West Bengal CM - The Sakala

ପଶ୍ଚିମବଙ୍ଗରେ ବିଜେପିର ନୂଆ ଅଧ୍ୟାୟ: ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଆଜି ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲକାତାର ପ୍ରସିଦ୍ଧ ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସନ କ୍ଷମତାକୁ ଆସିଥିବା ବେଳେ ଏହି ପ୍ରସିଦ୍ଧ ମଇଦାନରେ ଶପଥ ନେବାରେ ଅଧିକାରୀ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ।

ରାଜ୍ୟପାଳ ଆର.ଏନ. ରବି ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍ ସହଯୋଗୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଗାମୀ ଦିନରେ ବେଙ୍ଗଲ କ୍ୟାବିନେଟର ସମ୍ପ୍ରସାରଣ ହେବାର ସମ୍ଭାବନା ଥିବା ବେଳେ ଉଦଘାଟନୀ ଉତ୍ସବରେ ପ୍ରାଥମିକ ଭାବେ ୫ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ରା ପଲ୍, ଅଶୋକ କୀର୍ତ୍ତନୀୟା, କ୍ଷୁଦିରାମ ଟୁଡୁ ଏବଂ ନିଶୀଥ ପ୍ରମାଣିକ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୋହନ ଯାଦବ, ରାଜସ୍ଥାନର ମଦନ ଲାଲ୍ ଶର୍ମା ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡକୁ ଚୟନ କରିବା ରାଜ୍ୟ ରାଜନୀତିରେ ବିଜେପିର ଦବଦବା ଏବଂ କ୍ଷମତା ପରିବର୍ତ୍ତନର ସ୍ପଷ୍ଟ ସଙ୍କେତ ଦେଉଛି। ଐତିହାସିକ ଦୃଷ୍ଟିକୋଣରୁ ବିଶାଳ ରାଜନୈତିକ ସମାବେଶ ଏବଂ ଆନ୍ତର୍ଜାତୀୟ ଅତିଥିମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଏହି ମଇଦାନ ଏବେ ଦଳର ସ୍ଲୋଗାନ "ପରିବର୍ତ୍ତନ" ର ସାକାର ରୂପକୁ ପ୍ରମାଣିତ କରିଛି।

ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଦିଦି: ନା ଅଛି କାର୍, ନା ଅଛି ବଙ୍ଗଳା, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ନିଜର ସାଧାରଣ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। କ୍ରମାଗତ ଭାବେ ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ନାମରେ ନା ଅଛି କୌଣସି କାର୍, ନା ଅଛି କୌଣସି ବଙ୍ଗଳା। ନିକଟରେ ସେ ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏବେ ଆଗକୁ ରାଜ୍ୟରେ ନିର୍ବାଚନ ଥିବା ବେଳେ ବୁଧବାର ଦିଦି ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ସତ୍ୟପାଠରେ ସେ ନିଜର ମୋଟ ସମ୍ପତ୍ତିର ହିସାବ ଦେଇଛନ୍ତି। ୭୧ ବର୍ଷୀୟା ମମତାଙ୍କ ଦୀର୍ଘ ରାଜନୈତିକ କ୍ୟାରିୟର ସତ୍ତ୍ୱେ ତାଙ୍କ ନାମରେ କୌଣସି ସ୍ଥାବର କିମ୍ବା ଅସ୍ଥାବର ବଡ଼ ସମ୍ପତ୍ତି ନଥିବା ଜଣାପଡ଼ିଛି।

ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ଥିବା ଏବଂ ରାଜ୍ୟର ସର୍ବୋଚ୍ଚ ପଦବୀରେ ବସିଥିବା ସତ୍ତ୍ୱେ ତାଙ୍କର କୌଣସି ବ୍ୟକ୍ତିଗତ ବାସଭବନ କିମ୍ବା ଯାନବାହନ ନାହିଁ। ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସେ ଆଗରେ ରହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ସାଦାସିଧା ଜୀବନଯାପନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆଲୋଚନାକୁ ଆସିଲେନି ଜୁନିୟର ଡାକ୍ତର, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ । ଆରଜି କର ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ବାନାର୍ଜୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି କି, ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତ‍ଫା ଦେବାକୁ ରାଜି ଅଛନ୍ତି।

ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଇଥିଲେ। କିନ୍ତୁ ୨ ଘଣ୍ଟାରୁ ଅଧିକ ସମୟ ଧରି ମମତା ବାନାର୍ଜୀ ଅପେକ୍ଷା କରିବା ପରେ ବି ଡାକ୍ତରମାନେ ବୈଠକକୁ ଆସି ନ ଥିଲେ। ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ଜନତାଙ୍କ ନିକଟରେ କ୍ଷମା ମାଗି ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ‘ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁ ନାହିଁ। ମୁଁ ଚାହୁଁଛି ଦୋଷୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡ ଦିଆଯାଉ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉଚିତ୍।’ ଏହାସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ କହିଛନ୍ତି ମମତା ବାନାର୍ଜୀ ।

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମଙ୍ଗଳବାର ସେ ପୁରୀରେ ପହଞ୍ଚି ରାତ୍ରିଯାପନ କରିବେ। ତା’ ପରଦିନ ଅର୍ଥାତ୍‌‌ ୨୨ ତାରିଖରେ ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ ଦାସମହାପାତ୍ରଙ୍କ ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବେ। ଏଥିସହ ବଳିଆପଣ୍ଡା ଅଞ୍ଚଳରେ ଏକ ଗେଷ୍ଟ ହାଉସ ନିର୍ମାଣ ହେବାକୁ ଥିବାରୁ ଏହାର କ୍ଷେତ୍ର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମମତା ବାନାର୍ଜୀଙ୍କ ଶ୍ରୀମନ୍ଦିରରେ ଦର୍ଶନ ସମୟରେ ତାଙ୍କର କୌଳିକ ଗୁରୁ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଜଗନ୍ନାଥ ସ୍ୱାଇଁ ମହାପାତ୍ର ବେଶ୍‌‌ ଉତ୍ସାହିତ ଅଛନ୍ତି। ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ସେ ନିର୍ବାଚନ ପରେ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତେ।

ମାତ୍ର କୋଭିଡ଼ ଯୋଗୁ ଆସିପାରି ନ ଥିଲେ। ତେଣୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଅନ୍ୟପକ୍ଷରେ ମମତା ବାନାର୍ଜୀ ପୁରୀରେ ରାତ୍ର ରହଣି କରିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ନିର୍ମାଣ ନିବାସରେ ରାତ୍ର ରହଣି କରିବେ ମମତା। ଏଥିପାଇଁ ନିର୍ମାଣ ନିର୍ବାସକୁ ପ୍ରସ୍ତୁତ କରାଯାଉଛି। ମମତାଙ୍କ ସହିତ ମନ୍ତ୍ରୀମଣ୍ଡଳ ସଦସ୍ୟ, ଅଫିସିଆଲ ପ୍ରାୟ ୨୫ ଜଣରୁ ଊର୍ଦ୍ଧ୍ବ ଆସୁଛନ୍ତି। ୨୩ ତାରିଖରେ ସେ ପଶ୍ଚିମବଙ୍ଗ ଫେରିଯିବାର କାର୍ଯ୍ୟକ୍ରମ ରହିଛି।