Pakhala Dibasa - The Sakala
ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।
ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରାଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡ଼ିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଖରାଦିନ ହେଉ ଅବା ଅନ୍ୟଦିନ, ଗରିବ ହେଉ ବା ଧନୀ ସମସ୍ତଙ୍କ ଲୋଡ଼ା ପଖାଳ କଂସା । ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ। ଖରାଦିନର ତାତି ବେଳେ ପେଟରେ ଗଣ୍ଡେ ପଖାଳ ପଡିଗଲେ ତା’ର ମଜ୍ଜା ନିଆରା। ତାତିରୁ ଟିକେ ଆରାମ ପାଇବା ପାଇଁ ବା ପେଟ ଗରମ ଓ ଦେହରେ ଜଳୀୟ ଅଂଶ କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳକୁ ରାମବାଣ ଭଳି ଗ୍ରହଣ କରାଯାଏ।
ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥÒଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୂନା ମାଛଭଜା ଓ ଛତୁ ଆଦି ପରଷା ଯାଉଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।   କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି, ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିବସ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ବାଗତ କରିଥାନ୍ତି। ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ‘ପଖାଳ’କୁ ସାରା ବିଶ୍ବରେ ପରିଚିତ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।
ଚୀନର ବେଜିଂରେ ପଖାଳ ଦିବସ ପାଳନ
ଭୁବନେଶ୍ବର: ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ। କେବଳ ଓଡ଼ିଶାରେ ନୁହେଁ ବିଦେଶରେ ମଧ୍ୟ ପଖାଳ ଦିବସ ପାଳନ କରାଯାଉଥିବାର ଦେଖିବାକୁ ମିଳିଛି। ଆଜି ଚୀନର ବେଜିଂ ସହରର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ପଖାଳ ଦିବସ ପାଳନ ହୋଇଛି। ଏଥିସହ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ରେଷ୍ଟୁରାଣ୍ଟଟି ନାଁ ହେଉଛି Dastaan Indian Cuisine। ଏହି ରେଷ୍ଟୁରାଷ୍ଟଟି ଓଡ଼ିଶା ବଂଶୋଦ୍ଭବ ଜଗତସିଂହପୁରର ଜଣେ ବଙ୍ଗୀୟ ବ୍ୟକ୍ତି ରବି ଉଲଙ୍କର । ସେ ଗତ ବର୍ଷରୁ ଏହି ପଖାଳ ଦିବସ ଆରମ୍ଭ କରିଛନ୍ତି। ସେ ଆଗକୁ ଓଡ଼ିଆ ପିଠା ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି।
ଆଜି ବିଶ୍ବ ପଖାଳ ଦିବସ, ପ୍ରତି ଓଡ଼ିଆଙ୍କ ପରିଚୟ ପଖାଳ
ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଛୋଟ ଠୁ ବଡ଼, ଗରିବ ଠୁ ଧନୀ ଏଠି ସମସ୍ତଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ ।
ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରାଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଶାରେ ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏଥିପାଇଁ ଓଡ଼ିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଖରାଦିନ ହେଉ ଅବା ଅନ୍ୟଦିନ, ଗରିବ ହେଉ ବା ଧନୀ ସମସ୍ତଙ୍କ ଲୋଡ଼ା ପଖାଳ କଂସା । ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ। ଖରାଦିନର ତାତି ବେଳେ ପେଟରେ ଗଣ୍ଡେ ପଖାଳ ପଡିଗଲେ ତା’ର ମଜ୍ଜା ନିଆରା। ତାତିରୁ ଟିକେ ଆରାମ ପାଇବା ପାଇଁ ବା ପେଟ ଗରମ ଓ ଦେହରେ ଜଳୀୟ ଅଂଶ କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳକୁ ରାମବାଣ ଭଳି ଗ୍ରହଣ କରାଯାଏ।
ଏକଦା ଗରିବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ଆଗକାଳରେ ସିନା ପଖାଳ ସହ ଶୁଖୁଆ ଥÒଲା ପାରମ୍ପରିକ ସାଥୀ। ଏବେ କିନ୍ତୁ ପଖାଳ ସହ ଚୂନା ମାଛଭଜା ଓ ଛତୁ ଆଦି ପରଷା ଯାଉଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।   କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି, ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିବସ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ବାଗତ କରିଥାନ୍ତି। ଓଡ଼ିଶାର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ‘ପଖାଳ’କୁ ସାରା ବିଶ୍ବରେ ପରିଚିତ କରାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।
ଆମ ପଖାଳ, ଆମ ପଖାଳ କଂସାର ଜୟଗାନ
ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପଖାଳ ଅଛି ମାନେ ପଖାଳ କଂସା ବେଲା ବି ପଖାଳ ସହିତ ପାରମ୍ପରିକ ଭାବେ ଯୋଡ଼ି ହୋଇ ରହିଛି। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରୁ ନିସୃତ ‘ଆସ ଜୀବନ ଧନ, ମୋର ପଖାଳ କଂସା’ ଆଜି ସମସ୍ତ ଓଡ଼ିଆଙ୍କର ହୃଦୟରେ ଗୁଞ୍ଜରଣ ହେଉଛି। କବିଚନ୍ଦ୍ରଙ୍କ ଶେଷ ପଙକ୍ତିଟି ‘ଚାଖୀ ନାହିଁ ଯେ ଥରେ-ଧିକ୍‌ ତା’ ଜନମରେ, ମଣିଷ ଯାକରେ ସେ ତ ଅଣପୁରୁଷ’ ବେଶ୍‌ ଥଟ୍ଟାଳିଆ ଓ ମଜାଳିଆ। ଏଥିରୁ ଜଣାଯାଏ, ଆମ ହାଣ୍ଡିଶାଳର ପଖାଳ ହେଉଛି ଓଡ଼ିଆର ଅନ୍ୟତମ ପରିଚୟ ଓ ଅସ୍ମିତା।
ଏବେ ବି ଅନେକ ପଖାଳ ଭାତ, ବାସିଭାତ, ତୋରାଣି, ବାସି ରୁଟିକୁ ନାକ ଟେକିଲା ବେଳେ ଅନେକ ପଖାଳର ଜୟଗାନ କରିଥାନ୍ତି। ଆମ ସଂସ୍କୃତିର ବାହାକ ପଖାଳର ଜୟଯାତ୍ରା କାହିଁ କେବେଠୁ ପିଢ଼ି ପରେ ପିଢ଼ି ଆଗେଇ ନେଇଛନ୍ତି।
ତାହା କିଛି ବର୍ଷ ଧିମା ପଡ଼ିଯିବାରୁ ୨୦୧୨ ମସିହାରୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବେ ପାଳନ କରି ସବୁ ଓଡ଼ିଆ, ଓଡ଼ିଆଣୀ ବିଶ୍ବବ୍ୟାପୀ ଗ୍ରୀଷ୍ମଋତୁକୁ ସ୍ବାଗତ କରୁଛନ୍ତି। ଦେଖୀବାକୁ ଗଲେ ପଖାଳ ଓଡ଼ିଆଙ୍କର ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ମନ ପଖାଳ କଂସା ପାଖକୁ ଆପେ ଆପେ ଟାଣି ହୋଇଯାଏ। ୟାକୁ ନେଇ ପଶ୍ଚିମ ଓଡ଼ିଶାର ଢଗଟି ହେଲା, ‘ଅଖାଇ ନାନୀର ବାର ବରତ, ସକାଳୁ ଖାଇଲା ପଖାଳ ଭାତ।’ ଉପକୂଳିଆ ଢଗଟି ହେଲା, ‘ସେ କାଳ ପଖାଳ ଏ କାଳକୁ ନାହିଁ। ହଜିଲା ବଳଦ ମିଳଇ ନାହିଁ।’ ଧନୀଠାରୁ ଗରିବ ସମସ୍ତେ ଖୋଜନ୍ତି ପଖାଳ କଂସା, ଆଉ ଖାଇବା ପରେ ତୋରାଣି ଦି’ ଢ଼ୋକ ପିଇ ଦେଇ ଆତ୍ମତୃପ୍ତିରେ ଓ’ଡ଼ି ମାରି ପାଟିରୁ ବାହାରି ପଡ଼େ ‘ଓଃ କି ଶାନ୍ତି…।’
