Tourism - The Sakala

ମାଡିଆସୁଛି 'ସୁପର ଏଲ୍ ନିନୋ': ଜଳବାୟୁ, ଖାଦ୍ୟ ଦର ଏବଂ ପର୍ଯ୍ୟଟନ ଉପରେ କ'ଣ ରହିବ ପ୍ରଭାବ?
ନୂଆଦିଲ୍ଲୀ: ୨୦୨୫ ଏବଂ ୨୦୨୬ ଆରମ୍ଭରେ ଦୁର୍ବଳ ଲା ନିନା (La Niña) ପ୍ରଭାବ ଶେଷ ହେବା ପରେ ଏବେ ସାରା ବିଶ୍ୱର ନଜର ଏଲ୍ ନିନୋ (El Niño) ଉପରେ। ବୈଜ୍ଞାନିକମାନେ ଏକ ସମ୍ଭାବ୍ୟ 'ସୁପର ଏଲ୍ ନିନୋ' (Super El Niño) କୁ ନେଇ ସତର୍କ ସୂଚନା ଜାରି କରିଛନ୍ତି। ଏହା ହେଉଛି ଏଲ୍ ନିନୋର ସବୁଠାରୁ ଶକ୍ତିଶାଳୀ ରୂପ, ଯାହା ସମଗ୍ର ପୃଥିବୀର ପାଗକୁ ବ୍ୟାପକ ଭାବେ ବଦଳାଇଦେବାର କ୍ଷମତା ରଖିଥାଏ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ପାଣିପାଗ ସଂଗଠନ (WMO) ଭଳି ପ୍ରମୁଖ ଜଳବାୟୁ ସଂସ୍ଥା ଏନେଇ ଚେତାବନୀ ଦେଇସାରିଲେଣି। ୨୦୨୬ ମସିହା ଜୁନ୍ରୁ ଅଗଷ୍ଟ ମଧ୍ୟରେ ଏହି ପରିସ୍ଥିତି ସୃଷ୍ଟି ହେବାର ୮୦% ଆଶଙ୍କା ରହିଛି ଏବଂ ଏହା ବର୍ଷ ଶେଷ ପର୍ଯ୍ୟନ୍ତ ଲାଗି ରହିପାରେ।

ଦି ଗାର୍ଡିଆନ୍ ଅନୁଯାୟୀ, ଏଲ୍ ନିନୋ ହେଉଛି ENSO (ଏଲ୍ ନିନୋ-ସଦର୍ଣ୍ଣ ଓସିଲେସନ୍) ନାମକ ଏକ ବିଶାଳ ଜଳବାୟୁ ଚକ୍ରର ଅଂଶ। ପ୍ରଶାନ୍ତ ମହାସାଗରର କିଛି ଅଂଶ ସ୍ୱାଭାବିକଠାରୁ ଅଧିକ ଗରମ ହେଲେ ଏହି ପରିସ୍ଥିତି ସୃଷ୍ଟି ହୁଏ। ଏକ 'ସୁପର ଏଲ୍ ନିନୋ' ହେଉଛି ଏହାର ସବୁଠାରୁ ଭୟଙ୍କର ରୂପ, ଯାହା ପୂର୍ବରୁ ମାତ୍ର କେତେଥର ଯଥା ୧୯୮୨-୮୩, ୧୯୯୭-୯୮ ଏବଂ ୨୦୧୫-୧୬ ମସିହାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମାନବକୃତ କାରଣରୁ ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ୧.୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇସାରିଥିବା ବେଳେ ଏହା ଉପରେ ଏକ ସୁପର ଏଲ୍ ନିନୋର ପ୍ରଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେବ। ବୈଜ୍ଞାନିକମାନଙ୍କ ମତରେ ଏହାର ପ୍ରଭାବରେ ୨୦୨୬ ଏବଂ ବିଶେଷ କରି ୨୦୨୭ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ।

ଏଲ୍ ନିନୋ ଯୋଗୁଁ ବର୍ଷାର ପରିମାଣ ଏବଂ ସ୍ଥାନ ପ୍ରଭାବିତ ହେବ। କେଉଁଠି ଭୟଙ୍କର ମରୁଡ଼ି ତ ଆଉ କେଉଁଠି ପ୍ରବଳ ବନ୍ୟା ଯୋଗୁଁ କୃଷି କ୍ଷେତ୍ର ବ୍ୟାପକ କ୍ଷତିଗ୍ରସ୍ତ ହେବ। ଜାତିସଂଘର ସୂଚନା ଅନୁଯାୟୀ, ଦକ୍ଷିଣ ଆମେରିକା ଏବଂ ପଶ୍ଚିମ ଆଫ୍ରିକାରେ ଉତ୍ପାଦିତ ହେଉଥିବା କୋକୋଆ (Cocoa) ଫସଲ ପ୍ରତି ବିପଦ ଦେଖାଦେଲାଣି। ଏହାବ୍ୟତୀତ ଧାନ, ଗହମ, ମକା, ଚିନି, କଫି ଏବଂ ପାମ୍ ଅଏଲ୍ ପରି ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ହ୍ରାସ ପାଇବା ସହ ବିଶ୍ୱ ବଜାରରେ ଏହାର ଦର ଆକାଶଛୁଆଁ ହେବାର ସମ୍ଭାବନା ରହିଛି। ଯେଉଁ ଦେଶଗୁଡ଼ିକ କୃଷି ଉପରେ ନିର୍ଭରଶୀଳ, ସେମାନଙ୍କ ଅର୍ଥନୀତି ପାଇଁ ଏହା ଏକ ବଡ଼ ଧକ୍କା ସାବ୍ୟସ୍ତ ହେବ।

ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ଚରମ ପାଗ ଦେଖିବାକୁ ମିଳିବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ଏବଂ ଦକ୍ଷିଣ ଏସିଆର କିଛି ଅଂଶ ବିଶେଷ ପ୍ରଭାବିତ ହେବେ। ଭାରତ ପାଇଁ ଏଲ୍ ନିନୋ ସବୁବେଳେ ଚିନ୍ତାର କାରଣ ହୋଇଆସିଛି। ଏହାଦ୍ୱାରା ଦେଶର ଗ୍ରୀଷ୍ମକାଳୀନ ମୌସୁମୀ ବାୟୁ ଦୁର୍ବଳ ହେବାର ଅନେକ ନଜିର ରହିଛି। ମୌସୁମୀ ବର୍ଷା ପ୍ରଭାବିତ ହେଲେ ଏହା ଭାରତୀୟ କୃଷିକ୍ଷେତ୍ର, ଜଳ ଭଣ୍ଡାର ଏବଂ କୃଷକମାନଙ୍କ ଆୟ ଉପରେ ସିଧାସଳଖ ପ୍ରଭାବ ପକାଇବ।

