Banking crisis - The Sakala

ଆମେରିକାରେ ପୁଣି ବ୍ୟାଙ୍କିଙ୍ଗ ସଙ୍କଟ, ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ଦେବାଳିଆ
ୱାଶିଂଟନ୍‌: ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ଆରମ୍ଭ ହୋଇଥିବା ଜଣାପଡିଛି। ବିଶ୍ବର ବୃହତ୍ତମ ଅର୍ଥନୀତି ଆମେରିକା ପୁଣି ଥରେ ବ୍ୟାଙ୍କିଙ୍ଗ ସଙ୍କଟ ଆଡକୁ ମୁହାଁଉଛି। ଏହି ଖବର ବିଶ୍ବ ଅର୍ଥନୀତି ପାଇଁ ଆଦୌ ଭଲ ନୁହେଁ। ବାସ୍ତବରେ ଆମେରିକାରେ ଆଉ ଏକ ବ୍ୟାଙ୍କ ବୁଡ଼ିବାକୁ ଯାଉଛି। ଏହି ବ୍ୟାଙ୍କର ନାମ ହେଉଛି ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ। ଫେଡେରାଲ ଡିପୋଜିଟ ଇନସ୍ୟୁରାନ୍ସ କର୍ପୋରେସନ ଅନୁଯାୟୀ ଆମେରିକୀୟ ନିୟାମକମାନେ ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇ ଏହାକୁ ବିକ୍ରି କରିଛନ୍ତି।

ଗତ ବର୍ଷ ପ୍ରାରମ୍ଭରେ, ଆମେରିକାରେ ବ୍ୟାଙ୍କିଙ୍ଗ ସଙ୍କଟ ହେତୁ ପାଞ୍ଚଟି ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ଦେବାଳିଆ ହୋଇଯାଇଥିଲେ। ସେବେଠାରୁ ଦେଶର ଅନ୍ୟ ବ୍ୟାଙ୍କଗୁଡିକ ଚାପଗ୍ରସ୍ଥ ହୋଇଥିଲେ। ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କ ଅଫ୍ ଫିଲାଡେଲଫିଆ ଭୁଶୁଡି ପଡିଛି। ଏଫ୍‌ଡିଆଇସି ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କକୁ ଫୁଲଟନ୍ ଫାଇନାନ୍ସିଆଲ କର୍ପୋେରଶନ୍‌ର ଏକ ୟୁନିଟ୍ ଫୁଲଟନ୍ ବ୍ୟାଙ୍କକୁ ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ଫୁଲଟନ୍ ବ୍ୟାଙ୍କ ପ୍ରଥମେ ରିପବ୍ଲିକ ଫାଷ୍ଟର ସମସ୍ତ ଜମା ଗ୍ରହଣ କରିବ ଏବଂ ଏହାର ସମ୍ପତ୍ତି କ୍ରୟ କରିବ। ଜାନୁଆରୀ ୩୧ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ରିପବ୍ଲିକ୍ ବ୍ୟାଙ୍କର ସମ୍ପତ୍ତିର ମୂଲ୍ୟ୬ ବିଲିୟନ ଡଲାର ଏବଂ ଜମା ମୂଲ୍ୟ ୪ ବିଲିୟନ ଡଲାର ହେବ ବୋଲି କୁହାଯାଉଛି। ଆମେରିକାର ନ୍ୟୁ ଜର୍ସି, ପେନସିଲ୍‌ଭାନିଆ ଏବଂ ଆମେରିକାର ନ୍ୟୁୟର୍କର ୩୨ଟି ଶାଖା ଫୁଲଟନ୍ ବ୍ୟାଙ୍କ ଶାଖା ଭାବରେ ଖୋଲାଯିବ।

ଗତବର୍ଷ ମାର୍ଚ୍ଚ ମାସରେ ସିଲିକନ୍ ଭ୍ୟାଲି ଏବଂ ସାିଗ୍‌ନେଚର ବ୍ୟାଙ୍କ ଏବଂ ମେ ମାସରେ ଫାଷ୍ଟ ରିପବ୍ଲିକ୍ ସମେତ ୩ ଟି ଆମେରିକୀୟ ବ୍ୟାଙ୍କ ଭୁଶୁଡି ପଡିଥିଲା। ଏଫ୍‌ଡିଆଇସି ଅନୁଯାୟୀ, ପେନସିଲଭାନିଆ ରାଜ୍ୟ ଦ୍ୱାରା ରିପବ୍ଲିକାନ୍ ଫାଷ୍ଟ ବ୍ୟାଙ୍କ ବନ୍ଦ ହୋଇଯାଇଛି। ବିଶେଷ କଥା ହେଉଛି ଚଳିତବର୍ଷ ଦେବାଳିଆ ହେବାରେ ଏହା ହେଉଛି ଆମେରିକାରେ ପ୍ରଥମ ବ୍ୟାଙ୍କ। ପେନସିଲଭାନିଆର ନିୟାମକ, ବ୍ୟାଙ୍କ ଏବଂ ସିକ୍ୟୁରିଟି ବିଭାଗ ପ୍ରଥମ ରିପବ୍ଲିକ୍ ବ୍ୟାଙ୍କ ବନ୍ଦ କରିବା ପରେ ଏଫଡିଆଇସିକୁ ରିସିଭର ଭାବରେ ନିଯୁକ୍ତ କରିଥିଲେ। ତେବେ ଗତ ବର୍ଷ ଆଞ୍ଚଳିକ ବ୍ୟାଙ୍କିଙ୍ଗ ସଙ୍କଟ ତୁଳନାରେ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କର ସଙ୍କଟ ବହୁତ ଛୋଟ। ଯେଉଁମାନଙ୍କର ରିପବ୍ଲିକ୍ ଫାଷ୍ଟ ବ୍ୟାଙ୍କରେ ଆକାଉଣ୍ଟ ରହିଥିଲା ସେମାନେ ବର୍ତ୍ତମାନ ଫୁଲଟନ୍ ବ୍ୟାଙ୍କର ଗ୍ରାହକ ହେବେ। ଏଫ୍‌ଡିଆଇସିର ଜମା ବୀମା କଭର ପ୍ରତି ଜମାକାରୀ ପିଛା ୨,୫୦୦୦୦ ଡଲାର।

ଆମେରିକା, ସ୍ବିଜରଲାଣ୍ଡ ପରେ ଜର୍ମାନୀରେ ବ୍ୟାଙ୍କିଙ୍ଗ ସଙ୍କଟ
ନୂଆଦିଲ୍ଲୀ:ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ଦେବାଳିଆ ହେବାଠାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ଧୀରେ ଧୀରେ ସମଗ୍ର ବିଶ୍ୱକୁ ବ୍ୟାପିବାରେ ଲାଗିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଡୁବିଯିବା ପରେ ଆମେରିକାର ସିଗ୍‌ନେଚର ବ୍ୟାଙ୍କ, ସ୍ୱିଜରଲ୍ୟାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସମସ୍ୟାରେ ପଡ଼ିଥିବା ଜଣାପଡିଛି। ବର୍ତ୍ତମାନ ଏହି ବ୍ୟାଙ୍କିଙ୍ଗ ସଙ୍କଟ ଏବେ ଜର୍ମାନୀରେ ପହଞ୍ଚିଛି। ଜର୍ମାନୀର ସବୁଠାରୁ ବଡ଼ ବ୍ୟାଙ୍କ ଡଏଚ୍‌ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଏମିତିକି ଡଚ୍‌ ବ୍ୟାଙ୍କର ଆର୍ଥିକବସ୍ଥା ବର୍ତ୍ତମାନ ସଂଘାତିକ ରୂପ ନେବାରେ ଲାଗିଛି।

ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ଷ୍ଟକ୍ ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିଛି। ବ୍ୟାଙ୍କିଙ୍ଗ ସିଷ୍ଟମକୁ ନେଇ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତାର ବାତାବରଣ ଲାଗି ରହିଛି। ଏଭଳି ପରିସ୍ଥିତିରେ ଶୁକ୍ରବାର ଡଏଚ୍‌ ବ୍ୟାଙ୍କର ସେୟାର ମୂଲ୍ୟ ନିମ୍ନଗାମୀ ହେବାରେ ଲାଗିଛି। ଏଥିସହିତ ଗତ ଏକ ମାସ ମଧ୍ୟରେ ଜର୍ମାନୀର ଏହି ବୃହତ୍ତମ ବ୍ୟାଙ୍କର ସେୟାର ମୂଲ୍ୟରେ ୨୪ ପ୍ରତିଶତ ହ୍ରାସ ଘଟିଛି। ଦ ସ୍ପେକ୍ଟାଟର ଇଣ୍ଡେକ୍ସ ଅନୁଯାୟୀ, ଡଚ୍‌ ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ୍ ଡଲାର। ଏଥିସହିତ ୨୦୨୨ରେ ବ୍ୟାଙ୍କର ମୋଟ ଲାଭ ୬ ବିଲିୟନ ଡଲାର ରହିଥିଲା। ସୂଚନାଯୋଗ୍ୟ ଯେ ବ୍ୟାଙ୍କର ଶେୟାର ମୂଲ୍ୟରେ ହ୍ରାସ କେବଳ ବୈଶ୍ବିକ ସ୍ତରରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଦେଖାଦେଇଥିବା ଚାପ ଯୋଗୁଁ ନୁହେଁ, ବରଂ ବ୍ୟାଙ୍କର କ୍ରେଡିଟ୍-ଡିଫଲ୍ଟ ସ୍ବାପ୍ ବୀମା ଖର୍ଚ୍ଚ ୨୦୨୦ ତୁଳନାରେ ବହୁଗୁଣ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କର ଅଂଶୀଦାରମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ଏବଂ ସେୟାର ବିକ୍ରି ବୃଦ୍ଧି ପାଇଛି। କ୍ରେଡିଟ୍-ଡିଫଲ୍ଟ ସ୍ବାପ୍‌ ବୀମା ହେଉଛି ଏକ ପ୍ରକାର ବୀମା ଯାହା ଡିଫଲ୍ଟ ବଦଳରେ ବ୍ୟାଙ୍କଗୁଡିକ ଏକ କମ୍ପାନୀ କିମ୍ବା ବ୍ରାଣ୍ଡକୁ ପ୍ରଦାନ କରିଥାନ୍ତି। । ଡଚ୍‌ ବ୍ୟାଙ୍କ ସଙ୍କଟ ସମ୍ପର୍କରେ ଜର୍ମାନୀ ଚାନ୍‌ସେଲର ଓଲାଫ ସ୍କୋଲ୍‌ଜ କହିଛନ୍ତି ଯେ, ୟୁରୋପର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିବେଶକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ବାସ୍ତବରେ ଡଏଚ୍ ବ୍ୟାଙ୍କ ହେଉଛି ଜର୍ମାନୀର ସବୁଠାରୁ ବଡ ବ୍ୟାଙ୍କ। ଦେଶର ଅର୍ଥନୀତିରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶରେ ମଧ୍ୟ କାମ କରିଥାଏ। ଡଏଚ୍‌ ବ୍ୟାଙ୍କକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ ବିବେଚନା କରାଯାଏ। ଏହି ବ୍ୟାଙ୍କ ସାଧାରଣତଃ ସର୍ବାଧିକ ସଂଖ୍ୟକ କର୍ପୋରେଟ୍ ଋଣ ପ୍ରଦାନ କରିଥାଏ। ବ୍ୟାଙ୍କର ମୋଟ ସମ୍ପତ୍ତି ପରିମାଣ ୧.୪ ଟ୍ରିଲିୟନ ଡଲାର ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ ଯଦି ଏହି ବ୍ୟାଙ୍କରେ କୌଣସି ପ୍ରକାର ସଙ୍କଟ ଦେଖାଦେଇଥାଏ, ତେବେ ଏହା ସମଗ୍ର ୟୁରୋପକୁ ବ୍ୟାପି ଯାଇଥାଏ।

ଜର୍ମାନୀର ଡଏଚ୍ ବ୍ୟାଙ୍କ ସମସ୍ୟାରେ ପଡ଼ିବା ପୂର୍ବରୁ ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯିବା ଖବର ସମଗ୍ର ବିଶ୍ବର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆମେରିକାରୁ ଆରମ୍ଭ ହୋଇଥିବା ଏହି ବ୍ୟାଙ୍କିଙ୍ଗ୍ ସଙ୍କଟ ପରେ ୟୁରୋପରେ ପହଞ୍ଚିଛି ​​ଯେତେବେଳେ ସ୍ୱିଜରଲାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ବୁଡ଼ିଯିବା ଖବର ସାମ୍ନାକୁ ଆସିଛି।

