ବୈଷ୍ଣବଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଉଭୟ ଦିଲ୍ଲୀ ଯାଇଥିବା ସରକାରୀ ଭାବରେ କୁହାଯାଉଛି, ମାତ୍ର ଏହା ପଛରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗ ଜଡ଼ିତ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବି ଏଲ୍‌ ସନ୍ତୋଷ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାପରେ ଏହି ଆଲୋଚନାକୁ ଅଧିକ ବଳ ଯୋଗାଇଛି।
ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମନ୍ତ୍ରିମଣ୍ଡଳର ସମ୍ଭାବ୍ୟ ସ୍ୱରୂପ ପ୍ରାୟତଃ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ରାଜ୍ୟର ଜଣେ ଦୁଇଜଣ ଟାଣୁଆ ନେତା ଏଥିରେ କେଁ ପୂରାଇଛନ୍ତି। ସେହିପରି ବାଦ ସୂଚୀରେ ସ୍ଥାନ ପାଇଥିବା କିଛି ମନ୍ତ୍ରୀଙ୍କ ସମ୍ପର୍କରେ ସହମତି ହୋଇ ପାରିନାହିଁ। ପୁନଶ୍ଚ ଏକାଧିକ ବିଭାଗ ଦାୟିତ୍ୱରେ ଥାଇ କିଛି ବିବାଦୀୟ ହୋଇଥିବା ଦୁଇଜଣ ମନ୍ତ୍ରୀଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯାଇ ପାରିନାହିଁ। ଗୋଟିଏ ସପ୍ତାହ ପୂର୍ବରୁ ମୋହନ ନିଜର କିଛି ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚାହୁଁଥିଲେ, ମାତ୍ର ମନମୋହନ ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର କିଛି ଅନୁଗତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ବାନ୍ଧି ବସିଛନ୍ତି। ସେହିପରି ୪ ଜଣ ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀର ୪ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିବାକୁ ଚାପ ସୃଷ୍ଟି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ଉଭୟ ମୋହନ-ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିବା କୁହାଯାଉଛି।
ଉଭୟେ ଦିଲ୍ଲୀରେ ଶୀର୍ଷ ନେତୃତ୍ୱସ୍ତରୀୟ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀଙ୍କୁ ଭେଟିଥିବା କୁହାଯାଉଛି। ଅପରପକ୍ଷେ ରାଜ୍ୟ ସଭାପତି ଶ୍ରୀ ସାମଲ ମଧ୍ୟ କେତେକ ନେତାଙ୍କୁ ଭେଟିଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସ୍ୱୀକୃତି ମିଳିଗଲେ ଚଳିତ ମାସରେ କୌଣସି ଦିନ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ଶପଥ ନେବେ।
ଭୁବନେଶ୍ବର: ମନମୋହନ ସାମଲ ପୁଣି ହେଲେ ବିଜେପି ରାଜ୍ୟ ସଭାପତି। ସର୍ବ ସହମତିରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ମନମୋହନ। ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ଚତୁର୍ଥ ଥର ପାଇଁ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ,  ପୂର୍ବରୁ ମନମୋହନ ୩ଥର ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ପ୍ରଥମେ ୧୯୯୯ରୁ ୨୦୦୦ ଓ ପରେ ୨୦୦୧ ରୁ ୨୦୦୪ ପର୍ଯ୍ୟନ୍ତ ସଭାପତି ରହିଥିଲେ। ପରେ ୨୦୨୩ ମସିହାରେ ସେ ତୃତୀୟ ଥର ପାଇଁ ସଭାପତି ଦାୟିତ୍ୱ ତୁଲାଇଥିବା ବେଳେ ଚତୁର୍ଥ ଥର ସଭାପତି ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଶ୍ରୀ ସାମଲ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ। ୨୦୦୪ରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେପି – ବିଜେଡି ମେଣ୍ଟ ସରକାରରେ ଗୁରୁତପୁର୍ଣ୍ଣ ରାଜସ୍ୱ ବିଭାଗର ମନ୍ତ୍ରୀ ଥିଲେ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ
ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ଖୋଲା ଚ୍ୟାଲେଞ୍ଜ।  ଯଦି ତାକତ ଅଛି ତେବେ ବିଜେଡି ଖାଲି କରିକି ଦେଖାଅ ବୋଲି ବଦ୍ରି କହିଛନ୍ତି । ଏପରି ବୟାନ ବାଜିର କିଛି ଲାଭ ନାହିଁ । କାହା ମୁଁହରେ ହାତ ଦେଇ ହେବ କି ? କେଉଁ ଆଧାରରେ ମନମୋହନ ସାମଲ କହିଲେ। ବିଜେଡ଼ି ଭାରତ ବର୍ଷର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ବଦ୍ରି ପାତ୍ର।
ସେହିପରି, ମନମୋହନ ସାମଲଙ୍କ ବିଜେଡ଼ି ଫାଙ୍କା ହେଇଯିବା ମନ୍ତବ୍ୟକୁ କଡା ସମାଲୋଚନା କଲେ ଗଣେଶ୍ଵର ବେହେରା। କହିଲେ ଏହା ମୁଙ୍ଗେରି ଲାଲକେ ହସିନ ସପ୍ନେ । ସମୟ କହିବ। ୨ ଜଣ ବିଜେଡ଼ି ରାଜ୍ୟସଭା ସାଂସଦଙ୍କୁ ଅପହରଣ କରି ସେମାନେ ଯେଉଁ ଉଲ୍ଲସିତ ହେଉଛନ୍ତି ସେ ଉଲ୍ଲାସ ସ୍ଵଳ୍ପ ଆୟୁ। ତାହା ହିଁ ପ୍ରମାଣିତ। ଯିଏ ଯୋଦ୍ଧା ସେ ସବୁବେଳେ ପ୍ରସ୍ତୁତ। ଗୋଟିଏ ପରାଜୟରେ ଜଣ କର ସଫଳତା କେବେ ନ୍ୟୁନ ହୁଏନି। ସୁତରାଂ ସେ ଜଣେ ଯୋଦ୍ଧା, ମୁଁ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଲେ। ଲଢିବା ମାନେ ନୁହଁ ଯେ ନିର୍ବାଚନ ଲଢିବା। ଲଢିବା ପାଇଁ ଅର୍ଥ ଜନ ପ୍ରସଙ୍ଗକୁ ନେଇ ଲଢିବା।
ଗଞ୍ଜାମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ
ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ। ବିଜେପିର ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କାରଗିଲ ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁର ଗ୍ରାମରେ।
ଗଞ୍ଜାମ ଜିଲ୍ଲା ସଭାପତିଙ୍କ ସମେତ ବହୁ ନେତା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ପଦଯାତ୍ରା ଆରମ୍ଭ କରୁଥିବା ସମୟରେ ବିଜେପିର ଆଉ ଏକ ଗୋଷ୍ଠୀ ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବ ଆସି ବିରୋଧ କରିବା ସହ ଧସ୍ତା ଧସ୍ତି ହୋଇଥିଲେ। ଯାହାକି ବିଜେପିର ଏଭଳି ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। କିଛି ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧ ଚାଲିଥିଲା।
ମନମୋହନ ସାମଲ ନୂତନ ବିଜେପି ରାଜ୍ୟ ସଭାପତି
ଭୁବନେଶ୍ବର: ମନମୋହନ ସାମଲ ରାଜ୍ୟ ଭାଜପାର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି। ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଭାଜପାର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଦାୟିତ୍ୱ ଦେଇଛନ୍ତି। ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ନୂଆ ଦାୟିତ୍ୱ ମିଳିଛି। ରାଜ୍ୟରେ ଭାଜପା-ବିଜେଡି ମେଣ୍ଟ ସରକାର ଥିବା ସମୟରେ ମନମୋହନ ମନ୍ତ୍ରୀ ଥିଲେ। ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ ମନମୋହନଙ୍କ ନେତୃତ୍ୱରେ ଦଳ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି। ନିକଟରେ ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ରାଷ୍ଟ୍ରୀୟ ସଭାପତି। ଏବେ ସମୀରଙ୍କ ସ୍ଥାନରେ ମନମୋହନ ହେଲେ ରାଜ୍ୟ ବିଜେପି ମଙ୍ଗୁଆଳ।