କ୍ରମାଗତ ତଥା ଦୀର୍ଘସ୍ଥାୟୀ ହିଟ୍‌ୱେଭ୍ (ଗ୍ରୀଷ୍ମପ୍ରବାହ) ଯୋଗୁଁ ବୟସ୍କ ତଥା ବାହାରେ କାମ କରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିବ। ଏସି ଓ କୁଲର୍ ବ୍ୟବହାର ବଢ଼ିବା ସହ ଲୋକଙ୍କର ବିଦ୍ୟୁତ୍ ବିଲ୍ ମଧ୍ୟ ବୃଦ୍ଧି ପାଇବ। ଜଳ ସଙ୍କଟ କାରଣରୁ କଳକାରଖାନା ଠାରୁ ଆରମ୍ଭ କରି ଚାଷୀ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେବେ। ଏଥିରୁ ବାଦ୍ ପଡ଼ିବନି ପର୍ଯ୍ୟଟନ ଶିଳ୍ପ ମଧ୍ୟ। ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଝଡ଼ବାତ୍ୟା, ଏସିଆ ଓ ଅଷ୍ଟ୍ରେଲିଆରେ ଅତ୍ୟଧିକ ଗରମ ଏବଂ ପାର୍ବତ୍ୟାଞ୍ଚଳରେ କମ୍ ବରଫପାତ କାରଣରୁ ପର୍ଯ୍ୟଟକମାନେ ସେମାନଙ୍କର ଭ୍ରମଣ ଯୋଜନା ବାତିଲ୍ କରିବାକୁ ବାଧ୍ୟ ହେବେ। ଏହି ସମ୍ଭାବ୍ୟ ସଙ୍କଟକୁ ଦୃଷ୍ଟିରେ ରଖି WMO ସରକାର ଏବଂ ବ୍ୟବସାୟିକ ସଂସ୍ଥାମାନଙ୍କୁ ଏବେଠାରୁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛି।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାଶ୍ମୀର ଗୁଲମାର୍ଗରେ ହଠାତ୍ ଅଟକିଗଲା ରୋପ୍‌ ୱେ, ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ
ଜମ୍ମୁ-କାଶ୍ମୀର: ସୋମବାର ଦିନ ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗଣ୍ଡୋଲା ରେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ପ୍ରାୟ ୩୦୦ ପର୍ଯ୍ୟଟକ ମଝି ଆକାଶରେ ଫସି ରହିଛନ୍ତି। ଏହି କେବୁଲ୍ କାର୍ ସେବା ଅଟକି ଯିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହା ପରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବଳଙ୍କ ପକ୍ଷରୁ ତୁରନ୍ତ ଏକ ବୃହତ୍‌ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଭାରତୀୟ ସେନାର ୯ ରାଜପୁତାନା ରାଇଫଲ୍ସ, ଜମ୍ମୁ-କାଶ୍ମୀର ପୋଲିସ୍, ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ସ୍ୱତନ୍ତ୍ର ଟିମ୍ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରୁଛନ୍ତି। ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କୌଣସି ଗୁରୁତର ଆହତ ହେବାର ଖବର ନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ମେଡିକାଲ୍ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଏହି ଘଟଣାକୁ ନେଇ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (J&K CMO) ପକ୍ଷରୁ ସୋସିଆଲ ମିଡିଆ 'ଏକ୍ସ' (X) ରେ ସୂଚନା ଦିଆଯାଇଛି। ସରକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସମସ୍ତ କେବିନ୍ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରାଯାଇଛି। ସିଏମଓ ସୂଚାଇଛନ୍ତି ଯେ, "ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ।" ଏହା ସହିତ ପର୍ଯ୍ୟଟକମାନଙ୍କୁ ସୁରକ୍ଷା କର୍ମୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରାଯାଇଛି।

ଏସିଆର ଅନ୍ୟତମ ଉଚ୍ଚତମ କେବୁଲ୍ କାର୍ ସିଷ୍ଟମ୍ ଭାବରେ ପରିଚିତ ଗୁଲମାର୍ଗ ଗଣ୍ଡୋଲା କାଶ୍ମୀରର ପର୍ଯ୍ୟଟନ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ ସ୍ଥାନୀୟ ପୋଲିସ ଓ ଇଞ୍ଜିନିୟରମାନେ ଯାନ୍ତ୍ରିକ ତ୍ରୁଟିର ପ୍ରକୃତ କାରଣ ଅନୁସନ୍ଧାନ କରୁଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଅଘଟଣର ପୁନରାବୃତ୍ତି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ଡିସେମ୍ବର ୧୩ରୁ ଆରମ୍ଭ ହେବ କୋଣାର୍କ ଇକୋ-ରିଟ୍ରିଟ୍‌
ପୁରୀ: ଡିସେମ୍ବର ୧୩ରୁ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ଠାରେ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବ। ସମସ୍ତ ବିଭାଗ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ତ୍ୱରାନ୍ୱିତ କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବୁଧବାର ସର୍କିଟ୍‌ ହାଉସ୍‌ଠାରେ ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି୤

ପର୍ଯ୍ୟଟନର ବିକାଶରେ ‘୫-ଟି’ ଛାପ: ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବଲାଙ୍ଗିରର ସମସ୍ତ ପର୍ଯ୍ୟଟନ କ୍ଷେତ୍ର
ବଲାଙ୍ଗିର(ଶିଶିରକାନ୍ତ ଶତପଥୀ, ଅଭିଳାଷ ହୋତା): ‘୫-ଟି’ ଉପକ୍ରମରେ ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ନୂଆ ରୂପ ଦିଆଯାଉଥିବା ବେଳେ ଏଥିରେ ସାମିଲ ହୋଇଛି ବଲାଙ୍ଗିର ଜିଲ୍ଲା। ଫଳରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ହୋଇଛି ରୂପାନ୍ତରୀକରଣ। ହରିଶଙ୍କରରୁ ଗାଈଖାଇ, କୁମୁଡ଼ା ପାହାଡ଼ରୁ ଭୀମଡୁଙ୍ଗୁରି, ପ୍ରାୟ ସମସ୍ତ ପର୍ଯ୍ୟଟନକ୍ଷେତ୍ର ଏବେ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଜିଲ୍ଲାରେ ରୂପାନ୍ତରିତ ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଆମର ଏ ସ୍ୱତନ୍ତ୍ର ଉପସ୍ଥାପନା।

ଗାଈଖାଇରେ ବଣଭୋଜି ଓ ବୋଟିଂ

ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ରହିଥିବା ଗାଈଖାଇ ଜଙ୍ଗଲ ଭିତରେ ବଣଭୋଜି ସହ ଜଳଭଣ୍ଡାରରେ ବୋଟିଂର ବ୍ୟବସ୍ଥା ରହିଛି। ଦିନେ ଏହି ସ୍ଥାନକୁ ଆସିବାକୁ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ଏହି ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିବା ପରେ ଏହା ଏବେ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହୋଇପାରିଛି। ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ରହିଛି ଗାଈଖାଇ ଜଳସେଚନ ପ୍ରକଳ୍ପ। ୨୬ ନମ୍ବର ଜାତୀୟ ରାଜପଥ ସାଲେଭଟା ଓ ଲୋଇସିଂହା ମଝିରେ ଥିବା ଏହି ପ୍ରକଳ୍ପ ବଣ ପାହାଡ଼ ଭିତରେ ରହିଥିବାରୁ ବନ୍ୟପ୍ରାଣୀ ରହିବା ସହିତ ବଣଭୋଜି କରିବା ପାଇଁ ମଧ୍ୟ ଭିଡ଼ ଜମୁଛି। ଗତବର୍ଷ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ଜଳସେଚନ ପ୍ରକଳ୍ପ ଭିତରେ ବୋଟିଂ ବ୍ୟବସ୍ଥା କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଥମେ ଏହାକୁ ଇକୋ ଟୁରିଜିମରେ ସାମିଲ କରି ପ୍ରାୟ ୭୩ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା। ଏହି ଅନୁଦାନରେ ବୋଟିଂ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତିକରଣ, ରେଷ୍ଟ ହାଉସ ଉନ୍ନତିକରଣ କାମ, ଡିଜିଟାଲ ଟିକଟ୍‌‌ ଘର, ଶୌଚାଳୟ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଏହା ସହିତ ଏକ ଶିଶୁ ଉଦ୍ୟାନ ନିର୍ମାଣ କାମ ଚାଲିଥିବା ବେଳେ ରେଷ୍ଟୁରାଣ୍ଟ ମଧ୍ୟ କରାଯିବ। ବନ ବିଭାଗ ଦ୍ୱାରା ‘୫-ଟି’ ଉପକ୍ରମରେ ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ କରାଯାଇଥିବା ବେଳେ ଏବେ ଏହା ଏକ ବିକଶିତ ପର୍ଯ୍ୟଟନକ୍ଷେତ୍ର ଭାବେ ରୂପାନ୍ତରିତ ହୋଇଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ ଏଠାକୁ ଲୋକେ ଆସୁଛନ୍ତି। ଆଗକୁ ଏହି ପର୍ଯ୍ୟଟନକ୍ଷେତ୍ରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନ୍ୟ ସବୁ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଡିଏଫ୍‌‌ଓ ନୀତୀଶ କୁମାରଙ୍କ ଉଦ୍ୟମରେ ଏହାର ନବୀକରଣ ହୋଇଥିବା ବେଳେ ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ହସିଲାଣି ହରିଶଙ୍କର

ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ହରିଶଙ୍କର। ଗୋଟିଏ ସ୍ଥାନରେ ହରି ଓ ଶଙ୍କରଙ୍କ ମିଳିତ ମନ୍ଦିର ରହିଥିବାରୁ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପୀଠ ମଧ୍ୟ ହରିଶଙ୍କରକୁ କୁହାଯାଇଥାଏ। କୁଳୁକୁଳୁ ନାଦରେ ବହିଆସିଥିବା ଝରଣା, ଔଷଧୀୟ ବୃକ୍ଷରେ ଭର୍ତ୍ତି ଗନ୍ଧମାର୍ଦ୍ଦନ ପର୍ବତ ଶୋଭାବର୍ଦ୍ଧନ କରୁଛି। ତେବେ ଏହି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପର୍ଯ୍ୟାୟକ୍ରମେ ରାଜ୍ୟ ସରକାର ଶହେ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ପ୍ରାୟ ୧୭ କୋଟି ଟଙ୍କାର କାମ ଏବେ ସମ୍ପୂର୍ଣ୍ଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଉଠା ଦୋକାନୀଙ୍କ ପାଇଁ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଷ୍ଟଲ୍‌‌ ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟର ୧୫ କୋଟି ଟଙ୍କାରେ ଚାଲିଥିବା ଅନ୍ୟାନ୍ୟ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟଙ୍କାରେ ମନ୍ଦିର ପାଚେରି, ଭୋଗମଣ୍ଡପ, ସୂଚନା କେନ୍ଦ୍ର ତଥା ମ୍ୟୁଜିୟମ, ଶୌଚାଳୟ, ସୁବିଧାକେନ୍ଦ୍ର, ପାର୍କିଂସ୍ଥଳ, ଗାଧୁଆ ଘର ସହ ସୌନ୍ଦର୍ଯ୍ୟକରଣ କାମ କରାଯାଇଛି। ପର୍ଯ୍ୟାୟକ୍ରମେ ଆହୁରି ଅଧିକ ଟଙ୍କାରେ ଆଉ ସବୁ କାମ ମଧ୍ୟ ହାତକୁ ନିଆଯିବାର ଯୋଜନା ରହିଛି। କେବଳ ଏତିକି ନୁହେଁ, ହରିଶଙ୍କର ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏକ ହରିଣ ପାର୍କ ରହିଛି। ଯାହାର ଉନ୍ନତିକରଣ କାମ ମଧ୍ୟ ବନ ବିଭାଗ ଜରିଆରେ କରାଯାଇଛି। ହରିଣ ପାର୍କ ସମ୍ପ୍ରସାରଣ, ଶିଶୁ ଉଦ୍ୟାନ, ବଟାନିକାଲ ଗାର୍ଡେନ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ବନ ବିଭାଗର ଡାକବଙ୍ଗଳାର ମଧ୍ୟ ନବୀକରଣ କରାଯାଇଛି। ପର୍ଯ୍ୟଟକମାନେ ଚାହିଁଲେ ହରିଶଙ୍କରରେ ରାତ୍ରିଯାପନ କରିପାରିବେ।

ତିନି ପୁରୁଣା ମନ୍ଦିରରେ ‘୫-ଟି’ ସ୍ପର୍ଶ

ବଲାଙ୍ଗିର ସହରକୁ ମଧ୍ୟ ପର୍ଯ୍ୟଟନର ଏକ ହବ୍‌‌ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ‘୫-ଟି’ ରୂପାନ୍ତରୀକରଣରେ ମନ୍ଦିରଗୁଡ଼ିକର ଉନ୍ନତିକରଣ କରାଯାଉଥିବା ବେଳେ ସହରରେ ଥିବା ତିନି ପ୍ରମୁଖ ମନ୍ଦିରକୁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି। ସହରରେ ଥିବା ପୁରାତନ ସମଲେଶ୍ୱରୀ ମନ୍ଦିର ପାଇଁ ୩ କୋଟି ୧୫ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସେହିପରି ପାଟଣେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୧୨ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଏହି ଟଙ୍କାର ଉଭୟ ମନ୍ଦିରର ସାମଗ୍ରିକ ବିକାଶ କରାଯିବ। ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାମ କରାଯିବ ବୋଲି ଜଣାପଡ଼ିଛି। ସେହିପରି ଗୋପାଲଜୀ ମନ୍ଦିରକୁ ସର୍ବାଧିକ ୫ କୋଟି ୭୧ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କିଛି ମାସ ତଳେ ‘୫-ଟି’ ଅଧ୍ୟକ୍ଷ ବଲାଙ୍ଗିର ଗସ୍ତ ସମୟରେ ଏହି ତିନି ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନେ କରିଥିବା ଦାବି ଅନୁସାରେ ଏହି ଅନୁଦାନ ପ୍ରଦାନ କରାଯାଇଛି।

ଚମକୁଛି କୁମୁଡ଼ା

ଏକଦା ଲଣ୍ଡାପାହାଡ଼ ନାମରେ ପରିଚିତ ଟିଟିଲାଗଡ଼ର ପ୍ରସିଦ୍ଧ କୁମୁଡ଼ା ପାହାଡ଼ ଆଜି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ପାହାଡ଼ ଗୁମ୍ଫାରେ ଧବଳେଶ୍ୱର ପୂଜା ପାଉଥିବା ବେଳେ ପାର୍କ, ବୃକ୍ଷରୋପଣ ସହ ଅନ୍ୟ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ‘୫-ଟି’ ସଚିବ (ବର୍ତ୍ତମାନର ‘୫-ଟି’ ଅଧ୍ୟକ୍ଷ) କାର୍ତ୍ତିକ ପାଣ୍ଡିଆନ ଟିଟିଲାଗଡ଼ ଗସ୍ତକରି କୁମୁଡ଼ା ପାହାଡ଼ରେ କ’ଣ ସବୁ ବିକାଶ କରାଯାଇ ପାରିବ, ତାହା ନିରୀକ୍ଷଣ କରିଥିଲେ। ଏହାର କିଛି ଦିନପରେ କୁମୁଡ଼ା ପାହାଡର ବିକାଶ ପାଇଁ ରାଜ୍ୟ ସରକାର ୧ କୋଟି ୮୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବଲାଙ୍ଗିର ଡିଏଫ୍‌‌ଓ ନୀତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ଉନ୍ନତିମୂଳକ କାମ ଚାଲିଛି। ମନ୍ଦିରର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ, କୁମୁଡ଼ା ପାହାଡ଼ର ପାଦଦେଶରେ ପାର୍କ ନିର୍ମାଣ, ପାର୍କିଂ ବ୍ୟବସ୍ଥା ଭଳି ସବୁ ଦିଗରେ କୁମୁଡ଼ା ପାହାଡ଼ର ବିକାଶକୁ ଧ୍ୟାନ ଦିଆଯାଇଛି। ଫଳରେ ଏବେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବଢ଼଼ିଛି।

ଭୀମଡୁଙ୍ଗୁରୀ ମୁହାଁ ପର୍ଯ୍ୟଟକ

ବଲାଙ୍ଗିର ଜିଲ୍ଲାରେ ପର୍ଯ୍ୟଟକଙ୍କ ପାଇଁ ନୂଆ ଠିକଣା ସାଜିଛି ଦେଓଗାଁ ବ୍ଲକର ଭୀମଡୁଙ୍ଗୁରୀ। ରାଜ୍ୟ ସରକାରଙ୍କ ଉଦ୍ୟମରେ ବନ ବିଭାଗ ଦ୍ୱାରା ଏହି ପର୍ଯ୍ୟଟନସ୍ଥଳର ନବକଳେବର କରାଯାଇଛି। ଏଠାରେ ଶିଶୁ ଉଦ୍ୟାନ, ଭୀମଡୁଙ୍ଗୁରୀର ଉନ୍ନତିକରଣ, ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ନୌ-ବିହାର ବ୍ୟବସ୍ଥା କରାଯାଇଛି। ସବୁଜ ବନାନୀ ଭିତରେ ଥିବା ଏହି ପାହାଡ଼ରେ ରହିଛି ବହୁ ସଂଖ୍ୟାରେ ଗୁମ୍ଫା। ଏହାର ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଛି। ୨୦୧୫ରେ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଏହି ସ୍ଥାନ ଆଜିର ଦିନରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଭାବେ ପରିଚୟ ପାଇଛି। ଏହାକୁ ଇକୋ ଟୁରିଜିମ୍‌‌ରେ ସାମିଲ କରି ବନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହାତକୁ ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପାହାଡ଼ ଉପରକୁ ପାହାଚ, ପାହାଚରେ ରେଲିଂ, ପାହାଡ଼ର ବିପରୀତ ପାର୍ଶ୍ବରେ ପାହାଚ ନିର୍ମାଣ ସମେତ ପିଇବା ପାଣିର ବ୍ୟବସ୍ଥା, ଆଲୋକୀକରଣ କରାଯାଇଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ଲକ୍ଷ ଟଙ୍କାର ପାଣ୍ଠି ସ୍ୱତନ୍ତ୍ର ଭାବେ ପ୍ରଦାନ କରାଯାଇଥିଲା। ଏହି ଟଙ୍କାରେ ଓଟିଡିସି ପକ୍ଷରୁ ନିର୍ମାଣ ହୋଇଥିବା ବଙ୍ଗଳାର ଉନ୍ନତିକରଣ କାମ, ଭୀମଡୁଙ୍ଗୁରୀକୁ ଲାଗିରହିଥିବା ଜଳାଶୟରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା। ଏହି ବୋଟିଂରୁ ପ୍ରତି ଆର୍ଥିକ ବର୍ଷ ୫ ଲକ୍ଷରୁ ଅଧିକ ରାଜସ୍ୱ ଆୟ ହେଉଛି। ଉନ୍ନତିକରଣ ସହ ଏକ ସୁଦୃଶ୍ୟ ଶିଶୁ ଉଦ୍ୟାନ ନିର୍ମାଣ ହୋଇଛି। ପାର୍କ ପରିଚାଳନା ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ଏସ୍‌‌ଏଚ୍‌‌ଜି ସଂଘକୁ ଦିଆଯାଇଛି। ପାର୍କକୁ ଲାଗି ଖୋଲା ଯାଇଥିବା ମିଶନ ଶକ୍ତି କାଫେର ଦାୟିତ୍ୱ ମୁକୁନ୍ଦପୁର ପଞ୍ଚାୟତସ୍ତରୀୟ ସଂଘକୁ ଦିଆଯାଇଛି। ଏହି ସଂଘରେ ୨୬ ଜଣ ସଦସ୍ୟ ରହିଥିବା ବେଳେ ଏହା ତାଙ୍କ ପାଇଁ ଆୟର ଏକ ସୁଯୋଗ ସୃଷ୍ଟିକରିଛି। ପର୍ଯ୍ୟଟନ ବିକାଶ ସହ ମହିଳାଙ୍କୁ ସଶକ୍ତୀକରଣ କରିବା ଦିଗରେ ଭୀମଡୁଙ୍ଗୁରୀ ସହାୟକ ହୋଇଛି। ଏହାର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଧିକ ୬ କୋଟି ୬୬ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ଏହି ଟଙ୍କାରୁ ୨ କୋଟି ୧୮ ଲକ୍ଷ ଟଙ୍କାରେ ଜଳାଶୟର ଉନ୍ନତିକରଣରେ ଖର୍ଚ୍ଚ କରାଯିବା ସହିତ ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ବଣଭୋଜି ପିଣ୍ଡି, ଡଷ୍ଟବିନ୍‌‌, ପାର୍କର ଉନ୍ନତିକରଣ, ଓଟିଡିସି ବଙ୍ଗଳାର ଉନ୍ନତିକରଣ ଭଳି ପାଖାପାଖି ୧୯ଟି ଛୋଟବଡ଼ କାମ କରାଯିବ।

ପର୍ଯ୍ୟଟନ ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ବାଲେଶ୍ୱର ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳ
ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ କେବଳ ୮୧ କି.ମି ବେଳାଭୂମି ରହିଛି। ଯେଉଁଠି ରହିଛି ବିସ୍ତୀର୍ଣ୍ଣ ବେଳାଭୂମି ଆଉ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଓ ଆକର୍ଷଣୀୟ ତଥା ଶାନ୍ତ ମନୋରମ ପ୍ରାକୃତିକ ପରିବେଶ। ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି ପର୍ଯ୍ୟଟନସ୍ଥଳର ବିକାଶ କାର୍ଯ୍ୟ ପ୍ରଗତିରେ ଥିବା ବେଳେ ଅନ୍ୟ ବେଳାଭୂମିଗୁଡ଼ିକର ବିକାଶର ଛାପ ଦେଖିବା ଅପେକ୍ଷାରେ ରହିଛି। ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବେଳେ ଏବେ ବି ଶିଳ୍ପର ମାନ୍ୟତାକୁ ଅପେକ୍ଷା କରିଛି ଅନେକ ପର୍ଯ୍ୟଟନସ୍ଥଳ। ଏପରିକି ଉଭୟ ବେଳାଭୂମିର ବିକାଶ ପର୍ଯ୍ୟଟନ ଓ ବଣପାହାଡ଼ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକ ସମେତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କଲା ଭଳି କ୍ଷମତା ରଖିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ଭିତ୍ତିଭୂମି ମନ୍ଥର ଗତିରେ ଚାଲିଥିବା ବେଳେ କିଛି କିଛି ସ୍ଥାନକୁ ବିଦେଶୀ ପର୍ଯ୍ୟଟକ ଆପଣାଛାଏଁ ଆକୃଷ୍ଟ ହୋଇ ଆସୁଛନ୍ତି।

ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗର ବେଳାଭୂମି ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ଯେତେଟା ଆଗେଇଛି, ଓଡ଼ିଶା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ପଶ୍ଚିମବଙ୍ଗ ସରକାର ଆତିଥ୍ୟ ଉଦ୍ୟୋଗକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଶା ସରକାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଅଧିକ ଫୋକସ୍‌ ଦେଇଛନ୍ତି। ପଶ୍ଚିମବଙ୍ଗର ଦୀଘା, ମନ୍ଦାରମଣି, ଶଙ୍କରପୁର, ତେଜପୁର ଭଳି ବେଳାଭୂମିର ଭିତ୍ତିଭୂମି ବିକାଶ ଓ ଆନୁସଙ୍ଗିକ ହୋଟେଲ୍‌ ଶିଳ୍ପର ବିକାଶ ହୋଇ ଚାଲିଥିବାରୁ ଆତିଥ୍ୟ ଉଦ୍ୟୋଗ ଆଗେଇ ଚାଲିଛି। ପଡେ଼ାଶୀ ବାଲେଶ୍ୱର ଜିଲ୍ଲାରେ ରହିଥିବା ବହୁ ପ୍ରାକୃତିକ ବେଳାଭୂମି ମଧ୍ୟରେ ଉୟଦପୁର, ତାଳସାରୀ, ବିଚିତ୍ରପୁର, ଚାନ୍ଦିପୁର, ଡଗରା, କଷାଫଳ ଓ ଦୁବଲାଗଡ଼ି ଆଦି ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି। ରାସ୍ତାଘାଟ, ମେରାଇନ ଡ୍ରାଇଭ୍‌, ହୋଟେଲ ଏବଂ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ଯେତେଟା ବିକାଶ ହେବ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ସେତେଟା ଆକର୍ଷଣ କରିପାରିବ। ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ତଥା ଶାନ୍ତ ମନୋରମ ବେଳାଭୂମିକୁ ଅଧିକ ପସନ୍ଦ କରୁଥିବାରୁ ବାଲେଶ୍ୱର ଜିଲ୍ଲାର ପ୍ରତିଟି ପର୍ଯ୍ୟଟନସ୍ଥଳ ସେମାନଙ୍କ ପସନ୍ଦଯୋଗ୍ୟ ହୋଇପାରିବ। କିନ୍ତୁ ହେଟେଲ ଓ ଆତିଥ୍ୟ ଉଦ୍ୟୋଗ କ୍ଷେତ୍ରରେ ସରକାରଙ୍କ ଅଧିକ ଫୋକସ୍‌ ଏବଂ ଘରୋଇ କ୍ଷେତ୍ରରୁ ଅଧିକ ପୁଞ୍ଜିନିବେଶ ହୋଇପାରିଲେ ବାଲେଶ୍ୱର ଜିଲ୍ଲାର ପ୍ରାକୃତିକ ବେଳାଭୂମି ପର୍ଯ୍ୟଟନ ସଫଳତାର ଶୀର୍ଷରେ ଛୁଇଁପାରିବ। ବେଳାଭୂମି ପର୍ଯ୍ୟଟନ ସହିତ ଗ୍ରାମାଞ୍ଚଳ ପର୍ଯ୍ୟଟନ ବିକଶିତ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଅର୍ଥନୈତିକ ବିକାଶର ରାସ୍ତା ଫିଟିବ।

ବୈଚିତ୍ର୍ୟପୂର୍ଣ୍ଣ ବିଚିତ୍ରପୁର

ବାଲେଶ୍ୱର ଜିଲ୍ଲାର ସୀମାନ୍ତବର୍ତ୍ତୀ ଭୋଗରାଇ ବ୍ଲକରେ ରହିଛି ବିଚିତ୍ରପୁର ପ୍ରାକୃତିକ ପର୍ଯ୍ୟଟନସ୍ଥଳ। ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳରେ ରହିଛି ବଚିତ୍ର ପ୍ରାକୃତିକ ସମ୍ଭାରରେ ଭରପୂର ବିଚିତ୍ରପୁର। ପର୍ଯ୍ୟଟକଙ୍କ ରହଣି ପାଇଁ ରହିଛି ପ୍ରକୃତି ନିବାସ। ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି ପ୍ରକୃତି କୋଳରେ ସମୟ ବିତାଇବାର ପ୍ରକୃଷ୍ଟ ପର୍ଯ୍ୟଟନସ୍ଥଳ ହେଉଛି ବିଚିତ୍ରପୁର। ସୁବର୍ଣ୍ଣରେଖା ନଦୀକୂଳସ୍ଥ ଖଡ଼ିବିଲଠାରୁ ନୌକାବିହାର (ବୋଟିଂ) କରି ସମୁଦ୍ର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଯିବାକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରୁଛନ୍ତି। ନଦୀର ଉଭୟ ପାଶ୍ୱର୍ରେ ଚିର ସବୁଜ ଜଙ୍ଗଲ ପର୍ଯ୍ୟଟକଙ୍କ ମନରେ ସବୁଜିମାର ଛାପ ଛାଡ଼ିଥାଏ। ପାଖାପାଖି ୫୬୩ ହେକ୍ଟର ପରିମିତ ଏହି ପ୍ରାକୃତିକ ପର୍ଯ୍ୟଟନସ୍ଥଳରେ ବହୁ ସାମୁଦ୍ରିକ ଜୀବଜନ୍ତୁ, ବିଦେଶୀ ପକ୍ଷୀ, ଅଲିଭ୍‌ ରିଡ୍‌ଲେ କଇଁଛ, ନାଲି କଙ୍କଡ଼ା, ବିରଳ ନୀଳରକ୍ତ କଙ୍କଡ଼ା ଆଦି ଦେଖିବାକୁ ମିଳିଥାନ୍ତି। ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବାରୁ ବଣଭୋଜି କରିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଓଡ଼ିଶା ବନବିଭାଗ ପକ୍ଷରୁ ବିଚିତ୍ରପୁର ଇକୋ ଟୁରିଜିମ୍‌ କ୍ୟାମ୍ପ୍‌ରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ୍‌ର ବ୍ୟବସ୍ଥା ରହିଛି। ଯାହାକି ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାର ଇକୋସିଷ୍ଟମ୍‌ ଉପରେ ଗବେଷଣା ପାଇଁ ଅଧିକାଂଶ ସମୟରେ ପ୍ରକୃତି ବିଜ୍ଞାନୀ ଆସିଥାନ୍ତି।

ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପରୂପ ଅନୁଭବ

ବିଶ୍ୱସ୍ତରୀୟ ପ୍ରାକୃତିକ ବେଳାଭୂମି ମଧ୍ୟରେ ରହିଛି ବାଲେଶ୍ୱରର ତାଳସାରୀ-ଉଦୟପୁର ବେଳାଭୂମି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଭଳି ଏହି ବେଳାଭୂମି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା ରହିଛି। ମନୋରମ ବେଳାଭୂମି ଓ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିବାର ଅନ୍ୟଏକ କାରଣ। ଶାନ୍ତ ମନୋରମ ପରିବେଶ ତଥା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ମନୋଜ୍ଞ ଦୃଶ୍ୟର ମଜା ନେବାକୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରାଜ୍ୟ ସରକାର ଉଦୟପୁର ଓ ତାଳସାରୀ ବେଳାଭୂମିର ମେରାଇନ୍‌ ଡ୍ରାଇଭ୍‌କୁ ବିକଶିତ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଏହି ପର୍ଯ୍ୟଟନସ୍ଥଳକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି। ମେରାଇନ୍‌ ଡ୍ରାଇଭର ଭିତ୍ତିଭୂମି ବିକାଶ ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଉନ୍ନୟନ କାର୍ଯ୍ୟ ଜାରିରହିଛି। ପାଖରେ ଥିବା ପଶ୍ଚିମବଙ୍ଗର ଦୀଘା ବେଳାଭୂମି ସଦାସର୍ବଦା ବ୍ୟସ୍ତବହୁଳ ରହୁଥିବାରୁ ବହୁ ପର୍ଯ୍ୟଟକ ଭୋଗରାଇ ବ୍ଲକର ତାଳସାରୀ-ଉଦୟପୁର ବେଳାଭୂମିରେ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି। ତେଣୁ ଉଦୟପୁର-ତାଳସାରୀ ବେଳାଭୂମିର ସ୍ୱତନ୍ତ୍ର ପରିଚୟ ଧୀରେ ଧୀରେ ବଢ଼ିବାରେ ଲାଗୁଛି। ତିନି କିଲୋମିଟରର ବିସ୍ତୀର୍ଣ୍ଣ ମେରାଇନ୍‌ ଡ୍ରାଇଭ୍‌ରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ ଓ ଝାଉଁ ଜଙ୍ଗଲରୁ ଭାସି ଆସୁଥିବା ସାଇଁ ସାଇଁ ପବନ ଓ ସମୁଦ୍ରରୁ ଭାସି ଆସୁଥିବା ମତୁଆଲା ଲହରୀ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆକର୍ଷିତ କରୁଛି। ଏଠାରେ ଆତିଥ୍ୟ ଉଦ୍ୟୋଗର ବିକାଶ ପାଇଁ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଛି।

ଚାନ୍ଦିପୁରରେ ଜୁଆରର ନିଆରା ଖେଳ

ବାଲେଶ୍ୱର ସହରଠୁ ଅନତି ଦୂରରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମି ହେଉଛି ବିଶ୍ୱର ଅଦ୍ୱିତୀୟ ବିରଳ ବେଳାଭୂମି। ଯଦିଚ ଚାନ୍ଦିପୁର ଡିଆର୍‌ଡିଓର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପାଇଁ ପ୍ରସିଦ୍ଧ, କିନ୍ତୁ ଏଠାର ଅନନ୍ୟ ବେଳାଭୂମିର ଜୁଆର ଏବଂ ଭଟ୍ଟାର ଲୁଚକାଳି ଖେଳ ବେଶ୍‌ ଅଦ୍ଭୁତ। ଏହି ବେଳାଭୂମିରେ ଜୁଆର ସମୟରେ ସମୁଦ୍ରର ଲହରୀ କୂଳ ଛୁଉଁଥିବା ବେଳେ ଭଟ୍ଟା ଆସିଲେ ସମୁଦ୍ର ଗର୍ଭକୁ ୩ରୁ ୫କିଲୋମିଟର ପର୍ଯ୍ୟନ୍ତ ଲହରୀ ଉଭାନ ହୋଇଯାଇଥାଏ। ଏହି ସମୟରେ ରହିଥିବା ହାଲୁକା ପାଣିରେ ଚାଲିଚାଲି ସମୁଦ୍ର ଭିତରରେ ବୁଲିବାରେ ପର୍ଯ୍ୟଟକଙ୍କୁ ମଜା ଦେଇଥାଏ। ଚାନ୍ଦିପୁର ବେଳାଭୂମିରେ ସମୁଦ୍ର ପାଣିର ଲୁଚକାଳି ଖେଳ ପର୍ଯ୍ୟଟକଙ୍କୁ ଅଧିକ ଉତ୍ସୁକ କରୁଥାଏ ଏବଂ ଏହି ବେଳାଭୂମିକୁ ନିଆରା ପରିଚୟ ଦେଇଥାଏ। ଶାନ୍ତ ମନୋରମ ପରିବେଶର ମଜା ଉଠାଇବାକୁ ପର୍ଯ୍ୟଟକ ଆସିଥାନ୍ତି। ଯଦିଓ ଚାନ୍ଦିପୁରରେ ପର୍ଯ୍ୟଟନ ଶିଳ୍ପର ଆଖିଦୃଶିଆ ବିକାଶ ହୋଇନି, କିନ୍ତୁ ଏଠାର ଶାନ୍ତ ମନୋରମ ପରିବେଶ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବାଲେଶ୍ୱର ସହର ସନ୍ନିକଟ ଚାନ୍ଦିପୁର ବେଳାଭୂମି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାର ସାମଗ୍ରିକ ଭିତ୍ତିଭୂମି ବିକାଶ ଏକ ଚ୍ୟାଲେଞ୍ଜ ପାଲଟିଛି।

ଯମୁନାଶୂଳରେ ଝାଉଁ ଜଙ୍ଗଲର ସ୍ୱର

ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ୭୦କିଲୋମିଟର ଓ ବାଲିଆପାଳ ବ୍ଲକ ମୁଖ୍ୟାଳୟଠାରୁ ୨୦କିଲୋମିଟର ଓ ଲଙ୍ଗଳେଶ୍ୱରଠାରୁ ୫କିଲୋମିଟର ଦୂର ପଞ୍ଚୁପାଲିଠାରେ ରହିଛି ଅନନ୍ୟ ଯମୁନାଶୂଳ ବେଳାଭୂମି। ଯାହାକି ଏକ ପ୍ରାକୃତିକ ବେଳାଭୂମି ଭାବେ ପରିଚିତ। ସୁବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ହରିତକାୟ ଝାଉଁ ଜଙ୍ଗଲର ସୁଁ ସୁଁ ଶବ୍ଦ ମଧ୍ୟରେ ନାଲି କଙ୍କଡ଼ାଙ୍କ ଲୁଚକାଳି ଖେଳ, ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ଉତ୍ତାଳ ତରଙ୍ଗ ପର୍ଯ୍ୟଟକଙ୍କୁ ଆନମନା କରିଥାଏ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ସମୁଦ୍ରର ଜଳରାଶି ଉପରେ ରକ୍ତଭିଜା ଲାଲ କିରଣର ଦୃଶ୍ୟ ପର୍ଯ୍ୟଟକଙ୍କ ମନ ମୋହି ନେଇଥାଏ। ଏଠାରେ ରହିଥିବା ପାନ୍ଥନିବାସରେ ପର୍ଯ୍ୟଟକଙ୍କୁ ସବୁ ସୁବିଧା ମିଳିଥାଏ। ଏହି ବେଳାଭୂମିରେ ମକର ମେଳା, ବାରୁଣୀ ସ୍ନାନ ପାଇଁ ପ୍ରତିବର୍ଷ ହଜାର ହଜାର ଜନସମାଗମ ହୋଇଥାଏ।

ଡଗରାରେ ନାଲିକଙ୍କଡ଼ାର ଚାଦର

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଡଗରାଠାରେ ରହିଛି ମନୋରମ ବିସ୍ତୀର୍ଣ୍ଣ ବେଳାଭୂମି। ଏହି ବେଳାଭୂମି ନାଲି କଙ୍କଡ଼ାର ଚାଦର ଓ ରୁପେଲି ବାଲୁକା ଶଯ୍ୟା ପାଇଁ ପ୍ରସିଦ୍ଧ। ଏହ ଏଭଳି ଏକ ପ୍ରାକୃତିକ ବେଳାଭୂମି ଯାହାର ତଟରେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ରହିଛି। ଯାହାକି ସାମୁଦ୍ରିକ ବିରଳ କଇଁଛ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ ନୂଆ ଠିକଣା ମଧ୍ୟ ପାଲଟିଛି। ୨୦୧୪ ମସିହାରେ ଡଗରା ବେଳାଭୂମି ପର୍ଯ୍ୟଟନସ୍ଥଳର ମାନ୍ୟତା ମିଳିଥିଲା। କିନ୍ତୁ ଭିତ୍ତିଭୂମି ନ ଥିବାରୁ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନାହିଁ। ବେଳାଭୂମିର ପାରିପାଶ୍ୱିର୍କ ଉନ୍ନୟନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କ ରହଣିରେ ଅସୁବିଧା ଉପୁଜୁଛି। ଏହି ପ୍ରାକୃତିକ ବେଳାଭୂମିର ପାରିପାଶ୍ୱିର୍କ ବିକାଶ ସହିତ ହେଟେଲ ଆଦି ଗଢ଼ି ଉଠିଲେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିପାରିବ।

କଷାଫଳ ଓ ଦୁବଲାଗଡ଼ିରେ ସୁଆଦିଆ ଖାଦ୍ୟର ମଜା

ବାଲେଶ୍ୱର ସଦର ବ୍ଲକର ବାହାବଳପୁର ମୁହାଣକୁ ଲାଗି ରହିଛି କଷାଫଳ ବେଳାଭୂମି। ବିଶେଷକରି ମତ୍ସ୍ୟ ଅବତରଣ କେନ୍ଦ୍ର ଭାବେ ଜଣାଶୁଣା ଏହି ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ। କିନ୍ତୁ ପର୍ଯ୍ୟଟକଙ୍କୁ ସୁହାଇଲା ଭଳି ଭିତ୍ତିଭୂମି ନ ଥିବାରୁ ଏହି ପ୍ରାକୃତିକ ବେଳାଭୂମି ଲୋକଲୋଚନକୁ ଆସି ପାରୁନାହିଁ। ପଞ୍ଚୁପଡ଼ା ଓ ଡୁବଡୁବି ନଦୀର ସଙ୍ଗମସ୍ଥଳରେ ବିସ୍ତୀର୍ଣ୍ଣ ବେଳାଭୂମିରେ ନାଲି କଙ୍କଡ଼ାର ଅପରୂପ ସମ୍ଭାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ନଦୀର ଗୋଟିଏ ପଟେ ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲ ସାଙ୍ଗକୁ ସମୁଦ୍ରର ବିଚିତ୍ର ରୂପ ବେଳାଭୂମି ପର୍ଯ୍ୟଟନ ଉପରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦା ଛକରୁ ବାହାବଳପୁର ମୁହାଣକୁ ଯୋଡ଼ିଥିବା ରାସ୍ତାର ବିକାଶ ତଥା ଏହି ପ୍ରାକୃତିକ ବେଳାଭୂମିର ଭିତ୍ତିଭୂମି ବିକାଶ ଆବଶ୍ୟକ। ବାହାବଳପୁର ସମୁଦ୍ରତଟ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଦୁବଲାଗଡ଼ି ବାଗଦା ବେଳାଭୂମି ରହିଛି। ଏହି ପ୍ରାକୃତିକ ବେଳାଭୂମିର ଇକୋ ରିସୋର୍ଟ ଏବେ ପର୍ଯ୍ୟଟକଙ୍କ ପସନ୍ଦଯୋଗ୍ୟ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି। ପ୍ରାକୃତିକ ପରିବେଶ ମଧ୍ୟରେ ସମୟ ଅତିବାହିତ କରିବା ସହ ସୁଆଦିଆ ଖାଦ୍ୟ ଖାଇବାର ମଜା ଉଠାଇବାକୁ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଦୁବଲାଗଡ଼ି ବାଗଦା ବେଳାଭୂମିର ବିକାଶ କ୍ଷେତ୍ରରେ ବେସରକାରୀ ସଂସ୍ଥାର ଯୋଗଦାନ ଅଧିକ ରହିଛି। ସେହିପରି ଅନ୍ୟ ବେଳାଭୂମି ବିକାଶ ପାଇଁ ପ୍ରୋତ୍ସାହନ ମିଳିଲେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ହୋଇପାରିବ।

ସରକାର ଆଣିଛନ୍ତି ନୂଆ ପର୍ଯ୍ୟଟନ ନୀତି, ରାଜ୍ୟର ୧୫ ପର୍ଯ୍ୟଟନ ସ୍ଥଳୀର ହେବ ସ୍ୱତନ୍ତ୍ର ବିକାଶ
ଭୁବନେଶ୍ୱର: ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଅଭିଭାଷଣ । ରାଜ୍ୟର ସାମଗ୍ରିକ ବିକାଶକୁ ସକ୍ଷମ କରିବା ପାଇଁ ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପୂର୍ବ ବର୍ଷର ବଜେଟ ତୁଳନାରେ ଏହି ବର୍ଷ ୬୮୦ କୋଟି ୬୩ ହଜାର ଟଙ୍କା ବଜେଟରେ ପ୍ରଦାନ କରାଯାଇଛି । ଏବଂ ପର୍ଯ୍ୟଟନ ବିଭାଗର ବର୍ଷକର ଯୋଜନାକୁ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ରାଜ୍ୟର ପ୍ରାଥମିକତା ଗନ୍ତବ୍ୟସ୍ଥଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୩୦.୫୭ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଛି । ପର୍ଯ୍ୟଟନ ବିଭାଗ ୧୫ଟି ପ୍ରାଥମିକ ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ କରିଛି ।

ଯାହା ଏକୀକୃତ ମାଷ୍ଟର ପ୍ଲାନିଂ ଏବଂ ବିକାଶ ମାଧ୍ୟମରେ ବିଶ୍ନ ମାନଦଣ୍ଡରେ ବିକଶିତ ହେବ । ଏହା ବ୍ୟତୀତ ବିଭିନ୍ନ ଚିହ୍ନିଚ ପର୍ଯ୍ୟଟନ ସ୍ଥଳିର ଭିତ୍ତିଭୂମି ବ୍ୟବଦାନ ଆକଳନ ଉପରେ ଆଧାର କରି ଏହି ବର୍ଷ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସୁବିଧା ଗୁଡିକୁ ନବୀକରଣ କରାଯିବ । ବୋଟ କ୍ଲବ, ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ଇକୋ ରିଟ୍ରିଟ, ବେଳାଭୂମି ଉନ୍ନତିକରଣ, ଫୁଡ୍ କୋର୍ଟ, ଇତ୍ୟାଦି ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିସହିତ କ୍ୟାମ୍ପିଂ, କାରାଭାନ, ୟଟ୍, କ୍ରିଜ ଇତ୍ୟାଦି ନୂତନ ପଦକ୍ଷେପ ଆରମ୍ଭ କରାଯିବା ନେଇ ଗୃହରେ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ।

ସେହିପରି ମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ରାଜ୍ୟ ପର୍ଯ୍ୟଟନର ପ୍ରଚାର ଏବଂ ପ୍ରସାର ପାଇଁ ୧୨୫ କୋଟି ଟଙ୍କା ଆବଣ୍ଟନ ପାଇଁ ସ୍ଥିରୀକୃତ ହୋଇଛି । ସାରା ଦେଶରେ ବ୍ରାଣ୍ଡ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପାଇଁ ବାହ୍ୟ ବ୍ରାଣ୍ଡିଂ ଇଲେକ୍ଟ୍ରୋନିକ୍ସ, ଡିଜିଟାଲ , ପ୍ରିଣ୍ଟ ଏବଂ ସୋସିଆଲ ମିଡିଆ ଭଳି ବିଭିନ୍ନ ମିଡିଆ ମାଧ୍ୟମରେ ବ୍ରାଣ୍ଡିଂ କରାଯାଉଛି । ମେଳା ମହୋତ୍ସବ, ଇକୋ ରିଟ୍ରିଟ, ରୋଡ ଶୋ, ଫିଫା ଏବଂ ଏଫଆଇଏଚ ପାଇଁ ପ୍ରାୟୋଜକ, ପର୍ଯ୍ୟଟନ କ୍ଷୁଦ୍ର ଚଳଚ୍ଚିତ୍ରମାନ ପ୍ରସ୍ତୁତି, ଆଇଇସି ସାମଗ୍ରୀ, ସ୍ୱତନ୍ତ୍ର ପ୍ରୋଜ୍ସାହନମୂଳକ ପ୍ରକଳ୍ପ ଚଳିତ ବର୍ଷରେ କରାଯିବ । ଚଳିତ ବର୍ଷ ବିଭାଗ IRCTC ସହିତ ମିଳିତ ଭାବରେ BNTYY ସ୍କିମର ୫ ତମ ସଂସ୍କରଣ ଅଧୀନରେ ୭ଟି ଯାତ୍ରା ଆୟୋଜନ କରୁଛି । ଯାହା ପ୍ରାୟ ୬୭୯୦ଜଣ ହିତାଧିକାରୀଙ୍କୁ ଉପକୃତ କରାଯିବ ।

ଅନ୍ୟପଟେ ବଲାଙ୍ଗୀର ସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟକୁ ଅନୁଦାନ ପାଇଁ ବିଭାଗ ଆବଶ୍ୟକୀୟ ବଜେଟ ବ୍ୟବସ୍ଥା କରିଛି । ନୂତନ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨କୁ ବେସରକାରୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ଏକ ପ୍ରୋତ୍ସାହନ ମୂଳକ ଢାଞ୍ଚା ସହିତ ଆରମ୍ଭ କରିଛି । ଓଡ଼ିଶା ହୋମେଷ୍ଟ ପ୍ରତିଷ୍ଠା ଯୋଜନା ଅନୁଯାୟୀ ହୋମେଷ୍ଟ ମାଲିକଙ୍କୁ ପ୍ରୋତ୍ସାହନ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଉଛି । ବିଭିନ୍ନ ଜଳାଶୟ ବ୍ୟବହୃତ ପାରମ୍ପରିକ କାଠ ଡଙ୍ଗା ନବୀକରଣ ପାଇଁ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ହେବାନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୬ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।