Gandhamardan Hills - The Sakala

ମାଓ ଦମନରେ ବଡ଼ ସଫଳତା: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମାଓମୁକ୍ତ ଘୋଷିତ
ଓଡ଼ିଶା ପୋଲିସ ପାଇଁ ଏକ ଐତିହାସିକ ସଫଳତା। ରାଜ୍ୟର ଆଉ ଦୁଇଟି ଜିଲ୍ଲା ବଲାଙ୍ଗୀର ଏବଂ ବରଗଡ଼କୁ ଆନୁଷ୍ଠାନିକ ଭାବେ ମାଓମୁକ୍ତ ଘୋଷଣା କରାଯାଇଛି। ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ରବିବାର ଦିନ ଏହି ଘୋଷଣା କରିଛନ୍ତି। ଏହି ଦୁଇ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଛତିଶଗଡ଼ରେ ୧୫ ମାଓବାଦୀଙ୍କ ଆତ୍ମସମର୍ପଣ

ସୂଚନା ଅନୁଯାୟୀ, ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିବା ପ୍ରାୟ ୧୫ ଜଣ ମାଓବାଦୀ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସର ତିନିଜଣ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତ୍ମସମର୍ପଣ ପରେ ଦୁଇ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଡିଜିପି ସ୍ପଷ୍ଟ କରିଛନ୍ତି।

ଶାନ୍ତ ହେଲା ଗନ୍ଧମାର୍ଦ୍ଦନ ପାହାଡ଼

ଏହି ଘୋଷଣା ସହ ଐତିହାସିକ ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇପାରିଛି। ଦୀର୍ଘ ଦିନ ଧରି ମାଓବାଦୀମାନେ ଏହି ପାହାଡ଼ିଆ ଅଞ୍ଚଳକୁ ନିଜର ଆଡ୍ଡାସ୍ଥଳୀ କରି ରଖିଥିଲେ। ତେବେ ପୋଲିସର ନିରନ୍ତର ଅପରେସନ୍, ସଠିକ୍ ଗୁଇନ୍ଦା ତଥ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ଖୁରାନିଆ କହିଛନ୍ତି।

୭ଟି ଜିଲ୍ଲା ହେଲା ମାଓମୁକ୍ତ

ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା: ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼। ତେବେ କନ୍ଧମାଳ, ରାୟଗଡ଼ା ଏବଂ କଳାହାଣ୍ଡି ଭଳି ତିନୋଟି ଜିଲ୍ଲାର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗତିବିଧି ରହିଥିବା ପୋଲିସ ସୂଚନା ଦେଇଛି।

ଆଦାନୀ ଜମିକିଣା ବିବାଦ: ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ତେଜିବ ଆନ୍ଦୋଳନ, ଚେତାବନୀ ଦେଲେ ଅଞ୍ଚଳବାସୀ
ଭୁବନେଶ୍ବର: ନିର୍ଦ୍ଧାରିତ ମୂଲ୍ୟଠାରୁ ତିନି ଗୁଣା ଅଧିକ ଟଙ୍କା ଦେଇ ଲୋକଙ୍କଠାରୁ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗୃପ କିଣିଛି ୧୧୨.୮୬ ଏକର ଜମି । ଫଳରେ ଏହି ଅଞ୍ଚଳରେ ଖଣି ଖନନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗନ୍ଧମାର୍ଦ୍ଦନ ଉପରେ ବିପଦ ପଡିଲେ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଗନ୍ଧମାର୍ଦ୍ଦନର ଜୈବ ବିବିଧତାକୁ ଖଣି ଖନନ ପାଇଁ ଆଦାନିକୁ ଟେକି ଦେଲେ ବିଜେଡି ତୀବ୍ର ବିରୋଧ କରିବ ବୋଲି ଚେତାବନୀ ଦେଇଛି ।

ବଲାଙ୍ଗୀର-ବରଗଡ ସୀମାରେ ଥିବା ଗର୍ଦ୍ଧମାର୍ଦ୍ଦନ ପର୍ବତ ଉପରେ ଖଣି ଖନନ ପାଇଁ ଆଦାନୀ କମ୍ପାନୀ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ଏବେ ଚିହିଁକି ଉଠିଛନ୍ତି ଅଞ୍ଚଳବାସୀ ।

