KCR - The Sakala

କେସିଆର୍‌ଙ୍କ ନିର୍ବାଚନୀ ପ୍ରତିଶୃତି, ୪୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ସହ ଗରିବଙ୍କୁ ଦେବେ ଫ୍ଲାଟ୍
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ଦଳ ତରଫରୁ ନିର୍ବାଚନ ପାଇଁ ଜାରି କରାଯାଇଛି ଘୋଷଣାପତ୍ର। ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।

କେବଳ ସେତିକି ନୁହେଁ ତେଲେଙ୍ଗାନା ସରକାର ଚଳାଇଥିବା ‘ରାୟଥୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କା ମିଳୁଥିବା ବେଳେ ଏଥର ସରକାରକୁ ଆସିଲେ ଏହାକୁ ବୃଦ୍ଧି କରାଯାଇ ୧୬ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଛି।

କେସିଆର ଆହୁରି କହିଛନ୍ତ, ୨୦୨୩ରେ ପୁଣି ସରକାର ଗଠନ କଲେ ତେଲେଙ୍ଗାନାର ୯୩ ଲକ୍ଷ ବିପିଏଲ ପରିବାରକୁ କେସିଆର ବୀମା ଯୋଜନା ମାଧ୍ୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ୍ ଯୋଜନାର ରାଶି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

ଅନ୍ୟପଟେ ଅସହାୟ, ବିଧବା ଓ ବୃଦ୍ଧା ବୃଦ୍ଧଙ୍କୁ ମିଳୁଥିବା ମାସିକ ସହାୟତା ରାଶି ବା ଭତ୍ତାକୁ ୨୦୧୬ ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ଦିବ୍ୟାଙ୍ଗଙ୍କ ପାଇଁ ୬୦୦୦ ଟଙ୍କା ଭତ୍ତା ମିଳିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନୀ ଘୋଷଣାପତ୍ରରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସେହିପରି ହାଇଦ୍ରାବାଦରେ ୧ଲକ୍ଷ ଡବଲ ବେଡ୍‌ରୁମ୍‌ ଘର ନିର୍ମାଣ କରାଯିବ। ଏହି ଘରଗୁଡିକୁ ଭୂମିହୀନମାନଙ୍କୁ ବଣ୍ଟନ କରାଯିବ। ରାଜ୍ୟର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ୧୧୯ ଟି ଆବାସୀୟ ବିଦ୍ୟାଳୟ ନିର୍ମାଣ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେସିଆର୍‌।

‘ଇଡି’ରେ ହାଜର ହେଲେ ‘କେସିଆର୍‌’ଙ୍କ ଝିଅ କେ. କବିତା
ନୂଆଦିଲ୍ଲୀ : ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଫସି ରହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ବିଧାୟକ କେ. କବିତା ଇଡିରେ ସୋମବାର ହାଜର ହୋଇଛନ୍ତି। କବିତା ଦିଲ୍ଲୀର ପିତାଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମଦ ନୀତି ମାମଲାରେ ଟଙ୍କା ନେଣଦେଣକୁ ନେଇ କବିତାଙ୍କ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ସମନ ପାଇବା ପରେ କେ. କବିତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ମାର୍ଚ୍ଚ ୨ରେ ଆମେ ମହିଳା ସଂରକ୍ଷଣ ବିଲ ସମ୍ବନ୍ଧରେ ଏକ ପୋଷ୍ଟର ପ୍ରକାଶ କରିଥିଲୁ।

ବିରୋଧୀ ଦଳର ୧୮ଟି ଦଳ ଏଥିରେ ଭାଗ ନେବାକୁ ଯାଉଥିଲେ। କିନ୍ତୁ ଏହାପୂର୍ବରୁ ଇଡି ମୋତେ ମାର୍ଚ୍ଚ ୯ରେ ଡକାଇଲା। ଅବକାରୀ ଦୁର୍ନୀତିରେ ଆମ ଆଦମୀ ଦଳର ନେତାମାନଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେବାର ଅଭିଯୋଗ ରହିଛି। ଏହି ମାମଲାରେ ହାଇଦ୍ରାବାଦ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ, ଅରୁଣଙ୍କ ଦ୍ୱାରା ପରିଚାଳିତ କମ୍ପାନୀ କବିତାଙ୍କର ଅଟେ। କବିତାଙ୍କର ୬୫ ପ୍ରତିଶତ ଅଂଶଧନ ଅଛି। ଅରୁଣ ଏହି କମ୍ପାନୀକୁ ପ୍ରତିନିଧିତ୍ୱ କରୁଥିଲେ। କୁହାଯାଉଛି ଯେ, କବିତା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ଏକ ଚୁକ୍ତି ହୋଇଥିଲା।