ଏହି ପଖାଳ ଶ୍ରୀମନ୍ଦିରରେ ଦୈନନ୍ଦିନ ଲାଗି ହେଉଥିବା (ଗୁଣ୍ଡିଚା ଯାତ୍ରାଠାରୁ ନିଳାଦ୍ରିବିଜେକୁ ଛାଡ଼ି) ଛପନ ଭୋଗ ମଧ୍ୟରେ ଅନ୍ୟତମ। ଯାହା ଚତୁର୍ଦ୍ଧା ବିଗ୍ରହଙ୍କ ପାଖରେ ଦହି ପଖାଳ ରୂପେ ଲାଗି ହୁଏ। ପ୍ରଭୁଙ୍କ ଦ୍ବିପହର ଧୂପରେ ‘ସୁବାସ ପଖାଳ’, ସନ୍ଧ୍ୟା ଧୂପରେ ‘ଚିପୁଡ଼ା ପଖାଳ’, ବଡ଼ ସିଂହାର ଧୂପରେ ‘ଘିଅ ପଖାଳ’ ଲାଗି ହୁଏ। ଏଭଳି ଭୋଗ ପ୍ରସ୍ତୁତି ଓ ଅର୍ପଣ ସାରା ସୃଷ୍ଟିରେ ବିରଳ। ଏହାକୁ ନେଇ ଲୋକକଥା ଅଛି, ‘ଏମିତି ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି।’
ଭାରତ ଓ ଭାରତ ବାହାରେ ପଖାଳର ଚାହିଦା ଏବେ ଦେଖୀବାକୁ ମିଳିଲାଣି। ୟୁରୋପୀୟ ଦେଶରେ ପଖାଳକୁ ‘ୱାଟର ରାଇସ୍‌’ କୁହାଯାଏ। ଏବେ ଆମ ସହରୀବାବୁଙ୍କ ପଖାଳ ଖୀଆ ବହୁ ଚର୍ଚ୍ଚାରେ। ଝୁମ୍ପୁଡ଼ି ହୋଟେଲରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠୁ ପଖାଳ ସହିତ  ପ୍ରସ୍ତୁତି ହେଉଛି ସ୍ପେଶାଲ ମେନୁ। ସାଦା ପଖାଳ, ଦହି ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ, ଲେମ୍ବୁ ପଖାଳ, ଅଦା ପଖାଳ ସହିତ ମେନୁ ରହୁଛି ମଟନ କଷା, ଚିକେନ୍ କଷା, ମସଲା ଶୁଖୁଆ, କଙ୍କଡ଼ା ଛେଚା, ଚିଙ୍ଗୁଡ଼ି କଳମ ଶାଗ ଭଜା, ନଡ଼ିଆ ଚଟଣି, ଇତ୍ୟାଦି। ସେହିପରି ଗ୍ରାମାଞ୍ଚଳ ପଖାଳରେ ସଙ୍ଗାତ ଥିଲେ ଆମ୍ବ ଚଟଣୀ, ନିମକଢ଼ି ଭଜା, ପିଆଜ, ଉଲି ପିଆଜ, ମଦରଙ୍ଗା, ସୁନୁସୁନିଆ ଶାଗ, ସଜନା ଛୁଇଁ ବେସର ଭଜା, ବିଲ କେରଣ୍ଡି ଭଜା, ଇତ୍ୟାଦି। ଏବେ ବି ଅଛି।
ତେବେ ପଖାଳ ସହିତ ମିତ ବସିବା ସମୟ ଆସିଛି ବୋଲି ସମସ୍ତେ ପଖାଳକୁ ଆଦରି ନେବା ସଙ୍ଗେ ସଙ୍ଗେ ପଖାଳ କଂସା ବେଲା ଏବଂ ଅନ୍ୟାନ୍ୟ ବାସନକୁସନକୁ ସିନ୍ଦୁକରୁ ବାହାର କଲେଣି, ପଖାଳ ଦିବସକୁ ଝୁଙ୍କରେ ପାଳନ ପାଇଁ। ଏଠି କହି ରଖେ, ପଖାଳର ଯେପରି ଭିନ୍ନ ଭିନ୍ନ ନାମ ରହିଛି, ପଖାଳ କଂସା ବେଲାର ନାମ ଓଡ଼ିଶାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମ ଥିଲା। ଯଥା- ‘ହାତୀ ପାହୁଲିଆ ବେଲା’, ‘ଟଭା ଫାଳିଆ ବେଲା’, ‘ଅଣ୍ଟାଭଙ୍ଗା’, ‘ପୋଚ କଂସା ବେଲା’ (ସବୁଠୁ ଗୋଦରମାନେ ୪/୫  ସେର ଓଜନ, ଦକ୍ଷିଣୀ ଚାଷୀପୁଅର ସକାଳ ଜଳଖୀଆ ପୋଚ ଭାତରୁ ପଖାଳ ତିଆରି), ‘ରାମସାଇ ବେଲା’(ବରଗଡ଼ ଜିଲ୍ଲାର ଚାଷୀର ବଡ଼ବୋହୂ ଏକାଥରକେ ୪ଟି ପଖାଳ କଂସା ପଗୁତ ଥାଳିରେ ଧରି ବିଲ ମୁଣ୍ଡକୁ ଯାଏ), ‘ଦୁଦୁରା ଫୁଲିଆ ବେଲା’, ;(୫/୬  ଲିଟର ତୋରାଣି ଧରୁଥିବା ବେଲା, ଯେଉଁଥିରେ ବାପ, ପୁଅ, ମା’, ଝିଅ ଏକସଙ୍ଗରେ ପଖାଳ ମଜା ନେଉଥିଲେ), ‘ମାଟୁ ବେଲା’, ‘ରେକାବି ବେଲା’  ଭଳି ଅନ୍ୟାନ୍ୟ ବେଲା ହେଉଛି ମୋ ସଂଗ୍ରହାଳୟର ଅନ୍ୟତମ ଆକର୍ଷଣ। ମୁଁ ସଂଗ୍ରହ କରିଥିବା ଚାରି ହଜାର ଜିନିଷ ମଧ୍ୟରୁ ୩୦ ପ୍ରକାର ପଖାଳ କଂସା ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ରେ ଶୋଭା ପାଉଛି।
