vigilance-raid-in-grs-house - The Sakala

ଜିଆରଏସ୍‌ଙ୍କ ଘରୁ ୨.୬୭ କୋଟିର ସମ୍ପତ୍ତି ଠାବ
ଭୁବନେଶ୍ୱର/କେନ୍ଦୁଝର/ଫୁଲବାଣୀ/ଭଞ୍ଜନଗର,୨୩।୩ (ସମିସ): ଲାଞ୍ଚୁଆ ଅଫିସରଙ୍କୁ ଭିଜିଲାନ୍ସର ଛାଟ। ଗୋଟିଏ ଦିନରେ ୪ଟି ପୃଥକ ସ୍ଥାନରେ ରାଜ୍ୟ ଭିଜିଲାନ୍ସ ଟିମ୍‍ ଚଢଉ କରି ୩ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ଜିଆରଏସ୍‌ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ସୂଚନା ଅନୁସାରେ ସନ୍ଧ୍ୟା ସୁଦ୍ଧା ୨କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ସେଥି ମଧ୍ୟରୁ ୧ କୋଟି ୪୪ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୩ଟି ଘର, ୩ଟି ପ୍ଲଟ ଓ ଗାଡ଼ିମୋଟର ରହିଛି। ମଙ୍ଗଳବାର ସକାଳୁ ଭିଜିଲାନ୍ସର କେନ୍ଦୁଝର, ଭଦ୍ରକ, ବାରିପଦା ଏବଂ ବାଲେଶ୍ୱର ୟୁନିଟ୍‍ ପକ୍ଷରୁ ୪ଟି ଟିମ୍‍ ଚଢ଼ଉରେ ସାମିଲ ହୋଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍‍ ଏହି ଚଢ଼ଉରେ ସାମିଲ ହୋଇ ଘର ଖାନତଲାସି କରିବା ସମେତ ବ୍ୟାଙ୍କ ନେଣଦେଣ, ବିଭିନ୍ନ କାଗଜପତ୍ର ଯାଞ୍ଚ ଜାରି ରଖିଛି। ସୌଭାଗ୍ୟଲକ୍ଷ୍ମୀଙ୍କ ବାସଭବନ, ପଞ୍ଚାୟତ କାର୍ଯ୍ୟାଳୟ, ଶ୍ୱଶୁର ଘର, ଘଟଗାଁ-ହରିଚନ୍ଦନପୁର ରାସ୍ତା କଡ଼ରେ ଥିବା ସାବିତ୍ରୀ ଲଜ୍‍, ଥାନା ନିକଟରେ ଥିବା ସଂପର୍କୀୟଙ୍କ ସୁଭଦ୍ରା ଏଣ୍ଟରପ୍ରାଇଜେସ୍‍ ନାମକ ସିମେଣ୍ଟ ଓ ରଡ୍‍ ଦୋକାନ ପ୍ରଭୃତି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଏହି ଚଢ଼ଉରେ ଭଦ୍ରକ ଭିଜିଲାନ୍ସ ଡିଏସ୍‍ପି ଡିସି ମୁର୍ମୁ, ବାଲେଶ୍ୱର ଭିଜିଲାନ୍ସ ଡିଏସ୍‍ପି ସନ୍ତୋଷ କୁମାର ସାମନ୍ତରା, କେନ୍ଦୁଝର ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ, ଦୈତାରୀ ଘଡାଇ, ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ କୁମାର ଏକ୍କା, ଭଦ୍ରକ ଭିଜିଲାନ୍ସ ଇନ୍ସପେକ୍ଟର ସୁଲୋଚନା ନାୟକ, କେନ୍ଦୁଝର ଭିଜିଲାନ୍ସ ୟୁନିଟର ସର୍ବେଶ୍ୱର ସାହୁ, ଧୃବେନ୍ଦ୍ର ପାତ୍ର, ସଞ୍ଜୟ ବାରିକ, ରାଜଶ୍ରୀ ଷଡଙ୍ଗୀ, ରମେଶ କୁମାର ପାତ୍ର ସାମିଲ ଥିବାବେଳେ ଦୁଇଜଣ ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଏହି ଚଢ଼ଉ ଚାଲିଥିବା ଜଣାପଡ଼ିଛି। ଏହାସହ ଜିଆରଏସ୍‍ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛନ୍ତି।

୨ ହଜାର ନେବାବେଳେ ଧରାପଡ଼ିଲେ ଜିଲ୍ଲାପାଳଙ୍କ ଅଫିସ କିରାଣି

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଫୁଲବାଣୀ ଜିଲ୍ଲାପାଳ ଅଫିସର ରେକର୍ଡ ରୁମ୍‍ର ସିନିୟର କ୍ଲର୍କ ଅଶୋକ କୁମାର ପଟ୍ଟନାୟକ। ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀମାନେ କେମିକାଲ ବୋଳା ୨ହଜାର ଟଙ୍କା ଜବତ କରିଛନ୍ତି। ଟଙ୍କା ଜବତ ହେବା ପରେ ବ୍ରହ୍ମପୁର ଡିଭିଜନର ଭିଜିଲାନ୍ସ ଟିମ୍‍ ତାଙ୍କ ବାସଭବନ,ଅଫିସର ଏବଂ ସମ୍ପର୍କୀୟଙ୍କ ଘରେ ଚଢଉ କରିଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ବିଳାସପୁର ଗ୍ରାମର ଲଳିତ କୁମାର ସାହୁ ପୁରୁଣା ଜମି ରେକର୍ଡ଼ର ନକଲ ପାଇଁ ଜିଲ୍ଲାପାଳ ଅଫିସରକୁ ବାରମ୍ବାର ଦୌଡ଼ିଥିଲେ। ଜିଲ୍ଲାପାଳ ଅଫିସ ତାଙ୍କ ରେକର୍ଡ ରୁମ ଦାୟିତ୍ୱରେ ଥିବା ସିନିୟର କ୍ଲର୍କ ଅଶୋକଙ୍କ ନିକଟକୁ ପଠାଇ ଦେଇଥିଲେ। ହେଲେ କ୍ଲର୍କ ଅଶୋକ ତାଙ୍କୁ ୨ହଜାର ଟଙ୍କା ଦେଲେ ରେକର୍ଡ ଦିଆଯିବ ବୋଲି କହିଥିଲେ। ବାରମ୍ବାର ଜିଲ୍ଲାପାଳ ଅଫିସ ଦୌଡ଼ିବା ପରେ ଲଳିତ ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଲଳିତଙ୍କଠାରୁ ଅଶୋକ କେମିକାଲ ବୋଳା୨ହଜାର ଟଙ୍କା ନେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‍ ଅତର୍କିର୍ତ ଚଢଉ କରି ଅଶୋକଙ୍କୁ ଧରିଥିଲେ।

୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ

ପେନ୍‍ସନ କାଗଜ ଆଗକୁ ବଢାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ମାନସ ରଞ୍ଜନ ଦାଶ। ତାଙ୍କ ନିକଟରୁ ରାସାୟନିକ ବୋଳା ୧୫ ହଜାର ଟଙ୍କାକୁ ଭିଜିଲାନ୍ସ ଜବତ କରିବା ସହ ପଚରା ଉଚରା କରୁଛି। ସୂଚନା ଅନୁସାରେ ଅବସରପ୍ରାପ୍ତ ଭେଟେନାରୀ ଟେକ୍ନେିସିଆନ ଜଗବନ୍ଧୁ ସେଠୀଙ୍କ ପେନସନ ହୋଇ ନ ଥିଲା। ସେ ପେନସନ କାଗଜକୁ ଆଗକୁ ବଢାଇବା ପାଇଁ ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ିଥିଲେ। କିନ୍ତୁ ମାନସ ତାଙ୍କୁ ଜାଣିଶୁଣି ହଇରାଣ କରିବା ସହ ପେନସନ କାଗଜକୁ ପକାଇ ରଖିଥିଲେ। ଶେଷରେ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନଙ୍କ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ମଙ୍ଗଳବାର ଉପଖଣ୍ଡ ପଶୁ ଚିିକିତ୍ସା ଅଧିକାରୀଙ୍କୁ ନିଜର ପେନସନ କାଗଜକୁ ଆଗକୁ ବଢାଇବା ପାଇଁ ୧୫ ହଜାର ଟଙ୍କା ଜଗବନ୍ଧୁ ଦେଇଥିଲେ। ମାନସ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‍ ତାଙ୍କୁ ଧରିବା ସହ ଟଙ୍କାକୁ ଜବତ କରିଛନ୍ତି। ତାଙ୍କର ବାସଭବନ ସମେତ ଅଫିସରେ ଚଢଉ ଜାରି ରଖିଛି ଭିଜିଲାନ୍ସ।

୧୩ଶହ ଟଙ୍କା ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବେଗୁନିଆ ତହସିଲର ଅଫିସର ସିକୋ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ। ତାଙ୍କ ଠାରୁ କେମିକାଲ ବୋଳା ୧୩୦୦ଟଙ୍କାକୁ ଜବତ କରିଛିି ଭିଜିଲାନ୍ସ ଟିମ୍‍। ତାଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଉଛି। ଏକ ଦାଖଲଖାରଜ ମାମଲାର କେସର ତଦନ୍ତ ରିପୋର୍ଟ ପଜେଟିଭ ଦେବାକୁ ରାଜସ୍ୱ ନିରୀକ୍ଷକ ଗୋଡ଼ିକିଲୋ ଗାଁର ତ୍ରିନାଥ ଛୁଆଳସିଂଙ୍କୁ ଟଙ୍କା ମାଗିଥିଲେ। ଏ ସମ୍ପର୍କରେ ଶ୍ରୀ ଛୁଆଳ ସିଂହ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‍ ଚଢଉ କରି ୧୩ଶହ ଟଙ୍କା ଜବତ କରିଛି।