Chandipur Biodiversity - The Sakala

ବିଭିନ୍ନ ପ୍ରାକୃତିକ ବିଲକ୍ଷଣ ଯୋଗୁଁ ସଂକଟରେ ଚାନ୍ଦିପୁର ଜୈବ ବିବିଧତା
ବାଲେଶ୍ୱର(ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି): ବିଭିନ୍ନ ପ୍ରାକୃତିକ ବିଲକ୍ଷଣ ଯୋଗୁଁ ଅନେକ ସ୍ଥାନରେ ସଂକଟରେ ଜୈବବିବିଧତା। ଚାନ୍ଦିପୁର ବି ଏକ ପ୍ରାକୃତିକ ବିଲକ୍ଷଣର ଶିକାର ହେବାରେ ଲାଗିଛି। ନିୟମିତ ଜୁଆର ଆସୁ ନ ଥିବାରୁ ବେଳାଭୂମି ଶୁଖିଲା ପଡୁଛି। ଏଥିପାଇଁ ବେଳାଭୂମିରେ ସାରଗାସମ ସିଓ୍‌‌ବିଡ୍‌‌ (ଶୈବାଳ) ଓ ଧନୀଧାନ (ଲବଣ ସହଣୀ ଜଙ୍ଗଲୀ ଧାନ) ଘାସ ଉଠିଛି। ପୂର୍ବରୁ କେବଳ ଖରାଦିନେ ଏ ଘାସ ଦେଖା ଦେଉଥିଲା। କିନ୍ତୁ ଏବେ ବର୍ଷତମାମ ଚାନ୍ଦିପୁର ବେଳାଭୂମି ଘାସପଡ଼ିଆ ପରି ଦେଖାଯାଉଛି।

ଚାନ୍ଦିପୁରରେ ଦେଖାଦେଇଥିବା ଏ ବିଲକ୍ଷଣ ସମ୍ପର୍କରେ ଆଇୟୁସିଏନ (ଇଣ୍ଟରନ୍ୟାସନାଲ ୟୁନିଅନ୍‌‌ ଫର୍‌‌ କନଜର୍ଭେସନ ଅଫ୍‌‌ ନେଚର୍‌‌) ବିଶେଷଜ୍ଞ ଡ. ସିଦ୍ଧାର୍ଥ ପତିଙ୍କ କହିବା କଥା ହେଲା ଚାନ୍ଦିପୁର ବେଳାଭୂମିରେ ଦେଖାଯାଉଥିବା ଘାସ ଗୁଡିକ ହେଉଛି ସାରଗାସମ୍‌‌ ଇନଫ୍ଲକ୍ସ୍‌‌। ଜଳବାୟୁ ପରିବର୍ତ୍ତନ ପାଇଁ ଏହା ବିଶେଷକରି ଖରାଦିନରେ ହିଁ ହୋଇଥାଏ। ତେବେ ଏସବୁ ଉପକୂଳ ଇକୋସିଷ୍ଟମ ତଥା ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ସାରଗାସମରେ ଆର୍ସେନିକ୍‌‌ ଓ କ୍ୟାଡମିୟମ୍‌‌ ଥାଏ; ଯାହା କ୍ଷତି ପହଞ୍ଚାଏ। ସୂର୍ଯ୍ୟ କିରଣ ଭଲଭାବେ ପଡ଼ି ନ ପାରିବାରୁ ସାମୁଦ୍ରିକ ମାଛମାନେ ଖାଇ ବଞ୍ଚୁଥିବା ନ୍ୟୁଟ୍ରେଣ୍ଟ (ମାଛଙ୍କ ଖାଦ୍ୟ) ସୃଷ୍ଟି ହୋଇପାରେନାହିଁ। ଏହି ସାରଗାସମ୍‌‌ ଶୁଖିବା ବା ମରିବା ପରେ ନାଇଟ୍ରୋଜେନ୍‌‌ ଏବଂ ଫସଫରସ୍‌‌ ଭଳି ବିଷାକ୍ତ ରସାୟନିକ ବାହାରି ସମୁଦ୍ର ଓ ଭୂତଳ ଜଳକୁ ପ୍ରଦୂଷିତ କରିଥାଏ।

ସାରଗାସମର ରୁଟ୍‌‌ ବା ଚେର ହାଇଡ୍ରୋଜେନ୍‌‌ ସଲଫାଇଡ୍‌‌ ନିର୍ଗତ କରେ ଯାହା ମତ୍ସ୍ୟ ଶିଳ୍ପ ସହିତ ମନୁଷ୍ୟ ପାଇଁ ମଧ୍ୟ କ୍ଷତିକାରକ। କାରଣ ନିର୍ଗତ ହେଉଥିବା ସଲଫାଇଡ୍‌‌ ଦ୍ୱାରା ପ୍ରବଳ ମୁଣ୍ଡବିନ୍ଧା, ଶ୍ୱାସଜନିତ ଅସୁବିଧା ଦେଖାଦିଏ। ଏହା ସମୁଦ୍ରରେ ହେବା ଦ୍ୱାରା ପରିବେଶ ସହିତ ଜୈବ ବିବିଧତାକୁ ମଧ୍ୟ ନଷ୍ଟ କରେ। ଏଥିସହିତ ଉପକୂଳ ପରିବେଶକୁ କ୍ଷତି ପହଞ୍ଚାଏ। ସମୁଦ୍ରକୂଳରେ ବାୟୋ ହର୍ବିସାଇଡ୍‌‌ ରହିଲେ ଏସବୁ ଅଦରକାରୀ ଗଛକୁ ମାରିଦବ। ତେଣୁ ଏହି ବାୟୋ ହର୍ବିସାଇଡ୍‌‌କୁ ସମୁଦ୍ର କୂଳରେ ସ୍ପ୍ରେ କରାଯିବା ଉଚିତ। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ଗବେଷଣା ସହ ପଦକ୍ଷେପ ନେବା ଉଚିତ ବୋଲି ଡକ୍ଟର ପତି କହିଛନ୍ତି।

ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ସୂର୍ଯ୍ୟେନ୍ଦୁ ଦେ କହିଛନ୍ତି, ଗତବର୍ଷ ଚାନ୍ଦିପୁର ବେଳାଭୂମିକୁ ଯାଇଥିବା ବେଳେ ସେଠାରେ ଏ ଧନୀଧାନ ଘାସ ହେଉଥିବାର ଦେଖିଥିଲୁ। ଏ ହେଉଛି ଲବଣ ସହଣୀ ଜଙ୍ଗଲୀ ଧାନ। ଚାନ୍ଦିପୁର ପରି ଏହି ଧନୀଧାନ ଘାସ ହେନ୍ତାଳ ବଣ ଏବଂ ବାଲେଶ୍ୱରର ସାର୍ଥା ମୁହାଣରେ ଦେଖିବାକୁ ମିଳେ। ସମୁଦ୍ରକୂଳ ଦୀର୍ଘଦିନ ଧରି ଶୁଖିଲା ରହିଲେ ଏହିପରି ଘାସ ଉଠିଥାଏ ବୋଲି ପ୍ରଫେସର ଦେ କହିଛନ୍ତି।