ଆଦାନୀ କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡ ନାଁରେ ଅଞ୍ଚଳରୁ ୧୧୨.୮୬ ଏକର ଜମି କିଣିଛି । ନୂଆ ସରକାର ଆସିବା ପରେ ଗତ ସେପ୍ଟେମ୍ବର ମାସରେ କମ୍ପାନୀ ପକ୍ଷରୁ ଜମି କିଣା ଯାଇଛି । ତେବେ ଏହି ଜମିଠାରୁ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ଓ ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠର ସମାନ ଦୂରତା । ହଜାର ହଜାର ବର୍ଷ ଧରି ପଶ୍ଚିମ ଓଡିଶାର ଧର୍ମୀୟ ଭାବନା ସହିତ ଜଡିତ ରହିଛି ଗନ୍ଧମାର୍ଦ୍ଦନ । ପାହାଡରୁ ସୁକତେଲ ଓ ଅଙ୍ଗନଦୀ ବାହାରିଥିବା ବେଳେ ୨୨ରୁ ଅଧିକ ଚିରସ୍ରୋତା ଝରଣା ବହି ଚାଲିଛି । ଏଠି ୧୮ ହଜାର ପ୍ରଜାତିର ଔଷଧୀୟ ବୃକ୍ଷଲତା ରହିଛି । ବଲାଙ୍ଗୀର, ବରଗଡ଼ ଓ ନୂଆପଡା ଜିଲ୍ଲାର ଲକ୍ଷାଧିକ ଲୋକ ପେଟପାଟଣା ପାଇଁ ଗନ୍ଧମାର୍ଦ୍ଦନ ଉପରେ ନିର୍ଭର କରନ୍ତି I ଫଳରେ ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା ଅଞ୍ଚଳ ଘୋଷଣା କରିବାକୁ ତତ୍କାଳୀନ ନବୀନ ସରକାର ଅନେକ ଚେଷ୍ଟା କରିଥିଲେ । ହେଲେ ଏବେ ନୂଆ ସରକାର ଆସିବା ପରେ ବିପଦ ଆଡକୁ ଠେଲି ହୋଇଯାଇଛି ଗନ୍ଧମାର୍ଦ୍ଦନ ପର୍ବତ ।

ଗନ୍ଧମାର୍ଦ୍ଦନ ପାଦଦେଶରେ କିଣାଯାଇଥିବା ଏହି ଜମିରେ କ’ଣ କରିବ ଆଦାନୀ କମ୍ପାନୀ ? ଏତେ ପରିମାଣର ଜମି କିଣିବା ପଛରେ କାରଣ କ’ଣ ? ଉପଯୁକ୍ତ ମୂଲ୍ୟଠାରୁ ତିନି ଗୁଣ ଅଧିକା ଦାମ ଦେଇ ଜମି କାହିଁକି କିଣାଯାଇଛି ? ତାହା ସ୍ପଷ୍ଟ କରୁନାହାଁନ୍ତି କମ୍ପାନୀ କର୍ତ୍ତୃପକ୍ଷ । ବଲାଙ୍ଗୀର ନୂଆପଡା ରେଳପଥ ପାଇଁ ଦୁଇ ଦଶନ୍ଧୀ ଧରି ଦାବି ହେଉଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହି ରେଳପଥ ପାଇଁ ଡିପିଆରକୁ ଅନୁମତି ଦେଇଛନ୍ତି । ଏହାସହ ପାଟଣାଗଡରେ ଏକ ଏୟାରଷ୍ଟ୍ରିପ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଯାହା ଖଣି ଖନନ ସନ୍ଦେହକୁ ଦୃଢିଭୂତ କରିଛି । ଅନ୍ୟପଟେ ଧର୍ମକୁ ଆଖିଠାର ଭଳି ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ଦେଇଛନ୍ତି ।

ଗନ୍ଧମାର୍ଦ୍ଦନ ପାହାଡରେ ୨୦୨ ମିଲିୟନ ଟନ ବକ୍ସାଇଟ ରହିଥିବାରୁ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ଆଖି ଏହା ଉପରେ ରହିଛି । ୧୯୮୦ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସାଇଟ ଉତ୍ତୋଳନ ପାଇଁ ବାଲକୋ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ଜୋରଦାର୍ ବିରୋଧ ପରେ କମ୍ପାନୀ ଫେରିଯାଇଥିଲା ।

ଆୟୁର୍ବେଦର ଭୂସ୍ୱର୍ଗ ଗନ୍ଧମାର୍ଦ୍ଦନ, ରାଜ୍ୟର ତୃତୀୟ ଜୈବବିବିଧତା ମାନ୍ୟତା
ଭୁବନେଶ୍ୱର: ରାଜ୍ୟର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଗନ୍ଧମାର୍ଦ୍ଦନକୁ ରାଜ୍ୟ ସରକାର ଦେଇଛନ୍ତି ମାନ୍ୟତା। ସୋମବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ୧୮,୯୬୩.୮୯୮ ହେକ୍ଟରରେ ପରିବ୍ୟାପ୍ତ ଏହି ପର୍ବତ ଆୟୁର୍ବେଦର ଭୂସ୍ୱର୍ଗ ଭାବେ ପରିଚିତ ଏବଂ ଏବେ ରାଜ୍ୟ ସରକାର ଏହାକୁ ଐତିହ୍ୟସ୍ଥଳୀ ଘୋଷଣା କରିଛନ୍ତି। ଏହି ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ମିଳିବା ଦ୍ୱାରା ବିଲୁପ୍ତପ୍ରାୟ ବୃକ୍ଷଲତା ଓ ଜୀବଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ପଦକ୍ଷେପ ସହଜ ହୋଇପାରିବ। ଏଥିରେ ସ୍ଥାନୀୟ ଲୋକଙ୍କୁ ବହୁଳ ଭାବେ ସମ୍ପୃକ୍ତ କରାଇ ଏହି କାର୍ଯ୍ୟ କରାଯିବ। ଦିନକୁ ଦିନ ପର୍ବତରୁ ବହୁ ଗଛ ଚୋରି ହେଉଥିବା ବେଳେ ଜୀବଜନ୍ତୁ ମଧ୍ୟ ଶିକାର ହେଉଛନ୍ତି।

ମାତ୍ର ଜୈବବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ମିଳିବା ପରେ ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସ୍ରୋତରୁ ଅର୍ଥାଗମ ସୁଗମ ହେବ। ଯାହା ପର୍ବତର ରକ୍ଷଣାବେକ୍ଷଣ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା ରହିଛି। ଏହି ପର୍ବତକୁ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ପ୍ରଥମେ ନନ୍ଦୁପଲା, ତେଲେନପାଲି, ବରତୁଣ୍ଡା, ମିଥପାଲି ଆଦିରେ ଥିବା ଜୈବବିବିଧତା ପରିଚାଳନା କମିଟି, ବଲାଙ୍ଗିର ଏବଂ ବରଗଡ଼ ଡିଏଫ୍‌‌ଓଙ୍କ ସମେତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ଜିଲ୍ଲା ବନ ମହାସଂଘ ଦାବି ଓ ସୁପାରିସ କରିଥିଲେ। ଏହି ସୁପାରିସ ଓ ଗ୍ରାମସଭାର ନିଷ୍ପତ୍ତି ଆଧାରରେ ଜୈବବିବିଧତା ବୋର୍ଡ ସେଠାରେ ସର୍ଭେ ଆରମ୍ଭ କରିଥିଲା। ସର୍ଭେ ପରେ ଏହି ପର୍ବତରେ ଥିବା ‘ଫ୍ଲୋରା’ ଓ ‘ଫନା’ର ତଥ୍ୟ ସଂଗ୍ରହ ହୋଇଥିଲା।

ଏଥିରେ ୧୦୫୫ ପ୍ରଜାତିର ବୃକ୍ଷଲତା ଓ ୫୦୦ ପ୍ରକାରର ପ୍ରାଣୀ ଥିବା ଜଣାପଡ଼ିଥିଲା। ୧୦୫୫ ପ୍ରଜାତିର ବୃକ୍ଷ ମଧ୍ୟରେ ୮୪୯ ପ୍ରକାର ଫୁଲ ଗଛର ସନ୍ଧାନ ମଳିଥିବାବେଳେ ଏଥରେ ବୁଦା ଜାତୀୟ ଗଛ, ଗୁଳ୍ମ ଓ ବିଭିନ୍ନ ପ୍ରକାର ଲତା ସମେତ ପ୍ରାୟ ୩୦୦ ପ୍ରକାର ଔଷଧୀୟ ଗଛ ଥିବା ନେଇ ଜଣାପଡ଼ିଛି। ସେହିପରି ୪୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୧୬୧ ପ୍ରକାର ପକ୍ଷୀ, ୪୪ ପ୍ରକାର ସରିସୃୃପ, ୧୧୮ ପ୍ରକାର ପ୍ରଜାପତି, ୮୩ ପ୍ରକାର ବୁଢ଼ିଆଣି ଓ ୧୮ ପ୍ରକାର ବିଲୁପ୍ତ ପ୍ରଜାତିର ପ୍ରାଣୀ ଥିବା ଜଣାପଡ଼ିଛି।  ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ ଏହି ପର୍ବତରେ ପ୍ରାୟ ୫୦୦ ପ୍ରଜାତିର ଔଷଧୀୟ ଗୁଣଯୁକ୍ତ ଗଛ ଅଛି। ଏହାକୁ ‘ଆୟୁର୍ବେଦର ସ୍ୱର୍ଗ’ ଭାବେ ସ୍ଥାନୀୟ ଲୋକେ ଗ୍ରହଣ କରୁଥିବା ବେଳେ ଅନେକ ରୋଗର ମୁକ୍ତି ପାଇଁ ଏଠାରୁ ଔଷଧ ସଂଗ୍ରହ କରୁଥିବା କହିଛନ୍ତି।

ବୈଦ/ହାକିମ/ଦିଶାରୀମାନେ ଏଠାରୁ ବିଭିନ୍ନ ଗଛ ଲତା ଆଣି ଲୋକଙ୍କ ଚିକିତ୍ସାରେ ଲଗାଉଛନ୍ତି। ମୁଖ୍ୟତଃ ସ୍ତ୍ରୀ ଓ ପ୍ରସୁତି ରୋଗ ଦୂର କରିବା ସହ ଅମ୍ଲ, ଗ୍ୟାଷ୍ଟ୍ରିକ, ଅଲସର, ପେଟ ରୋଗ, ମଧୁମେହ, ପାଇଲ୍ସ, ହାଡ଼ ଭଙ୍ଗା, ଜଣ୍ଡିସ, ବିଭିନ୍ନ ପ୍ରକାର ଜ୍ୱର ସହିତ ମା କ୍ଷୀର ବୃଦ୍ଧି କରିବା ପାଇଁ ଏଠାରେ ବୃକ୍ଷ ଲତା ଥିବା ଦାବି କରାଯାଇଛି। ଏଥିପାଇଁ ଏହି ପର୍ବତ ଜୈବବିବିଧତାର ଐତିହ୍ୟସ୍ଥଳୀ ମାନ୍ୟତା ପାଇବା ପରେ ଏଗୁଡ଼ିକ ସୁରକ୍ଷିତ ରହିବ ଓ ଆଗାମୀ ଦିନରେ ଗବେଷଣା ପାଇଁ ମଧ୍ୟ ସହାୟକ ହେବ। ଗତ ନଭେମ୍ବର ମାସରେ ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହି ମାନ୍ୟତା ପ୍ରଦାନ କରିଥିବା ବେଳେ ପୂର୍ବରୁ ମଣ୍ଡାସାରୁ ପର୍ବତକୁ ମଧ୍ୟ ଏହି ଟ୍ୟାଗ ମିଳି ସାରିଛି।