ଗାଁ ହେଉ କି ସହର, ପଖାଳଖୀଆ ଓଡ଼ିଆ ଜାତିର ମିତବ୍ୟୟତାକୁ ପ୍ରମାଣ କରେ। କାରଣ ବଳିପଡ଼ିଥିବା ଭାତକୁ ଗାଈହାଣ୍ଡିରେ ନ ଦେଇ ରାତିଟା ରଖୀଦେଇ ସକାଳୁ ବାସି ପଖାଳ ଖୀଆହୁଏ। ଗାନ୍ଧୀ ତାଙ୍କ ଓଡ଼ିଶା ହରିଜନ ପଦଯାତ୍ରା ସମୟରେ ରାତ୍ରି ରହଣି ସମୟରେ (ପିପିଲି ଶିଉଳା ଛକ ଠାରେ) ପଖାଳ ଦେଖୀ  ଓ ଚାଖି କେବଳ ପ୍ରଶଂସା କରି ନଥିଲେ, ମିତବ୍ୟୟତାକୁ ବି ତାରିଫ୍‌ କରିଥିଲେ। ସେ ଗୁଜରାଟ ଫେରି ଦୁଇ ଗୁଜରାଟୀ ଲୋକଙ୍କୁ ଓଡ଼ିଶା (କଟକ) ପଠାଇ ଥିଲେ ପଖାଳ ତିଆରି ଶିଖିବାକୁ। ସେମାନେ ଆମକୁ ବାରମଜା ମିକ୍ସର ଶିଖାଇଲେ, ଯାହା ଆମ ପଖାଳ ସଙ୍ଗେ ସେବେଠୁ ମିତ ବସିଛି। ପଖାଳର ଔଷଧୀୟ ଗୁଣ ଜାଣିବା ପାଇଁ ପ୍ରଥମେ ଆୟୁର୍ବେଦ ପଣ୍ଡିତ ଚରକଙ୍କର ‘ଚରକ ସଂହିତା’କୁ ଓଲଟାଇବାକୁ ପଡ଼ିବ। କଂସା ବାସନରେ ପଖାଳ ନିୟମିତ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବୃଦ୍ଧି ପାଏ। ତା’ସହ ଅଂଶୁଘାତରୁ ରକ୍ଷା ମିଳେ। ଶରୀରର ଭିତର ଓ ବାହାର ଘା’ ଶୁଖାଇବାରେ ପଖାଳ ତୋରାଣିର ଭୂମିକା ଗୁରୁତ୍ବପୂର୍ଣ୍ଣ। ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣରେ ରଖୀବା ସହ ଏହା ଆଳସ୍ୟ ଓ ଥକ୍କାପଣ ଦୂର କରେ।
ବିଳମ୍ବ ହେଲେ ବି ପଖାଳର ଅସୀମିତ ଗୁଣକୁ ସମସ୍ତେ ଚିହ୍ନିବା ଆରମ୍ଭ କଲେଣି । ତେବେ ଆଜି ମାର୍ଚ୍ଚ ୨୦ ତାରିଖରେ ପଖାଳର ଜୟଗାନ କରିବା ସଙ୍ଗେ ସଙ୍ଗେ ଆମ ପୂର୍ବସୁରୀମାନେ ବ୍ୟବହାର କରୁଥିବା କଂସା, ପିତ୍ତଳ, ତମ୍ବା ବର୍ତ୍ତନକୁ ଆଦରି ନେବା। ସୁସ୍ଥ ଓ ନିରାମୟ ରହିବା।
– ସୁଦର୍ଶନ ସାହୁ, ଗବେଷକ ତଥା ସଂଗ୍ରାହକ
ଜାଗମରା, ଭୁବନେଶ୍ବର
ମୋ: ୮୮୯୫୨୯୫୧୬୫
ବିଶ୍ୱ ପଖାଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ବିଶ୍ବ ପଖାଳ ଦିବସ । ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଖୋଜାପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ । ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ପାଳନ କରାଯାଇଥାଏ ।
ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। #ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି। #PakhalaDibasa pic.twitter.com/JpsF9dpdpQ
— Naveen Patnaik (@Naveen_Odisha) March 20, 2023
ପାଖରେ କିଛି ଥାଉ କି ନଥାଉ କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ପଖାଳ ଦିବସ ପାଳିତ ହେଉଛି । ଏହିଦିନ ବଡ଼ ବଡ଼ ହୋଟେଲରେ ସ୍ବତନ୍ତ୍ର ମେନୁ ପରସା ଯାଉଛି ।