ବିପଦରେ ଆମେରିକା ଅର୍ଥନୀତି, ସୁଧହାର ବଢ଼ାଇଲା ଫେଡେରାଲ ରିଜର୍ଭ
ୱାଶିଂଟନ୍‌: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହଁ ହେଲା। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ବୁଧବାର ବିଳମ୍ବିତ ରାତିରେ ପୁଣିଥରେ ଏହାର ସୁଧ ହାରରେ ବୃଦ୍ଧି ଘଟାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଘୋର ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକୀୟ ବ୍ୟାଙ୍କଗୁଡ଼ିକୁ ଚକିତ କରିଛି। କାରଣ ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ଏକ ବୃହତ ବ୍ୟାଙ୍କିଙ୍ଗ ସଙ୍କଟ ଦେଇ ଗତି କରୁଛି। ଫେଡେରାଲ ରିଜର୍ଭ କେବେ ସୁଧହାର ବୃଦ୍ଧି କରିବ ତାହାକୁ ନେଇ ସାରା ବିଶ୍ବରେ ପୁଞ୍ଜି ବଜାରଗୁଡିକ ମାନ୍ଦା ଚାଲିଥିଲା। ନିବେଶକ ଆଶଙ୍କାରେ ରହିଥିଲେ। ସବୁ ଆକଳନର ପରିସମାପ୍ତି ଘଟାଇ ଫେଡେରାଲ ରିଜର୍ଭ ସୁଧ ହାରରେ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରିଛି। ଏହି ଘୋଷଣା ପରେ ସୁଧ ହାର ବର୍ତ୍ତମାନ ୪.୭୫%ରୁ ୫ କୁ ବୃଦ୍ଧି ପାଇଛି। ୨୦୦୭ ପରଠାରୁ ଏହା ହେଉଛି ସୁଧହାରର ସର୍ବୋଚ୍ଚ ସ୍ତର। ପୂର୍ବରୁ ଏହିପରି ସ୍ଥିତି ୨୦୦୮ ବିଶ୍ବ ଆର୍ଥିକ ସଙ୍କଟ ସମୟରେ ଥିଲା। ମାର୍ଚ୍ଚ ୨୦୨୨ଠାରୁ ଫେଡେରାଲ ରିଜର୍ଭ ସୁଧ ହାରରେ ୯ ଥର ବୃଦ୍ଧି ଘଟାଇଛି। କିଛି ଦିନ ପୂର୍ବରୁ, ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ କ୍ରେଡିଟ୍ ସୁଇସ୍ ସଙ୍କଟ ପରେ ମଧ୍ୟ ସୁଧହାରରେ ୦.୫୦% ବୃଦ୍ଧି କରାଯାଇଥିଲା। ଫେଡେରାଲ ରିଜର୍ଭର ଅଧ୍ୟକ୍ଷ ଜେରୋମି ପାୱେଲ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି ଆବଶ୍ୟକତା ପଡେ ତେବେ ଚଳିତ ବର୍ଷ ସୁଧ ହାର ଆଉ ଥରେ ବୃଦ୍ଧି କରାଯାଇପାରିବ।

ନିକଟରେ ଆମେରିକାର ଦୁଇଟି ବଡ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଅପରପକ୍ଷେ ଆମେରିକାର ୧୮୬ଟି ବ୍ୟାଙ୍କ ଚାଗଗ୍ରସ୍ଥ ଅଛନ୍ତି। ବ୍ୟାଙ୍କିଙ୍ଗ ସଙ୍କଟ ସତ୍ତ୍ବେ ଆଶ୍ବସ୍ତ ଦେବା ପରିବର୍ତ୍ତେ ଫେଡେରାଲ ରିଜର୍ଭ ସୁଧ ହାରରେ ବୃଦ୍ଧି ଘୋଷଣା କରିଛି। ଫେଡେରାଲ କହିଛି ଯେ ଚଳିତ ବର୍ଷ ସୁଧ ହାର ଆଉ ଥରେ ବୃଦ୍ଧି କରାଯାଇପାରିବ। ଯେଉଁଠାରେ ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ର ଆଶା କରୁଥିଲା ଯେ ଏହା ପରେ ସୁଧ ହାର ହ୍ରାସ କରି ଫେଡେରାଲ ରିଜର୍ଭ ସେମାନଙ୍କୁ ଆରାମ ଦେଇପାରେ ଏବେ ସେମାନଙ୍କର ଆଶା ଧୂଳିସାତ୍‌ ହୋଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ସେମାନଙ୍କର ମୁଖ୍ୟ ଦାୟିତ୍ବ ବୋଲି ଫେଡେରାଲ ରିଜର୍ଭ କହିଛି। ୨୦୨୨ ମାର୍ଚ୍ଚଠାରୁ, ଫେଡେରାଲ୍ କ୍ରମାଗତ ଭାବରେ ସୁଧହାର ବଢ଼ାଉଛି। ଯେତେବେଳେ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରେ ସେତେବେଳେ ବଣ୍ଡ ଇଲ୍ଡ ବୃଦ୍ଧି ପାଇବାରେ ଲାଗେ। ଯେଉଁ କାରଣରୁ ବ୍ୟାଙ୍କଗୁଡ଼ିକ ବଣ୍ଡ ନିବେଶରେ ପ୍ରଚୁର କ୍ଷତି ସହୁଛନ୍ତି। ଅପରପକ୍ଷେ ଫେଡେରାଲ ରିଜର୍ଭର ସୁଧହାରେ ନିଷ୍ପତ୍ତି ସିଧାସଳଖ ଭାରତକୁ ପ୍ରଭାବିତ କରିପାରେ। କାରଣ ବିଶେଷଜ୍ଞଙ୍କ ଅନୁଯାୟୀ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଏପ୍ରିଲ୍ ପ୍ରଥମ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋହାର ବା ସୁଧ ହାରରେ ମଧ୍ୟ ୦.୨୫% ବୃଦ୍ଧି କରିପାରେ। ଏହାପୂର୍ବରୁ ଫେବୃଆରୀରେ ମଧ୍ୟ ଆର୍‌ବିଆଇ ରେପୋ ହାର ରେ ୦.୨୫% ବୃଦ୍ଧି କରିଥିଲା।

ଆମେରିକାରେ ବ୍ୟାଙ୍କ ପାଇଁ ସଙ୍କଟ ବଢୁଛି

ଆମେରିକାକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି କୁହାଯାଇଥାଏ। ବର୍ତ୍ତମାନ ସେଠାରେ ବ୍ୟାଙ୍କଗୁଡିକ ଡୁବିବାରେ ଲାଗିଛି। ଦୁଇଟି ବ୍ୟାଙ୍କ ବୁଡ଼ିଯାଇଛି ଆଉ ଗୋଟିଏ ଦେବାଳିଆ ସ୍ତରରେ ପହଞ୍ଚିଛି। ଆହୁରି ୧୮୬ ଟି ଆମେରିକୀୟ ବ୍ୟାଙ୍କ ବୁଡ଼ିଯିବାର ଆଶଙ୍କା ରହିଛି। ଗ୍ରାହକଙ୍କ ଦୟାରେ ଚାଲୁଥିବା ଏହି ବ୍ୟାଙ୍କଗୁଡ଼ିକ ଫେଡେରାଲ ରିଜର୍ଭର ସୁଧ ବୃଦ୍ଧି ଦ୍ୱାରା ପ୍ରଭାବିତ ହେବେ। ଯଦି ବ୍ୟାଙ୍କଗୁଡିକରୁ ଗ୍ରାହକମାନେ ଟଙ୍କା ଉଠାଇବା ଆରମ୍ଭ କରନ୍ତି, ତେବେ ଏହା ନିଶ୍ଚିତ ଯେ ଏହି ବ୍ୟାଙ୍କଗୁଡ଼ିକ ଡୁବିଯିବ। ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାରରେ କ୍ରମାଗତ ଭାବେ ବୃଦ୍ଧି ଏବଂ ଅସୁରକ୍ଷିତ ଜମା ବୃଦ୍ଧି ହେତୁ ଆମେରିକା ଅର୍ଥନୀତି ପ୍ରତି ବିପଦ ବଢ଼ୁଛି। କରୋନା ଅବଧି ସମୟରେ ଫେଡେରାଲ୍ ରିଜର୍ଭ ସୁଧ ହାରକୁ ଶୂନକୁ ହ୍ରାସ କରିଥିଲା, କିନ୍ତୁ ଯେତେବେଳେ ସ୍ଥିତିରେ ସୁଧାର ଆସିଲା ସୁଧ ହାରରେ କ୍ରମାଗତ ଭାବରେ ବୃଦ୍ଧି ଘଟାଇବାରେ ଲାଗିଛି।

ଘନଉଛି ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ, ବିପଦରେ ଭାରତୀୟ ଆଇଟି କମ୍ପାନୀ
ନୂଆଦିଲ୍ଲୀ: ଆମେରିକାରୁ ଆରମ୍ଭ ହୋଇଥିବା ବ୍ୟାଙ୍କିଙ୍ଗ ସଙ୍କଟ ସାରା ୟୁରୋପକୁ ଘାଣ୍ଟିଲାଣି। ବର୍ତ୍ତମାନ ସ୍ଥିତି ଏଭଳି ଭାରତୀୟ ଆଇଟି କମ୍ପାନୀଗୁଡିକ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ ଘନେଇବାରେ ଲାଗିଥିବା ଯୋଗୁ ଏବେ ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକର ରାଜସ୍ବ ବିପଦରେ। ଏଥିଯୋଗୁ ଏହି ସବୁ ଆଇଟି କମ୍ପାନୀଗୁଡିକ ସେମାନଙ୍କର ରାଜସ୍ବରେ ୪୦% ହ୍ରାସର ସମ୍ମୁଖୀନ ହୋଇପାରନ୍ତି।

ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକ କରୁଥିବା ଆୟର ୪୦ ପ୍ରତିଶତ ବ୍ୟାଙ୍କିଙ୍ଗ୍, ଆର୍ଥିକ ସେବା ଏବଂ ବୀମା (ବିଏଫ୍‌ଏସ୍‌ଆଇ) କମ୍ପାନୀଗୁଡିକରୁ ଆସିଥାଏ। ମୁଦ୍ରାସ୍ଫୀତି ବୃଦ୍ଧିକୁ ରୋକିବା ପାଇଁ ସାରା ବିଶ୍ୱରେ ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାରରେ ବୃଦ୍ଧି ଘଟାଉଛନ୍ତି। ଏହି କାରଣରୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। ଏହି କାରଣରୁ ଭାରତୀୟ ଆଇଟି କମ୍ପାନୀଗୁଡିକର ସମସ୍ୟା ବଢ଼ିଯାଇଛି। ବର୍ତ୍ତମାନ ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ବରେ ସଫ୍ଟୱେର ଶିଳ୍ପ ପାଇଁ ଆମେରିକା ଏବଂ ୟୁରୋପ ସବୁଠାରୁ ବଡ ବଜାର। ଦେଶର ଶ୍ରେଷ୍ଠ ଆଇଟି କମ୍ପାନୀଗୁଡିକ ପାଇଁ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା କ୍ଷେତ୍ର ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। ୨୦୨୨ ଆର୍ଥିକବର୍ଷରେ ଦେଶର ବୃହତ ଆଇଟି କମ୍ପାନୀ ଟିସିଏସ୍‌ର ଏକତ୍ରିତ କାରବାରରେ ବିଏଫ୍‌ଏସ୍‌ଆଇର ଅଂଶ ପ୍ରାୟ ୪୦ ପ୍ରତିଶତ ଥିଲା। ଏ କ୍ଷେତ୍ରରେ ଇନଫୋସିସ୍‌ର ସ୍ଥିତି ମଧ୍ୟ ସମାନ।

ଷ୍ଟାର୍ଟଅପ୍‌ଗୁଡିକୁ ଋଣ ଦେଇଥିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ରାତାରାତି ଡୁବିଗଲା। ଏହାପରେ ସିଗ୍‌ନେଚର ବ୍ୟାଙ୍କର ପାଳି ପଡିଲା। କ୍ରିପ୍ଟୋ କମ୍ପାନୀଗୁଡିକୁ ଋଣ ଦେଇଥିବା ଏହି ବ୍ୟାଙ୍କ ମଧ୍ୟ ବୁଡିଥିଲା। ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ ଏବେ ଏହାର ଶେଷ ନିଶ୍ୱାସ ନେଉଛି। ଏକ ରିପୋର୍ଟ ଅନୁଯାୟୀ, ସୁଧ ହାରରେ ବୃଦ୍ଧି ହେତୁ ଆମେରିକାର ୧୮୬ଟି ବ୍ୟାଙ୍କ ଏବେ ପତନର ପଥରେ। ସୋମବାର ବଜାରରେ କାରବାର ଆରମ୍ଭ ମାତ୍ରେ ୟୁରୋପରେ କ୍ରେଡିଟ୍ ସୁଇସର ସେୟାର ମୂଲ୍ୟରେ ୬୩ ପ୍ରତିଶତ ହ୍ରାସ ପାଇଛି। ଏହାକୁ କିଣିବାକୁ ଯାଉଥିବା ୟୁବିଏସ୍‌ର ସେୟାର ମୂଲ୍ୟରେ ମଧ୍ୟ କାବରାର ପ୍ରାରମ୍ଭରୁ ୧୪ ପ୍ରତିଶତ ହ୍ରାସ ଦେଖବବାକୁ ମିଳିଛି।

୨୦୨୩-୨୪ ଆର୍ଥିକବର୍ଷରେ ଭାରତୀୟ ଆଇଟି କମ୍ପାନୀଗୁଡିକର ଆର୍ଥିକ ଫଳାଫଳ ଖରାପ ରହିଇପାରେ। ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ୨୦୨୪ ଆର୍ଥିକବର୍ଷ ପାଇଁ IT କମ୍ପାନୀଗୁଡିକର ଆୟ ଆକଳନରେ ହ୍ରାସ ଘଟାଇଛନ୍ତି। ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ ବୋଲି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ସ୍ୱୀକାର କରିଛନ୍ତି ,କିନ୍ତୁ ସବୁକିଛି ଠିକ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନିକଟରେ ଜେପି ମୋର୍ଗାନଙ୍କ ଏକ ରିପୋର୍ଟରେ କୁହାଯାଇଛି ଯେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆମେରିକୀୟ ବ୍ୟାଙ୍କଗୁଡିକ ମଧ୍ୟରେ ଭାରତର ଦୁଇଟି ବଡ ଆଇଟି କମ୍ପାନୀ ଟିସିଏସ୍ ଏବଂ ଇନଫୋସିସ୍ ମଧ୍ୟରେ ସର୍ବାଧିକ ଏକ୍ସପୋଜର ରହିଛି। ୟୁରୋପର ଏବଂ ଆମେରିକାରେ ଦେଖାଦେଇଥିବା ମାକ୍ରୋ-ଅର୍ଥନୈତିକ ପରିବେଶରୁ ଦେଶର ଆଇଟି ଶିଳ୍ପ ପୂର୍ବରୁ ଆହ୍ବାନର ସମ୍ମୁଖୀନ ହୋଇଛି। ଅପରପକ୍ଷେ ମହାମାରୀ ଯୋଗୁଁ ଚାହିଦାରେ ହ୍ରାସ ଦେଖାଦେଇଛି। ଏହି କାରଣରୁ କମ୍ପାନୀଗୁଡିକ ଟେକ୍ନୋଲୋଜି କ୍ଷେତ୍ରରେ ଖର୍ଚ୍ଚ ହ୍ରାସ କରୁଛନ୍ତି। ଏହି ସମୟରେ ବ୍ୟାଙ୍କିଙ୍ଗ ସଙ୍କଟ ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଏହି କାରଣରୁ, ଆଗାମୀ କିଛି ତ୍ରୈମାସରେ ଆଇଟି କମ୍ପାନୀଗୁଡିକର ରାଜସ୍ୱ ପ୍ରଭାବିତ ହୋଇପାରେ।