Amritpal Singh - The Sakala

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ନୂଆପଡ଼ା ନିକଟ ପାଟଧରା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ନୂଆପଡ଼ା ଜିଲ୍ଲା ପୁଲିସ ଏବଂ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୁରକ୍ଷା ବାହିନୀ ଦ୍ୱାରା ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଅନେକ ମାରଣାସ୍ତ୍ର, ଆଇଇଡି (IED) ଏବଂ ଅନ୍ୟାନ୍ୟ ବିସ୍ଫୋରକ ରହିଛି। ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟଡଙ୍ଗର ନିକଟରେ ଲୁଚାଯାଇଥିଲା ।

ବୋଡ଼େନ ପୋଲିସ ଷ୍ଟେସନ ଅଧୀନରେ ଥିବା ପାଟଧରା ସଂରକ୍ଷିତ ଜଙ୍ଗଲର ବାରପଦର ଗାଁ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ (DVF) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ଜଙ୍ଗଲରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ନେଇ ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲା।

ଏହି ଅପରେସନ ସମ୍ପର୍କରେ ସୂଚନା ଦେଇ ନୂଆପଡ଼ା ଏସପି (SP) ଅମୃତପାଲ ସିଂ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ବେଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ଗୋଟିଏ କାର୍ବାଇନ୍, ୨ଟି ଟିଣ ବୋମା, ୮୩ ରାଉଣ୍ଡ ଗୁଳି, ୮ଟି ଜିଲାଟିନ୍ ଷ୍ଟିକ୍, ବ୍ୟାଟେରୀ, ବନ୍ଧୁକ ପାଉଡର, ତାର, ମାଗାଜିନ୍, ୨ଟି ଆଇଇଡି (IED), ଔଷଧ ଏବଂ ମାଓବାଦୀଙ୍କ ପୁସ୍ତିକା ସାମିଲ ରହିଛି।

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ
ପଞ୍ଜାବ: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂର ଘନିଷ୍ଠ ସହଯୋଗୀ ଗିରଫ। ପଞ୍ଜାବ ପୁଲିସର ଗୁଇନ୍ଦା ବିଭାଗ ଆଜି ତାକୁ ଗିରଫ କରିଛି। ଅମ୍ରିତପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରିତ ସିଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲା । ଏହି ସମୟରେ ତାକୁ ଗିରଫ କରାଯାଇଛି।

ଆସିଥିବା ସିସିଟିଭି ଫୁଟେଜରୁ ଅମ୍ରିତପାଲ ସହ ପାପାଲପ୍ରିତକୁ ଦେଖିବାକୁ ମିଳିଥିଲା । ଏବେ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ପକ୍ଷରୁ ହୋଶିହାରପୁରରୁ ତାକୁ ଗିରଫ କରାଯାଇଛି । ପାପାଲପ୍ରିତ ଏବଂ ଅମ୍ରିତପାଲ ଫାଗଓ୍ବାରା ଟାଉନ, ନାଦଲୋନ, ବିବି ଗାଁରେ କିଛି କିଛି ଦିନ ଲୁଚିଥିଲେ। ଏବେ କିନ୍ତୁ ପାପାଲପ୍ରିତ ଧରାପଡ଼ିଯାଇଛି। ତାକୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ବଳୟରେ ପଞ୍ଜାବ ପୋଲିସ ମୁଖ୍ୟାଳୟକୁ ଅଣାଯାଇଛି । ପାପାଲପ୍ରିତ ସିନା ଧରାପଡ଼ିଯାଇଛି କିନ୍ତୁ ଅମ୍ରିତପାଲ ଏ ଯାଏ ଧରାପଡ଼ିନାହିଁ । ସେ ଏବେ ମଧ୍ୟ ପୋଲିସ ସହ ଲୁଚକାଳୀ ଖେଳୁଛି।

ଚିନ୍ତା ବଢାଇଲା ଖଲିସ୍ତାନ ସମର୍ଥକ ଅମୃତପାଲ, ୧୪ ଯାଏ ପଞ୍ଜାବ ପୁଲିସର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍
ପଞ୍ଜାବ: ପଞ୍ଜାବ ସରକାରଙ୍କ ମୁଣ୍ଡବିନ୍ଧା ପାଲଟିଥିବା ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ। ଏବେ ପୁଣି ଏକ ନୂଆ ସମସ୍ୟା ଛିଡ଼ା କରିଛି ।

ସୂଚନା ଅନୁସାରେ, ଅମୃତପାଲ ଆସନ୍ତା ୧୪ ତାରିଖରେ ‘ଅକାଲ ତଖତ’ ମୁଖିଆଙ୍କ ବୈଠକ ଡାକିଥିବାରୁ ରାଜ୍ୟ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ। ଏଥିସହ ଏପ୍ରିଲ ୧୪ ପର୍ଯ୍ଯନ୍ତ ପଞ୍ଜାବ ପୁଲିସର ସମସ୍ତ ଗେଜେଟେଡ୍ ଓ ଅଣ ଗେଜେଟେଡ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। କେବଳ ସେତିକି ନୁହେଁ ଆସନ୍ତା ୧୪ ପର୍ଯ୍ଯନ୍ତ କୌଣସି ଛୁଟି ଆବେଦନ ନ‌ କରିବାକୁ ଓ ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କହିଛି ଯେ, କେବଳ ଅକଲ ତଖତ ମୁଖିଆ ହିଁ “ସରବତ୍ ଖାଲସା” ବୈଠକ ଡାକିପାରିବେ । ଏପରି ବୈଠକ ଡାକିବାକୁ ଅନ୍ୟ କାହାର ବି ଅଧିକାର ନାହିଁ ।

ଅମ୍ରିତପାଲ ସିଂକୁ ନେଇ ବଡ଼ ଖୁଲାସା : ପୃଥକ ଖଲିସ୍ତାନ ରାଷ୍ଟ୍ର ପାଇଁ ନକ୍ସା, ପତାକା, ମୁଦ୍ରା ସହିତ ସେନା ଗଠନ ପାଇଁ ବି ହୋଇସାରିଥିଲା ଯୋଜନା
ନୂଆଦିଲ୍ଲୀ : ପଳାତକ ଘୋଷିତ ଖଲିସ୍ତାନୀ ସମର୍ଥକ ତଥା ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖିଆ ଅମ୍ରିତପାଲ ସିଂକୁ ଧରିବା ଏବେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ତାକୁ ଧରିବାକୁ ବିଗତ ୭ ଦିନ ଧରି ପଞ୍ଜାବ ସମେତ ଅନ୍ୟ ରାଜ୍ୟମାନଙ୍କରେ ପୁଲିସର ସ୍ବତନ୍ତ୍ର ଟିମ୍‌ ତନାଘନା କରିଥିଲେ ହେଁ ଅମ୍ରିତପାଲ ଚକମା ଦେଇ ଫେରାର ହୋବରେ ସଫଳ ହୋଇଛି। କିନ୍ତୁ ଏହା ମଧ୍ୟରେ ପୁଲିସ ଏବଂ ଗୁଇନ୍ଦା ଏଜେନ୍ସିଗୁଡିକୁ ଅମ୍ରିତପାଲ ସମ୍ପର୍କରେ ଯେଭଳି ତଥ୍ୟ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦୁବାଇରେ କାର୍ଯ୍ୟ କରୁଥିବା ଅମ୍ରିତପାଲ ଗତ କିଛି ବର୍ଷ ହେଲା ଭାରତକୁ ଆସିଥିବା ବେଳେ ସେ ପୃଥକ ଖଲିସ୍ତାନ ଗଠନ କରିବା ନେଇ ସବୁ ପ୍ରସ୍ତୁତି ଶେଷ କରିସାରିଥିଲା।

ଏପରିକି ନୂଆ ଖଲିସ୍ତାନର ନକ୍ସା ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା। ଏହାବ୍ୟତୀତ ରାଷ୍ଟ୍ରୀୟ ଝଣ୍ଡା, ମୁଦ୍ରା ଏବଂ ସେନାର ରୂପ କିଭଳି ହେବ ତାହା ମଧ୍ୟ ପ୍ରସ୍ତୁତି ହୋଇଥିଲା ବୋଲି ପୁଲିସକୁ ତଥ୍ୟ ହାସଲ ହୋଇଛି। ହରିୟାଣାରେ ଅମ୍ରିତପାଲକୁ ଘରେ ରହିବାକୁ ସୁରକ୍ଷା ଦେଇଥିବା ମହିଳାଙ୍କ ସମେତ ତା’ର ଅଙ୍ଗରକ୍ଷୀ ତଜିନ୍ଦର ସିଂକୁ ଗତକାଲି ଗିରଫ କରାଯାଇଥିଲା ବେଳେ ତଜିନ୍ଦର ଏ ସମ୍ପର୍କରେ ପୁଲିସକୁ ସବିଶେଷ ତଥ୍ୟ ଦେଇଥିବା ପୁଲିସ କହିଛି।

ଅମ୍ରିତପାଲ ଆନନ୍ଦପୁର ଖଲସା ଫୌଜ(ଏକେଏଫ) ବ୍ୟତୀତ ‘କ୍ଳୋଜ୍‌ ପ୍ରୋଟେକ୍ସନ ଟିମ୍‌(ସିପିଟି) ମଧ୍ୟ ଗଠନ କରାଯାଇଥିଲା। ଏହାବ୍ୟତୀତ ଅମ୍ରିତପାଲ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦେବା ଲାଗି ଏକ ସ୍ବତନ୍ତ୍ର ‘ଫାୟରିଂ ରେଞ୍ଜ’ ମଧ୍ୟ ଗଠନ କରିଥିଲା ବୋଲି ଜଣାପଡ଼ିଛି। ଅମ୍ରିତପାଲ ହରିୟାଣାରୁ ଆସି ଦିଲ୍ଲୀ ଆଇଏସବିଟି ବସ୍‌ ଷ୍ଟାଣ୍ଡରେ ଛଦ୍ମ ବେଶରେ ବୁଲିବା ସହିତ ରାଜସ୍ଥାନ ଅଭିମୁଖେ ଯାଉଥିବା ଗୁଇନ୍ଦା ବିଭାଗକୁ ଆଭାସ ମିଳିବା ପରେ ଦିଲ୍ଲୀରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସେପଟେ ଆଜି ମିଳିଥିବା ଏକ ଭାଇରାଲ୍‌ ଭିଡିଓରେ ତାକୁ ଜ୍ୟାକେଟ୍, ଟ୍ରାଉଜର ଏବଂ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ସିସିଟିଭି ଫୁଟେଜ୍ ଅମୃତସରର ଏବଂ ଏହାକୁ ମାର୍ଚ ୨୦ ତାରିଖରେ ରେକର୍ଡ କରାଯାଇଛି। କୁହାଯାଉଛି ଯେ ଅମୃତପାଲ ସେଠାରେ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା। ପଞ୍ଜାବ ପୁଲିସ ହାତରୁ ଖସି ପଳାଇ ଆସିଥିବା ଅମୃତପାଲ ସିଂ ଏକ ସପ୍ତାହ ଧରି ବାରମ୍ବାର ନିଜର ରୂପ ବଦଳାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ଭିଡିଓରେ ଦର୍ଶାଯାଇଛି କି ସେ ଅମୃତସରରୁ ହରିଆଣାର କୁରୁକ୍ଷେତ୍ରକୁ ଯାଇ ସେଠାରୁ ପୁଣି ଜାତୀୟ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାଉଥିଲା ।

ଗତକାଲି ‘ୱାରିସ୍‌ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହ କୁରୁକ୍ଷେତ୍ରର ଶାହାବାଦ୍‌ ଅଞ୍ଚଳରେ ଛତା ଧରି ଯାଉଥିବାର ଦୃଶ୍ୟ ଗୋଟାଏ ନୂଆ ‘ସିସିଟିଭି ଫୁଟେଜ୍‌’ରେ ଦେଖିବାକୁ ମିଳିଥିଲା। ‘ଫୁଟେଜ୍’ ବା ‘ଭିଡିଓ କ୍ଲିପ୍‌’ରେ ଦେଖାଯାଉଛି ପଳାତକ ଅମୃତପାଲ୍‌ ଈଷତ୍‌ ନୀଳ ରଙ୍ଗର ସାର୍ଟ ଓ କଳାପ୍ୟାଣ୍ଟ୍‌ ପିନ୍ଧି ଗୋଟାଏ ଆବାସିକ ଅଞ୍ଚଳରେ ରାସ୍ତା ପାରି ହେଉଛନ୍ତି। ହାତରେ ଧରିଛନ୍ତି ଛୋଟ ବ୍ୟାଗ୍‌ ଓ କଳାଛତା। ଗୁରୁବାର ଦିନ ସଂଗ୍ରହ କରାଯାଇଥିବା ଏହି ‘ଫୁଟେଜ୍‌’ଟି ସୋମବାର ଦିନ ଉତ୍ତୋଳିତ ହୋଇଥିଲା।

ଦେଶ ବିରୋଧରେ ବଡ଼ ଷଡ଼ଯନ୍ତ୍ର: ଅମ୍ରିତପାଲ ସିଂ ପାଇଁ ବଢିଲା ଅଡୁଆ, ତଦନ୍ତ କରିବ ଏନ୍‌ଆଇଏ !
ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥକ ଏବଂ ୱାରିସ୍‌ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମ୍ରିତପାଲ ସିଂ ଏବେ ବି ଫେରାର ରହିଛି। ଗତକାଲି ସୁଦ୍ଧା ଅମ୍ରିତପାଲର ୭ ସମର୍ଥକଙ୍କ ସହ ଏହି ସଂଗଠନର ୭୮ ସଦସ୍ୟଙ୍କୁ ପୁଲିସ ଗିରଫ କରିସାରିଛି। ଏଥିସହିତ ଅମ୍ରିତପାଲର ଦାଦା ଏବଂ ଅନ୍ୟ ଜଣେ ସହଯୋଗୀ ସୋମବାର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। କିନ୍ତୁ ଏ ଯାଏ ଅମ୍ରିତପାଲକୁ ଧରିବା ଲାଗି ପୁଲିସ ସମର୍ଥ ହୋଇପାରନି। କିନ୍ତୁ ଖୁବଶୀଘ୍ର ଅମ୍ରିତପାଲକୁ ଗିରଫ କରାଯିବ ବୋଲି ପଞ୍ଜାବ ଆଇଜିପି ସୁଖଚେନ ସିଂ ଗିଲ କହିଛନ୍ତି। କିନ୍ତୁ ଏହା ମଧ୍ୟରେ ଗିରଫ ହୋଇଥିବା ଅମ୍ରିତପାଲର ବହୁ ସହଯୋଗୀଙ୍କ ନିକଟରୁ ପୁଲିସକୁ ଯେଉଁସବୁ ତଥ୍ୟ ମିଳିଛି ତାହା କେବଳ ପଞ୍ଜାବ ସରକାର ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିଦ ହଜାଇ ଦେଇଛି।

ଅମ୍ରିତପାଲ ନେତୃତ୍ବ ସଂଗଠନ ୱାରିସ୍‌ ପଞ୍ଜାବ ଦେ ଖଲିସ୍ତାନ ଆନ୍ଦୋଳନକୁ ନେଇ ଦେଶ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରିଥିଲା ବୋଲି ପୁଲିସ କହିଛି। ଏପରିକି ଅମ୍ରିତପାଲ ‘ ଆନନ୍ଦପୁର ଖଲସା ଫୋର୍ସ(ଏକେଏଫ)’ ନାମରେ ଏକ ଦୁର୍ଦ୍ଦଶ ଗରିଲା ବାହିନୀ ଗଠନ କରି ଖଲିସ୍ତାନୀ ଆନ୍ଦୋଳନ ଲାଗି ଯୋଗ ଦେଉଥିବା ଶିଖ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦେବାକୁ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ଏହି ସଂଗଠନ ମାନବ ବୋମା ପ୍ରସ୍ତୁତ କରିବା ସହିତ ଶିଖ ଯୁବକମାନଙ୍କୁ ଆତ୍ମଘାତୀ ବିସ୍ଫୋରଣ କରିବାକୁ ମଧ୍ୟ ପ୍ରଶିକ୍ଷଣ ବ୍ୟବସ୍ଥା କରିଥିଲା। ପୁଲିସ୍‌କୁ ଏ ସମ୍ପର୍କରେ ତଥ୍ୟ ମିଳିଲା ପରେ ପୁଲିସ ଚଢ଼ଉ କରି ବୁଲେଟ୍‌ ପ୍ରୁଫ ଜ୍ୟାକେଟ ସମେତ ବହୁ ବନ୍ଧୁକ ଏବଂ ଗୁଳିଗୋଳା ଜବତ କରିଛି। ଏହି ସଂଗଠନ ପଛରେ ପାକିସ୍ତାନର ଆଇଏସଆଇର ପ୍ରଚ୍ଛଦ ହାତ ରହିଥିଲା ବେଳେ ବିଦେଶରେ ରହୁଥିବା ଖଲିସ୍ତାନୀ ସମର୍ଥକ ଅମ୍ରିତପାଲକୁ ବିପୁଳ ପରିମାଣରେ ଅର୍ଥ ଯୋଗାଇ ଦେଉଥିଲେ। ଏହାବ୍ୟତୀତ ପାକିସ୍ତାନରୁ ପଞ୍ଜାବକୁ ଆସୁଥିବା ଚୋରା ଡ୍ରଗ୍ସ କାରବାର ଦ୍ବାରା ମଧ୍ୟ ବିପୁଳ ଅର୍ଥ ଯୋଗାଡ କରିବାକୁ ଏହି ସଂଗଠନ ସବୁ କିଛି ପ୍ରସ୍ତୁତି କରିଥିଲା।

ଆଇଏସଆଇ ଦ୍ବାରା ଆନ୍ତର୍ଜାତିକ ସୀମା ନିକଟରେ ଡ୍ରୋନ ଏବଂ ଅନ୍ୟ ମାଧ୍ୟମରେ ପଞ୍ଜାବରେ ପକାଯାଉଥିବା ଡ୍ରଗ୍ସକୁ ୱାରିସ୍‌ ପଞ୍ଜାବ ଦେ ସଂଗଠନ ଦ୍ବାରା ସାରା ରାଜ୍ୟରେ ଚାଲାଣ କରାଯାଉଥିଲା ବୋଲି ପୁଲିସକୁ ସୁରାକ ମିଳିଛି। ଖଲିସ୍ତାନୀ ଆନ୍ଦୋଳନକୁ ନେଇ ଭାରତ ବିରୋଧରେ ଯୁଦ୍ଧ ଡକରା ଦେବା ସହିତ ଭାରତରୁ ପଞ୍ଜାବକୁ ଅଲଗା କରିଦେବା ଲାଗି ଆଇଏସଆଇ ଓ ବିଦେଶରେ ରହୁଥିବା ଦେଶ ବିରୋଧୀ ଶକ୍ତିଙ୍କ ମସୁଧା ସାକାର କରିବା ଲାଗି ଏହି ସଂଗଠନ ଏକ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ କରିସାରିଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମ୍ରିତପାଲ ସିଂ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଗିରଫ ହୋଇଥିବା ଅମ୍ରିତପାଲର ୪ ସହଯୋଗୀଙ୍କୁ ଆସାମ ଜେଲରେ ରଖାଯାଇଥିଲା ବେଳେ ସେମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ ମାମଲା ରୁୂଜୁ କରାଯାଇଛି। ସେହିପରି ୱାରିସ୍‌ ପଞ୍ଜାବ ଦେ ସଂଗଠନ ସହିତ ଜଡ଼ିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ବିରୋଧରେ ଯାଞ୍ଚ ଆରମ୍ଭ କରିବାକୁ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା କୁହାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ବ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନଆଇଏ )ହାତକୁ ଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହିକ୍ରମରେ ପଞ୍ଜାବ ପୁଲିସ ପକ୍ଷରୁ ଜୋରଦାର ଯାଞ୍ଚ ଆରମ୍ଭ ହୋଇଥିଲା ବେଳେ ଅମ୍ରିତପାଲର ଦାଦା ହରଜିତ୍‌ ସିଂ ଏବଂ ତାଙ୍କ ଡ୍ରାଇଭର ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ହରଜିତ୍‌ ଜଣେ ନିଶା ବ୍ୟବସାୟୀଙ୍କ ଠାରୁ ଏକ ମର୍ସିଡିଜ୍‌ କାର୍‌ କିଣିଥିଲେ। ବର୍ତ୍ତମାନ ପଞ୍ଜାବ ପୁଲିସ ବିଭିନ୍ନ ଜିଲ୍ଲାରେ ଫ୍ଳାଗ୍‌ ମାର୍ଚ୍ଚ କରିବା ସହିତ ଅମ୍ରିତପାଲକୁ ଧରିବା ଲାଗି ଜୋରଦାର ଯାଞ୍ଚ ଏବଂ ତନଖି ଚଳାଇଛି।।

