driver strike - The Sakala

ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ: ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ମୁଖ୍ୟ ଶାସନ ସଚିବଙ୍କ ଅପିଲ୍
ଭୁବନେଶ୍ୱର: ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ । ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ସଂଘକୁ ଏପରି ଅପିଲ୍ କରିଛନ୍ତି ମୁଖ୍ୟ ଶାସନ ସଚିବ । ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗିଛନ୍ତି । ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘକୁ ନିବେଦନ କରି କହିଛନ୍ତି ଯେ ଆଇନକୁ ହାତକୁ ନିଅନ୍ତୁ ନାହିଁ, ଧାରଣାରୁ କ୍ଷାନ୍ତ ରୁହନ୍ତୁ ।

ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକ୍ରମେ ଆମେ କହିଥିଲୁ ଯେ, ୩ ମାସ ମଧ୍ୟରେ ସମାଧାନ କରିବୁ । ଏ ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି । ଏହାପରେ ଡ୍ରାଇଭର ମହାସଂଘ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ୧ ଘଣ୍ଟା ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଜଣାଇବେ । କିନ୍ତୁ ଆଜି ମଧ୍ୟ କିଛି ସ୍ଥାନରେ ଧର୍ମଘଟ ଚାଲୁ ରହିଛି । ଆଲୋଚନା ସକରାତ୍ମକ ପରେ ବି ଧାରଣା ଦେବା ଠିକ୍ ନୁହେଁ ।

ଡିଜିପି ସୁନୀଲ ବଂଶଲଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଆନ୍ଦୋଳନରେ ଏବେ ଅଣଡ୍ରାଇଭର ପଶି ହିଂସା ପ୍ରଦର୍ଶନ କରୁଛନ୍ତି । ଏଥିପ୍ରତି ଡ୍ରାଇଭର ମହାସଂଘ ଦୃଷ୍ଟି ଦେବା ଦରକାର । ଦେଶର ୩ଟି ରାଜ୍ୟ ଡ୍ରାଇଭରଙ୍କ ପାଇଁ କିଛି ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଦାବି ପୂରଣର ପ୍ରତିଶ୍ରୁତି ଦେଇଛନ୍ତି । ଡ୍ରାଇଭରମାନେ ଧର୍ମଘଟରୁ ଓହରି ଯାଆନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ଘରୋଇ ବସ ମାଲିକ ସଂଘର ଚେତାବନୀ : ସନ୍ଧ୍ୟା ସୁଦ୍ଧା ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ ନକଲେ କାଲିଠୁ ବନ୍ଦ ହେବ ବସ ଚଳାଚଳ
କଟକ : ଜଟିଳ ରୂପ ଧାରଣ କରୁଛି ଡ୍ରାଇଭରମାନଙ୍କ ଆନ୍ଦୋଳନ । ଗୋଟିଏ ପଟେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ଆଉ ଗୋଟିଏ ପଟେ ବସ୍ ଚଳାଚଳ ବନ୍ଦ କରିବାକୁ ଧମକ ଦେଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । କଟକରେ ସଂଘର ଜରୁରୀ ବୈଠକ ବସି ନିଷ୍ପତ୍ତି ନିଆଯାଇଛି, ଆସନ୍ତାକାଲି ଘଣ୍ଟାଏ ପାଇଁ ପ୍ରତୀକାତ୍ମକ ଆନ୍ଦୋଳନ କରାଯିବ । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ରାଜରାସ୍ତାରେ ବସ୍ ରଖି ଆନ୍ଦୋଳନ କରାଯିବ । କାରଣ ଆନ୍ଦୋଳନ ବେଳେ ବସ୍ ଚାଳକମାନଙ୍କୁ ଡ୍ରାଇଭରମାନେ ଦୁର୍ବ୍ୟବହାର କରୁଛନ୍ତି । କିଛି ସ୍ଥାନରେ ବସ୍ ଚାଳକଙ୍କୁ ମାଡ଼ ମଧ୍ୟ ମରାଯାଉଛି । ତେଣୁ ବସ୍ ଚାଳକଙ୍କୁ ସୁରକ୍ଷା ଦିଆଯିବା ସହ ଉଭୟ ଜାତୀୟ ଓ ରାଜ୍ୟପଥକୁ ଡ୍ରାଇଭରଙ୍କ କବଳରୁ ମୁକ୍ତ କରାଯାଉ । ଆଜି ସଂଧ୍ୟା ସୁଦ୍ଧା ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିଦିଆଯିବ ବୋଲି ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି, ଆନ୍ଦୋଳନକାରୀ ଡ୍ରାଇଭର ରାସ୍ତାରେ ଆମ ଗାଡ଼ି ଚାଳକ ଓ ବସ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ କାଲି ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରିବୁ । ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ବସ ଚଳାଇବୁ ନାହିଁ। ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ ଚଳାଇବା ପାଇଁ ପୁଲିସର ସହଯୋଗ ଆଦୌ ମିଳୁନାହିଁ। ଡ୍ରାଇଭର ସଂଘର ଦାବିକୁ ନେଇ ଆମର କୌଣସି ଆପତ୍ତି ନାହିଁ। ହେଲେ ଆନ୍ଦୋଳନକାରୀ ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଧାନସଭାରେ ଉଠିଛି ଡ୍ରାଇଭରଙ୍କ ପ୍ରସଙ୍ଗ।ଏ ପ୍ରସଙ୍ଗରେ ଗୃହରେ ଆଜି ହଟ୍ଟଗୋଳ ହୋଇଛି । ଏ ପ୍ରସଙ୍ଗରେ ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରମାନଙ୍କ ସହ ଆଲୋଚନା କରିବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଆସନ୍ତାକାଲି ଆଲୋଚନା କରି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ। ରୁଲିଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ବୁଧବାରଠାରୁ ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିଯୋଗୁଁ ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।

ଗତକାଲିଠୁ ଡ୍ରାଇଭର ସଂଘ ଆନ୍ଦୋଳନ କରୁଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଏହାକୁ ନେଇ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଡ୍ରାଇଭର ସଙ୍ଘର ଯାହା ଯାହା ଦାବି ରହିଛି । ସେଇ ଦାବି ଗୁଡିକୁ ଆଲୋଚନାକୁ ନିଆଯିବ।ଡ୍ରାଇଭର ସଂଘର ଦାବି ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଆଲୋଚନା ମାଧ୍ୟମରେ ସବୁ ଦାବି ସରକାର ସମାଧାନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି।