Chief Justice - The Sakala

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ
କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ। ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ୧୦ଟାରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ହାଇକୋର୍ଟର ସମସ୍ତ ବିଚାରପତି, ଆଡ଼ଭୋକେଟ ଜେନେରାଲ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ବରିଷ୍ଠ ଆଇନଜୀବୀ, ଅବସରପ୍ରାପ୍ତ ବିଚାରପତି ଉପସ୍ଥିତ ରହିଥିଲେ।

ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିକଟରେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା ।

ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ । ଜଣେ ଦକ୍ଷ ତଥା ସୁନାମ ଅର୍ଜନ କରିଥିବା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।

୭ଟି ରାଜ୍ୟର ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ
ନୂଆଦିଲ୍ଲୀ: ଓଡ଼ିଶା ସମେତ ୭ ରାଜ୍ୟର ହାଇକୋର୍ଟ ପାଇଁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ଓଡ଼ିଶା ସମେତ ବମ୍ବେ, ଗୁଜରାଟ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଣିପୁର ଏବଂ କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି । ବୁଧବାର ବିଳମ୍ବିତ ରାତିରେ ସୁପ୍ରିମକୋର୍ଟ କଲେଜିୟମ ଏହିସବୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପାଇଁ ସୁପାରିସ କରିଥିବା ବେଳେ ଏହାକୁ ଯଦି କେନ୍ଦ୍ର ସରକାର ଅନୁମୋଦନ ଦିଅନ୍ତି ତେବେ କେବଳ ଗୁଜରାଟ ହାଇକୋର୍ଟରେ ଜଣେ ମହିଳା ମୁଖ୍ୟ ବିଚାରପତି ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି।ବର୍ତ୍ତମାନ ସମୟରେ କୌଣସି ହାଇକୋର୍ଟରେ ମହିଳା ମୁଖ୍ୟ ବିଚାରପତି ନାହାନ୍ତି । ଜଷ୍ଟିସ୍ ସୁନିତା ଅଗ୍ରଓ୍ବାଲଙ୍କୁ ନିଯୁକ୍ତି ମିଳିବା ପରେ ସେ ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ।

କଲେଜିୟମ ବୈଠକରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ସେହିପରି କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯିବ। ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଧୀରଜ ସିଂହ ଠାକୁରଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି, ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୁଦୁଲଙ୍କୁ ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପିତି, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶୁଭାଶିଷଙ୍କୁ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ୍‌ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିସ କରାଯାଇଛି।

ୱାନ ର଼୍ୟାଙ୍କ ୱାନ ପେନସନ ମାମଲା: ସିଲ୍ ବନ୍ଦ ଲଫାଫା ଦେଖି ରାଗିଗଲେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ : ୱାନ ର଼୍ୟାଙ୍କ ୱାନ ପେନସନ (ଓଆରଓପି) ନୀତି ଅନୁଯାୟୀ ପେନସନ ଦେୟ ମାମଲାରେ ସୁପ୍ରିମକୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟର ଏସମ୍ପର୍କିତ ସିଲ ହୋଇଥିବା କଭର୍‌ ରିପୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସିଲ୍ ବନ୍ଦ ଲଫାଫା ଦିଆଯିବାକୁ ନେଇ ପ୍ରଧାନବିଚାରପତି ଆଟର୍ଣ୍ଣି ଜେନେରାଲଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି। ସେ ଏହି ପ୍ରକାରର ଲଫାଫାକୁ ନ୍ୟାୟିକ ସିଦ୍ଧାନ୍ତ ବିରୋଧୀ ବୋଲି କହିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କୋର୍ଟରେ ସିଲବନ୍ଦ ଲଫାଫାର ବ୍ୟବହାରକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଆମେ କୌଣସି ବି ଗୋପନୀୟ ଦସ୍ତାବିଜ ବା ସିଲବନ୍ଦ ଲଫାଫା ନେବୁ ନାହିଁ ଏବଂ ମୁଁ ବ୍ୟକ୍ତିଗତ ଭାବେ ଏହାର ବିରୋଧୀ ଅଟେ।

ଅଦାଲତରେ ସ୍ୱଚ୍ଛତା ରହିବା ଆବଶ୍ୟକ। କୋର୍ଟରେ କୌଣସି ଗୋପନୀୟତାର ଆବଶ୍ୟକତା ନାହିଁ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ସିଲବନ୍ଦ ଲଫାଫାର ବ୍ୟବହାରକୁ ବନ୍ଦ କରିବାକୁ ଚାହୁଁଛନ୍ତି। ସେ ଆଟର୍ଣ୍ଣି ଜେନେରାଲଙ୍କୁ କହିଥିଲେ ଯଦି ସୁପ୍ରିମକୋର୍ଟ ଏହାର ପାଳନ କରୁଛନ୍ତି ତେବେ ହାଇକୋର୍ଟ ମଧ୍ୟ କରିବେ। ଏଥିସହିତ ସେ ସରକାରଙ୍କ ସର୍ବୋଚ୍ଚ ଓକିଲଙ୍କୁ ଲଫାଫାରେ ବନ୍ଦ ସୂଚନାକୁ ପଢ଼ିକି ଶୁଣାଇବା ବା ଫେରାଇ ନେବାକୁ କହିଥିଲେ। ସିଜେଆଇ କହିଥିଲେ, ଏହା ସେତେବେଳେ ଗ୍ରହଣ କରାଯିବ ଯେତେବେଳେ ସୂତ୍ରଙ୍କ ସମ୍ବନ୍ଧରେ ସୂଚନା ଥିବ ବା କାହାର ଜୀବନ ପ୍ରତି ବିପଦ ଥିବ।