ଖଲିସ୍ତାନୀ ନେଟୱର୍କକୁ ଉସୁକାଉଛି ‘ଗ୍ଲୋବାଲ ଡିଜିଟାଲ ଟୁଲକିଟ୍‌’

ଭାରତରୁ ପଞ୍ଜାବକୁ ଅଲଗା କରିବା ଉଦ୍ଦେଶ୍ୟରେ ଖଲିସ୍ତାନୀ ସମର୍ଥକମାନେ ଅମ୍ରିତପାଲ ସିଂ ଭଳି କିଛି ଲୋକଙ୍କୁ ନେଇ ଆନ୍ଦୋଳନ ତୀବ୍ର କରିବାକୁ ମସୁଧା କରିଛନ୍ତି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ଶକ୍ତ ନେଟୱର୍କ କାର୍ଯ୍ୟ କରୁଛି। ‘ଗ୍ଲୋବାଲ ଡିଜିଟାଲ ଟୁଲକିଟ୍‌’ ନାମରେ କାର୍ଯ୍ୟ କରୁଥିବା ଏହି ନେଟୱର୍କ ସମ୍ପର୍କରେ କେନ୍ଦ୍ର ଗୁଇନ୍ଦା ଏଜେନ୍ସିକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା ବେଳେ କାନାଡା, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ନିଷିଦ୍ଧ ଘୋଷିତ ହୋଇଥିବା ବହୁ ଖଲିସ୍ତାନୀ ସମର୍ଥକ ଏଥିରେ ସାମିଲ ରହିଥିବା କୁହାଯାଇଛି। ଏଥିରେ ଶିଖ ଫର ଜଷ୍ଟିସ୍‌, ଇଣ୍ଟରନ୍ୟାସନାଲ ଶିଖ ୟୁଥ୍‌ ଫେଡେରସନ ଏବଂ ଖଲିସ୍ତାନ ଟାଇଗର ଫୋର୍ସ ଭଳି ସଂଗଠନର ସଦସ୍ୟମାନେ ରହିଛନ୍ତି। ଗୁଇନ୍ଦା ସୂଚନା ଅନୁସାରେ ଚଳିତ ମାସ ୧୫ ରୁ ୧୯ ତାରିଖ ମଧ୍ୟରେ ୧୭୩୯ଟି ଆକାଉଣ୍ଟ ଖୋଲା ଯାଇଥିଲା ବେଳେ କେବଳ ୧୭ ତାରିଖରେ ୮୨୦ଟି ଇ-ମେଲ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଇଛି।