Most Polluted Cities - The Sakala

ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩, ଦିଲ୍ଲୀ ରାଜଧାନୀ ସହର ମଧ୍ୟରେ ସବୁଠାରୁ ପ୍ରଦୂଷିତ
ନୂଆଦିଲ୍ଲୀ : ବିଶ୍ବର ୨୦ଟି ପ୍ରଦୂଷିତ ସହର ମଧ୍ୟରେ କେବଳ ଭାରତର ୧୩ଟି ସହର ରହିଛି। ସେହିପରି ରାଜଧାନୀ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜଧାନୀ ହୋଇଥିଲା ବେଳେ ଏହି ତାଲିକାରେ ସର୍ବନିମ୍ନରେ ରହିଛି। କେବଳ ସହର କିମ୍ବା ରାଜଧାନୀ ସହର ନୁହେଁ, ଭାରତ ବିଶ୍ବର ପଞ୍ଚମ ପ୍ରଦୂଷିତ ରାଷ୍ଟ୍ର ଭାବେ ଏହି ତାଲିକାରେ ସ୍ଥାନିତ ହୋଇଛି। ପ୍ରଦୂଷଣ ଦୃଷ୍ଟିରୁ ସାରା ବିଶ୍ବରେ ଭାରତର ସ୍ଥାନ ୨୦୨୩ରେ ୪ ରହିଥିଲା ବେଳେ ୨୦୨୪ରେ ଏହି ସ୍ଥିତିରେ ଆହୁରି ଅବନତି ଘଟିବା ସହିତ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି ବୋଲି ସ୍ବିଜରଲାଣ୍ଡର ଏୟାର କ୍ବାଲିଟି ଟେକନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ଦ୍ବାରା ଜାରି କରାଯାଇଥିବା ‘ଦି ୱାର୍ଲଡ ଏୟାର କ୍ବାଲିଟି ରିପୋର୍ଟ-୨୦୨୪’ରେ କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ ଭାରତର ହାରାହାରି ପ୍ରଦୂଷଣ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲେ ହେଁ ଦେଶର ୧୩ ସହର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି। ୨୦୨୩ ତୁଳନାରେ ୨୦୨୪ରେ ଭାରତରେ ପିଏମ ୨.୫ ସାନ୍ଧ୍ରତା ହ୍ରାସ ପାଇଛି। ୨୦୨୩ରେ ଏହି ସ୍ତର ପ୍ରତି ଘନ ମିଟର ପ୍ରତି ୫୪.୪ ମାଇକ୍ରୋଗ୍ରାମ ରହିଥିଲା ବେଳେ ୨୦୨୪ରେ ଏହି ସ୍ତର୫୦.୬ ମାଇକ୍ରୋଗ୍ରାମ ରହିଛି। ଏହାସତ୍ତ୍ବେ ବିଭିନ୍ନ ସହରର ପ୍ରଦୂଷଣ ସ୍ଥିତିରେ ଅବନତି ଘଟିଥିବା କୁହାଯାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢି ଚାଲିଛି। ଏଠାରେ ୨୦୨୩ରେ ପିଏମ ୨.୫ ସ୍ତର ପ୍ରତି ଘନ ମିଟର ପ୍ରତି ୯୨.୭ ମାଇକ୍ରୋଗ୍ରାମ ରହିଥିଲା ବେଳେ ବାର୍ଷିକ ସ୍ତରରେ ହାରାହାରି ଭାବେ ଏହା ୯୧.୬ ମାଇକ୍ରୋଗ୍ରାମ ରହିଥିବା କୁହାଯାଇଛି।

ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଆସାମର ବାରିଣୀହାଟ୍‌, ମୁଲାନପୁର(ପଞ୍ଜାବ), ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗନଗର, ଗ୍ରେଟର ନୋଏଡା, ଭିୱାଦି, ମୁଜାଫରନଗର,ନୋଏଡା ଏବଂ ହନୁମାନଗଡ଼ ଆଦି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଅନୁସାରେ ପ୍ରତି ଘନ ମିଟର ପ୍ରତି ପିଏମ୨.୫ ସ୍ତର ହାରାହାରି ଭାବେ ୫ ମାଇକ୍ରୋଗ୍ରାମ ରହିବା କଥା। କିନ୍ତୁ ଭାରତର ପ୍ରାୟ ୩୫ ପ୍ରତିଶତ ସହର ଏହି ମାନ ଠାରୁ ୧୦ଗୁଣ ଅଧିକ ପ୍ରଦୂଷିତ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଭାରତର ଏଭଳି ପ୍ରଦୂଷଣ ସ୍ଥିତି ଲୋକଙ୍କ ପାଇଁ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ବିପଦ ହୋଇଥିଲା ବେଳେ ଏହାଦ୍ବାରା ହାରାହାରି ଭାବେ ଲୋକଙ୍କ ଆୟୁ ୫.୨ ବର୍ଷ ହ୍ରାସ ପାଉଛି ବୋଲି କୁହାଯାଇଛି। ଭାରତରେ ପ୍ରଦୂଷଣଜନିତ ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି। ଗତବର୍ଷ ଲ୍ୟାନ୍‌ସେଟ୍‌ ପ୍ଲାନେଟାରୀ ହେଲ୍ଥ ପକ୍ଷରୁ ପ୍ରକାଶ କରାଯାଇଥÒବା ରିପୋର୍ଟ ଅନୁସାରେ ୨୦୦୯ରୁ ୨୦୨୯ ମଧ୍ୟ॥ରେ ପ୍ରତିବର୍ଷ ପ୍ରଦୂଷଣଜିତ ମୃତ୍ୟୁସଂଖ୍ୟା ୧.୫ ନିୟୁତ ରହିଥିବା କୁହାଯାଇଛି।

ବଢୁଛି ପ୍ରଦୂଷଣ: ବିଶ୍ବର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ରହିଛି ୩୯ଟି ସହର
ନୂଆଦିଲ୍ଲୀ: ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷଣ । ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୬ଟି ସହର ରହିଛି। ୧୩୮ଟି ଦେଶର ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ସ୍ୱିସ୍ ଆଇକ୍ୟୁଏୟାର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି ପାକିସ୍ତାନର ଲାହୋର। ଏହା ତାଲିକାର ସବୁଠୁ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ହୋଟାନ, ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିୱଣ୍ଡି ଓ ଚତୁର୍ଥରେ ଦିଲ୍ଲୀ। ତେଣୁ ରିପୋର୍ଟ ମୁତାବକ ଭିୱଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର। ୫ମ ସ୍ଥାନରେ ପାକିସ୍ତାନର ପେଶାୱାର ଥିବା ବେଳେ ଷଷ୍ଟରେ ବିହାରର ଦରଭଙ୍ଗା ଓ ସପ୍ତମ ସ୍ଥାନରେ ଆସୋପୁର ରହିଛି।

ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି। ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର। ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ୱ ରାଙ୍କ ୯୯ ରହିଛି। ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ରାଙ୍କ ରହିଛି ୧୩୭।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନ ଅନୁସାରେ ବାର୍ଷିକ ହାରାହାରି ପିଏମ ୨.୫ ସ୍ତର ୫ କିମ୍ୱା ଏଠାରୁ କମ ରହିବା ଦରକାର । କିନ୍ତୁ ଭାରତର ବାର୍ଷିକ ହାରାହାରି ପିଏମ ୨.୫ ସ୍ତର ୨୦୨୨ରେ ୫୩.୩ ରହିଥିଲା, ଯାହା ସୁରକ୍ଷିତ ସୀମାଠାରୁ ୧୦ ଗୁଣା ଅଧିକ ଥିଲା । ତେବେ ୨୦୨୧ର ହାରାହାରି ସ୍ତର ୫୮.୧ଠାରୁ କମ ରହିଛି । ରାଜସ୍ଥାନର ଭିୱାଡି ଭାରତରୁ ସବୁଠୁ ପ୍ରଦୂଷିତ ସହର, ଏଠାରେ ବାର୍ଷିକ ପିଏମ ୨.୫ ସ୍ତର ୯୨.୭ ରହିଥିଲା । ରିପୋର୍ଟରେ ସାମିଲ ୬୦ ପ୍ରତିଶତ ଭାରତୀୟ ସହରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାର୍ଗଦର୍ଶିକା ତୁଳନାରେ ବାର୍ଷିକ ପିଏମ ୨.୫ ସ୍ତର ସାତ ଗୁଣା ଅଧିକ ରେକର୍ଡ କରାଯାଇଛି । ବିଶ୍ୱର ୧୦ ସବୁଠୁ ପ୍ରଦୂଷିତ ସହର ସୂଚୀର ପ୍ରଥମ ସ୍ଥାନରେ ଚାଡ ରହିଛି ।  ଦ୍ୱିତୀୟରେ ଇରାକ୍, ତୃତୀୟରେ ପାକିସ୍ତାନ, ଚତୁର୍ଥରେ ବାହାରିନ, ପଞ୍ଚମରେ ବାଂଲାଦେଶ, ଷଷ୍ଠରେ ବୁରକିନା ଫାସୋ, ସପ୍ତମରେ କୁଏତ, ଅଷ୍ଟମରେ ଭାରତ, ନବମରେ ଇଜିପ୍ଟ, ଦଶମ ସ୍ଥାନରେ ତାଜିକିସ୍ତାନ ରହିଛି।