loksabha - The Sakala
ଲୋକସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବରେ ରାଜି ହେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାରତରେ ଦେଖାଦେଇଥିବା ଭୟାବହ ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସଂସଦ ଅଧିବେଶନ ସମୟରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ବାୟୁ ପ୍ରଦୂଷଣ ବର୍ତ୍ତମାନ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟରେ ପରିଣତ ହୋଇଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ତେବେ ଏହି ସମସ୍ୟାର ମୁକାବିଲା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ସହଯୋଗର ପ୍ରସ୍ତାବ ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା କୌଣସି ରାଜନୈତିକ ବିବାଦର ବିଷୟ ନୁହେଁ, ବରଂ ଦେଶବାସୀଙ୍କ ଜୀବନ ସହ ଜଡ଼ିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ନେଉଥିବା ପଦକ୍ଷେପରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ସାହାଯ୍ୟ କରିବ ବୋଲି ସେ ଗୃହକୁ ଆଶ୍ୱାସନା ଦେଇଛନ୍ତି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ବାୟୁ ପ୍ରଦୂଷଣ କାରଣରୁ ଲକ୍ଷ ଲକ୍ଷ ଶିଶୁଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଛି ଏବଂ ସେମାନେ ଫୁସଫୁସ ଜନିତ ରୋଗର ଶିକାର ହେଉଛନ୍ତି। କେବଳ ଶିଶୁ ନୁହଁନ୍ତି, ବୟସ୍କମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଲୋକମାନେ କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କୌଣସି ରାଜନୈତିକ ବା ବିଚାରଧାରାଗତ ପ୍ରସଙ୍ଗ ନୁହେଁ, ବରଂ ଏକ ଜନସ୍ୱାସ୍ଥ୍ୟ ସମସ୍ୟା। ତେଣୁ ସରକାର ଏବଂ ବିରୋଧୀ ମିଳିତ ଭାବେ ଏହାର ମୁକାବିଲା କରିବା ଉଚିତ।
ରାହୁଲ ଗାନ୍ଧୀ ଆହୁରି କହିଥିଲେ ଯେ ଏହା ଏମିତି ଏକ ପ୍ରସଙ୍ଗ ଯେଉଁଥିରେ ପୂରା ଗୃହ ଏକମତ ହେବ। ଏହା ଆଦୌ ବିଚାରଧାରାର ପ୍ରସଙ୍ଗ ନୁହେଁ। ଏହି ପ୍ରସଙ୍ଗରେ ଉଭୟ ସରକାର ଓ ବିରୋଧୀ ଦାୟିତ୍ୱର ସହ ମତ ରଖିବା ଦରକାର। ସରକାର ପୂର୍ଣ୍ଣକାଳୀନ ବିତର୍କ ପାଇଁ ସମୟ ବାହାର କରିବା ସହ ପଦକ୍ଷେପ ନେବାକୁ କମିଟି ଗଠନ କରନ୍ତୁ ବୋଲି ସେ କହିଥିଲେ। ସେପଟେ ଏହି ପ୍ରସଙ୍ଗ ନେଇ ସରକାର ଆଲୋଚନା କରିବାକୁ ରାଜି ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।
ନୂଆଦିଲ୍ଲୀ: ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆଜି ଲୋକସଭାରେ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍, ୨୦୨୩’ ଗୃହୀତ ହୋଇଛି । ଏହି ନିୟମ ଅନୁଯାୟୀ, ଗ୍ରାହକଙ୍କ ତଥ୍ୟର ଅପବ୍ୟବହାର କଲେ କିମ୍ବା ଡାଟାର ସୁରକ୍ଷା ନକରି ପାରିଲେ ସଂସ୍ଥାଙ୍କୁ ବଡ଼ ଆକାରରେ ଫାଇନ୍‌ ଲଗାଯିବ। ତେବେ ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟତା ସଂକ୍ରାନ୍ତ ତଥ୍ୟର ଅପବ୍ୟବହାର ହେଲେ ୨୫୦ କୋଟି ଟଙ୍କାର ଜୋରିମାନା ବ୍ୟବସ୍ଥା ରହିଛି ବିଲ୍‌ରେ। ଏହି ସହ ବ୍ୟକ୍ତିବିଶେଷଙ୍କ ଡିଜିଟାଲ ତଥ୍ୟର ସୁରକ୍ଷାର ବିଫଳତା କ୍ଷେତ୍ରରେ ବି ଲାଗୁ ହେବ ଜୋରିମାନା । ବିଲ୍ର ବ୍ୟବସ୍ଥା ଅନୁସାରେ ବ୍ୟକ୍ତିବିଶେଷଙ୍କ ଅଧିକାରର ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ବିଲ୍ ଦେଶର ୧୪୦ କୋଟି ଲୋକଙ୍କ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସହ ଜଡ଼ିତ ବୋଲି କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ଗତ ଅଗଷ୍ଟ ୩ ତାରିଖରେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ବିଲ୍ ଆଗତ ହୋଇଥିଲା । ଉଭୟ ଅନଲାଇନ ଓ ଡିଜିଟାଇଜଡ ଅଫଲାଇନ ଡାଟାର ସୁରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି । ଭାରତ ଓ ଭାରତ ବାହାରେ ବି ଏହି ନିୟମ ଲାଗୁ ହେବ । ବ୍ୟକ୍ତିଗତ ତଥ୍ୟ ଆଇନଗତ କାର୍ଯ୍ୟରେ ବ୍ୟବହୃତ ହେଉଥିବାବେଳେ ଅନେକ ସମୟରେ ବେଆଇନ କାର୍ଯ୍ୟକଳାପରେ ଏହା ବ୍ୟବହୃତ ହୋଇଆସୁଛି । ଏହି ବିଲ୍ ଯୋଗୁ ବ୍ୟକ୍ତିଗତ ତଥ୍ୟର ନିର୍ଭୁଲତା, ତଥ୍ୟ ନିରାପତ୍ତା ଆଦି ସମ୍ଭବ ହେବ ।
ସୋମବାର ଯାଏଁ ସଂସଦର ଉଭୟ ଗୃହ ମୁଲତବୀ
ନୂଆଦିଲ୍ଲୀ: ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି । ସଂସଦର ଉଭୟ ଗୃହରେ ଆଜି ମଧ୍ୟ ହୋ ହାଲ୍ଲା ଲାଗି ରହିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।  ଉଭୟ ସଦନରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଡିଏମ୍‌କେ ଓ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ। ଫଳରେ ଲୋକସଭା ବାଚସ୍ପତି ଓମ୍ ବିରଲା ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ସୋମବାର ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ ।